Odisha News Live Updates: ଭଞ୍ଜନଗର ଏବଂ ରାଉରକେଲାରେ କରାଳ ରୂପ ଦେଖାଇଲା କାଳବୈଶାଖୀ, ପଢି ନିଅନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2173130

Odisha News Live Updates: ଭଞ୍ଜନଗର ଏବଂ ରାଉରକେଲାରେ କରାଳ ରୂପ ଦେଖାଇଲା କାଳବୈଶାଖୀ, ପଢି ନିଅନ୍ତୁ ଆଜିର ଆଉ କିଛି ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha News Live Updates: ଭଞ୍ଜନଗର ଏବଂ ରାଉରକେଲାରେ କରାଳ ରୂପ ଦେଖାଇଲା କାଳବୈଶାଖୀ, ପଢି ନିଅନ୍ତୁ ଆଜିର ଆଉ କିଛି ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

26 March 2024
00:04 AM

ଦୋଳ ପୂର୍ଣ୍ଣିମାରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଲେ ଚତୁଃର୍ଦ୍ଧାମୂର୍ତ୍ତୀ
ମାର୍ଚ୍ଚ ୨୫ ତାରିଖ ସୋମବାର ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁ ଠାରୁ ସହର ସବୁଆଡ଼େ ଉତ୍ସବ ମୁଖର ହୋଇପଡି ଥିବା ବେଳେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ରତ୍ନ ସିଂହାସନରେ ଚତୁଃର୍ଦ୍ଧାମୂର୍ତ୍ତୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ଦୋଳବେଦୀରେ ଭୂଦେବୀ, ଶ୍ରୀଦେବୀଙ୍କ ସହ ରଙ୍ଗ ଖେଳିଛନ୍ତି ଦୋଳଗୋବିନ୍ଦ। ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ। ଗାଁ ଠାରୁ ସହର ସବୁଠାରେ ଫଗୁଣର ଫଗୁର ରଙ୍ଗ। ପୁରପଲ୍ଲୀରେ ଦୋଳ ମେଲଣ ଅନୁଷ୍ଠିତ ହେଉଛି। ଦୋଳପୂର୍ଣ୍ଣମୀ ଅବସରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଦୋଳବେଦୀରେ ଅନୁଷ୍ଠିତ ହୋଇଛି ଦୋଳଗୋବିନ୍ଦଙ୍କ  ସହ ଭୁଦେବୀ ଏବଂ ଶ୍ରୀଦେବୀଙ୍କ ଫଗୁ ଖେଳ।

ପଢନ୍ତୁ ପୁରା ଖବର

 

23:11 PM

ବ୍ରେନ ଡେଡ୍ ପରେ ୨ ଜଣଙ୍କୁ ନୂଆ ଜୀବନ ଦେଲେ ସିଆରପିଏଫ ଯବାନ
ବ୍ରେନ ଡେଡ୍ ପରେ ୨ ଜଣଙ୍କୁ ନୂଆ ଜୀବନ ଦେଇ ଅମର ହୋଇଯାଇଛନ୍ତି ସିଆରପିଏଫ ଯବାନ। ଅଙ୍ଗଦାନ କରି ଅମର ହୋଇଥିବା ସିଆରପିଏଫ୍ ଯବାନ ହେଉଛନ୍ତି ଖୋର୍ଦ୍ଧା ସାରୁଅ ଅଞ୍ଚଳର ୪୮ ବର୍ଷୀୟ ସିଆରପିଏଫ୍ ଯବାନ କୃଷ୍ଣଚନ୍ଦ୍ର ମହାଭୋଇ। ଦିନେ ଦେଶ ପାଇଁ ପ୍ରାଣବଳୀ ଦେବାକୁ ଶପଥ ନେଇଥିଲେ କୃଷ୍ଣଚନ୍ଦ୍ର। ଆଉ ଏବେ ଅଙ୍ଗ ଦାନ କରି ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଅମର ହୋଇଯାଇଛନ୍ତି। ବିଗତ ୨ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ଥିଲେ ସେ। ନିୟମିତ ଭାବେ ତାଙ୍କର ଡାଏଲିସିସ୍ ଚାଲିଥିଲା। ହେଲେ ଗତ ୨୦ ତାରିଖରେ ହଠାତ୍ ମସ୍ତିଷ୍କରୁ ରକ୍ତସ୍ରାବ ହେଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ହେଲେ କିନ୍ତୁ ସେଠାରେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର। 

ପଢନ୍ତୁ ପୁରା ଖବର

22:45 PM

କଙ୍ଗନା ରାଣାୱତଙ୍କୁ ନେଇ ବିବାଦୀୟ ପୋଷ୍ଟ ଉପରେ ସ୍ପଷ୍ଟୀକରଣ ଦେଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ବିବାଦୀୟ ପୋଷ୍ଟକୁ ନେଇ ରାଜନୀତି ସରଗରମ ହୋଇଛି। ଏନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ମୋ ର ଫେସବୁକ ଏବଂ ଇନଷ୍ଟା ଆକାଉଣ୍ଟକୁ ଅନେକ ଲୋକ ଆକସେସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ଜଣେ ଅତ୍ୟନ୍ତ ଘୃଣ୍ୟ ଏବଂ ଆପତ୍ତିଜନକ ପୋଷ୍ଟ କରିଥିଲେ। ବିବାଦୀୟ ପୋଷ୍ଟକୁ ଡିଲିଟ୍ କରାଯାଇଛି। ମୁଁ ମୋର ସମସ୍ତ ସାମର୍ଥ୍ୟ ସହିତ ବିଚାରଧାରାର ଲଢ଼େଇ ଲଢୁଛି କିନ୍ତୁ କୌଣସି ମହିଳାଙ୍କ ବିରୋଧରେ କେବେ ବି ଅଶ୍ଳୀଳ ବ୍ୟକ୍ତିଗତ ମନ୍ତବ୍ୟ ଦେବି ନାହିଁ । ମୁଁ ଏପରି କରିବାକୁ ଦୃଢ଼ ବିରୋଧ କରୁଛି। ଅଧିକ ପଢ଼ନ୍ତୁ...

22:17 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।

ପଢନ୍ତୁ ପୁରା ଖବର

21:55 PM

ବିଜେପିରେ ଯୋଗ ଦେଲେ ପୂର୍ଣ୍ଣଚନ୍ଦ୍ର ସେଠୀ

ଆଜି ସକାଳ ସମୟରେ ବିଜେଡିରୁ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିବା ଖଲ୍ଲିକୋଟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସନ୍ଧ୍ୟାର ସମୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ପୂର୍ଣ୍ଣଚନ୍ଦ୍ରଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।  ବିଜେପିରେ ସାମିଲ ହେବା ପରେ ଗଞ୍ଜାମରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ତାଙ୍କର ଆଶା ରହିଥିବା କୁହାଯାଉଛି ।

21:40 PM

ଛାତ୍ର ଭୋଟକୁ ବିଜେଡି ଆଖି, ଇସ୍ତାହାରରେ ରହିବ ଛାତ୍ରଙ୍କ ପ୍ରସଙ୍ଗ
ରାଜ୍ୟରେ ନୂଆ ଭୋଟର ତଥା ଛାତ୍ରମାନଙ୍କ ଭୋଟ୍‍କୁ ଅକ୍ତିଆର କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେବ ବିଜେଡି। ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଷଷ୍ଠ ଥର ପାଇଁ ସରକାରକୁ ଆସିଲେ ବିଜେଡି କେଉଁ ପଦକ୍ଷେପ ସ୍ୱତନ୍ତ୍ର ଭାବେ ଗ୍ରହଣ କରିବା ସେଥିନେଇ ଇସ୍ତାହାରରେ ଉଲ୍ଲେଖ କରିବ। ଏଥିଲାଗି ପ୍ରସ୍ତାବ ଦେବାକୁ ଛାତ୍ର ବିଜେଡି ସଭାପତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଦଳୀୟ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି ଛାତ୍ର ସଙ୍ଗଠନ ବିଭିନ୍ନ ଜିଲ୍ଲାରେ ଛାତ୍ର ପ୍ରତିନିଧିଙ୍କ ଠାରୁ ମତାମତ ସଂଗ୍ରହ କରିବ। ସେମାନେ ନବୀନ ସରକାରଙ୍କ ଠାରୁ କ'ଣ ଆଶା ରଖିଛନ୍ତି ତାହା ଉଲ୍ଲେଖ କରିବେ। ତାହାକୁ ତର୍ଜମା କରି ଛାତ୍ର ବିଜେଡି ୫ଟି ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଜଣାଇବ। ଏହାକୁ ଭିତ୍ତିକରି ବିଜେଡି ନିଜ ଇସ୍ତାହାରରେ ତାହା ପ୍ରକାଶ କରିବ ବୋଲି ବିଜେଡି ଛାତ୍ର ସଙ୍ଗଠନ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। 

ପଢନ୍ତୁ ପୁରା ଖବର

21:25 PM

Loksabha Election 2024: ୨୭, ୭୫ କିମ୍ବା ୯୫ ଲକ୍ଷ, ପ୍ରଚାରରେ କେତେ ଖର୍ଚ୍ଚ କରିପାରିବେ ନେତା ?

ଲୋକସଭା ନିର୍ବାଚନ ୨୦୨୪ ଘୋଷଣା ସହିତ ନିର୍ବାଚନ ଆୟୋଗ ମଧ୍ୟ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ କେତେ ଖର୍ଚ୍ଚ କରିପାରିବେ ସେ ନେଇ ନିଷ୍ପତି ନେଇଛନ୍ତି। ଏହି ଖର୍ଚ୍ଚ ସୀମା ୧୦ କିମ୍ବା ୨୦ ଲକ୍ଷ ଟଙ୍କା ନୁହେଁ । ଏହାଠାରୁ ଢେର  ଅଧିକ ଏବଂ ପ୍ରଥମ ବିଧାନସଭା ନିର୍ବାଚନ ତୁଳନାରେ ୩୮୯ ଗୁଣ ଅଧିକ। ଅଧିକ ପଢ଼ନ୍ତୁ...

21:10 PM

ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଗୁହା ରାୟଙ୍କ ଦେହାନ୍ତ

ଦୀର୍ଘ ୨୫ ବର୍ଷ ଧରି ସାମ୍ବାଦିକ କ୍ଷେତ୍ରରେ ଜଡ଼ିତ ରହି ଲୋକପ୍ରିୟ ହୋଇପାରିଥିବା ବରିଷ୍ଠ ସାମ୍ୱାଦିକ ଶାନ୍ତନୁ ଗୁହା ରାୟଙ୍କ ପରଲୋକ ହୋଇଯାଇଛି । ସେ ସାମ୍ୱାଦିକତା କ୍ଷେତ୍ରରେ ଅନେକ ପୁରସ୍କାର ପାଇଥିଲେ । ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।

20:45 PM

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି । ତା ପରେ ବି ଶାସକ ବିଜୁ ଜନତା ଦଳ ସରକାରୀ ଅଧିକାରୀମାନଙ୍କୁ ଦଳୀୟ ସ୍ୱାର୍ଥ ପାଇଁ ଜାଣିଶୁଣି ବ୍ୟବହାର କରୁଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମିଶନ ଶକ୍ତି ଗ୍ରାମ ପଂଚାୟତ ସ୍ତରୀୟ ଫେଡେରେସନ୍‌ର ସଭାପତି, ସମ୍ପାଦକ, ଏମ୍‌ବିକେ, ସିଆର୍‌ପି ମାନଙ୍କୁ ଡାକି ସାଲେପୁରର ବିକେ ମଣ୍ଡପଠାରେ ଗତ ୨୩ ତାରିଖ ଦିନ ଏକ ଦଳୀୟ ବୈଠକରେ ସାମିଲ୍ କରିଥିଲେ । ଯେଉଁ ବୈଠକରେ ବିଜୁ ଜନତା ଦଳର ଦଳୀୟ ବ୍ୟାନର୍ ଲାଗିଥିଲା । ନିର୍ବାଚନ ଆୟୋଗଙ୍କ ଗାଇଡଲାଇନକୁ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରୁଛି ବୋଲି ବିଜେପି କହିଛି... ଅଧିକ ପଢ଼ନ୍ତୁ...

20:27 PM

ହୋଲିରେ ଛାଇଗଲା ନିର୍ବାଚନ ରଙ୍ଗ; ଜାଣନ୍ତୁ କିପରି
ମାର୍ଚ୍ଚ ୨୫ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇସାରିଛି ରଙ୍ଗର ପର୍ବ ହୋଲି। ହେଲେ ଏଥର ହୋଲି ଅବସରରେ ଦେଶର କୋଣ ଅନୁକୋଣରେ ରହିଥିବା ସମସ୍ତ ବଜାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ପିଚକାରୀ ଚାହିଦା ବହୁତ ଉଚ୍ଚରେ ରହିଥିଲା। ଦେଶର ବିଭିନ୍ନ ରାଜ୍ୟର ବଜାରରେ ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଥିବା ପିଚକାରୀ ଏବଂ ମୁଖ୍ୟା ବହୁଳ ମାତ୍ରାରେ କିଣିଥିଲେ। ଚଳିତ ବର୍ଷ ହୋଲି ପାଳନରେ ରାଜନୈତିକ ରଙ୍ଗ ଛାଇ ଯାଇଥିଲା। ଯାହା ଲୋକଙ୍କୁ ବେଶ ପ୍ରଭାବିତ କରିଥିଲା। ଯାହାର ପ୍ରମାଣ ହେଉଛି ବଜାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ମୁଖା ସହ ପିଚକାରୀ ବହୁଳ ମାତ୍ରାରେ ବିକ୍ରି ହୋଇଥିବାର ଜଣାପଡ଼ିଛି।

ପଢନ୍ତୁ ପୁରା ଖବର

20:25 PM

ରାଉରକେଲାରେ କାଳବୈଶାଖୀର କରାଳ ତାଣ୍ଡବ

ରାଉରକେଲାରେ ବଜ୍ରାଘାତ କାରଣରୁ ଜଣେ ବ୍ୟକ୍ୟତିଙ୍କର ମୃତ୍ୟୁ ହୋଇଥିବା ସମୟରେ ଜଣେ ଗୁରୁତର ଥିବା ଜଣାପଡିଛି ।

20:15 PM

ହୋଲି ପାଇଁ ବଦଳିଲା ‘ମୋ ବସ୍‍’ ସମୟ ନିର୍ଘଣ୍ଟ, ବନ୍ଦ ରହିବ ଇ ରାଇଡ୍‍
ଆସନ୍ତା କାଲି କ୍ରୁଟ୍‍ ପକ୍ଷରୁ ଚାଲୁଥିବା ମୋ ଇ -ରାଇଡ୍‍  ସେବାକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି। ଅପରପକ୍ଷେ ମୋ ବାସ୍‍ ସେବାକୁ ପୁନଃ ନିର୍ଘଣ୍ଟ କରାଯାଇଛି। କ୍ୟାପିଟାଲ୍‍ ରିଜନ୍‍ ଅର୍ବାନ୍‍ ଟ୍ରାନ୍ସପୋର୍ଟ ( କ୍ରୁଟ) ପକ୍ଷରୁ ଏଥିନେଇ ପୁନଃନିର୍ଦ୍ଧାରଣ ସମୟ ନିର୍ଘଣ୍ଟ ପ୍ରକାଶ କରାଯାଇଛି।

Post- 

https://x.com/crut_bbsr/status/1772266330734944405?s=48

20:08 PM

ଭଞ୍ଜନଗରରେ କାଳବୈଶାଖୀର କରାଳ ତାଣ୍ଡବ, ବଜ୍ରଘାତରେ ୫୦ ଛେଳି ମୃତ, ୪ଗୁରୁତର

ବଡ଼ଗଡ଼ ଥାନା ନୂଆଗାଁ ଅଞ୍ଚଳରେ ଛେଳି ଚରାଉଥିବା ସମୟରେ ବଜ୍ରପାତ ହେବା କାରଣରୁ ୫୦ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏଥିସହ ୪ ଜଣ ବ୍ୟକ୍ତି ଆହତ ହୋଇ ବଡଗଡ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି ।

19:50 PM

ୟୁଟ୍ୟୁବର ମୋନାଲିସା ଭଦ୍ର ଫେରାର୍, ଖୋଜୁଛି ବନ ବିଭାଗ

ଯାଜପୁର: ବିଭିନ୍ନ ପଶୁ ପକ୍ଷୀଙ୍କ ସହିତ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରି ଟଙ୍କା ରୋଜଗାର କରୁଥିଲେ ଯାଜପୁରର ଚର୍ଚ୍ଚିତ ୟୁଟୁବର ମୋନାଲିସା ଭଦ୍ର । ତାଙ୍କ ଭିଡିଓରେ ବିଶେଷ କରି ମାଙ୍କଡଙ୍କୁ ଖାଇବାକୁ ଦେବା ସହ ଘୋଡାରେ ଚଢି ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । କେବଳ ସେତିକି ନୁହେଁ ସାପ ସହିତ ଭିଡିଓ କରିବା ସମୟରେ ସାପ ଚୋଟରେ ଆଘାତ ହେବାର ଭିଡିଓ ମଧ୍ୟ ମୋନାଲିସା ସୋସିଆଲ ମିଡିଆରେ ସେୟାର କରିଥିଲେ । ଅଧିକ ପଢ଼ନ୍ତୁ...

19:20 PM

AirTelର ଜବରଦସ୍ତ ପ୍ଲାନ୍, ବର୍ଷେ ପର୍ଯ୍ୟନ୍ତ ନାହିଁ ରିଚାର୍ଜ ଟେନସନ୍

AirTel Recharge Plan: ଆଜି ଆପଣଙ୍କୁ ଏୟାରଟେଲର ଏକ ଜବରଦସ୍ତ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ ଦୀର୍ଘ ବୈଧତା ମିଳିବ । ଏହା ବ୍ୟତୀତ ଡାଟା, କଲ୍ ଏବଂ SMS ଭଳି ସମସ୍ତ ସୁବିଧା ମଧ୍ୟ ଆପଣ ଏହି ପ୍ଲାନରେ ପାଇପାରିବେ । ଅଧିକ ପଢ଼ନ୍ତୁ...

18:11 PM

ଫୋନ୍-ଟ୍ୟାପିଂ ମାମଲା ପାଇଁ ବିବାଦରେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ
୨୦୨୪ ନିର୍ବାଚନ ପୂର୍ବରୁ ଫୋନ୍-ଟ୍ୟାପିଂ ମାମଲାକୁ ନେଇ ସଗଗରମ ହୋଇଉଠିଛି ତେଲେଙ୍ଗାନା ରାଜନୀତି। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ପ୍ରଥମ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ବିଆରଏସ ସରକାର ସମୟରେ ବିରୋଧି ଦଳର ନେତାଙ୍କ ଫୋନ ବେଆଇନ ଭାବେ ଟ୍ୟାପିଂ କରି ସଂଗୃହିତ ହୋଇଥିବା ଇଲେକ୍ଟ୍ରୋନିକ୍ ତଥ୍ୟ ପୁନର୍ବାର ସଂଗ୍ରହ କରାଯାଇଥିଲା। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ଏବେ ଆମେରିକାରେ ରହିଥିବାର ଜଣାପଡ଼ିଛି। ତାଙ୍କ ନାମରେ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି।

ପଢନ୍ତୁ ପୁରା ଖବର

17:50 PM

Holi Tips:ହୋଲି ରଙ୍ଗରେ ତ୍ୱଚା ହୋଇଯାଇଛି ଲାଲ ? ନଡ଼ିଆ ତେଲ ଦେବ ଆଶ୍ୱସ୍ତି

ଖୁସି ଏବଂ ରଙ୍ଗର ପର୍ବ ହୋଲି । ସମସ୍ତେ ଏହି ପର୍ବକୁ ଉତ୍ସାହର ସହ ପାଳନ କରନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଜୈବିକ ରଙ୍ଗ ଏବଂ ଅଭୀରରେ ରଙ୍ଗ ଖେଳିବାକୁ ସବୁବେଳେ ପରାମର୍ଶ ଦିଅନ୍ତି । ଅଧିକ ପଢ଼ନ୍ତୁ...

17:20 PM

Holi 2024: ଆପଣଙ୍କ ସ୍ମାର୍ଟଫୋନରେ କିପରି ଉଠାଇବେ ରଙ୍ଗୀନ ଫଟୋ? ଜାଣନ୍ତୁ ଖାସ୍ ଟିପ୍ସ

Holi 2024: ଦେଶରେ ଆଜି ହୋଲି ପାଳନ କରାଯାଇଛି । କିନ୍ତୁ କିଛି ସ୍ଥାନରେ ଆସନ୍ତାକାଲି ଏବଂ ପଞ୍ଚୁଦୋଳ ମଧ୍ୟ ପାଳନ କରାଯିବ । ତେବେ ହୋଲି ପାଳନ ସମୟରେ ଆପଣ କିପରି ସ୍ମାର୍ଟଫୋନ୍ ବ୍ୟବହାର କରି ଭଲ ଫଟୋ ଉଠାଇ ପାରିବେ ସେନେଇ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛି କିଛି ଖାସ୍ ଟିପ୍ସ । ଯାହାଦ୍ୱାରା ଆପଣ ଉଠାଇଥିବା ଫଟୋ ଆହୁରି ଭଲ ହୋଇପାରିବ । ଅଧିକ ପଢ଼ନ୍ତୁ...

16:45 PM

Ayodhya Holi: ପ୍ରଭୁ ଶ୍ରୀରାମ ଖେଳିଲେ ପ୍ରଥମ ହୋଲି, ଭକ୍ତିର ରଙ୍ଗରେ ଝୁମିଲା ଅଯୋଧ୍ୟା

Ram Janmabhoomi: ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ମୁଖ୍ୟ ପୁରୋହିତ ତଥା ପଣ୍ଡିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବା ପରେ ଆଜି ପ୍ରଥମ ହୋଲି ପାଳନ କରାଯାଇଛି । ପ୍ରଭୁଙ୍କ ପ୍ରତିମାକୁ ବିଭିନ୍ନ ଫୁଲରେ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ଅଧିକ ପଢ଼ନ୍ତୁ...

16:13 PM

 

ହୋଲିରେ ଉତ୍ସବ ମୁଖର ହୋଇଉଠିଲା ମଥୁରା-ବୃନ୍ଦାବନ; ରାଧାକୃଷ୍ଣଙ୍କ ସହ ରଙ୍ଗ ଖେଳିଲେ ଭକ୍ତ
ମାର୍ଚ୍ଚ ୨୫ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ରଙ୍ଗର ପର୍ବ ହୋଲି। ଦେଶରେ ଅନେକ ସ୍ଥାନ ଅଛି ଯେଉଁଠିକାର ହୋଲି ହେଉଛି ବିଶ୍ୱ ପ୍ରସିଦ୍ଧ। ଯାହା ମାଧ୍ୟରୁ ଅନ୍ୟତମ ହେଉଛି ମଥୁରା-ବୃନ୍ଦାବନ। ଏଠାରେ ବିଭିନ୍ନ ପ୍ରକାରର ହୋଲି ଖେଳିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ମଥୁରା ଠାରେ ଏକ ଅନନ୍ୟ ପ୍ରକାରର ହୋଲି ପାଳନ ହେଉଥିବାର ଦେଖିବାକୁ ପାଇବେ। ଦେଶ ତଥା ବିଦେଶରୁ ଅନେକ ଲୋକ ହୋଲି ଖେଳିବା ପାଇଁ ମଥୁରା ନଗରୀ ଆସିଥାନ୍ତି।

ପଢନ୍ତୁ ପୁରା ଖବର

 

16:00 PM

Top 10 News Today:

ସଂକ୍ଷେପରେ ଅପରାହ୍ନର ୧୦ଟି ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:50 PM

ବଲାଙ୍ଗୀର ତୁରେକେଲାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବଲାଙ୍ଗୀର: ମଧ୍ୟରାତ୍ରୀରେ ଜଣେ ନାବାଳିକାଙ୍କୁ ଘରୁ ଉଠାଇନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଘରେ ନାବାଳିକାଙ୍କୁ ନପାଇ ଘରଲୋକେ ଖୁବ୍ ଖୋଜା ଖୋଜି କରିଥିଲେ ଶେଷରେ ଘରଠୁ କିଛି ଦୂରରେ ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ । ତୁରନ୍ତ କଣ୍ଟାବାଞ୍ଝି ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରିବା ପରେ ନାବାଳିକାଙ୍କର ଚେତା ଫେରିଥିବା ଜଣାପଡିଛି । ତୁରେକେଲା ଥାନା ଅନ୍ତର୍ଗତ ଏକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ...

15:20 PM

Sahara India Refund List: ମିଳିବ ସାହାରା ଟଙ୍କା, ଫେରସ୍ତ ନେଇ ଆସିଲା ନୂଆ ତାଲିକା

Sahara India Refund List: ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲରେ ନିଜ ନାମ ପଞ୍ଜୀକୃତ କରିଥିବା ନିବେଶକମାନେ ବର୍ତ୍ତମାନ ସରକାରୀ ୱେବସାଇଟ୍ ପରିଦର୍ଶନ କରି ତାଲିକାରେ ସେମାନଙ୍କ ନାମ ଯାଞ୍ଚ କରିପାରିବେ। ଆପଣଙ୍କୁ କହିରଖୁଛୁ ଯେ, ନୂତନ ତାଲିକା ସାହାରା ଇଣ୍ଡିଆ ପୋର୍ଟାଲରେ ପ୍ରକାଶିତ ହୋଇଛି । ଯଦି ଆପଣଙ୍କ ନାମ ସେଥିରେ ଥାଏ ତେବେ ଆପଣ ନିଜ ଟଙ୍କା ଫେରସ୍ତ ପାଇପାରିବେ । ଅଧିକ ପଢ଼ନ୍ତୁ...

14:15 PM

୧୧ହଜାର କଫ୍‍ଶିରପ ବୋତଲ ସହ ୨୬ ଗିରଫ
Odisha News Live Updates: 
ସମ୍ବଲପୁରରେ ୧୦ ହଜାର ୮୦୦ କଫଶିରପ ଜବତ ହେବା ସହ  ୨୬ ଜଣ ଗିରଫ ହୋଇଛନ୍ତି। କୋଲକତାରୁ ଏହି କଫଶିରଫ ଆଣି ସେମାନେ ବୋଆଇନ ଭାବେ କାରବାର କରୁଥିଲେ। ଏ ବିବାଦରେ ସୂଚନା ପାଇଁ ସମ୍ବଲପୁର ଏସ୍‍ପି ସମ୍ପୂର୍ଣ୍ଣ ରାକେଟ୍‍କୁ ଧରି ବିପୁଳ ପରିମାଣରେ କପ୍‍ଶିରପ ବୋତଲ ଜବତ କରିଛନ୍ତି। ଅଭିଯୁକ୍ତମାନଙ୍କ ଘର ସମ୍ବଲପୁର, ବରଗଡ଼ ଏବଂ ସୋନପୁରରେ ବୋଲି ପୁଲିସ କହିଛନ୍ତି। ଏମାନଙ୍କ ଭିତରୁ କିଛି ପୂର୍ବରୁ ଏପରି ବେଆଇନ କଫ ଶିରପ୍‍ ବିକ୍ରି କରି ଧରା ପଡ଼ିଥିଲେ। ଅଭ୍ୟାସଗତ ନିୟମ ଉଲ୍ଳଂଘନକାରୀ ହୋଇଥିବାରୁ ଏ ବାବଦରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତିସମ୍ବଲପୁର ଆରକ୍ଷୀ ଅଧିକ୍ଷକ। 

13:45 PM

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

Odisha News Live Updates: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳ ଡିଆଁ କାର୍ଯ୍ୟକ୍ରମ । ବିଜେଡିକୁ ବାଏ ବାଏ କହିଲେ ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ପୂର୍ଣ୍ଣଚନ୍ଦ୍ର ସେଠୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣ ଦେଖା କରାଯିବାରୁ ସେ ବିଜେଡି ଛାଡ଼ିଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ ଭୋଟରେ ଜିତି ଥିଲି। କିଛି କାରଣ ବଶଃତ ମୋତେ ୨୦୧୯ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିଲା। ହେଲେ ଦଳ ଟିକେଟ ଦେଇଥିବା ପ୍ରାର୍ଥୀପାଇଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ମୁଁ ପ୍ରଚାର ମଧ୍ୟ କରିଥିଲି। ତା’ପରେ ବି ମୋତେ ଦଳ ଭିତରେ ଅଣଦେଖା କରାଗଲା। ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଦେଲି।

13:30 PM

ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍‌ ଚୋରି

Odisha News Live Updates: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍‌ ଚୋରି ହୋଇଯାଇଛି। ଏନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ୬ ଦିନ ବିତିବାକୁ ବସିଥିବା ବେଳେ ପୁଲିସ୍‌ କାର୍‌ ଚୋରଙ୍କ ସନ୍ଧାନ ପାଇ ପାରିନି। ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚ୍ୟୁନର କାର୍‌ ଗତ ୧୯ ତାରିଖରେ ସର୍ଭିସିଂ ପାଇ ଯାଇଥିବା ବେଳେ ଚୋରି ହୋଇ ଯାଇଛି। ମଲ୍ଲିକାଙ୍କ କାର୍‌ ଡ୍ରାଇଭର ଯୋଗିନ୍ଧର ସିଂ ଏନେଇ ଗତ ୧୯ ତାରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

13:15 PM

ହୋଲି ଖେଳିଲେ ଶିବରାଜ ସିଂହ
 
Odisha News Live Updates:
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ମଧ୍ୟ ଉତ୍ସାହର ସହ ହୋଲି ପର୍ବ ପାଳନ କରିଥିଲେ। ସେ କହିଥିଲେ ମୁଁ ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। ଏହା ଏକ ପର୍ବ ଯେଉଁଥିରେ ଲୋକମାନେ ସେମାନଙ୍କର ସମସ୍ତ ପାର୍ଥକ୍ୟ ଭୁଲିଯାଆନ୍ତି ଏବଂ ଏକାଠି ହୋଇଥାନ୍ତି। ଏହା ସହ ରଙ୍ଗ ବେରଙ୍ଗରେ ଭିଜିଥାନ୍ତି।  

 

13:00 PM

ନନ୍ଦନକାନନରେ ନୂଆ ଅତିଥି, ପୁଣି ଥରେ ମାଆ ହେଲା ଏସୀୟ ସିଂହୀ ରେବା

Odisha News Live Updates: ନନ୍ଦନକାନନକୁ ଆସିଛନ୍ତି  ତିନି ନୂଆ ଅତିଥି । ରବିବାର ଦିନ ପୁଣି ଥରେ ମାଆ ହୋଇଛି ଏସୀୟ ସିଂହୀ ରେବା। ରେବା ରବିବାର ଦିନ ତିନୋଟି ଶାବକକୁ ଜନ୍ମ ଦେଇଛି।  ଯାହାକୁ ନେଇ ନନ୍ଦନକାନନ ପରିସରରେ ଖୁସିର ଲହରୀ ଖେଳି ଯାଇଛି। କାହିଁକିନା ଦ୍ବିତୀୟ ଥର ମାଆ ହୋଇଛି ରେବା।  ସିଂହୀ ରେବା ଓ ସିଂହ ଜିତ୍ ଙ୍କ ମିଳନରୁ ଏହି ତିନି ଶାବକ ଜନ୍ମ ହୋଇଛନ୍ତି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

12:45 PM

ବର୍ଷିଲେ ଐରଖାରବେଳ

Odisha News Live Updates:  ଓଡ଼ିଶା ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଘୋଷଣା ହେଉ ହେଉ ଦଳରେ ଆରମ୍ଭ ହେଲା ବିଦ୍ରୋହ। ବିଦ୍ରୋହର ଶଙ୍ଖ ଫୁଙ୍କିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ବାଲେଶ୍ବରରେ ଆଜି ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ବିଦ୍ରୋହ ଘୋଷଣା କରିଛନ୍ତି। ଏହି ବିଦ୍ରୋହ ବାଲେଶ୍ବରରେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି। ଘଟଣା ହେଲା, ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇଥିଲେ। ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ। ତେଣୁ ବାଲେଶ୍ବର ଆସନରୁ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇବା ସ୍ବାଭାବିକ କଥା।

12:30 PM

ମହରଗ ଆଳୁ ଦର

Odisha News Live Updates: ଖରାଦିନ ପୂର୍ବରୁ ବଜାରରେ ମହରଗ ଆଳୁ। ଅମଳ ସମୟରେ ବି ଉଚ୍ଚା ଦର। ପଖାଳ ସହ ଆଳୁ ସିଝା ଖାଇବାକୁ ବି ଲାଗୁଛି କଷ୍ଟ। ସାରା ରାଜ୍ୟରେ ଏବେ ନୂଆ ଆଳୁ ଆସିଥିବା ବେଳେ ହୋଲସେଲ୍‌ କିଲୋପ୍ରତି ୨୦ ଟଙ୍କା ଏବଂ ଖୁଚୁରା ବଜାରରେ ୨୫ ଟଙ୍କା ବିକ୍ରି ହେଉଛି। ଚାହିଦା ଅନୁସାରେ କୋଲକାତାରୁ ଆଳୁ ଆସୁଥିବା ବେଳେ ଏବେ ପରିବହନ ଖର୍ଚ୍ଚ ଅଧିକ ରହୁଛି। ତା ସହ ଲେବର ଚାର୍ଜ ମିଶିଲେ କିଲୋ ପ୍ରତି ୧୦ ଟଙ୍କା ରୁ ଅଧିକ ଖର୍ଚ୍ଚ ହେଉଛି। ତେଣୁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ।

12:15 PM

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ

Odisha News Live Updates: ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍। ଆଉ ଦିନ କେଇଟା ପରେ ଗଣତନ୍ତ୍ରର ମହାପର୍ବ। ଏହାରି ଭିତରେ ରାଜନୈତିକ ଦଳଗୁଡିକ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କଲେଣି। ଲୋକସଭା ଟିକେଟ ନ ମିଳିବାରୁ ଜଣେ ସାଂସଦ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଲିକାରେ ନାଁ ନଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କାଣ୍ଡ ଭିଆଇଥିବା କୁହାଯାଉଛି। ଏପରି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁରେ। କୀଟନାଶକ ପିଇ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ MDMK ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।

11:45 AM

ଟିକେଟ ମିଳିବା ପରେ ଅପରାଜିତାଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା

Odisha News Live Updates: ଓଡ଼ିଶାର ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏଥିପାଇଁ ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଦଳ ଅନୁଭବ କରିଛି ଯେ ମୁଁ ଗତ ପାଞ୍ଚ ବର୍ଷ ମଧ୍ୟରେ ଭଲ କାମ କରିଛି ଏବଂ ସେଥିପାଇଁ ମୁଁ ଟିକେଟ ପାଇଛି। ଷଡ଼ଙ୍ଗୀ ଦାବି କରିଛନ୍ତି ଯେ କୌଣସି ପରିସ୍ଥିତିରେ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ଅତି କମରେ ୧୫ଟି ଜିତିବ ଏବଂ ଏହା ସହିତ ଆମେ ଓଡିଶାରେ ମଧ୍ୟ ସରକାର ଗଠନ କରିବୁ।

 

11:20 AM

ଭସ୍ମ ଆଳତୀ ବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ, ୧୩ ଗୁରୁତର

Odisha News Live Updates: ହୋଲିରେ ଘଟିଲା ଅଘଟଣ।  ମହାକାଳଙ୍କ ପାଖରେ ଭଷ୍ମ ଆଳତୀ ଚାଲିଥିବା ବେଳେ ଗର୍ଭଗୃହରେ ଲାଗିଲା ନିଆଁ।  ଏହି ଅଗ୍ନିକାଣ୍ତରେ ୧୩ ଜଣ ଗୁରୁତର ( 13 injured) ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।  ବର୍ତ୍ତମାନ ଚିକିତ୍ସା ଅବସ୍ଥାରେ ରହିଛନ୍ତି ଅଗ୍ନିକାଣ୍ଡର ଗୁରୁତର। ସେପଟେ ସମୟ ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଛି । ଏହି ଘଟଣାକୁ ନେଇ ମନ୍ଦିର ପରିସରରେ ଥିବା ସମସ୍ତ ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସେପଟେ, ଉଜୈନ୍ ଜିଲ୍ଲାପାଳ ନୀରଜ କୁମାର ସିଂହ କହିଛନ୍ତି ଯେ ,ନିଆଁକୁ ଆୟତ୍ତ କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ପଢନ୍ତୁ ପୂରା ରିପୋର୍ଟ...

11:01 AM

କଙ୍ଗନାଙ୍କ ବିଜୟ ଉପରେ ଭରଷା ଦେଲେ ଜୟରାମ ଠାକୁର

Odisha News Live Updates: ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି। କଙ୍ଗନାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରତିକ୍ରିୟା ପ୍ରକାଶ ପାଇଛି। ହିମାଚଳ ପ୍ରଦେଶର ବିରୋଧୀ ଦଳର ନେତା ଜୟରାମ ଠାକୁର କହିଛନ୍ତି ଯେ ରାଜନୀତି କ୍ଷେତ୍ର ତାଙ୍କ ପାଇଁ ନୂଆ ହୋଇପାରେ କିନ୍ତୁ ମୁଁ ଦେଖିଛି ଯେ ସେ କେଉଁ କ୍ଷେତ୍ରରେ କାମ କରିଛନ୍ତି ସେ ହିମାଚଳଙ୍କ ନାମ ବଢାଇଛନ୍ତି। ମୁଁ ନିଶ୍ଚିତ ଯେ ସେ ରାଜନୀତିରେ ମଧ୍ୟ ଚମତ୍କାର କାର୍ଯ୍ୟ କରିବେ ଏବଂ ଏକ ବଡ଼ ବିଜୟ ହାସଲ କରିବେ।

10:45 AM

ଅମୃତସରରେ ହୋଲି ଖେଳିଳେ ଯବାନ
Odisha News Live Updates:
ପଞ୍ଜାବର ଅମୃତସରରେ ହୋଲି ଅବସରରେ ବିଏସ୍ଏଫ୍ ଯବାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା। ଯବାନମାନେ ସ୍ୱତନ୍ତ୍ର ଭାବେ ମୁଖ୍ୟାଳୟରେ ହୋଲି ପାଳନ କରିଛନ୍ତି।

 

10:30 AM

ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Odisha News Live Updates: ସୋମବାର ସକାଳେ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀର ଅଲିପୁର ଅଞ୍ଚଳରେ ଅବସ୍ଥିତ ଏକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ୩୦ରୁ ଅଧିକ ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କୌଣସି ଆହତଙ୍କ ସମ୍ପର୍କରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ।

 

10:15 AM

କୋଲକାତାରେ ହୋଲି ପାଳନ 
Odisha News Live Updates:
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମଧ୍ୟ ଲୋକମାନେ ହୋଲି ଉତ୍ସବକୁ ଜାରଦାର ପାଳନ କରୁଛନ୍ତି। ପରସ୍ପରକୁ ରଙ୍ଗ ଲଗାଇ ହୋଲି ଶୁଭକାମନା ଜଣାଇଛନ୍ତି। 

 

10:00 AM

ଆମେରିକାରେ ହୋଲି ପାଳନ
Odisha News Live Updates:
ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ମଧ୍ୟ ହୋଲି ଉତ୍ସବ ଦେଖିବାକୁ ମିଳୁଛି। ଲୋକମାନେ ସହରର ଡୁପଣ୍ଟ ସର୍କଲରେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପର୍ବ ପାଳନ କରିଥିଲେ।

 

09:55 AM

ନନ୍ଦନକାନରେ ନୂଆ ଅତିଥି 
Odisha News Live Updates:
ରବିବାର ନନ୍ଦନକାନନକୁ ଆସିଛନ୍ତି ୩ ନୂଆ ଅତିଥୀ । ଏସୀୟ ସିଂହୀ ରେବା ଗର୍ଭରୁ ଜନ୍ମ ନେଇଛନ୍ତି ୩ ସିଂହ ଶାବକ । ପ୍ରଥମ ଗର୍ଭରୁ ଛୁଆ ଜନ୍ମ କରିବା ପରେ ସିଂହୀ ରେବା ନବଜାତକଙ୍କ ଯତ୍ନ ନେଉ ନାହିଁ । ତେଣୁ ତିନି ଶାବକଙ୍କୁ ରିଅରିଂ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ସିଂହୀ ରେବା ଓ ସିଂହ ଜିତଙ୍କ ମିଳନରୁ ଏହି ତିନି ଶାବକ ଜନ୍ମ ହୋଇଛନ୍ତି ।

09:45 AM

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚିଠିର ହେବ ତଦନ୍ତ

Odisha News Live Updates: ଅଡୁଆରେ ଦିଲ୍ଲୀ ସରକାରର ଜଳ ମନ୍ତ୍ରୀ ଆତିଶୀ ମର୍ଲେନା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଜଳ ସମସ୍ୟାର ସମାଧାନ ପାଇଁ ବିଭାଗର ମନ୍ତ୍ରୀ ଆତିଶୀ ମର୍ଲେନାଙ୍କୁ ଲେଖିଥିବା ଚିଠିର ତଦନ୍ତ କରିବ ଇଡି। ଗତକାଲି ଆତିଶୀ ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ହେପାଜତରେ ଥାଇ ଦିଲ୍ଲୀବାସୀଙ୍କ ପିଇବା ପାଣି ନେଇ ଚିନ୍ତିତ। ଏହାପରେ କେଜ୍ରିୱାଲ ଲେଖିଥିବା ଏକ ଚିଠିକୁ ଦେଖାଇଥିଲେ। ଏବେ ଏହାକୁ ନେଇ ଇଡି ସନ୍ଦେହ ପ୍ରକାଶ କରିଛି। ହେପାଜତରେ ଥିବା ବେଳେ କୌଣସି ଷ୍ଟେସନାରୀ ଜିନିଷ ଅନୁମତି ନାହିଁ। ଏପରି ସ୍ଥିତିରେ ଆତିଶୀ କିଭଳି ଚିଠି ପାଇଲେ ତାର ତଦନ୍ତ କରିବ ବୋଲି ସୂଚନା ରହିଛି। ତେଣୁ ଆତିଶୀଙ୍କୁ ଇଡି ପଚରାଉଚରା କରିବ ବୋଲି ଜଣାପଡିଛି। ସେହିପରି ସିସିଟିଭି ଫୁଟେଜ ମଧ୍ୟ ଯାଂଚ କରିପାରେ।

09:15 AM

ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

08:50 AM

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ପୁରୀ ସାଂସଦ ପ୍ରାର୍ଥୀ
Odisha News Live Updates:
ଜଗନ୍ନାଥ ପୁରୀ ମନ୍ଦିରରେ ହୋଲି ଅବସରରେ ବିଜେପି ନେତା ତଥା ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପୂଜାର୍ଚ୍ଚନା କରିଥିଲେ। ସେ କହିଛନ୍ତି ଯେ ହୋଲିର ଏହି ଶୁଭ ଦିନରେ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ ଦେଇଥିଲି ଯେ ସେ ମୋତେ ତାଙ୍କ ସେବାରେ ଡାକିଛନ୍ତି।

 

 

08:30 AM

କାହିଁକି ଭରସା ହରାଇଲେ ନିର୍ବାଚିତ କେନ୍ଦ୍ରମନ୍ତ୍ରୀ
Odisha News Live Updates: କେନ୍ଦ୍ରରେ ଓଡ଼ିଶା ସହ ସମ୍ପର୍କ ରଖିଥିବା ତଥା କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ଥିବା ତିନିଜଣଙ୍କ ଭିତରୁ ଦୁଇଜଣ ପୁଣିଥରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଆସ୍ଥା ଜିତିଥିବାବେଳେ ଭରସା ହରାଇଛନ୍ତି ଏକମାତ୍ର ଲୋକସଭାରୁ ନିର୍ବାଚିତ ହୋଇ ମନ୍ତ୍ରୀ ଆସନ ଲାଭ କରିଥିବା ବିଶ୍ୱେଶ୍ୱର ଟୁଡୁ। ସାନ୍ତାଳ ସମ୍ପ୍ରଦାୟର ଏହି ନେତାଙ୍କୁ ଏଥର ପ୍ରାର୍ଥୀ ତାଲିକାରୁ ବାଦ୍‍ ଦେବା ପଛରେ କି କାରଣ ରହିଛି? କାହିଁକି ଜଣେ କ୍ଷମତାସୀନ ମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯୋଗ୍ୟ ହୋଇ ନାହାନ୍ତି? ପଢନ୍ତୁ ପୂରା ରିପୋର୍ଟ...

08:10 AM

ଆଜି ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

Odisha News Live Updates: ଆଜି ପବିତ୍ର ଦୋଳ ପୂର୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ପାଳିତ ହେଉଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ,ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ବିଜେ କରିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ  ଓ ଅବିରରେ ହୋଲି  ଖେଳିବେ । ପରମ୍ପରା ଅନୁସାରେ ଆଜି ଦୋଳବେଦୀରେ ମହାପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଅନ୍ୟପଟେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହେଇଛି  । ରତ୍ନ ସିଂହାସନ ଉପରେ ସକାଳୁ ମହାପ୍ରଭୁ ସୁନାବେଶରେ ସଜିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗତକାଲି ରାତିରେ ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଶେଷ ହୋଇଛି ।  ପଢନ୍ତୁ ପୂରା ରିପୋର୍ଟ...

07:56 AM

ଲଣ୍ଡନରେ ଭାରତୀୟ Ph.D ଛାତ୍ରୀଙ୍କୁ ହତ୍ୟା

Odisha News Live Updates: ଲଣ୍ଡନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ଗୁଡଗାଓଁର ୩୩ ବର୍ଷୀୟ ଚିଷ୍ଠା କୋଚର। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସରେ ଡକ୍ଟରେଟ କରୁଥିବା ଜଣାପଡ଼ିଛି। ତେବେ ତାଙ୍କୁ ଗତ ୧୯ ତାରିଖରେ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେ ସାଇକେଲ ଯୋଗେ ଯାଉଥିବା ବେଳେ ତାଙ୍କୁ ଏକ ଲରି ଟ୍ରକ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 

07:40 AM

ଭାରତ ସହିତ ବ୍ୟବସାୟ କରିବ ପାକିସ୍ତାନ !

Odisha News Live Updates: ଭାରତ ସହିତ ପୁନର୍ବାର ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାକୁ ପାକିସ୍ତାନରେ ସ୍ୱର ତେଜିବାରେ ଲାଗିଛି। ନିକଟରେ ପାକିସ୍ତାନର ନୂତନ ସରକାର ସୂଚାଇ ଦେଇଛନ୍ତି ଯେ ଭାରତ ସହ ବାଣିଜ୍ୟ ପୁନଃ ଆରମ୍ଭ ହୋଇପାରିବ। ତେବେ ସମ୍ପର୍କ କେବେ ସ୍ୱାଭାବିକ ହେବ କିମ୍ବା ବାଣିଜ୍ୟ ମାର୍ଗ କେବେ ଖୋଲିବ ସେନେଇ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ୨୦୧୯ରେ ପାକିସ୍ତାନ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ସମାପ୍ତ କରିଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର ସୂଚିତ କରିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ପୁଣି ଆରମ୍ଭ ହୋଇପାରିବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶନିବାର ସେ କହିଛନ୍ତି, 'ପାକିସ୍ତାନୀ ବ୍ୟବସାୟୀମାନେ ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ସରକାର ସମସ୍ତ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା କରି ଏହାର ସମ୍ଭାବ୍ୟତା ଅନୁସନ୍ଧାନ କରିବେ।

07:30 AM

ଆଜି ହୋଲି ଓ ପବିତ୍ର ଦୋଳ ଉତ୍ସବ

Odisha News Live Updates: ଆଜି ରଙ୍ଗର ପର୍ବ ହୋଲିକୁ ପାଳନ କରୁଛି ସମଗ୍ର ଦେଶ। ଓଡ଼ିଶାରେ ଦୋଳ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ ଜୀ ଓଡ଼ିଶା ପରିବାର ତରଫରୁ ସମସ୍ତ ପାଠକଙ୍କୁ ହୋଲି ଶୁଭେଚ୍ଛା।

07:28 AM

ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ 

Odisha News Live Updates: ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଓ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ ସକାଳ ୫ଟା ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଲିଙ୍କରେ କ୍ଲିକ କରି ଦେଖନ୍ତୁ ଭିଡ଼ିଓ...