Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡ଼ିଶା
Advertisement
Article Detail0/zeeodisha/odisha2433547

Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡ଼ିଶା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ସୁଧା ଦୁର୍ବଳ  ହୋଇ ଅବପାତରେ ପରିଣତ ହେବ। 

Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡ଼ିଶା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ସୁଧା ଦୁର୍ବଳ  ହୋଇ ଅବପାତରେ ପରିଣତ ହେବ। ଆଜି ଠାରୁ  ଏହାର ପ୍ରଭାବ ରହିବନି। ଏବଂ ପାଗ ପ୍ରାୟତଃ ଶୁଖିଲା ରହିବ।  ଆଜି ଓ ଆସନ୍ତାକାଲି ରାଜ୍ୟରେ ବିଶେଷ ବର୍ଷା ନାହିଁ। ଏବଂ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।  ଆସନ୍ତା ୨୩ ତାରିଖେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।  ପାଣିପାଗ ବିଶେଷଜ୍ଞ ଡା. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ  ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୩ ତାରିଖ ସୁଧା ଏହା ଲଘୁଚାପରେ ପରିଣତ ହେବ।

 

ALSO READ: Today Horoscope: ମେଷ-କର୍କଟ ସହ ଶୁଭଫଳ ପାଇବେ ଏହିସବୁ ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ALSO READ: Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ...

ଏହାର ପ୍ରଭାବରେ  ମୟୂରଭଂଜ, ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଭୁବନେଶ୍ବର ସମେତ ଉପକୂଳ ଓଡି଼ଶାରେ ମଧ୍ୟ  ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ଗତ ୨୪ ଘଣ୍ଟାରେ  ବାରିପଦାରେ ସର୍ବାଧିକ ବର୍ଷା ୧୦୩  ମିମି ରେକର୍ଡ଼ କରାଯାଇଛି। ବାରିପଦାରେ ୭୯,ଦାରିଙ୍ଗିବାଡିରେ ୪୧,ଢେଙ୍କାନାଳରେ ୨୭, କେନ୍ଦୁଝରରେ ୨୬ ମିମି ବର୍ଷା ରେକର୍ଡ଼ ହୋଇଛି। ଗତକାଲି ଉତ୍ତର ଓଡି଼ଶାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାର କରିଛି। ଜାମଶୋଳା ଠାରେ  ସୁବର୍ଣ୍ଣରେଖା  ନଦୀ ବିପଦ ସଙ୍କେତ ଟପିଛି।  ସେହିପରି, ମଥାନି ରୋଡ୍ ବ୍ରିଜ୍ ପାଖରେ ଜଳକା ନଦୀର ଜଳସ୍ତର  ବିପଦ ସଙ୍କେତ ଟପିଛି।  ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି।