Road Accident: ବ୍ରେକ୍ ଫେଲ୍ ହେଲା କାର୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ
Advertisement
Article Detail0/zeeodisha/odisha2244636

Road Accident: ବ୍ରେକ୍ ଫେଲ୍ ହେଲା କାର୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏବଂ ଏକାଧିକ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଓଲଟିଗଲା କାର୍। 

Road Accident: ବ୍ରେକ୍ ଫେଲ୍ ହେଲା କାର୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏବଂ ଏକାଧିକ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଓଲଟିଗଲା କାର୍। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ। ତାମିଲନାଡୁର ତିରୁଚି-ଚେନ୍ନାଇ ଜାତୀୟ ରାଜପଥ ନିକଟ ଇଜୁଥୁର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି।

ALSO READ: Weekly Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆସନ୍ତା ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

ସୂଚନା ଅନୁସାରେ, ଥାନଝାବୁର ଜିଲ୍ଲାର ଭଲମ୍ ଗାଁର ଏକ ପରିବାରର ୭ ସଦସ୍ୟ କାର ଯୋଗ ପୁଡୁଚେରୀ ଯାତ୍ରା କରୁଥିଲେ। ହେଲେ ଦୁର୍ଭାଗ୍ୟବସତଃ କାରଟିର ତିରୁଚି-ଚେନ୍ନାଇ ଜାତୀୟ ରାଜପଥ ନିକଟ ଇଜୁଥୁର ନିକଟରେ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ କାରଟି ଦୁର୍ଘଟଣାଗସ୍ତ ହୋଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ଏହାଦେଖି ପୋଲିସ୍ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ, ଡ୍ରାଇଭର ଭି.ପ୍ରବୀନ୍ କୁମାର(୩୮) , ଅମ୍ମୁ(୪୦) , ଆର୍ ନନ୍ଦନ୍ (୮)। ଏହି ୨ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।  ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।