Odisha Daily News Live: ବଡ଼ଚଣାରୁ ଲଢିବେ ବର୍ଷା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର କିଛି ତାଜା ଖବର
Advertisement
Article Detail0/zeeodisha/odisha2212914

Odisha Daily News Live: ବଡ଼ଚଣାରୁ ଲଢିବେ ବର୍ଷା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ବଡ଼ଚଣାରୁ ଲଢିବେ ବର୍ଷା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର କିଛି ତାଜା ଖବର
LIVE Blog
20 April 2024
23:00 PM

ଏକାସାଥିରେ ୨ପତ୍ନୀ କେମିତି ହେଲେ ଗର୍ଭବତୀ ? କହିଦେଲେ ଅରମାନ୍

ଦୁଇ ପତ୍ନୀ ଥିବା ଅରମାନ ମଲିକ୍ (ୟୁଟ୍ୟୁବର୍ ଅରମାନ୍ ମଲିକ୍) ତାଙ୍କର ଧନ ଏବଂ ବ୍ଲଗ୍ କାରଣରୁ କ୍ରମାଗତ ଭାବରେ ହେଡଲାଇନରେ ରହିଥା’ନ୍ତି । ତାଙ୍କର ଦୈନନ୍ଦିନ କାର୍ଯ୍ୟର ପ୍ରତ୍ୟେକ ଛୋଟ ବଡ଼ ବିବରଣୀ ପ୍ରଶଂସକମାନଙ୍କ ଆଗରେ ସେୟାର କରୁଥିବା ଅରମାନ ପ୍ରଥମ ଥର ପାଇଁ ପ୍ରକାଶ କଲେ ଯେ ତାଙ୍କ ପତ୍ନୀ କିପରି ଏକ ସମୟରେ ଗର୍ଭବତୀ ହେଲେ । ନିକଟରେ ଏକ ସାକ୍ଷାତକାରରେ ଅରମାନ ଏହା ପ୍ରକାଶ କରିଛନ୍ତି। ଅଧିକ ପଢ଼ନ୍ତୁ...

22:20 PM

Venus Transit: ଏହି 4 ଟି ରାଶି ପାଇଁ ବଡ଼ ଖୁସି ଖବର, ଖୋଲିବ ଭାଗ୍ୟର ଦ୍ୱାର

Venus Transit in Aries: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ଗ୍ରହମାନଙ୍କର ରାଶି ପରିବର୍ତ୍ତନକୁ ଜ୍ୟୋତିଷଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ଏହା ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କୁ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଭାବେ ପ୍ରଭାବିତ କରିଥାଏ । ଆରାମ, ବିଳାସ ଏବଂ ଖ୍ୟାତି ପ୍ରଦାନକାରୀ ଗ୍ରହ ଶୁକ୍ର ଆଗକୁ ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷଙ୍କ ମତରେ ୨୫ ଏପ୍ରିଲରେ ଶୁକ୍ର ମେଷ ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବରେ ୪ଟି ରାଶିର ବ୍ୟକ୍ତି ବହୁତ ଲାଭବାନ ହେବାକୁ ଯାଉଛନ୍ତି । ଭାଗ୍ୟ ଏହି ରାଶି ଗୁଡିକ ପାଇଁ ସାଥ୍ ଦେବ । ଧନ ଲାଭ ସହିତ ପ୍ରତିଟି କ୍ଷେତ୍ରରେ ଉନ୍ନତି କରିବେ ୪ ରାଶିର ବ୍ୟକ୍ତିମାନେ । ତେବେ ସେ କେଉଁ ରାଶି ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ...

22:01 PM

Sarvesh Singh Died: ମୋରାଦାବାଦରୁ ବିଜେପି ପ୍ରାର୍ଥୀ ସର୍ବେଶ ସିଂଙ୍କ ଦେହାନ୍ତ ହୋଇଛି। ଗତକାଲି ମୋରାଦାବାଦରେ ମତଦାନ ହୋଇଥିଲା। ସର୍ଭେଶ ସିଂ ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ। କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି। କ୍ଲିକ୍ କରି ପଢ଼ନ୍ତୁ ପୂରା ଖବର...

21:30 PM

BJD Star Campaigners: ପ୍ରକାଶ ପାଇଲା ଷ୍ଟାର୍ ପ୍ରଚାରକ ତାଲିକା, ୪୦ ଜଣଙ୍କ ନାମ ଘୋଷଣା

BJD Star Campaigners: ଆଜି ବିଜୁ ଜନତା ଦଳ ପକ୍ଷରୁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମିଶାଇ ସମୁଦାୟ ୪୦ଜଣ ନେତାଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି । ଆସନ୍ତୁ ଜାଣିବା ତାଲିକାରେ କେଉଁ ମାନଙ୍କର ନାମ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନମ୍ୱର ୨ରେ ରହିଛି ଭିକେ ପାଣ୍ଡିଆନଙ୍କ ନାମ ଏବଂ ୩ ନମ୍ୱରରେ ରହିଛି ପ୍ରଣବ ପ୍ରକାଶ ଦାସଙ୍କ ନାମ । ଏଥିସହିତ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ର ଶେଖର ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ସ୍ନେହାଙ୍ଗୀନି ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଞ୍ଜୟ ଦାଶବର୍ମା, ପଦ୍ମନାଭ ବେହେରା, ପ୍ରଦୀପ କୁମାର ଅମାତ, ଏନ ଭାସ୍କର ରାଓ, ସୁବାସ ସିଂ, ଡ଼ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ମମତା ମହାନ୍ତ, ମୁଜିବୁଲା ଖାନ, ସୁଲତା ଦେଓ, ରବିନ୍ଦ୍ର କୁମାର ଜେନା, ସରୋଜିନୀ ହେମ୍ୱ୍ରମ, ସୁଶାନ୍ତ ସିଂ, ପ୍ରୀତିରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ଚିରଞ୍ଜିବୀ ବିଶ୍ୱାଳ, ରମେଶ ଚନ୍ଦ୍ର ମାଝି, ସୁଧିର କୁମାର ସାମଲ, ଡ଼ ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ବିଜୟ ନାୟକ, ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର, ଏସକେ ନିଜାମୁଦ୍ଦିନ, ଇଶ୍ୱର ପାଣିଗ୍ରାହୀ, ଅମରେଶ ଜେନା ଏବଂ ଏଲିନା ଦାସଙ୍କ ନାମ ରହିଛି ।

20:52 PM

Doordarshan Logo Controversy: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି, 'ଯେତେବେଳେ ସାରା ଦେଶରେ ନିର୍ବାଚନ ଅନୁଷ୍ଠିତ ହୁଏ, ସେତେବେଳେ ହଠାତ୍ ଆମର ଦୂରଦର୍ଶ ଲୋଗୋର ରଙ୍ଗର ପରିବର୍ତ୍ତନ ଓ ଏହାର ଗେରୁଆକରଣ ମୋତେ ଆଶ୍ଚର୍ଯ୍ୟ କରିଛି।' ପଢ଼ନ୍ତୁ ପୂରା ଖବର...

20:30 PM

Cuttack Chandi: ମାଆ କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ବର୍ଷା ପ୍ରିୟଦର୍ଶିନୀ

Varsha Priyadarshini: ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ବିଜେଡିରୁ ଟିକେଟ ପାଇବା ପରେ ଲୋକପ୍ରିୟ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏଥିସହ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇଛନ୍ତି । ମିଶନ ଶକ୍ତି ଦ୍ୱାରା ଲକ୍ଷ ଲକ୍ଷ ମହିଳା ଉପକୃତ ହେଉଛନ୍ତି ବୋଲି ବର୍ଷା କହିଛନ୍ତି ।

20:23 PM

Congress Candidate List: ଦଳ ସମ୍ବଲପୁର ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝର ଆସନରୁ ବିନୋଦ ବିହାରୀ ନାୟକ, ଆସ୍କା ଆସନରୁ ଦେବୋକାନ୍ତ ଶର୍ମା ଓ ପଶ୍ଚିମବଙ୍ଗ କାନ୍ଥି ଆସନରୁ ଉର୍ବଶୀ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ୍ ଦେଇଛି। ପଢ଼ନ୍ତୁ ପୂରା ଖବର...

19:45 PM

Lukcy Zodiac Sign: ୧୦ ଦିନ ପରେ ବୃଷ ରାଶିରେ କୁବେର ଯୋଗ, ୩ ରାଶି ଦାରିଦ୍ର୍ୟରୁ ହେବେ ଧନୀ

Jupiter Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭାଗ୍ୟ, ସୁଖ ଏବଂ ସମୃଦ୍ଧି ପ୍ରଦାନକାରୀ ଗ୍ରହ ବୃହସ୍ପତି ଆସନ୍ତା ମଇ ୧ ତାରିଖ ଦିନ ବୃଷ ରାଶିରେ ଚଳନ କରିବେ । ଏହି ଅବଧି ମଧ୍ୟରେ କୁବେର ଯୋଗ ଗଠନ ହେବାକୁ ଯାଉଛି । ବୃହସ୍ପତିଙ୍କ ଚଳନ ଦ୍ୱାରା ଗଠିତ ହେଉଥିବା କୁବେର ଯୋଗ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ...

18:55 PM

Heat Wave: ୨ଦିନ ପ୍ରବଳ ଖରା ସହିତ ଏହି ଜିଲ୍ଲାରେ ହେବ ବଜ୍ରପାତ

Weather Update: ଏପ୍ରିଲ ମାସରେ ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଗ୍ରୀଷ୍ମ ଲହରୀ । ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଉଥିବା ସମୟରେ ଆଜି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୫.୨°C ରେକର୍ଡ କରାଯାଇଛି। ରାଜ୍ୟବାସୀ ପ୍ରବଳ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ସମୟରେ ଆଗକୁ ପାଣିପାଗ କିପରି ରହିବ ସେନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୨୧ ଏବଂ ୨୨ ଏପ୍ରିଲ ପାଇଁ କିଛି ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ସମୟରେ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ...

18:15 PM

Odisha Daily News Live: ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନର ଲୋଗୋରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବରୁ ଥିବା ନାଲି ରଙ୍ଗକୁ ବଦଳାଇ ବର୍ତ୍ତମାନ ଗେରୁଆ କରାଯାଇଛି । ଡିଡି ନ୍ୟୁଜର ଅଫିସିଆଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏନେଇ ଘୋଷଣା କରାଯାଇଛି। ଡିଡି ନ୍ୟୁଜ୍ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, କିନ୍ତୁ ଆମେ ଏକ ନୂଆ ଅବତାରରେ । ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଏନେଇ ରାଜନୈତିକ ମନ୍ତବ୍ୟ ଆସିଛି । ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସିର୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ଜାତୀୟ ପ୍ରସାରଣକାରୀ "ଗେରୁଆକରଣ" ଉପରେ ନଜର ରଖିଛନ୍ତି। ଏହା ବର୍ତ୍ତମାନ ପ୍ରସାର ଭାରତୀ ନୁହେଁ ବରଂ ପ୍ରଚାର ଭାରତୀ'

 

17:30 PM

Odisha Daily News Live: ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ବସ୍ ଓଲଟି ୨୧ ଜଣ ଯବାନ ଆହତ ହୋଇଛନ୍ତି ।  ସାମ୍ନା ପଟୁ ଏକ ଟ୍ରକ୍ ଆସିବା କାରଣରୁ ଭାରସ୍ୟାମ ହରାଇଥିଲେ ବସ୍ ଡ୍ରାଇଭର ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଯବାନମାନେ ଡ୍ୟୁଟି ସାରି ରାଜଗଡ ଫେରୁଥିଲେ । ଭୋର ୪ଟାରେ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆହତ ଯବାନମାନଙ୍କୁ ବଅତୁଲ ଏବଂ ଶାହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୮ଜଣ ଯବାନଙ୍କ ଅବସ୍ଥା ଅଧିକ ଗୁରୁତର ଅଛି ବୋଲି ଜଣାପଡିଛି ।

 

16:48 PM

Mahanadi Boat Tragedy Update: ମହାନଦୀରେ ଡଙ୍ଗା ବୁଡି ଘଟଣାରେ ୮ ମୃତଦେହ ଉଦ୍ଧାର। ଗତକାଲି ସଂଧ୍ୟାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରଯାଇଥିଲା। ଆଜି ଅନ୍ୟ ସାତଟି ମୃତ ଦେହର ଉଦ୍ଧାର କରଯାଇଛି। କ୍ଲିକ୍ କରି ପଢ଼ନ୍ତୁ ପୂରା ଖବର।

 

16:45 PM

ଷଷ୍ଠ ତାଲିକାରେ ଛଅ ବିଧାୟକଙ୍କ ଟିକଟ କଟିଲା, କେନ୍ଦୁଝରରେ ଶକ୍ତି ବୃଦ୍ଧି ଅନ୍ୟସ୍ଥାନରେ ଅସହଜ

ଭୁବନେଶ୍ୱର:  ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ୬ ଜଣ ବିଧାୟକଙ୍କ ନାଁ କଟିଛି। ସର୍ଭେକ୍ଷଣ ରିପୋର୍ଟ ଏବଂ ଲୋକପ୍ରିୟତାକୁ ଆଧାର କରି ବିଜୁ ଜନତା ଦଳ ଏହି ନିଷ୍ପତ୍ତି ନେଇଥିବା ଦଳର ବରିଷ୍ଠ ନେତାମାନେ କହୁଛନ୍ତି। ହେଲେ ଏହା ଦଳରେ ଅସନ୍ତୋଷ ଉଦ୍‍ଗୀରଣ କରିବ ବୋଲି ଆଲୋଚନା ହେଉଛି। କାରଣ ଏହି ଅସନ୍ତୁଷ୍ଟଙ୍କ ଭିତରୁ ଅନେକ ସଂଗଠନ ବିପକ୍ଷରେ କାମ କରିପାରନ୍ତି ବା ଅନ୍ୟ ଦଳକୁ ଡିଆଁ ମାରି ପାରନ୍ତି। ଯେଉଁ ଛଅ ବିଧାୟକଙ୍କ ନାଁ କଟିଛି ସେଥିରେ ରହିଛନ୍ତି, ଆନନ୍ଦପୁରର ଭାଗିରଥି ସେଠୀ, ସିମୁଳିଆର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କେନ୍ଦ୍ରାପଡ଼ାର ଶଶିଭୂଷଣ ବେହେରା, ରେମୁଣାର ସୁଧାଂଶୁ ଶେଖର ପରିଡ଼ା, ବଡ଼ଚଣାର ଅମର ସତପଥି, ଏବଂ ଚମ୍ପୁଆର ମୀନାକ୍ଷୀ ମହନ୍ତ। ଅଧିକ ପଢ଼ନ୍ତୁ...

16:00 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:45 PM

Varsha Priyadarishini ଗଡ଼ ରକ୍ଷା କରିପାରିବେ ତ ବର୍ଷା ?

ଭୁବନେଶ୍ୱର: ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ବଡ଼ଚଣାରୁ ଅମର ଶତପଥିଙ୍କ ଟିକଟ କାଟିଛି ଦଳ। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ଆଜି ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି। ଏଠାରେ କହି ୨୦୧୯ରୁ ନିର୍ବାଚନରେ ବିଜେଡି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ବର୍ଷା। ସେ ସମୟରେ ଦଳ ପାଇଁ ବେଶ୍ ପ୍ରଚାର ମଧ୍ୟ କରିଥିଲେ । ଏବେ ସେ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ମିଶିବା ପରେ ଦଳ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହି ଆସନରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି। ଅଧିକ ପଢ଼ନ୍ତୁ...

15:15 PM

Sextuplets in Pakistan: ୪ପୁଅ ୨ଝିଅଙ୍କୁ ଜନ୍ମଦେଲେ ମହିଳା, ଆଶ୍ଚର୍ଯ୍ୟ ଡାକ୍ତର

Sextuplets in Pakistan: ପାକିସ୍ତାନର ରାୱଲପିଣ୍ଡି ଜିଲ୍ଲାର ଏକ ଅଞ୍ଚଳରୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସେଠାର ଜିଲ୍ଲା ଡାକ୍ତରଖାନାରେ ଜଣେ ମହିଳା ଥରକରେ ୬ଟି ସନ୍ତାନ ଜନ୍ମ ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କ ସମେତ ସମସ୍ତ ନବଜାତ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଅସହ୍ୟ ପ୍ରସବ ଯନ୍ତ୍ରଣା କାରଣରୁ ଗର୍ଭବତୀ ମହିଳାଙ୍କୁ ଗୁରୁବାର ରାତି ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ଧରି ଅପରେସନ୍ କରାଯିବା ପରେ, ମହିଳା ୬ଟି ସନ୍ତାନ ଜନ୍ମ ଦେଇଥିଲେ । ବର୍ତ୍ତମାନ ସମସ୍ତ ପିଲା ସୁସ୍ଥ ଅଛନ୍ତି । ନବଜାତ ଶିଶୁଙ୍କ ମଧ୍ୟରେ ୪ ପୁଅ ଏବଂ ୨ ଝିଅ ଥିବା ସୂଚନା ମିଳିଛି । ଜିଓ ନ୍ୟୁଜରେ ପ୍ରକାଶିତ ଖବର ଅନୁଯାୟୀ, ବର୍ତ୍ତମାନ ନବଜାତ ଶିଶୁମାନଙ୍କୁ ଆଇସିୟୁରେ ରଖାଯାଇ ମନିଟରିଂ କରାଯାଉଛି । ଅଧିକ ପଢ଼ନ୍ତୁ...

14:34 PM

Odisha News Live Updates: କର୍ପୋରେଟରଙ୍କ ଝିଅ ହତ୍ୟା ପଛରେ ‘ଲଭ୍‌ ଜିହାଦ’ ଅଛି ବୋଲି କହିଲେ ବିଜେପି ସାଂସଦ
କର୍ଣ୍ଣାଟକ କର୍ପୋରେଟରଙ୍କ ଝିଅର ହତ୍ୟାକାଣ୍ଡ ମାମଲା ଏବେ ରାଜନୀତି ଭିତରକୁ ପଶି ଆସିଲାଣି। ଏହି ହତ୍ୟାକାଣ୍ଡ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏକ ରଜନୈତିକ ତର୍କର ରୂପ ନେଇ ସାରିଲାଣି। କଂଗ୍ରେସ ନେତାଙ୍କ ଝିଅକୁ ତାଙ୍କ କଲେଜରେ ପଢୁଥିବା ଜଣେ ମୁସ୍‌ଲାମାନ ପୁଅ ସାତଥର ଛୁରୀ ଭୁସି ହତ୍ୟା କରିଥିଲେ। ଏହାକୁ ବିଜେପି ଏବେ ‘ଲଭ୍‌ ଜିହାଦ୍‌’ର ନାମ ଦେଉଛି। ଜାଣିବାକୁ ମିଳିଛି ଯେ ଉଭୟ ନେହା ନାମ୍ନୀ ଯୁବତୀ ଓ ଫୟାଜ ନାମକ ଯୁବକଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ପୁଲିସ୍‌ ସନ୍ଦେହ କରୁଛି ଯେ ନେହା କିଛି ଦିନ ହେବ ଫୟାଜଙ୍କୁ ଅଣଦେଖା କରୁଥିଲେ। ଯାହାକୁ ସହ୍ୟ କରିପାରୁନଥିଲେ ଫୟାଜ।

14:01 PM

Odisha News Live Updates: ରାଉରକେଲା: ମାଓକ୍ୟାମ୍ପ ଧ୍ବଂସ, ମାଓବାଦୀ ଦେଲେ ଛତ୍ରଭଙ୍ଗ
ରାଉରକେଲା ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା କେରାବୀର ଜଂଗଲରେ ମାଓ କ୍ୟାମ୍ପ ଧ୍ବଂସ ପାଇଛି। ମାଓ କ୍ୟାମ୍ପ ଧ୍ବଂସ ହେବା ସହ ଜବତ ହୋଇଛି ଏସଆଲର ବନ୍ଦୁକ, ବିଷ୍ପୋରକ, ଟିଫିନ ବୋମା , ବିଦ୍ୟୁତ୍‌ ତାର , ମାଓ ପୋଷାକ , ମାଓ ଯୋତା , ମାଓ ପୁସ୍ତିକା, ନଗତ ୨୭ ହଜାର ଟଙ୍କା ସହ ମାଓବାଦୀ ବ୍ୟବହାର କରୁଥିବା ଜିନିଷ।

13:34 PM

Odisha News Live Updates: ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ
ବଢୁଛି ତାତି ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡ଼ରେ ଅଂଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ। ଅସମ୍ଭାଳ ହେଲାଣି ତାତି, ଅସ୍ୱାଭାବିକ ହେଲାଣି ଜୀବନଶୈଳୀ। ପାରଦ ଯେତିକି ଉପରମୁହାଁ ହେଉଛି ଅଶଂଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବଢ଼ିଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ କେଶ୍ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ୍ ୨୮ ଜଣ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 

 

13:02 PM

Odisha News Live Updates: ନିର୍ବାଚନ ପୂର୍ବରୁ ଗେରୁଆ ରଂଗକୁ ବଦଳିଲା ‘ଦୂରଦର୍ଶନ’ର ଲୋଗୋ
ସ୍ବୟଂଶାସିତ ଜନ ପ୍ରସାରଣକାରୀ ‘ଦୂରଦର୍ଶନ’ ଏହାର ଲୋଗୋର ରଙ୍ଗକୁ ନାଲିରୁ ଗେରୁଆ ପରିବର୍ତ୍ତନ କରି ବିରୋଧୀମାନଙ୍କର ସମାଲୋଚନାର ଶିକାର ହୋଇଛି। ନିକଟରେ ଏକ୍ସରେ ଏକ ନୂତନ ପ୍ରମୋସନାଲ୍ ଭିଡିଓ ସେୟାର ଡିଡି ଏହି ନୂଆ ଲୋଗୋ ବିଷୟରେ ସୂଚନା‌ ଦେଇଛି। ଯାହାକୁ ସହଜରେ ଗ୍ରାହଣ କରିପାରୁନାହାନ୍ତି ଦର୍ଶକ। ଡିଡି ପୋଷ୍ଟ୍‌ର କ୍ୟାପସନରେ ଲେଖାଯାଇଛି, “ଯଦିଓ ଆମର ମୂଲ୍ୟ ସମାନ ରହିଛି, ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ଉପଲବ୍ଧ। ପୂର୍ବ ପରି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ। ନୂଆ ଡିଡି ନିଉଜ୍‌କୁ ଅନୁଭବ କରନ୍ତୁ।

13:01 PM

Odisha News Live Updates: ‘ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ’ ଗେମ୍‌ ଖେଳି ଆମେରିକାରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ
ଗତ କିଛି ବର୍ଷ ତଳେ ‘ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ’ ନାମକ ଏକ ଅନ୍‌ଲାଇନ୍‌ ଗେମ୍‌ରେ ଅନେକ ଯୁବଙ୍କ ଜୀବନ ଯାଇଥିଲା। ଏହି ଖେଳ ଖେଳି ଅନେକ ଛାତ୍ର ଓ ଯୁବପିଢ଼ି ସେ ସମୟରେ ଆତ୍ମହତ୍ୟା କରିଥଲେ। ଏବେ ପୁଣି ସେପରି ସଂକଟ ଉପୁଜିଲାଣି। ଆମେରିକାର ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଭାରତୀୟ ଛାତ୍ରଙ୍କର ଏହି ଗେମ୍‌ ଖେଳି ଜୀବନ ଯାଇଛି। ଭାରତୀୟ ଛାତ୍ରଙ୍କ ମୃତଦେହ ମାର୍ଚ୍ଚ ମାସରେ ମିଳିଥିଲା ​​ଏବଂ ଏବେ ତାହକୁ ଆତ୍ମହତ୍ୟା ବୋଲି ବିଶ୍ବାସ କରାଯାଉଛି। ଜଣାପଡ଼ିଛି ଯେ ୨୦ ବର୍ଷୀୟ ଯୁବକ ଜଣକ “ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ” ଖେଳୁଥିଲେ , ଯାହାକି ତାଙ୍କ ଜୀବନ ହାନୀର କାରଣ ସାଜିଛି।

12:30 PM

Odisha News live Updates: କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ
ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ ସାଇକେଲରେ ଯାଉଥିବାଜରେ  କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି।ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା(୫୫)। ଧକ୍କା ଦେଇଥିବା କ୍ଷୀର ଗାଡ଼ି ସହିତ ଗାଡ଼ି ଚାଳକକୁ ନୀଳଗିରି ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

12:19 PM

Odisha News Live Updates: ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ବଡ଼ଚଣାରୁ ବର୍ଷାଙ୍କୁ ଟିକେଟ

ଭୁବନେଶ୍ୱର: ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ ବା ବିଜେଡି। ଷଷ୍ଠ ପର୍ଯ୍ୟାୟରେ ୯ ଜଣଙ୍କୁ ଟିକେଟ ଦେଇଛି ଦଳ। ବଡ଼ଚଣାରୁ ଅମର ଶତପଥୀଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକଟ ଦେଇଛି ଦଳ। ନଜର ପକାନ୍ତୁ ତାଲିକା ଉପରେ...
ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁ ସେଠୀ
ସାରସକଣା- ଦେବାଶିଷ ମାରାଣ୍ଡି
କରଞ୍ଜିଆ-ବାସନ୍ତି ହେମ୍ବ୍ରମ
ରେମୁଣା- ବିଦ୍ୟାସ୍ମିତା ମହାଳିକ
ସିମୁଳିଆ-ସୁଭାସିନୀ ସାହୁ
ବରଚଣା- ବର୍ଷା ପ୍ରିୟଦର୍ଶୀନ
କେନ୍ଦ୍ରାପଡ଼- ଗଣେଶ୍ୱର ବେହେରା
ଚମ୍ପୁଆ- ସନାତନ ମହାକୁଡ଼

12:02 PM

Odisha News Live Updates: କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ
ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ ସାଇକେଲରେ ଯାଉଥିବାଜରେ  କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି।ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା(୫୫)। ଧକ୍କା ଦେଇଥିବା କ୍ଷୀର ଗାଡ଼ି ସହିତ ଗାଡ଼ି ଚାଳକକୁ ନୀଳଗିରି ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

11:47 AM

Odisha News Live Updates: ଘୁଞ୍ଚିଲା ମୋଦିଙ୍କ ସହିତ ସାକ୍ଷାତ ସମୟ, ମସ୍କ କହିଲେ ଦୁଃଖଦ
ଏଲନ୍ ମସ୍କଙ୍କ ଭାରତ ଗସ୍ତକୁ ବର୍ତ୍ତମାନ ସମୟରେ ସ୍ଥଗିତ ରଖାଯାଇଛି ବୋଲି ଟେସଲା ସିଇଓ 'ଏକ୍ସ'ରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ତଥାପି, ଏହି ପୁନଃନିର୍ଦ୍ଧାରଣ ପଛରେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୁନଃନିର୍ଦ୍ଧାରଣ ପାଇଁ ମସ୍କ୍ ଗୁରୁତ୍ୱପୂର୍ଣ୍ଣ ଟେସଲା ବାଧ୍ୟତାମୂଳକ ଉଲ୍ଲେଖ କରିଛି। ସେ ୨୧ ଓ ୨୨ ଏପ୍ରିଲରେ ଭାରତ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଦକ୍ଷିଣ ଏସୀୟ (ଭାରତୀୟ) ବଜାରରେ ପ୍ରବେଶ କରିବାର ଯୋଜନା ପ୍ରକାଶ ପାଇବ ବୋଲି ଆଶା କରାଯାଉଥିଲା। ତାଙ୍କ ପୋଷ୍ଟରେ ମସ୍କ ଏହା ମଧ୍ୟ କହିଛନ୍ତି ଯେ ସେ ଚଳିତ ବର୍ଷ ଶେଷରେ ଭାରତ ଗସ୍ତ କରିପାରନ୍ତି।

11:00 AM

Odisha News Live Updates: ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ
ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଓ ଜଣେ ମହିଳା ଅଛନ୍ତି । ୭ ବର୍ଷର ପିକେଶ୍ୱର ରାଠିଆ ଓ ନବୀନ ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରାଧିକା ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନେ ସମସ୍ତେ ଛତିଡ଼ଗର ବାସିନ୍ଦା । ୨ଟି ଆଡଭାନ୍ସ ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ମାଧ୍ୟମରେ ସ୍କୁବା ଡାଇଭରମାନେ ମୃତଦେହକୁ ଉଦ୍ଧା କରିଛନ୍ତି । ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛନ୍ତି । ଏବେ ବି ୪ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି ।

10:50 AM

Odisha News Live Updates: ବୋଟରେ ଯାଇ ଲୋକଙ୍କୁ ସଚେତନ କଲେ 
ମୁଁ ନିଶ୍ଚିତ ଭୋଟ୍ ଦେବି, ମୋ ଭୋଟ ଦେଶ ପାଇଁ, ନାରା ସହ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ଲୋକଙ୍କୁ ନିବେଦନ କରିଛି ପ୍ରଶାସନ । ମତଦାନ ପୂର୍ବରୁ ଚିଲିକା କୃଷ୍ଣପ୍ରସାଦ ବ୍ଲକରେ ନିଆରା ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ଜିଲ୍ଲାପାଳ ଓ ଏସପି । ୫ କିଲୋମିଟର ଡଙ୍ଗାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲାପାଳ ଶିଧାର୍ଥ ସଙ୍କର ସ୍ୱାଇଁ , ପୁରୀ ଏସପି ପିନାକ ମିଶ୍ର। ଚିଲିକା ମଝିରେ ଥିବା ବ୍ରହ୍ମପୁର ପଞ୍ଚାୟତକୁ ଡଙ୍ଗାରେ ଯାଇ ବୁଥ୍ ପରିଦର୍ଶନ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।ବ୍ଲକରେ ଥିବା ଅତି ସମ୍ବେଦନଶୀଳ ବୁଥକୁ ଯାଇ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ସେନେଇ ପ୍ରସ୍ତୁତ ରହିବାକୁ ଅଫିସରମାନଙ୍କୁ ତାଗିଦ୍ କରିଛନ୍ତି ଜିଲ୍ଲାପାଳ ଓ ଏସପି ।

10:37 AM

Odisha News Live Updates: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମହିଳା ମୃତ
ନୂଆଦିଲ୍ଲୀ: ଏକ ଅନିୟନ୍ତ୍ରିତ ଟ୍ରକ ମେନପୁରୀର ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଇଥିଲା। ଟ୍ରାକ୍ଟର-ଟ୍ରଲିରେ ଯାତ୍ରା କରୁଥିବା ଚାରିଜଣ ମହିଳା ଏହି ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ବରଣ କରିଛନ୍ତି। ଏହା ସହିତ ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଟ୍ରାକ୍ଟର-ଟ୍ରଲିରେ ସମୁଦାୟ ୪୦ ଜଣ ଲୋକ ଯାତ୍ରା କରୁଥିଲେ।

 

10:26 AM

Odisha News Live Updates: ଅମିତ ଶାହଙ୍କର ନାହିଁ ନିଜସ୍ୱ କାର୍‌, ପାଖରେ ଅଛି ୨୪ ହଜାର ଟଙ୍କା
କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କର ନିଜର କାର୍‌ ନାହିଁ। କୋଟି କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଥିବା ବେଳେ ନଗଦ ଟଙ୍କା ମାତ୍ର ୨୪ ହଜାର ଅଛି। ଗତକାଲି ଗୁଜରାଟର ଗାନ୍ଧୀନଗରରୁ ଅମିତ ଶାହ ନାମାଙ୍କନ ଦାଖଲ କରିଥିବା ବେଳେ ସାମନାକୁ ଆସିଛି ତାଙ୍କ ସତ୍ୟପାଠ। ନିଜ ସତ୍ୟପାଠରେ ଅମିତ ଶାହ ଦର୍ଶାଇଛନ୍ତି, ତାଙ୍କ ନିକଟରେ ୨୦ କୋଟି ଟଙ୍କାର ସ୍ଥାବର ଓ ୧୬ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ବାର୍ଷିକ ଆୟ ୨୦୨୨-୨୩ରେ ୭୫.୦୯ ଲକ୍ଷ ଥିଲା ।ଏବେ ବି ତାଙ୍କ ଉପରେ ୧୫.୭୭ ଲକ୍ଷ ଟଙ୍କାର ଲୋନ୍‌ ରହିଛି। ମାତ୍ର ତାଙ୍କ ପାଖରେ କେବଳ ୨୪, ୧୬୪ ଟଙ୍କା ନଗଦ ରାଶି ରହିଛି। ଅମିତ ଶାହଙ୍କ ନିକଟରେ ୭୨ ଲକ୍ଷ ଟଙ୍କାର ଗହଣା ଥିବା ବେଳେ ସେଥି ମଧ୍ୟରୁ ସେ ସେ ୮. ୭୬ ଲକ୍ଷ ମୂଲ୍ୟର ଅଳଙ୍କାର କିଣିଛନ୍ତି।

10:10 AM

Odisha News Live Updates: ଅସହ୍ୟ ଗ୍ରୀଷ୍ମରେ ପାୱାର୍ କଟ୍
ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍ କଟକୁ ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସୋଶାଲ ମିଡ଼ିଆ X ଜରିଆରେ TPCODL ସିଇଓ ଏବଂ ଶକ୍ତି ବିଭାଗ ସଚିବଙ୍କୁ ଟ୍ୟାଗ୍ କରି SRC ଜଣାଇଛନ୍ତି।

09:56 AM

Odisha News Live Updates: ଆହୁରି ବଢ଼ିବ ତାତି; ଏପ୍ରିଲଠୁ ଅଧିକ କଲବଲ କରିବ ମେ’
ଆହୁରି ବଢ଼ିବ ତାତି। ଏପ୍ରିଲ ଠାରୁ ଅଧିକ କଲବଲ କରିବ ମେ’। ଘରୁ ବାହାରିବା ହୋଇଯିବ ମୁସକିଲ୍। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ତ୍ରାହି ତ୍ରାହି ଟାକିବେ ଲୋକେ। ଏପରି ଆଗୁଆ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗର କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଟ୍ୱିଟ୍ କରି କହିଛନ୍ତି ଯେ, ମେ’ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ସବୁବର୍ଷ ଅପେକ୍ଷା ଚଳିତ ମେ’ ମାସରେ ତାତି ଅଧିକ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।  ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ। 

09:46 AM

Odisha News Live Updates: ବାହୁଡିବେ ପ୍ରଭୁ ଲିଙ୍ଗରାଜ, ସାଢେ ୩ଟାରେ ହେବ ରଥଟଣା
ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ଏପ୍ରିଲ ୧୬ ତାରିଖ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ ସେଢେ ୩ଟାରେ ରଥଟଣା ଆରମ୍ଭ ହେବ। ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ ଓ ଅବକାଶ, ସାଢେ ୬ଟାରୁ ସାଢେ ୯ଟା ସାହାଣ ମେଲା ଦର୍ଶନ, ସାଢେ ୮ଟା ମଧ୍ୟରେ ରୋଷ ହୋମ ଓ ପାକ କାର୍ଯ୍ୟ, ସାଢ଼େ ୯ଟାରୁ ୧୦ଟା ମଧ୍ୟରେ ଛାମୁ ପରିଷ୍କାର, ସକାଳ ୧୦ଟାରୁ ସାଢେ ୧୦ଟା ଭିତରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା, ସକାଳ ସାଢେ ୧୦ଟା ରୁ ସାଢେ ୧୧ଟା ମଧ୍ୟରେ ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ, ସାଢେ ୧୧ଟା ରୁ ସାଢେ ୧୨ଟା ଭିତରେ ଭୋଗ ମଣ୍ଡପ, ସାଢେ ୧୨ଟା ରୁ ସାଢେ ୧ଟା ମଧ୍ୟରେ ଅଧର ପଣା ପୂଜା ହେବ ।

09:36 AM

Odisha News Live Updates: ଆଜି ରଥଯାତ୍ରା ସମନ୍ୱୟ କମିଟି ବୈଠକ
ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ପୁରୀ ଟାଉନ ହଲ୍ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏବର୍ଷ କିପରି ସୁରୁଖୁରୁରେ ଶାନ୍ତି ଶୃଙ୍ଖଳାର ସହ ଘୋଷଯାତ୍ରା କରାଯିବ, ତା ଉପରେ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯିବ। ବିଶେଷ କରି ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ କରଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଯାତ୍ରୀ ପାର୍କିଂ ତା ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ଉପରେ ଆଲୋଚନା କରାଯିବ। ଚଳିତବର୍ଷ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ତା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ।

09:24 AM

Odisha News Live Updates: ମହାନଦୀରେ ଡଙ୍ଗା ବୁଡ଼ି: ଏଯାଏ ୪ ମୃତଦେହ ଉଦ୍ଧାର
ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଏଯାଏ ୪ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି। ଏମାନଙ୍କ ମଧ୍ୟରେ ୨ ମହିଳା ଓ ୨ ନାବାଳକ ଥିବା ଜଣାଯାଇଛି। ଦୁଇ ମୃତ ନାବାଳକ ହେଲେ ପିକେଶ୍ବର ରାଠିଆ ଓ ନବୀନ ରାଠିଆ। ଉଭୟଙ୍କର ବୟସ ୭ ବର୍ଷ ବୋଲି କୁହାଯାଉଛି। ଦୁଇ ମୃତ ମହିଳାଙ୍କର ଏଯାଏ ପରିଚୟ ମିଳିପାରି ନାହିଁ।ଗତକାଲି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ୩ଟି ମୃତଦେହ ଉଦ୍ଧାର ହୋଇଛି। ଆହୁରି ୪ ଜଣ ଲୋକ ନିଖୋଜ ଥିବା ଜଣାଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରଖିଛନ୍ତି।

09:18 AM

Odisha News Live Updaets: ସଲ୍‌ମାନ ଖାନ୍‌ଙ୍କ ଘର ଠିକଣାରେ କ୍ୟାବ୍‌ ବୁକ୍‌ କରିଥିବା ଯୁବକ ଗିରଫ
ଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାମରେ କ୍ୟାବ ବୁକ୍ କରିବା ଅଭିଯୋଗରେ ଜଣେ ୨୦ ବର୍ଷୀୟ ଯୁବକ ଗିରଫ ହୋଇଛନ୍ତି ବୋଲି ଶୁକ୍ରବାର ପୁଲିସ୍‌ ପକ୍ଷରୁ ଜଣାପଡ଼ିଛି। ମୁମ୍ବାଇ ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଉତ୍ତରପ୍ରଦେଶର ଗାଜିଆବାଦର ୨୦ ବର୍ଷ ବୟସ୍କା ରୋହିତ ତ୍ୟାଗି ବୋଲି ଜଣାପଡ଼ିଛି। ସବିଶେଷ ତଥ୍ୟ ପ୍ରଦାନ କରି ପୁଲିସ କହିଛି ଯେ ଅଭିଯୁକ୍ତ ଅଭିନେତା ସଲମାନ ଖାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରୁ ଲରେନ୍ସ ବିଷ୍ଣୁଙ୍କ ନାମରେ ଏକ କ୍ୟାବ ବୁକ୍ କରିଥିଲା, ଯାହାଫଳରେ ଏବେ ତାକୁ ଗିରଫ କରାଯାଇ ଥାନାକୁ ନିଆଯାଇଛି।

08:52 AM

Odisha News Live Updates: ମହାନଦୀରେ ନିଖୋଜ ୭ଜଣଙ୍କ ମିଳୁନି ପତ୍ତା
ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଏବେ ବି ୭ ଜଣଙ୍କ ମିଳୁନି ପତ୍ତା। ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜଙ୍କ ମଧ୍ୟର ୪ ଜଣ ମହିଳା ଓ ୩ ଜଣ ଶିଶୁ ଥିବା କୁହାଯାଉଛି । ଗତକାଲିଠାରୁ ରେସକ୍ୟୁ ଅପରେସନ୍ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଏକ ସ୍କୁବା ଡାଇଭର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ଡଙ୍ଗା ବୁଡ଼ି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି । ଡଙ୍ଗାରେ ପାଖାପାଖି ୫୪ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଝାରସୁଗୁଡ଼ା ସରଧା ଡଙ୍ଗା ଘାଟକୁ ଆସୁଥିଲେ । ବରଗଡ଼ ପଥରାସେନୀରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ସରଧା ଘାଟି ନିକଟିରେ ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି ।

08:37 AM

Odisha News Live Updates: ପୋଖରୀରେ ପଡି ୫ ବର୍ଷ ଝିଅର ମୃତ୍ୟୁ
ଖେଳୁଥିବା ବେଳେ ପୋଖରୀରେ ପଡି ୫ ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବର୍ଦ୍ଧନପୁର ଗାଁର ପ୍ରଶାନ୍ତ ଦାସଙ୍କ ଝିଅ ଭାଗ୍ୟଶ୍ରୀର ମୃତ୍ୟୁ ହୋଇଛି । ଗତକାଲି ସକାଳେ ଘରପାଖ ପୋଖରୀ କୁଳରେ ଖେଳୁଥିବା ବେଳେ ପୋଖରୀରେ ପଡିଯାଇଥିଲେ । ପରେ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

08:29 AM

Odisha News Live Updates: ତତଲା କଡେଇରେ ସିଜୁଛି ସାରା ଓଡ଼ିଶା 
ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଆଜି ବି ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆଜି ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ। ଏଥିପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ଢେଙ୍କାନାଳ, ମାଲକାନାଗିରି, ନବରଙ୍ଗପୁର , ଗଞ୍ଜାମ ଓ ଗଜପତିରେ ବି ଗ୍ରୀଷ୍ମଲହରି ଦେଖିବାକୁ ମିଳିବ। ତେବେ ଗ୍ରୀଷ୍ମପ୍ରବାହର ଏଭଳି ସ୍ଥିତିରୁ ଆସନ୍ତା କାଲିଠୁ ସାମୟିକ ଆଶ୍ୱସ୍ତି ମିଳିବ। ପଶ୍ଚିମା ଝଡ଼ ଯୋଗୁଁ କାଲିଠୁ ୨୪ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ଦେଖିବାକୁ ମିଳିବ। ଆଉ ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବାର ସମ୍ଭାବନା ରହିଛି। ୨୨ ତାରିଖରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିପାରେ। କିନ୍ତୁ ୨୫ ତାରିଖ ପରେ ପୁଣି ତାତି ବଢିବା ସହ ତାପମାତ୍ରା ୪୬ ଡିଗ୍ରୀ ଛୁଇଁବ ବୋଲି ବରିଷ୍ଠ ପାଣିପାଗ ବିଷେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ।

 

08:22 AM

Odisha News Live Updates: ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି
ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭା । ରାଲିକୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମମନ୍ଦିର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ସିଧାସଳଖ କରିଛନ୍ତି ଟାର୍ଗେଟ । ମୋଦି କହିଛନ୍ତି ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠାକୁ ନିମନ୍ତ୍ରଣ ପ୍ରତ୍ୟାଖାନ କରି ବିରୋଧୀ ରାମବିରୋଧୀ ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ଅନ୍ୟପଟେ ପରୋକ୍ଷରେ ରାହୁଲ ଓ ଅଖିଳେଶଙ୍କୁ କଟାକ୍ଷ କରି ମୋଦି କହିଛନ୍ତି ଉତ୍ତରପ୍ରଦେଶରେ ଦୁଇ ରାଜକୁମାରଙ୍କ ଫିଲ୍ମ ସୁଟିଂ ଚାଲିଛି । ଏମାନେ ଜନତାଙ୍କ ନିକଟରେ ଭୋଟ ପାଇଁ ପହଁଚିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନଙ୍କୁ ପ୍ରତ୍ୟାଖାନ କରାଯାଉଛି । ଏଥିସହ ୧୦ ବର୍ଷର ମୋଦି ସରକାରଙ୍କ ସଫଳତା ଓ ଉପଲବ୍ଧି ବଖାଣିବା ସହ ମୋଦି କହିଛନ୍ତି ବିଗତ ବର୍ଷର ସଫଳତା କେବଳ ଏକ ଟ୍ରେଲର ଅଟେ ଆଗକୁ ଅନେକ ସଫଳତା ଦେଖିବାକୁ ବାକି ରହିଛି ।

 

08:18 AM

Odisha News Live Updates: ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ସହଜ ବିଜୟ 
ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ସହଜ ବିଜୟ । ଅଧିନାୟକ ଲୋକେଶ ରାହୁଲ, ଡିକକଙ୍କ ଦମଦାର ଅର୍ଦ୍ଧଶତକୁ ଯୋଗୁ ୮ ୱିକେଟରେ ଜିତିଲା ଏଲଏସଜି । ପ୍ରଥମେ ବ୍ୟାଟିଂରେ ୬ ୱିକେଟରେ ୧୭୬ ରନ କରିଥିଲା ସିଏକେ ।

08:08 AM

Odisha News Live Updates: ବିଜୁଳି କଟୁଛି ଘନଘନ, ଅସ୍ତବ୍ୟସ୍ତ ଜନଜୀବନ
ଖରାଦିନେ ବିଜୁଳି କଟିବନି ବୋଲି ବିଦ୍ୟୁତ ବଣ୍ଟନ ସଂସ୍ଥା (ଡିସ୍‌କମ୍‌) ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତ ହେଲେ। ଘଣ୍ଟା ଘଣ୍ଟା ଧରି ବିଜୁଳି ‌କାଟି ଭିତ୍ତିଭୂମି ମରାମତି ଓ ମଜବୁତ କଲେ। କେଉଁଠି ଟ୍ରାନ୍‌ସ୍‌ଫର୍ମର ଦକ୍ଷତା ବଢ଼ିଲା ତ କେଉଁଠି ଦୁର୍ବଳ ତାର ବଦଳ ହେଲା। ହେଲେ ଠିକ୍‌ ‌ବେଳକୁ ସବୁ ଫସର ଫାଟିଗଲା। ଖରା ଯେତିକି ବଢ଼ିଲା, ବିଜୁଳି ବିଭ୍ରାଟ ସେତିକି ଦେଖାଦେଲା। କେଉଁଠି ଲୋ’ ଭୋ‌ଲ୍‌ଟେଜ୍‌ ତ କେଉଁଠି ମରାମତି ନାଁରେ ୩ ଘଣ୍ଟା ଧରି କଟୁଛି ଲାଇନ୍‌। ଲଗାତାର ୪୦ ଡିଗ୍ରି ତାପମାତ୍ରା ରହୁଥିବାରୁ ଲୋକମାନେ ସକାଳୁ ରାତି ଯାଏ ସନ୍ତୁଳି ହେଉଛନ୍ତି। ଏଭଳି ସ୍ଥିତିରେ ଏଭଳି ବିଜୁଳି ବିଭ୍ରାଟ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ବାରମ୍ବାର ଅଭିଯୋଗ ପରେ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଜନସାଧାରଣଙ୍କ ସମସ୍ୟାକୁ ଆଖି ଆଗରେ ରଖି ବିଦ୍ୟୁତ ବିଭ୍ରାଟ ଜନିତ ସମସ୍ୟାର ସମାଧାନ କରିବାକୁ ଟିପିସିଓଡିଏଲ୍‌ ସିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

07:52 AM

ଦକ୍ଷିଣ ଓଡ଼ିଶାରେ କାଳ ବୈଶାଖୀ ସମ୍ଭାବନା:
ଆଜି ଅପରାହ୍ଣରେ ଦକ୍ଷିଣ ଓଡ଼ିଶର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ସମ୍ଭାବନା ରହିଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ତାପମାତୟା ସାମାନ୍ୟା ହ୍ରାସ ପାଇ ଅସହ୍ୟ ତାତିରୁ ମୁକ୍ତି ମିଳିପାରେ। ପାଣିପାଗ ବିଭାଗର ସଳଚନା ଅନୁସାରେ, ଦକ୍ଷିଣ ଉପକୂଳ ଜିଲ୍ଲା ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏେବ ବଙ୍ଗୋପସାଗରରୁ ବାୟୁ ପ୍ରବାହିତ ହେଉଛି। ଏହାଫଳରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି। ଏଣୁ ଉତ୍ତପ୍ତ ବାୟୁ ମଣ୍ଡଳ ସହ ଏହି ଜଳୀୟ ବାଷ୍ପ ସଂସ୍ପର୍ଶରେ ଆସିବା ଫଳରେ ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

07:50 AM

Odisha News Live Updates: ଦ୍ୱିତୀୟ ଦିନରେ ଡଙ୍ଗାବୁଡ଼ି ଘଟଣା, ଓଡ୍ରାଫ ପକ୍ଷରୁ ସନ୍ଧାନ ଆରମ୍ଭ 

ଝାରସୁଗୁଡ଼ା ଜିଲ୍‍ଳା ଲଖନପୁରର ଶରଧା ନିକଟରେ ଘଟିଥିବା ଡଙ୍ଗାବୁଡ଼ି ଘଟଣାରେ ପୁଣିଥରେ ଖାଜିବା ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ରୁ ୫୦ ଜଣ ଯାତ୍ରୀ ଏକ ଡଙ୍ଗାରେ ବସି ବରଗଡ଼ର ବାଞ୍ଜିପାଲିକୁ ପିକ୍‍ନିକ୍‍ ପାଇଁ ଆସିଥିଲେ। ଫେରିବା ବେଳେ ଶରଧା ନିକଟରେ  ଡଙ୍ଗା ଭାରସାମ୍ୟ ହରାଇଥିଲା। ଏଥିରେ ୪୩ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ। ବାକି ୭ ଜଣ ନିଖେୋଜ ରହିଥିଲେ। ସେମାନଙ୍କ ଭିତରୁ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ପୁଣିଥିରେ ବୁଡ଼ିଥିବା ଲେକାଙ୍କୁ ଖୋଜିବା ଲାଗି ଅଭିଯାନ ଆରମ୍ଭ ହୋଇଛି। ଓଡ୍ରାଫ୍‍ ପକ୍ଷରୁ ଆବଶ୍ୟକ ସରଞ୍ଜାମ ନିଆଯାଇ ନିଖୋଜଙ୍କୁ ଖୋଜା ଚାଲିଛି।

07:49 AM

Odisha News Live Updates: ଦକ୍ଷିଣ ଓଡ଼ିଶାରେ କାଳ ବୈଶାଖୀ ସମ୍ଭାବନା

ଆଜି ଅପରାହ୍ଣରେ ଦକ୍ଷିଣ ଓଡ଼ିଶର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ସମ୍ଭାବନା ରହିଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ତାପମାତୟା ସାମାନ୍ୟା ହ୍ରାସ ପାଇ ଅସହ୍ୟ ତାତିରୁ ମୁକ୍ତି ମିଳିପାରେ। ପାଣିପାଗ ବିଭାଗର ସଳଚନା ଅନୁସାରେ, ଦକ୍ଷିଣ ଉପକୂଳ ଜିଲ୍ଲା ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏେବ ବଙ୍ଗୋପସାଗରରୁ ବାୟୁ ପ୍ରବାହିତ ହେଉଛି। ଏହାଫଳରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି। ଏଣୁ ଉତ୍ତପ୍ତ ବାୟୁ ମଣ୍ଡଳ ସହ ଏହି ଜଳୀୟ ବାଷ୍ପ ସଂସ୍ପର୍ଶରେ ଆସିବା ଫଳରେ ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

07:49 AM

Odisha News Live Updates: ପୁଣି ଓଲିଉଡ୍‌ରେ ୱାଡେକର୍
ବେଶ୍ କିଛି ବର୍ଷର ବ୍ୟବଧାନରେ ପୁଣି ଜଣେ ପ୍ରଖ୍ୟାତ ବଲିଉଡ୍‌ ଗାୟକଙ୍କ ଗୀତ ଶୁଣିବାକୁ ମିଳିବ ଓଡ଼ିଆ ସିନେମାରେ। ଶତାଧିକ ଓଡ଼ିଆ ଗୀତରେ କଣ୍ଠଦାନ କରିଥିବା ବଲିଉଡ୍ ଗାୟକ ସୁରେଶ ୱାଡେକର୍ ପୁଣି ଓଲିଉଡ୍‌କୁ ଫେରିଛନ୍ତି। ସୁରେଶ ଗାଇଥିବା ମା’ ତୁମେ ମମତାର ସୀମାହୀନ ସାଗର (ଉଲକା), ଆସିଛି ଏକା ଯିବି ମୁଁ ଏକା(ହିସାବନିକାଶ), ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ(କନ୍ୟାଦାନ), ଏ ଦୁନିଆ ବୁକୁରେ (କାବେରୀ), ଗଡ଼ିଗଡ଼ି ଯାଏ ଶଗଡ଼(ତୁଣ୍ଡବାଇଦ), ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ (ଡୋରା), ତୁ ଆମ ଦିନ ତୁ ଆମ ରାତି (ଜଗାବଳିଆ), ଏଯେ ଲକ୍ଷ୍ମଣରେଖା (ଲକ୍ଷ୍ମଣରେଖା), ତୋର ଇଚ୍ଛା ପୂର୍ଣ୍ଣ ହେଉ ମହାବାହୁ (ପୂଜାଫୁଲ), ଅଜବ ସହରେ ଆଜି ଗୁଜବ ଉଠିଛି (ପରଦେଶୀ ଚଢ଼େଇ), ତୁ ଏକ ନୀରିହ ଫୁଲ ମୁଁ ଏକ ନିଆଁର ଝୁଲ (ଆସୁଚି ମୋ କାଳିଆ ସୁନା) ଆଦି ଅନେକ ଓଡ଼ିଆ ସିନେଗୀତ ଓ ଆଲବମ୍ ଗୀତ ଆଜି ବି ଶ୍ରୋତାଙ୍କୁ ଉଦ୍‌ବେଳନ କରେ।

07:26 AM

Odisha News Live Updates: ନିର୍ବାଚନ ସମ୍ବନ୍ଧରେ ପୂ୍ର୍ବାନୁମାନକୁ ବାରଣ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

07:25 AM

Odisha News Live Updates: ୨୧ରୁ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ରାଜ୍ୟରେ ପ୍ରବଳ ରୌଦ୍ରତାପ ଜାରି ରହିଛି। ପ୍ରଥମଥର ପାଇଁ ଶୁକ୍ରବାର ତାପମାତ୍ରା ୪୪ ଡିଗ୍ରୀ ଟପିଛି। ବୌଦ୍ଧରେ ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଅସହ୍ୟ ତାତି ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେବାରେ ଲାଗୁଛି। ଦିନତମାମ ଟାଣ ଖରାରେ ଭାଜି ହେଉଥିବା ରାତିରେ ବି ତାତିରୁ ନିସ୍ତାର ପାଉ ନାହାଁନ୍ତି ଲୋକେ। ପଢନ୍ତୁ ପୂରା ରିପୋର୍ଟ...

07:20 AM

Odisha News Live Updates: ପଢିନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...

07:19 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।