Maharashtra Road Accident: ଏମିତି ବି ଆସେ ମୃତ୍ୟୁ, କାରର ଗୋଟିଏ ଚକ ନେଲା ୬ ଜୀବନ
Advertisement
Article Detail0/zeeodisha/odisha1606528

Maharashtra Road Accident: ଏମିତି ବି ଆସେ ମୃତ୍ୟୁ, କାରର ଗୋଟିଏ ଚକ ନେଲା ୬ ଜୀବନ

Maharashtra Car Accident : ଏମିତି ବି ଆସେ ମୃତ୍ୟୁ । ଆଖି ପିଛୁଳାକେ ଚାଲିଗଲା ଜୀବନ । କେହି କିଛି ଭାବିବା ପୂର୍ବରୁ ସବୁ କିଛି ଶେଷ ହୋଇ ଯାଇଥିଲା। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ (Road Accident)ଗଲା ୬ ଜୀବନ । ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଓ ଅନ୍ୟଜଣେ ଯୁବତୀ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ଏମିତି ବି ଆସେ ମୃତ୍ୟୁ । ଆଖି ପିଛୁଳାକେ ଚାଲିଗଲା ଜୀବନ । କେହି କିଛି ଭାବିବା ପୂର୍ବରୁ ସବୁ କିଛି ଶେଷ ହୋଇ ଯାଇଥିଲା।  ମର୍ମନ୍ତୁଦ ସଡକ ଦୁର୍ଘଟଣାରେ (Road Accident)ଗଲା ୬ ଜୀବନ । ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି  । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଓ ଅନ୍ୟଜଣେ ଯୁବତୀ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ମହାରାଷ୍ଟ୍ରର ବୁଲଧାନାର (maharashtra road car accident )ସମୃଦ୍ଧି ଏକ୍ସପ୍ରେସ ଓ୍ବେ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । କାରର ଗୋଟିଏ ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ,ମହାରାଷ୍ଟ୍ରର ବୁଲଧାନାର ସମୃଦ୍ଧି ଏକ୍ସପ୍ରେସ ଓ୍ବେ ନିକଟରେ ଏହି ଦୁର୍ଘଟଣା ଘଟିଛି (maharashtra road car accident )। ଏକ କାରରେ ୧୩ ଜଣେ ଲୋକେ  ଔରଙ୍ଗାବାଦରୁ ସିଗାଓଁ ଯାତ୍ରା କରୁଥିଲେ।  କିନ୍ତୁ ବୁଲଧାନା ନିକଟରେ କାରଟିର ଚକା ଫାଟି ଯାଇଥିଲା। ଫଳରେ କାରଟିକୁ ନିୟନ୍ତ୍ରଣରେ ରଖିବାରେ ଅସମର୍ଥ ହୋଇଥିଲା ଡ୍ରାଇଭର । ଫଳରେ କାରଟି ଡିଭାଇଡରରେ ପିଟି ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ କାରରେ ଥିବା ୧୩ ଜଣଙ୍କର ମଧ୍ୟରୁ ଘଟଣାସ୍ଥଳରେ  ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ କାରରେ ଥିବା ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏବଂ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ କୁହାଯାଇଛି ଯେ ,କାରର ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। 

Also Read : Bollywood: ଫଟୋରେ ଖବର, ଏହି ୫ ଅଭିନେତ୍ରୀ ନିଜ ମାଆଙ୍କର ହେଉଛନ୍ତି କାର୍ବୋନ କପି

Also Read : Kapil Sharma: ଗୋଟିଏ ଭୁଲ ନିଷ୍ପତି ପାଇଁ ଜୀବନ ହାରି ଦେଇଥାନ୍ତେ କପିଲ୍, ଜାଣନ୍ତୁ କ'ଣ ରହିଥିଲା କାରଣ?

ନିକଟରେ ଏପରି ଏକ ଭୟଙ୍କର ସଡକ ଦୁର୍ଘଟଣା ହିମାଚଳ ପ୍ରଦେଶର ଧରମପୁର ନିକଟରେ(himachals dharampur) ଘଟିଥିଲା ।  ଏହି ସଡ଼କ ଦୁର୍ଘଟଣାରେ(road accident) ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ପିଆଇଜି ଚଣ୍ତିଗଡକୁ ସ୍ଥାନାନ୍ତର କରାଯାଇଛି । ତେବେ, ସମସ୍ତ ମୃତକ ପ୍ରବାସୀ ଶ୍ରମିକ(migrant laborers )ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ହିମାଚଳର କାଲ୍କା-ଶିମଲା ଜାତୀୟ ରାଜପଥ କଡ଼ର ୯ ଜଣ ଶ୍ରମିକ ସାଙ୍ଗ ହୋଇ କାମ କରିବାକୁ ଯାଉଥିଲା। ଏହି ସମୟରେ  ସୋଲାନରୁ ଦ୍ରୃତଗତିରେ ଆସୁଥିବା ଏକ ଇନୋଭା ଗାଡିଟି ପାରୱାନୋ (Parwanoo) ଅଭିମୁଖେ ଯାଉଥିଲା । କିନ୍ତୁ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡିଟି ଶ୍ରିମିକଙ୍କ ଉପରେ ଚଢିଯାଇଥିଲା।  ପରେ କାରଟି ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ଫଳରେ, ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୪ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ଗୁରୁତରଙ୍କ ଅବସ୍ଥା ଅବସ୍ଥା ସଙ୍କଟା ପନ୍ନ ଥିବାରୁ ସେମାନଙ୍କୁ ପିଆଜି ଚଣ୍ତିଗଡକୁ ସ୍ଥାନାନ୍ତର କରାଯାଇଥିଲା । ଏବଂ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମସ୍ତ ମୃତକଙ୍କ ଘର ବିହାର ଓ ୟୁପି ବୋଲି ଜଣାପଡିଛି । ଦୁର୍ଘଟଣା ପରେ ବିଧାୟକ ବିନୋଦ ସୁଲତାନପୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଏବଂ ମେଡିକାଲ ଯାଇ ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।