LPG Gas Cylinder Price: ହୋଲି ପୂର୍ବରୁ ଆସିଲା ବଡ଼ ଖୁସି ଖବର, ଶସ୍ତାରେ ମିଳୁଛି ଗ୍ୟାସ ସିଲିଣ୍ଡର!
Advertisement

LPG Gas Cylinder Price: ହୋଲି ପୂର୍ବରୁ ଆସିଲା ବଡ଼ ଖୁସି ଖବର, ଶସ୍ତାରେ ମିଳୁଛି ଗ୍ୟାସ ସିଲିଣ୍ଡର!

LPG Gas Cylinder Price: ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଚଳିତ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୩୫୦.୫୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଅନ୍ୟପଟେ ଘରୋଇ ଏଲପିଜି ସିରିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ଘଟିଛି । ଏହା ସହ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ହୋଇଯାଇଛି । 

LPG Gas Cylinder Price: ହୋଲି ପୂର୍ବରୁ ଆସିଲା ବଡ଼ ଖୁସି ଖବର, ଶସ୍ତାରେ ମିଳୁଛି ଗ୍ୟାସ ସିଲିଣ୍ଡର!

LPG Gas Cylinder Price: ଯେଉଁମାନେ ହୋଲି (Holi 2023) ପୂର୍ବରୁ ଗ୍ୟାସ୍ ସିଲିଣ୍ଡର (LPG Gas Cylinder) କିଣିବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ମାର୍ଚ୍ଚ ମାସରେ ମଧ୍ୟ ସରକାରୀ ତୈଳ କମ୍ପାନୀ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି (LPG Price Hike) କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଶସ୍ତା ଗ୍ୟାସ୍ ସିଲିଣ୍ଡର କିଣିବାର ସୁଯୋଗ ଅଛି । ଦେଶର ରାଜଧାନୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ (Domestic LPG Price) ୧୧୦୩ ଟଙ୍କା ରହିଛି । ଆସନ୍ତୁ ଆପଣଙ୍କୁ କହୁଛୁ ଯେ ଆପଣ କିପରି ଶସ୍ତା ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ...

ଯଦି ଆପଣ ଆପ୍ ମାଧ୍ୟମରେ ଏକ ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ଏଥିରେ କ୍ୟାସବ୍ୟାକ୍ ବିକଳ୍ପ ପାଇପାରିବେ । ପେଟିଏମ୍ ସମେତ ଅନେକ ଆପ୍ ଜରିଆରେ ଆପଣ ଗ୍ୟାସ୍ ସିଲିଣ୍ଡର ବୁକିଂ ଉପରେ କ୍ୟାସବ୍ୟାକ୍ ସୁବିଧା ପାଇଛନ୍ତି । କିନ୍ତୁ ବର୍ତ୍ତମାନ ଆପଣ ବାଜାଜ୍ ଫାଇନାନ୍ସ ଆପ୍ ମାଧ୍ୟମରେ ଗ୍ୟାସ୍ ବୁକିଂ କରି ରିହାତିର ଲାଭ ମଧ୍ୟ ପାଇପାରିବେ ।

ଡିଜିଟାଲ ପେମେଣ୍ଟର ସୁବିଧା ପ୍ରଦାନ କରୁଥିବା ବଜାଜ ଫିନ୍ସର୍ଭ ଆପ୍ (Bajaj Finserv App) ମାଧ୍ୟମରେ ଗ୍ରାହକମାନେ ଗ୍ୟାସ୍ ବୁକିଂ କରି ୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଅଫର ପାଇଁ ଆପଣଙ୍କୁ କୌଣସି ପ୍ରୋମୋ କୋଡ୍ ବ୍ୟବହାର କରିବାକୁ ପଡିବ ନାହିଁ । କିନ୍ତୁ ଆପଣ ବାଜା ପେ Bajaj Pay UPI ମାଧ୍ୟମରେ ପେମେଣ୍ଟ କରି ରିହାତି ପାଇପାରିବେ ।

ଏଠାରେ କହି ରଖୁଛୁ ଯେ, ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଚଳିତ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ରେ ୩୫୦.୫୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଅନ୍ୟପଟେ ଘରୋଇ ଏଲପିଜି ସିରିଣ୍ଡର ଦର (Domestic Cylinders Price) ରେ ୫୦ ଟଙ୍କା ବୃଦ୍ଧି ଘଟିଛି । ଏହା ସହ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ହୋଇଯାଇଛି । ଏହି ପୂର୍ବରୁ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧,୦୫୩ ଟଙ୍କାରେ ମିଳୁଥିଲା । ଏହା ବ୍ୟତୀତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ  ୧,୧୨୯ ଟଙ୍କାରେ ମିଳିବ । ଏହା ପୂର୍ବରୁ ଏହାର ଦାମ୍ ୧,୦୭୯ ଟଙ୍କା ଥିଲା । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୨୯ ଟଙ୍କା ହୋଇଯାଇଛି । ଯାହା ପୂର୍ବରୁ ୧,୦୭୯ ଟଙ୍କା ଥିଲା । ଏହି କ୍ରମରେ ମୁମ୍ବାଇରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ୧,୧୦୨ ଟଙ୍କା ହୋଇଯାଇଛି । ଯାହା ପୂର୍ବେ ୧,୦୫୨.୫୦ ଟଙ୍କା ଥିଲା । ଚେନ୍ନାଇରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୧୧.୫୦ ଟଙ୍କାରେ ମିଳିବ । ଯାହା ପୂର୍ବେ ୧,୦୬୮.୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:- ଯୁବକ ଯୁବତୀଙ୍କ ପାଇଁ ବଡ଼ ଖୁସି ଖବର: ବେକାରୀ ଭତ୍ତା ଦେବାକୁ ସରକାର କଲେ ଘୋଷଣା, ପ୍ରତି ମାସକୁ ମିଳିବ ୨୫୦୦ ଟଙ୍କା

ଅଧିକ ପଢ଼ନ୍ତୁ:- ଚତୁର୍ଥ ଟେଷ୍ଟ ପୂର୍ବରୁ ଦଳକୁ ଲାଗିଲା ବଡ଼ ଝଟକା, ଏହି ଖତରନାକ୍ ଖେଳାଳି ସିରିଜରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଏହି ଯୋଜନା ଅନ୍ତର୍ଗତ ନୂଆରୁ ପୁରୁଣା ପେନସନ ବ୍ୟବସ୍ଥାରେ ଶିଫ୍ଟ ହେବାକୁ ମିଳିବ ବିକଳ୍ପ

ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ୩୫୦.୫୦ ଟଙ୍କାର ବୃଦ୍ଧି ଘଟିଛି । ଜାନୁଆରୀ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡର ପୁରୁଣା ଦର ୨୧୧୯.୫୦ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ୨୨୨୧.୫୦ ଟଙ୍କାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୦୭୧.୫୦ ଟଙ୍କା ଓ ଚେନ୍ନାଇରେ ୨୨୬୮ ଟଙ୍କାର ଦରରେ ମିଳିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୭୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୨୨୨୧.୫୦ ଟଙ୍କା ଦରରେ ମିଳିବ । ଏହାପୂର୍ବରୁ ଗତ ବର୍ଷ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା ।