Unique Protest: ଆସିଲାନି ପ୍ରଶାସନ; ଗଧକୁ ଦେଲେ ଜ୍ଞାପନ, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1775589

Unique Protest: ଆସିଲାନି ପ୍ରଶାସନ; ଗଧକୁ ଦେଲେ ଜ୍ଞାପନ, ଜାଣନ୍ତୁ ପୁରା ଘଟଣାକ୍ରମ

Sidhi Protest News: ଜିଲ୍ଲପାଳଙ୍କ ବଦଳରେ ଗଧକୁ ନିଜର ସ୍ମାରକପତ୍ର ପ୍ରଦାନ କରିଛି ଏକ ସଙ୍ଗଠନ। ମଧ୍ୟ ପ୍ରଦେଶ ସିଧୀ ଜିଲ୍ଲାରେ ହୋଇଥିବା ଏକ ପ୍ରତିବାଦ ସଭାରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Unique Protest: ଆସିଲାନି ପ୍ରଶାସନ; ଗଧକୁ ଦେଲେ ଜ୍ଞାପନ, ଜାଣନ୍ତୁ ପୁରା ଘଟଣାକ୍ରମ

Unique Protest in Madhya Pradesh: ସଦ୍ୟ ମଧ୍ୟ ପ୍ରଦେଶ ସିଧୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭିନବ ଘଟଣା। ଜିଲ୍ଲାରେ ବ୍ରାହ୍ମଣ ସମ୍ପ୍ରଦାୟ ପକ୍ଷରୁ ଜିଲ୍ଲାପାଳଙ୍କ ମନୋଭାବ ବିରୋଧରେ ଏକ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଇଛି। ଯେତେବେଳେ ସିଧୀ ଜିଲ୍ଲାପାଳ ବ୍ରାହ୍ମଣ ସମ୍ପ୍ରଦାୟ ପକ୍ଷରୁ ଦାଖଲ କରାଯିବାକୁ ଥିବା ସ୍ମାରକପତ୍ର ସଂଗ୍ରହ କରିବାକୁ ଆସିନଥିଲେ, ସେତେବେଳେ ସଂଘ ପକ୍ଷରୁ ନିଜର ସ୍ମାରକପତ୍ର ଏକ ଗଧ ଉଦ୍ଦେଶ୍ୟରେ ଦିଆଯାଇଥିଲା।

ସଦ୍ୟ ମଧ୍ୟ ପ୍ରଦେଶର (Madhya Pradesh) ସିଧୀ ଜିଲ୍ଲାରେ (Sidhi District) ଜଣେ ଆଦିବାସୀଙ୍କ ଉପରେ ଅନ୍ୟ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ପରିସ୍ରା କରି ଦେଇଥିଲେ (Sidhi Urination Incident)। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ସରଗରମ ହୋଇଉଠିଥିଲା ମଧ୍ୟ ପ୍ରଦେଶ ରାଜନୀତି (Madhya Pradesh Politics)। ଏହି ଘଟଣା ରାଜ୍ୟରେ କ୍ଷମତାସୀନ ବିଜେପି ସରକାର (Madhya Pradesh BJP Government) ଲାଗି ଚିନ୍ତାର କାରଣ ପାଲଟିଛି। ଏହି ପ୍ରସଙ୍ଗରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ (Madhya Pradesh Congress Unit) ଶାସକ ବିଜେପି ଉଦ୍ଦେଶ୍ୟରେ ବର୍ଷିଛି। 

ସିଧୀ ଜିଲ୍ଲାରେ ଦଶମତ ରାୱତ ନାମକ ଜଣେ ଆଦିବାସୀଙ୍କ ଉଦ୍ଦେଶ୍ୟରେ ପ୍ରବେଶ ଶୁକ୍ଳା ନାମକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶାସନ (Sidhi District Administration) ଅଭିଯୁକ୍ତର ଘରକୁ ବୁଲଡୋଜର ଚଢାଇ ଭାଙ୍ଗି ଦେଇଥିଲା। ପରିସ୍ରା କରିବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ନାରାଜ ହୋଇଉଠିଛି ବ୍ରାହ୍ମଣ ସମ୍ପ୍ରଦାୟ (Sidhi Brahmin Community)। ଏନେଇ ଅଭିଯୋଗ ହୋଇଛି ଯେ ଜିଲ୍ଲା ପ୍ରଶାସନ ଅସାମ୍ବିଧାନିକ ଉପାୟରେ ଅଭିଯୁକ୍ତର ପୈତୃକ ବାସଭବନ ଉପରେ ବୁଲଡୋଜର ଚଳାଇଛି। ଏହି ଅପରାଧ ପାଇଁ ଅଭିଯୁକ୍ତକୁ ଦଣ୍ଡିତ କରାଯିବା ଆବଶ୍ୟକ। ହେଲେ ତାଙ୍କ ପରିବାରର ଦୋଷ କ'ଣ? ବୁଲଡୋଜର ଚଢାଇ କାହିଁକି ତାଙ୍କ ଘରକୁ ଭାଙ୍ଗି ଦିଆଗଲା?

ଏହାର ପ୍ରତିବାଦରେ ବ୍ରାହ୍ମଣ ସଂଘର ଲୋକ ଏକଜୁଟ ହୋଇ ସିଧୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ (Collector Office Sidhi) ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନେ ଜିଲ୍ଲାପାଳଙ୍କ (Sidhi Collector) ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ। ହେଲେ ଜିଲ୍ଲାପାଳ ସ୍ମାରକପତ୍ର ଗ୍ରହଣ କରିବାକୁ ଆସି ନଥିଲେ। ଯେତେବେଳେ କାର୍ଯ୍ୟାଳୟ ଠାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଜିଲ୍ଲାପାଳ ସ୍ମାରକ ପତ୍ର ନେବାକୁ ଆସିନଥିଲେ, ସେତେବେଳେ ବ୍ରାହ୍ମଣ ସଂଘର ଲୋକ କ୍ରୋଧିତ ହୋଇ ଏକ ଗଧକୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସ୍ମାରକ ପତ୍ର ଦେବାକୁ ଆସିଥିବା ଲୋକ ଅସନ୍ତୁଷ୍ଟ ହୋଇ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନଡ଼ିଆ ଭାଙ୍ଗି ଫେରି ଯାଇଥିଲେ। ସିଧୀ ସହରର ମୁଖ୍ୟ ରାସ୍ତା ଦେଇ ଏକ ରାଲି କରି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା କାନ୍ଥରେ ଅଙ୍କନ କରାଯାଇଥିବା ଗଧ ଚିତ୍ରକୁ ସେମାନଙ୍କ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏନେଇ ସେମାନେ କହିଥିଲେ ଯେ ଆଗାମୀ ପିତୃପକ୍ଷ ଅମାବାସ୍ୟା ଦିନ ସମସ୍ତ ବ୍ରାହ୍ମଣ ଏକାଠି ହୋଇ ଶ୍ରାଦ୍ଧ ତର୍ପଣ କରିବେ। 

ଏନେଇ ଅଖିଳ ଭାରତୀୟ ବ୍ରାହ୍ମଣ ମହାସଭା (Akhil Bhartiya Brahman Samaj) ରାଷ୍ଟ୍ରୀୟ ଅଧ୍ୟକ୍ଷ କୁଲଦୀପ କହିଛନ୍ତି ଯେ ରାଜ୍ୟରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ (MP CM Shivraj Singh Chouhan) ସରକାରଙ୍କ ଅପେକ୍ଷା ଆହୁରି ଅଧିକ ଏକଛତ୍ରବାଦୀ ହେଉଛନ୍ତି ସିଧୀ ଜିଲ୍ଲାପାଳ। ସଂଘ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ସ୍ମାରକପତ୍ର ନେବାକୁ ଜିଲ୍ଲାପାଳଙ୍କ ପାଖରେ ସମୟ ନାହିଁ। ନିଜେ ଜିଲ୍ଲପାଳ ହେଉଛନ୍ତି ଦୋଷୀ। କାରଣ ସେ ଅଭିଯୁକ୍ତଙ୍କ ପରିବାରର ଘର ଉପରେ ବୁଲଡୋଜର ଚଡାଇ ଦେଇଥିଲେ।