Shocking News: ଏପରି ଦୁନିଆର ହେବ ଅନ୍ତ; ଭବିଷ୍ୟତରୁ ଫେରିଥିବା ବ୍ୟକ୍ତି କଲେ ସମ୍ବେଦନଶୀଳ ଦାବି!
Advertisement

Shocking News: ଏପରି ଦୁନିଆର ହେବ ଅନ୍ତ; ଭବିଷ୍ୟତରୁ ଫେରିଥିବା ବ୍ୟକ୍ତି କଲେ ସମ୍ବେଦନଶୀଳ ଦାବି!

End Of The Earth: ସମୟ ସମୟରେ ଏପରି କିଛି ଲୋକ ମଧ୍ୟ ଜନମାନସକୁ ଆସିଥାନ୍ତି ଯେଉଁମାନେ ଭବିଷ୍ୟତରୁ ଫେରି ଆସିଛନ୍ତି ବୋଲି ଦାବି କରିଥାନ୍ତି। ବର୍ତ୍ତମାନ ଏପରି ଜଣେ ଜଣେ ସମୟ ଭ୍ରମଣକାରୀ ନିକଟରେ କହିଥିଲେ ଯେ ଦୁନିଆ କିପରି ଶେଷ ହେବ? 

Shocking News: ଏପରି ଦୁନିଆର ହେବ ଅନ୍ତ; ଭବିଷ୍ୟତରୁ ଫେରିଥିବା ବ୍ୟକ୍ତି କଲେ ସମ୍ବେଦନଶୀଳ ଦାବି!

End Of The World: ଦୁନିଆର ଅନ୍ତ ବିଷୟରେ ଆପଣ ନିଶ୍ଚୟ ଅନେକ ଥର ଅନେକ ପ୍ରକାରର କଥା ଶୁଣିଥିବେ। କେତେବେଳେ ମାୟାନ କ୍ୟାଲେଣ୍ଡର ଅନୁଯାୟୀ ହେଉ କିମ୍ବା ଆଉ ବେଳେବେଳେ କିଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀରେ ଆପଣ ଦୁନିଆର ଅନ୍ତ କଥା ଶୁଣିବାକୁ ପାଇଥିବେ। ହେଲେ ଦୁନିଆର ଅନ୍ତକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇନାହିଁ। ଦୁନିଆର ଅନ୍ତକୁ ନେଇ କରାଯାଉଥିବା ଭବିଷ୍ୟବାଣୀ ଉପରେ ଅନେକ ଲୋକ ବିଶ୍ୱାସ କରିଥାନ୍ତି। ଯଦିଓ ବୈଜ୍ଞାନିକ ଏହି ସମସ୍ତ ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ। ଏହ ପଛରେ ମଧ୍ୟ ଏକ ବିଶେଷ କାରଣ ରହିଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଯେପରି ଭାବେ ଉଲକାପିଣ୍ଡ ଧକ୍କା ହେବା କାରଣରୁ ପୃଥିବୀ ପୃଷ୍ଠରୁ ଡାଇନେସୋର ଶେଷ ହୋଇଗଲେ। ପୃଥିବୀ ପୁନର୍ବାର ଉଲକାପିଣ୍ଡ ସହ ଧକ୍କା ହୋଇପାରେ। ହେଲେ ଏଥର ଡାଇନେସୋର ବଦଳରେ ମଣିଷକୁ ଏହାର ପରିଣାମ ସହିବାକୁ ପଡିବ ବୋଲି ବୈଜ୍ଞାନିକ ଅନୁମାନ କରୁଛନ୍ତି। 

ସମୟ ସମୟରେ ଏପରି କିଛି ଲୋକ ମଧ୍ୟ ଜନମାନସକୁ ଆସିଥାନ୍ତି ଯେଉଁମାନେ ଭବିଷ୍ୟତରୁ (Future) ଫେରି ଆସିଛନ୍ତି ବୋଲି ଦାବି କରିଥାନ୍ତି। ଆପଣ ଅନେକ ଚଳଚ୍ଚିତ୍ର କିମ୍ବା ଗପ କାହାଣୀରେ ସମୟ ଯାତ୍ରା (Time Travel) ପାଇଁ ବ୍ୟବହାର ହେଉଥିବା ଟାଇମ୍ ଟ୍ରାଭେଲ୍ ମେସିନ୍ (Time Travel Machine) ଦେଖିବାକୁ ପାଇଥିବେ। ସେହିଭଳି କିଛି ଲୋକ ମଧ୍ୟ ଏହି ମେସିନ୍ ସହାୟତାରେ ଭବିଷ୍ୟତରୁ ଫେରିଥିବା ଦାବି କରିଥାନ୍ତି। ଭବିଷ୍ୟତରୁ ଫେରି ଆସିବା ପରେ ଏଭଳି ଜଣେ ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ଭବିଷ୍ୟତ ସହିତ ଜଡିତ ଅନେକ ତଥ୍ୟ ପ୍ରକାଶ କରିଥାନ୍ତି।

Also Read: Time Traveller: ସମୟ ଯାତ୍ରାକୁ ନେଇ ବଡ଼ ଦାବି କଲେ ବ୍ୟକ୍ତି, କହିଲେ...

ବର୍ତ୍ତମାନ ଏପରି ଜଣେ ଜଣେ ସମୟ ଭ୍ରମଣକାରୀ (Time Traveler) ନିକଟରେ କହିଥିଲେ ଯେ ଦୁନିଆ କିପରି ଶେଷ ହେବ? ଯଦି ଆପଣ ଭାବୁଛନ୍ତି ଯେ ଆଉ କୌଣସି ଉଲକାପିଣ୍ଡ (Meteorite) ପୃଥିବୀ ସହ ଧକ୍କା ହେବାକୁ ଯାଉନାହିଁ। ତାହେଲେ ଦୁନିଆରେ ଏପରି ଅନେକ ଜିନିଷ ଅଛି ଯିଏ ପ୍ରଳୟ (Catastrophe On Earth) ଆଣିବାକୁ ସକ୍ଷମ।

ବିସ୍ଫୋରଣ ହେବାକୁ ଯାଉଛି ସୁପରଭୋଲକାନୋ  
ଅନୋ ଆଲାରିକ୍ ନାମକ ଜଣେ ବ୍ୟକ୍ତି ନିଜକୁ ଜଣେ ସମୟ ଭ୍ରମଣକାରୀ ଭାବେ ଦର୍ଶାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ସମୟ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସମୟ ଯାତ୍ରୀ ଅନୋ ଆଲାରିକ୍ ଦାବି କରିଛନ୍ତି ଯେ, ସେ ୨୬୭୧ ବର୍ଷରୁ ଫେରିଛନ୍ତି। ଭବିଷ୍ୟତରେ ପୃଥିବୀରେ କିପରି ପ୍ରଳୟ ଆସିବା ସେ ତାହାକୁ ଦେଖିଥିବାର କହିଛନ୍ତି। ଏହି ଘଟଣା ପାଇଁ ପାଣିପାଗ ନୁହେଁ ବରଂ ପୃଥିବୀ ପୃଷ୍ଠରେ ଉପସ୍ଥିତ ରହିଥିବା ଆଗ୍ନେୟଗିରି ଦାୟୀ ରହିବ ବୋଲି କହିଛନ୍ତି। ଏହି ସମୟ ଭ୍ରମଣକାରୀଙ୍କ କହିବା ଅନୁଯାୟୀ ଏକ ସୁପରଭୋଲକାନୋ (Supervolcanic Eruptionn) ଉତ୍ପନ୍ନ ହେବ। ଯାହାର ପ୍ରଭାବରେ ହଜାର ହଜାର ଲୋକ ମରିବେ। ତାଙ୍କ କହିବା ଅନୁସାରେ ଏଭଳି ଘଟଣାକୁ ଦେଖିବା ପାଇଁ ଆପଣଙ୍କୁ ଆଉ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ଏହି ବର୍ଷ ଆଗ୍ନେୟଗିରିର ବିସ୍ଫୋରଣ କାରଣରୁ ବିନାଶ ଆସିବ। 

କଥିତ ସମୟ ଯାତ୍ରୀ ଅନୋ ଆଲାରିକ୍ ସୋସିଆଲ ମିଡିଆ ଦୁନିଆରେ @heradianttimetraveller ନାମରେ ଉପସ୍ଥିତ ଅଛନ୍ତି। ଯିଏ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କ ପାଖକୁ ଚେତାବନୀ ଭିଡିଓ ପଠାଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ତାଙ୍କ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଏହି ସମୟ ଭ୍ରମଣକାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଏକ ସୁପରଭୋଲକାନୋ ଉତ୍ପନ୍ନ ହେବ। ଏହି କାରଣରୁ ପୃଥିବୀ ପୃଷ୍ଠରେ ପ୍ରଳୟ ଆସିଯିବ। ହଜାର ହଜାର ଲୋକ ପ୍ରାଣ ହରାଇବେ। ଅନୋ ଆଲାରିକ୍ ପୃଥିବୀକୁ ଏଲିୟନ ଆସିବା ନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି। ଏପରିକି ଅନ୍ୟ ଜଗତ ସହିତ ସାକ୍ଷାତ କରିବା ବିଷୟରେ ମଧ୍ୟ କହିଛନ୍ତି। ହେଲେ ବର୍ତ୍ତମାନ ଲୋକେ ସେହି ସୁପରଭୋଲକାନୋ ବିସ୍ଫୋରଣକୁ ନେଇ ଭୟଭୀତ ଅଛନ୍ତି। ଯାହାର ପ୍ରଭାବରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବାର କୁହାଯାଉଛନ୍ତି। ହେଲେ ବର୍ତ୍ତମାନ ଏହା ଦେଖିବାକୁ  ହେବ ଯେ ଏହି ବ୍ୟକ୍ତି ଜଣଙ୍କ ଭବିଷ୍ୟତରୁ ଆସିବା ପରେ ପ୍ରକୃତରେ ସତ୍ୟ କହୁଛନ୍ତି ନା ଏହା ତାଙ୍କର ପ୍ରସିଦ୍ଧ ହେବାର କିଛି ଯୋଜନା।