Odisha Daily News Live: ତତଲା କଡେଇରେ ୧୨ ରାଜ୍ୟ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର କିଛି ତାଜା ଖବର
Advertisement
Article Detail0/zeeodisha/odisha2214236

Odisha Daily News Live: ତତଲା କଡେଇରେ ୧୨ ରାଜ୍ୟ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ତତଲା କଡେଇରେ ୧୨ ରାଜ୍ୟ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର କିଛି ତାଜା ଖବର
LIVE Blog
21 April 2024
22:50 PM

ଅକ୍ଷୟ ତୃତୀୟାରେ କରନ୍ତୁ ୪ଟି ବିଶେଷ ପ୍ରତିକାର, ମିଳିବ ଲକ୍ଷ୍ମୀଙ୍କ ଆଶୀର୍ବାଦ, ବଢିବ ସୁଖ ଓ ସମୃଦ୍ଧି

Akshaya Tritiya 2024: ହିନ୍ଦୁ ପାଞ୍ଜୀ ଅନୁଯାୟୀ ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟ ତିଥିରେ ପାଳନ କରାଯାଏ। ଏହାକୁ ଅବୁଝ ମୂହୁର୍ତ୍ତ କୁହାଯାଏ, ଏହି ଦିନଟି କୌଣସି ବି ଶୁଭ କାର୍ଯ୍ୟ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ଏହି ଦିନରେ ଧନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଅକ୍ଷୟ ତୃତୀୟାରେ, ଆପଣ କିଛି ସରଳ ଉପାୟ କରି ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ କରିପାରିବେ । ଅକ୍ଷୟ ତୃତୀୟା କେବେ ପଡ଼େ ଏବଂ ଏହି ଉପାୟ କିପରି କରିବେ ଆସନ୍ତୁ ଜାଣିବା। ଅଧିକ ପଢ଼ନ୍ତୁ...

22:20 PM

Weather Update: କରାଳ ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ବର୍ଷା ସହ ଉପୁଡିଲା ଗଛ

Weather News: ଆଦି ଦିନ ତମାମ ପ୍ରବଳ ତାତି ଅନୁଭୂତ ହୋଇଥିବା ସମୟରେ ସନ୍ଧ୍ୟାରେ କିଛି ସ୍ଥାନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ନୂଆପଡା ଖଡିଆଳରେ କୁଆପଥର ବର୍ଷା ସାଙ୍ଗକୁ ପବନ ହେବା ଫଳରେ ବିରାଟ ବିରାଟ ଗଛ ଉପୁଡି ରାସ୍ତାରେ ପଡିଥିଲା । ଫଳରେ ଦୀର୍ଘ ସମୟ ଧରି ଯାତାୟତ ଠପ୍ ହୋଇଥିଲା । ଅଧିକ ପଢ଼ନ୍ତୁ...

21:25 PM

ଜଳୁଛି ଶିମିଳିପାଳ, ନିଆଁ ଲିଭାଉଛନ୍ତି ୨୫ ଜଣିଆ ଦମକଳ ଏବଂ ଓଡ୍ରାଫ ଟିମ୍

ମୟୁରଭଞ୍ଜ: ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଆଉ ଭୟଙ୍କର ନିଆଁ ବ୍ୟାପିବା କାରଣରୁ ଅନେକ କ୍ଷୟକ୍ଷତି ମଧ୍ୟ ହେବାରେ ଲାଗିଛି । ଅଭୟାରଣ୍ୟର ଭିତର ଉଭୟ ଉତ୍ତର ଏବଂ ଦକ୍ଷିଣରେ ନିଆଁ ବ୍ୟାପିବା ଦ୍ୱାରା ଜୀବଜନ୍ତୁଙ୍କ ଉପରେ ଏହାର କୁ ପ୍ରଭାବ ପଡିବାରେ ଲାଗିଛି । ସମୁଦାୟ ୪୩ଟି ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

21:00 PM

Accident News: ଯାତ୍ରୀବାହୀ ଅଟୋକୁ ପିଟିଦେଲା ଟ୍ରକ୍, ୩ ମୃତ ୪ ଗୁରୁତର

Accident News: ଦଶାହ କର୍ମରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଅଟୋକୁ ପିଟିଲା ଟ୍ରକ୍ । ମୁହାଁ ମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ ହିଁ ୩ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହ ୪ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତଚ ଜୋଡ଼େଙ୍ଗା ନିକଟରେ ଘଟିଛି । ଅଧିକ ପଢ଼ନ୍ତୁ

20:30 PM

"ଯୋଗିନୀ" ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି 

Ollywood News: ଯୋଗିନୀ ଏକ ପରୀକ୍ଷାମୂଳକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଯାହା ଓଡ଼ିଆ ସିନେମା ଇତିହାସରେ କେବଳ ପ୍ରଥମ ନୁହେଁ ବରଂ  ଭାରତୀୟ ସିନେମା ଦୁନିଆରେ ଏପରି ସିନେମା ଆଗରୁ ତିଆରି ହୋଇନାହିଁ । ଦଶମ / ଏକାଦଶ ଶତାବ୍ଦୀର ପୃଷ୍ଠଭୂମିରେ ତିଆରି ଏ ସିନେମାକୁ ଦେଖିଲେ ମନେ ହେବ ଯେମିତି ପୃଥିବୀର ସବୁ ସ୍ତ୍ରୀ ଲୋକମାନଙ୍କ ଭିତରେ ଗୋଟେ ଯୋଗିନୀ ଅଛି । ଅଧିକ ପଢ଼ନ୍ତୁ...

20:05 PM

Budh Gochar 2024: ମେଷ ରାଶିରେ ବୁଧ ଚଳନ, ୩ ରାଶିକୁ ବ୍ୟବସାୟ ଓ ଚାକିରିରେ ଲାଭ

Budh Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ସମୟ ଅନୁଯାୟୀ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଦ୍ୱାରା ସମସ୍ତ ରାଶିକୁ ଏହାର ଶୁଭ-ଅଶୁଭ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ବୁଧଙ୍କ ରାଶି ପରିବର୍ତ୍ତନର ସକରାତ୍ମକ ପ୍ରଭାବ କେଉଁ ରାଶି ଉପରେ ପଡିବ । ଅଧିକ ପଢ଼ନ୍ତୁ

19:15 PM

ପୁଣି ଫେରିବ ଅତୀତ ! ଦୀର୍ଘ  ୨୨ ବର୍ଷ ପରେ ସିଦ୍ଧାନ୍ତ-ରଚନାଙ୍କ ନୂଆ ଫିଲ୍ମ !

Ollywood News: ଓଲିଉଡର ସଫଳ ଯୋଡ଼ି ସିଦ୍ଧାନ୍ତ- ରଚନାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର । ପୁଣିଥରେ ଦୀର୍ଘ ୨୨ ବର୍ଷ ପରେ ଆପଣ ନିଜ ପ୍ରିୟ ଯୋଡିଙ୍କ ଅଭିନିତ ନୂଆ ସିନେମା ପରଦାରେ ଦେଖିବାକୁ ପାଇବେ । ୨୦୦୨ ମସିହାରେ ଏହି ଯୋଡିଙ୍କ ଶେଷ ସିନେମା 'ସନ୍ତାନ' ରିଲିଜ୍ ହୋଇଥିଲା । ସିନେମାଟି ଖୁବ୍ ହିଟ୍ ହୋଇଥିଲେ ମଧ୍ୟ ତାପରେ କିଛି କାରଣ ପାଇଁ ସିଦ୍ଧାନ୍ତ ଏବଂ ରଚନାଙ୍କ ସିନେମା ଦେଖିବାରୁ ବଞ୍ଚିତ ଥିଲେ ଦର୍ଶକ । ପ୍ରତି ଓଡ଼ିଆଙ୍କ ଘରେ ଘରେ ପରିଚିତ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ନିଜ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତେବେ ଖୁସିର କଥା ହେଉଛି ଆଉଥରେ ପୁଣି ସେହି ପୁରୁଣା ଦିନ ଫେରି ଆସିବ । ସିଦ୍ଧାନ୍ତ-ରଚନା ଯୋଡିଙ୍କୁ ଆପଣ ରୂପେଲି ପରଦାରେ ପୁଣିଥରେ ଦେଖିପାରିବେ । ଅଧିକ ପଢ଼ନ୍ତୁ...

18:00 PM

Varsha Priyadarshini: ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

Varsha Priyadarshini: ଲୋକପ୍ରିୟ ସିନେ ନାୟିକା ବର୍ଷାପ୍ରିୟଦର୍ଶନୀ ବିଜେଡିରେ ମିଶିବା ପରେ ଦଳ ତାଙ୍କୁ ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଦାୟିତ୍ୱ ଦେଇଛି । ବିଧିବଦ୍ଧ ଭାବେ ଟିକଟ ମିଳିଥିବା ନେଇ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯିବା ପରେ ଗତକାଲି ବର୍ଷାପ୍ରିୟଦର୍ଶିନୀ ମାଆ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏଥିସହ ବିଜେଡି ସୁଯୋଗ ଦେଇଥିବାରୁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କିନ୍ତୁ ଆଜି ନବୀନ ନିବାସରେ ପହଞ୍ଚି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବର୍ଷାପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀଙ୍କ ସହ ବର୍ଷାଙ୍କର ବେଶ୍ କିଛି ସମୟ ଆଲୋଚନା ହୋଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

17:30 PM

Saptahik Rashifal: ୨୨ରୁ ୨୮ ଏପ୍ରିଲ୍ କେମିତି କଟିବ ? ଜାଣନ୍ତୁ ସାପ୍ତାହିକ ରାଶିଫଳ

Weekly Horoscope: ଏପ୍ରିଲ୍ ୨୨ରୁ ୨୮ ତାରିଖ ମଧ୍ୟରେ ଅନେକ ଶୁଭ ସମକକ୍ଷ ଏକ ସମୟରେ ଘଟୁଛି । ମୀନ ରାଶିକୁ ମଙ୍ଗଳ ଚଳନ ସହ ରାହୁ, ଶୁକ୍ର, ବୁଧ ଏବଂ ନେପଟୁନ୍ ସହିତ ପଞ୍ଚଗ୍ରାହି ଯୋଗ ସୃଷ୍ଟି କରୁଛି । ଏହି ଶୁଭ ଯୋଗର ପ୍ରଭାବ କାରଣରୁ କିଛି ରାଶିକୁ ଶୁଭ ଫଳ ମିଳିବାକୁ ଯାଉଛି । ଅଧିକ ପଢ଼ନ୍ତୁ...

16:30 PM

Odisha Daily News Live: ସର୍ଭିସ ଟ୍ୟାକ୍ସ ଦେବେ ବାବା ରାମଦେବ । ଏନେଇ ସୁପ୍ରିମକୋର୍ଟ ରାମଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅଭୟ ଏମ ଓକଙ୍କ ସହ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ରାମଦେବଙ୍କ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଗଣିବାକୁ ହେବ ।  ୨୦୦୬ ମସିହା ଅକ୍ଟୋବରରୁ ୨୦୧୧ ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ପ୍ରାୟ ୪.୫ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ଟ୍ରଷ୍ଟ ଯୁକ୍ତି ବାଢି କହିଛି ଯେ, ରୋଗର ଚିକିତ୍ସା ପାଇଁ ସେବା ଯୋଗାଇଥାଉ । ‘ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା’ ବର୍ଗରେ ଥିବାରୁ ଏହା ଟିକସ ଯୋଗ୍ୟ ନୁହେଁ।

16:00 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:45 PM

Odisha Daily News Live:  କଂଗ୍ରେସ ନେତା ରାହୁଲ ଗାନ୍ଧି ଅସୁସ୍ଥ ହୋଇପଡିଛନ୍ତି । ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଆଲାଏନ୍ସର ରାଲି ଠିକ୍ ପୂର୍ବରୁ ରାହୁଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ତେଣୁ ରାହୁଲ ରାଲିରେ ଯୋଗଦାନ କରିବେ ନାହିଁ ବୋଲି ଖବର ମିଳିଛି । କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ।

15:25 PM

Sahara India Refund: ଆପଣ ଫେରି ପାଇଛନ୍ତି କି ସାହାରା ଟଙ୍କା ? ଯଦି ନା ତେବେ ତାଲିକା କରନ୍ତୁ ଯାଞ୍ଚ

Sahara India Refund List: ଦେଶର ଅନେକ ଲୋକ ନିଜ କଷ୍ଟ ଅର୍ଜିତ ଧନକୁ ସାହାରା ଇଣ୍ଡିଆରେ ବିନିଯୋଗ କରିଥିଲେ । କିନ୍ତୁ କିଛି କାରଣରୁ କମ୍ପାନୀରେ ବିନିଯୋଗ ହୋଇଥିବା ସମସ୍ତ ଟଙ୍କା ନଷ୍ଟ ହୋଇଯାଇଥିଲା । ଯେଉଁ କାରଣ ପାଇଁ ସାହାରା ଇଣ୍ଡିଆରେ ବିନିଯୋଗ କରିଥିବା ଲୋକମାନେ ଚିନ୍ତିତ ଥିଲେ । ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଲୋକଙ୍କ ଟଙ୍କା ଫେରସ୍ତ କରିବାକୁ ଘୋଷଣା କରିଥିଲେ ... ଅଧିକ ପଢ଼ନ୍ତୁ...

14:33 PM

Odisha News Live updates: କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନ
ବେଗୁନିଆର କଂଗ୍ରେସ ବିଧାନସଭା ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଜି ବିଧାନସଭା ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ଲୋକସଭା ପ୍ରାର୍ଥୀ ୟାସିର ନୱାଜ୍ ନିଜର ହଜାର ହଜାର ସମର୍ଥକଙ୍କ ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି। ଦୁହେଁ ୫ ହଜାରରୁ ଅଧିକ ବାଇକ୍ ରାଲି କରାଯାଇ ଲୋକଙ୍କୁ ଭୋଟ୍ ଭିକ୍ଷା କରିଛନ୍ତି। ଉଭୟେ ଆଜି ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସୂଚନାଯୋଗ୍ୟ, ବେଗୁନିଆରେ ଏବେ ସୁଦ୍ଧା ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛି ।

13:59 PM

Odisha News Live Updates: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କଡ଼ା ଆଇନ: ଦେଶରେ ବିଦେଶୀଙ୍କର ଅଙ୍ଗ ପ୍ରତିରୋପଣର ଯାଞ୍ଚ୍ ହେବ
ଭାରତକୁ ଆସୁଥିବା ଏବଂ ଅଙ୍ଗ ପ୍ରତିରୋପଣ କରୁଥିବା ସମସ୍ତ ବିଦେଶୀ ରୋଗୀଙ୍କର ତଥ୍ୟ ଯାଞ୍ଚ୍ ହେବ। ରାଜ୍ୟମାନଙ୍କୁ ଦିଆଯାଇଥିବା ଆଦେଶରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କହିଛନ୍ତି ଥୋଟା ଆକ୍ଟ ୧୯୯୪ ଅନୁଯାୟୀ, ଦାୟୀ ଏଜେନ୍ସିଗୁଡିକ ମାଧ୍ୟମରେ, ଯେଉଁମାନେ ଭାରତ ଆସିଛନ୍ତି ଏବଂ ଅଙ୍ଗ ଦାନ କିମ୍ବା ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି ସେମାନଙ୍କର ଟ୍ରାନ୍ସପ୍ଲାଣ୍ଟ ଅନୁସନ୍ଧାନ ସେହି ସମସ୍ତ ଡାକ୍ତରଖାନାରେ କରାଯିବା ଉଚିତ୍। ନିର୍ଦ୍ଦେଶ ଅନୁଯାୟୀ, ଉଭୟ ଦାତା ଏବଂ ଅଙ୍ଗ ପ୍ରାପ୍ତକର୍ତ୍ତାଙ୍କ ଆଇଡି ଗୁଡିକ ଅଙ୍ଗ ପ୍ରତିରୋପଣର ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଏଜେନ୍ସି ସହିତ ସେୟାର କରିବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଦାତାମାନଙ୍କଠାରୁ ପ୍ରାପ୍ତ ଅଙ୍ଗଗୁଡ଼ିକ କ୍ଷେତ୍ରରେ ଏହି ପ୍ରକ୍ରିୟା ଚାଲିଛି, କିନ୍ତୁ ଜୀବନ୍ତ ଅଙ୍ଗ ଦାତାମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ବାଧ୍ୟତାମୂଳକ କରାଯାଇଛି।

13:37 PM

Odisha News Live Updates: ୧୦୦କିମି ଚାଲିଲେ ପୋଲିଂ କର୍ମଚାରୀ
ଭୋଟ୍ ବେଳେ ନେତାଏ ଅନେକ ପ୍ରତିଶ୍ରୁତି ଦିଅନ୍ତି। ଜନତା ସେମାନଙ୍କୁ ବିଶ୍ୱାସ କରି ଭୋଟ୍ ବି ଦିଅନ୍ତି। ମାତ୍ର ଭୋଟ୍ ସରିଲେ ଚିତ୍ର ବଦଳିଯାଏ। ପ୍ରତିଶ୍ରୁତିର ପାଣି ଗାର ଲିଭିଯାଏ। ଜନତା ସେହିପରି ହନ୍ତସନ୍ତ ହୁଅନ୍ତି। ପ୍ରତି ୫ବର୍ଷରେ ଏଭଳି ଚିତ୍ର ଅନେକ ସ୍ଥାନରେ ଦେଖିବାକୁ ମିଳେ। ହେଲେ ଏଥର ଜନତା ଭୋଟ୍ ନ ଦେବାକୁ ପଣ କରିଛନ୍ତି। ନିର୍ବାଚନ ସମୟରେ ‘ରାସ୍ତା ନାହିଁ ତ ଭୋଟ୍ ନାହିଁ’ କହି ଗୋଟିଏ ଗାଁର ଲୋକ ଭୋଟ୍ ବର୍ଜନ କରିଛନ୍ତି। ପୋଲିଂ ଅଧିକାରୀ ଓ ଟିମ୍ ମାତ୍ର ୪ଖଣ୍ଡ ଭୋଟ୍ ନେଇ ନିରାଶ ହୋଇ ଫେରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

13:20 PM

Odisha News Live Updates: ମୋହନା ଚାନ୍ଦିପୁଟରେ ଟାଟା ପାୱର ଯନ୍ତ୍ରୀଙ୍କୁ ଘେରିଲେ
ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଗ୍ରାମବାସୀ । ଟାଟା ପାୱାର ଯନ୍ତ୍ରୀଙ୍କ ସହ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ । ଗାଁରେ ତିନି ଦିନ ଧରି ବିଦ୍ୟୁତ ସରବରାହ ବନ୍ଧ ଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରି ଟାଟା ପାୱାର କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକ ରଖିଥିଲେ । ଗ୍ରାମବାସୀ ବାରମ୍ବାର ସମସ୍ୟାର ସମାଧାନ ପାଇଁ ଦାବିକରି ଆସୁଥିଲେ ମଧ୍ୟ କେହି ଶୁଣୁନଥିଲେ । ବିଦ୍ୟୁତ୍ ସେବା ବନ୍ଦ ଯୋଗୁଁ ଗୁଳୁଗୁଳ ତାତିରେ ଅସ୍ତବ୍ୟସ୍ତ ହେବା ପରେ ଶେଷରେ ପାୱାର କର୍ମଚାରୀଙ୍କୁ ଅଟକ ରଖିଥିଲେ ।

 

12:43 PM

Odisha News Live Updates: ପ୍ରାର୍ଥୀ ବଦଳାଇବା ଦାବିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିଆରା ପ୍ରତିବାଦ
ଟିକେଟ୍ ନମିଳିବାରୁ ଅଭିନବ ପ୍ରତିବାଦ । ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ପ୍ରତିବାଦ । ସଞ୍ଜଳି ମୁର୍ମୁଙ୍କୁ ଦଳ ବାଙ୍ଗିରିପୋଷିରୁ ଟିକେଟ୍ ଦେଇଥିବାବେଳେ ଏହାକୁ ପରିବର୍ତନ କରିବାକୁ ଦାବି କରିଛନ୍ତି ସମର୍ଥକ । ବଡକଥା ହେଉଛି ଯେଉଁଠି ପାଟିତୁଣ୍ଡ, ହୋ ହଲ୍ଲା, ହଟ୍ଟଗୋଳ ସହ ପ୍ରତିବାଦ କରିଥାନ୍ତା କର୍ମୀ ଓ ସମର୍ଥକ, ସେଠାରେ ପାରମ୍ପରିକ ବାଦ୍ୟ, ନୃତ୍ୟ ସହ ଅଭିନବ ପ୍ରତିବାଦ କରିଛନ୍ତି ସମର୍ଥକ । ସଞ୍ଜଳି ମୁର୍ମୁ, ସୁବୁଦା ମୁର୍ମୁଙ୍କ ଝିଅ । ସୁବୁଦା ମୁର୍ମୁ ଗତଥରର ବାଙ୍ଗିରିପୋଷୀ ବିଧାୟକ ପ୍ରାର୍ଥୀ ଥିଲେ ।

12:20 PM

Odisha News Live Updates: ଶ୍ରୀମନ୍ଦିରରେ ବଡ ମହାସ୍ନାନ
ଶ୍ରୀମନ୍ଦିରରେ ବଡ ମହାସ୍ନାନ। ରକ୍ତଛିଟା ପଡିବାରୁ ବଡ ମହାସ୍ନାନ। ସକାଳଧୂପ ଭୋଗ ଶେଷ ପରେ ଭିତରକାଠ ଦର୍ଶନ ସମୟରେ ଚାଙ୍ଗଡ଼ା ଦ୍ଵାର ଠାରୁ ବେହରଣ ଦ୍ଵାର ପର୍ଯ୍ୟନ୍ତ ରକ୍ତଛିଟା ପଡ଼ିଥିବାରୁ ବଡ ମହାସ୍ନାନ। କିଛି ସମୟ ପାଇଁ ଦର୍ଶନ ବନ୍ଦ

12:04 PM

Odisha News Live Updates: ଭୁଶୁଡି ପଡିଲା ପାଚେରୀ, ଚାଲିଗଲା ୪ ଜୀବନ
ଦିଲ୍ଲୀ ଅର୍ଜୁନ ନଗରରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଥିବା ଶ୍ମଶାନ କଡ ପାଚେରୀ ଛାଇରେ ବସିଥିଲେ ପାଖାପାଖି ୧୦ ଜଣ ଲୋକ । ଏହି ସମୟରେ ହଠାତ୍ ଭୁଡୁଡିପଡିଲା ପାଚେରୀ । ତା ତଳେ ଚାପି ହୋଇ ଚାଲିଗଲା ୪ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୨ଜଣ ନାବାଳିକା ରହିଥିବା ଜଣାପଡିଛି । ଅନ୍ୟ ୨ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଶ୍ମଶାନ ଦାୟିତ୍ୱରେ ଥିବା କମିଟି ସଦସ୍ୟଙ୍କୁ ପଚରାଉଚୁରା କରିଛି । ଏହାସହ ଶ୍ମଶାନ ପରିସରର ରକ୍ଷଣାବେକ୍ଷଣ ଅଭାବ ଆଧାରରେ କମିଟି ସଦସ୍ୟଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିବା ଜଣାପଡିଛି । ତେବେ ଏହି ଘଟଣା ପାଖ ସିସିଟିଭିରେ କଏଦ ହୋଇଥିଲା । ଏହି ଭିଜୁଆଲ ଏବେ ସୋସିଆଲ ମିଢଡିଆରେ ଘୁରି ବୁଲୁଛି ଯାହା ଅତି ସମ୍ବେଦନଶୀଳ ।

11:57 AM

Odisha News Live Updates: ବେଗୁନିଆରେ ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନ
ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନବେଗୁନିଆରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ବିଧାନସଭା ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଓ ଲୋକସଭା ପ୍ରାର୍ଥୀ ୟାସିର ନୱାଜ୍ ନିଜର ହଜାର ହଜାର ସମର୍ଥକଙ୍କ ସହିତ ଶକ୍ତିପ୍ରଦର୍ଶନ କରିଛନ୍ତି । ୫ ହଜାରୁ ଅଧିକ ବାଇକ୍ ରାଲି କରାଯାଇ ଲୋକଙ୍କୁ ଭୋଟ୍ ଭିକ୍ଷା କରିଛନ୍ତି । ବେଗୁନିଆରେ ବର୍ତମାନ ସୁଦ୍ଧା ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନଥିବାବେଳେ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛି ।

11:53 AM

Odisha News Live Updates: ସକାଳୁ ଜଳିଲାଣି ସାରା ଓଡିଶା 
ସକାଳୁ ଜଳିଲାଣି ଓଡ଼ିଶା । ୮ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତପ୍ତ ସହର ହୋଇଛି । ବଲାଙ୍ଗୀରରେ ୩୫ ଦଶମିକ ୪, ଭଦ୍ରକ ଓ ଅନୁଗୁଳରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାଜପୁରରେ ୩୪ ଦଶମିକ ୮, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୩୪ ଦଶମିକ ୪, କେନ୍ଦୁଝର ଓ କଟକରେ ୩୪ ଡିଗ୍ରୀ ରହିଛି । ରାଉରକେଲାରେ ୩୩ ଦଶମିକ ୮, ଫୁଲବାଣୀ ଓ ବାଲେଶ୍ୱରରେ ୩୩ ଦଶମିକ ୬, ନୟାଗଡ଼ ଓ ଟିଟଲାଗଡ଼ରେ ୩୩ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

11:40 AM

Odisha News Live Updates: ଆଜି ଆସିପାରେ ବିଜେଡି ଓ ବିଜେପିର ପ୍ରାର୍ଥୀ ତାଲିକା
ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ରଘୁନାଥପାଲୀ, ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଶେଷ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଜଗତସିଂହପୁର ଲୋକସଭାର ବାଲିକୁଦା-ଏରସମା, କାକଟପୁର, ଢେଙ୍କାନାଳ ଲୋକସଭାର ହିନ୍ଦୋଳ, ଯାଜପୁରର କୋରେଇ, ବରୀ, ବାଲେଶ୍ୱରର ଭୋଗରାଇ, ନୀଳଗିରି, ମୟୂରଭଂଜର ବାଙ୍ଗିରିପୋଷି ବିଧାନସଭା ପାଇଁ ଟିକେଟ୍ ଘୋଷଣା ବାକି ରହିଛି ।

 

11:18 AM

Odisha News Live Updates: ଆଜି ଆସିପାରେ ବିଜେଡି ଓ ବିଜେପିର ପ୍ରାର୍ଥୀ ତାଲିକା
ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ରଘୁନାଥପାଲୀ, ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଶେଷ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଜଗତସିଂହପୁର ଲୋକସଭାର ବାଲିକୁଦା-ଏରସମା, କାକଟପୁର, ଢେଙ୍କାନାଳ ଲୋକସଭାର ହିନ୍ଦୋଳ, ଯାଜପୁରର କୋରେଇ, ବରୀ, ବାଲେଶ୍ୱରର ଭୋଗରାଇ, ନୀଳଗିରି, ମୟୂରଭଂଜର ବାଙ୍ଗିରିପୋଷି ବିଧାନସଭା ପାଇଁ ଟିକେଟ୍ ଘୋଷଣା ବାକି ରହିଛି ।

 

10:56 AM

Odisha News Live Updates: ଯୌତୁକ ନ ନେବାକୁ ଶପଥପତ୍ର ଦେବେ ସରକାରୀ କର୍ମଚାରୀ
ଉତ୍ତରପ୍ରଦେଶର ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ଯୌତୁକ ନ ନେବାକୁ ଏକ ଶପଥପତ୍ର ଦେବାକୁ ପଡିବ। ଯୌତୁକ ନିୟନ୍ତ୍ରଣ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେଉଛି। ବାରାଣସୀର ଶିକ୍ଷକମାନେ ଏହି ସରକାରୀ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେମାନେ କହିଛନ୍ତି ବିବାହ ପାଇଁ ଯୌତୁକ ନୁହେଁ ଶିକ୍ଷିତା କନ୍ୟା ଆବଶ୍ୟକ। ଯୌତୁକ ନିୟନ୍ତ୍ରଣ ପାଇଁ ସରକାରୀସ୍ତରରେ ଏଭଳି ପଦକ୍ଷେପ ଦ୍ବାରା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ସେବାରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀମାନେ ଆଉ ନିଜ ବିବାହରେ ଯୌତୁକ ନେଇ ପାରିବେ ନାହିଁ। ସେମାନଙ୍କୁ ସେମାନଙ୍କର ନିଯୁକ୍ତ କର୍ତ୍ତୃପକ୍ଷଙ୍କୁ ବିବାହର ସମୟ ଉଲ୍ଲେଖ କରି ଏକ ଆଫିଡେଭିଟ୍ ଦେବାକୁ ପଡିବ ଯେ ସେମାନେ ନିଜ ବିବାହରେ କୌଣସି ଯୌତୁକ ନେଇ ନାହାନ୍ତି।

10:31 AM

Odisha News Live Updates: ଜମିଜମା ବିବାଦକୁ ନେଇ ମାମୁକୁ ହାଣିଲା ଭଣଜା
ବିଳମ୍ବିତ ରାତିରେ ବାଲିଗୁଡ଼ା ଆଣ୍ଟ ସାହିରେ ଘଟିଛି ଏକ ଅଘଟଣ। ଜମିଜମା ବିବାଦକୁ ନେଇ ମାମୁକୁ ହାଣିଲା ଭଣଜା। ଏଣେ ମାମୁଙ୍କ ପକ୍ଷରୁ ପ୍ରତିଆକ୍ରମଣରେ ମଧ୍ୟ ଭଣଜା ସମେତ ମାମୁର ଦୁଇ ପୁଅ ଓ ଭଣଜାର ସ୍ତ୍ରୀ ଓ ପିଲାଙ୍କ ସମେତ ୭ଜଣ ମଧ୍ୟ ଆକ୍ରମଣ ଶିକାର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ପରେ ମାମୁ ଆଲାଉଦ୍ଦିନ (୬୫)ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବ୍ରହ୍ମପୁର ଓ ଫୁଲବାଣୀ ପଠାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

10:18 AM

Odisha News Live Updates: ପାଟଣାଗଡ଼ରେ ଓଲଟିଲା ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବନମାଲ ଗ୍ରାମରେ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବୀ ଜଣାପଡିଛି। ମୃତଦେହ ଏ ପର୍ଯ୍ୟନ୍ତ ଦିଶୁ ନ ଥିବା ବେଳେ ଜେସିବି ସାହାଯ୍ୟରେ ବାହାର କରା ଯାଉଥିବା ଜଣାପଡିଛି। ଭୋରରେ ଏକ ଟ୍ରାକ୍ଟର ଓଡି ୦୩ ଟି ୩୬୦୬ରେ ଶାଗୁଆନ ଗଣ୍ଡି ବୋଝେଇ ହୋଇ ଯାଉଥିଲା। ଏହି ସମୟରେ ବନମାଲ ଗ୍ରାମରୁ ୧ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ଶାଗୁଆନ କାଠ ସବୁ ପଡିବା ସହ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କୁ ଜୈସିବି ସାହାଯ୍ୟରେ ଉଦ୍ଧାର କରା ଯାଉଥିବା ଜଣାପଡିଛି। ଟ୍ରାକ୍ଟରଟି ସଇନ୍ତଳା ଅଞ୍ଚଳ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ମୃତକଙ୍କ ନାଁ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।

 

09:47 AM

Odisha News Live Updates: ଛତିଶଗଡ଼ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ
ଛତିଶଗଡ଼ର ବିଜାପୁରରେ ଆଜି ରବିବାର ସକାଳୁ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିବା ଦେଖିବାକୁ ମିଳିଛି। ଏହି ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଏନକାଉଣ୍ଟର ଭୈରମଗଡର କେଶକୁଟୁଲ ଅଞ୍ଚଳରେ ହୋଇଥିଲା। ଏସପି ଜିତେନ୍ଦ୍ର ଯାଦବ ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି, କିନ୍ତୁ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି।

09:31 AM

Odisha News Live Updates: ମର୍ମନ୍ତୁଦ ସଡକ ଦୁର୍ଘଟଣା: ବରଯାତ୍ରୀ ଭ୍ୟାନକୁ ଧକ୍କା ଦେଲା ଟ୍ରଲି
ରାଜସ୍ଥାନର ଝାଲାୱାଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ବରଯାତ୍ରୀ ଭ୍ୟାନ୍ ଦ୍ରୁତ ଗତିରେ ଆସୁଥିବା ଟ୍ରଲି ସହ ଧକ୍କା ହୋଇଛି। ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ ଭ୍ୟାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ବରଯାତ୍ରୀଙ୍କ କରୁଣ ଚିତ୍କାର ଶୁଣା ଯାଇଥିଲା। ପଢନ୍ତୁ ପୂରା ରିପୋର୍ଟ...

 

09:28 AM

Odisha News Live Updates: ଉତ୍କଟ ପାନୀୟଜଳ ସମସ୍ୟା
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତ ଗୋପୀସାଗର ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଏହି ଗ୍ରାମରେ ୨୩ଟି ପରିବାର ବାସ କରୁଛନ୍ତି। ଗାଁରେ ଗୋଟିଏ ବି ନଳକୂଅ ନାହିଁ। ଗ୍ରାମବାସୀ ପାଣି ପାଇଁ ନିକଟରେ ବହି ଯାଉଥିବା ନାଳ ଉପରେ ନିର୍ଭର କରିଥାନ୍ତି। ଦୈତାରି ଡ୍ୟାମ୍‌ର ବଳକା ପାଣି ଏହି ନାଳରେ ପ୍ରବାହିତ ହୋଇଥାଏ। ଗ୍ରୀଷ୍ମଋତୁରେ ଡ୍ୟାମ୍‌ର ଜଳସ୍ତର ହ୍ରାସ ପାଇବାରୁ ନାଳ ଶୁଖିଯାଇଛି। ଗ୍ରାମବାସୀ ପାଣିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ବିଭିନ୍ନ ସ୍ଥାନରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି।

09:03 AM

Odisha News Live Updates:  ତତଲା କଡେଇରେ ୧୨ ରାଜ୍ୟ
ଏପ୍ରିଲ ମାସର ଅଧାରୁ ଅଧିକ ସମୟ ଅତିବାହିତ ହୋଇଛି ଏବଂ ବର୍ତ୍ତମାନ ଦେଶବାସୀ ଗ୍ରୀଷ୍ମ ଲହରୀର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ହିଟ ୱେଭ ବିଷୟରେ ପାଣିପାଗ ବିଭାଗ ମଧ୍ୟ ଚେତାବନୀ ଦେଇଛି। ଆସନ୍ତା ୪ ଦିନ ପାଇଁ ଦେଶର ୧୨ଟି ରାଜ୍ୟ ହିଟୱେଭର ସମ୍ମୁଖିନ ହେଉଛି। ଏଥି ସହିତ ଦିଲ୍ଲୀ-ଏନସିଆର ମଧ୍ୟ ଗ୍ରୀଷ୍ମ ଲହରୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ଯେଉଁଥିପାଇଁ ଦିଲ୍ଲୀର ତାପମାତ୍ରା ୪୦ ଅତିକ୍ରମ କରିବାର ସମ୍ଭାବନା ରହିଛି। ଶନିବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୩.୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଥିଲା।

08:47 AM

Odisha News Live Updates: ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍
ଦେଶର ୫୪୩ଟି ଲୋକସଭା ଆସନ ମଧ୍ୟରୁ ୧୦୨ଟି ପାଇଁ ଶୁକ୍ରବାର ଦିନ ଭୋଟ୍ ଦେବା ସହିତ ନିର୍ବାଚନ ଆରମ୍ଭ ହୋଇଛି। ବର୍ତ୍ତମାନ ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୋକସଭାର ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ମୋଟ ୮୮ ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଯେଉଁ ରାଜ୍ୟରେ ମତଦାନ ହେବ। ସେଗୁଡିକ ମଧ୍ୟରେ ଛତିଶଗଡ, କର୍ଣ୍ଣାଟକ, କେରଳ, ଆସାମ, ବିହାର, ମଣିପୁର, ରାଜସ୍ଥାନ, ତ୍ରିପୁରା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ କଶ୍ମୀର ଅନ୍ତର୍ଭୁକ୍ତ।

08:32 AM

Odisha News Live updates: ମାଳଦ୍ୱୀପ ନିର୍ବାଚନ: ମୁଇଜ୍ଜୁଙ୍କ ପାଇଁ ସଂକଟ
ରବିବାର ଦିନ ମାଳଦ୍ୱୀପରେ ବହୁ ଦଳୀୟ ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିବାଦୀୟ ଭାରତ ନୀତି ଏବଂ ଭାରତୀୟ ସୁରକ୍ଷା ବାହିନୀକୁ ବହିଷ୍କାର କରିବାକୁ ନେଇ ଲୋକେ ଅସନ୍ତୁଷ୍ଟ ଅଛନ୍ତି । ଏଥି ସହିତ ଭାରତ ଚାହୁଁଛି ଯେ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି) ଏହି ନିର୍ବାଚନରେ ​​ଜିତୁ। ଏମଡିପିକୁ ଭାରତର ସମର୍ଥକ ଭାବରେ ବିବେଚନା କରାଯାଏ।

08:15 AM

Odisha News Live Updates: ବାହୁଡ଼ା ଯାତ୍ରା: ଗୋସାଗରେଶ୍ବରରେ ଅଟକିଲା ରୁକୁଣା ରଥ
୫ ଦିନ ରୁକୁଣା ଯାତ୍ରା ପରେ ଆଜି ଦ୍ବାଦଶୀ ତିଥିରେ ମାଉସୀ ମା’ ମନ୍ଦିରରୁ ରାଜଦେଉଳ ଅଭିମୁଖେ ବାହାରିଛନ୍ତି ଦିଅଁ। ହେଲେ ଆଜି ସ୍ବର୍ଣ୍ଣାଦି ବିଜେ ହୋଇପାରି ନାହିଁ। ସନ୍ଧ୍ୟା ହୋଇଯିବାରୁ ଆଜି ରୁକୁଣା ରଥ ଗୋସାଗରେଶ୍ବର ଛକ ନିକଟରେ ଅଟକି ରହିଛି। ଆସନ୍ତାକାଲି ଅପରାହ୍ନ ୨ଟାରୁ ରଥ ଟଣା ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ରବିବାର ସନ୍ଧ୍ୟା ପୂର୍ବରୁ ଦିଅଁ ମନ୍ଦିର ନିକଟରେ ପହଞ୍ଚିଲେ ମଧ୍ୟ ୬ଦିନ ଯୋଗୁୀଁ ସ୍ବର୍ଣ୍ଣାଦି ବିଜେ ନହୋଇ ସପ୍ତମୀ ଦିନ ଅର୍ଥାତ ସୋମବାର ଠାକୁରଙ୍କୁ ମନ୍ଦିରକୁ ବିଜେ କରାଯିବ।

07:57 AM

Odisha News Live Updates: କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳରୁ ଇସ୍ତଫା ନେଇ ସେ ଓଟିଭିକୁ ସୂଚନା ଦେଇଛି। କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଟିକେଟ କାଟିବା ଦେବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ। କଂଗ୍ରେସ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ତଳସରାରୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ତାଙ୍କ ଟିକେଟ କାଟି ଦେବେନ୍ଦ୍ର ଭିଟାରିଆଙ୍କୁ ଦଳ ସେଠାରୁ ପ୍ରାର୍ଥୀ କରିଥିଲା।

07:35 AM

Odisha News Live Updates: ଅସନ୍ତୋଷ ଝାଡ଼ିଲେ ପ୍ରସନ୍ନ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ

07:12 AM

Odisha News Live Updates: ଟିକଟ କଟିବା ପରେ ଅମରଙ୍କ ଘରେ ସମର୍ଥକଙ୍କ ମେଳି
ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାହିଁକି କଟିଲା? ତାହାର କାରଣ ଜଣାପଡ଼ିନଥିବା ବେଳେ ଅମରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଅପରାହ୍ଣରେ ଶତାଧିକ ସମର୍ଥକ ଅମରଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଏକାଠି ହୋଇଛନ୍ତି। ଆଉ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନେଇ ପୁନର୍ବିଚାର କରିବାକୁ ଦାବି କରିଛନ୍ତି ସମର୍ଥକ।

07:10 AM

Odisha News Live Updates: ଏପ୍ରିଲଠୁ ଅଧିକ କଲବଲ କରିବ ମେ! ଆଜି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଶନିବାର ଦିନ ସବୁଠୁ ଉତ୍ତପ୍ତ ସହର ଥିଲା ବାରିପଦା। ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଯାହା ପୃଥିବୀର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ପାଇଛି।  ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କୁହାଯାଉଛି। ଶନିବାର ଦିନ ରାଜ୍ୟରେ ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଉପରେ ରେକର୍ଡ଼ ହୋଇଥିବା ବେଳେ ୧୩ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ପଢନ୍ତୁ ପୂରା ରିପୋର୍ଟ...

07:04 AM

Odisha News Live Updates: ପଢି ନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:02 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।