Assembly Budget Session LIVE: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ, ଅଭିଭାଷଣ ରଖିଲେ ରାଜ୍ୟପାଳ
Advertisement
Article Detail0/zeeodisha/odisha2094985

Assembly Budget Session LIVE: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ, ଅଭିଭାଷଣ ରଖିଲେ ରାଜ୍ୟପାଳ

 ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Assembly Budget Session LIVE: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ, ଅଭିଭାଷଣ ରଖିଲେ ରାଜ୍ୟପାଳ
LIVE Blog

 ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

05 February 2024
13:58 PM

Assembly Budget Session LIVE: କେଉଁ କେଉଁ କ୍ଷେତ୍ରରେ ଉନ୍ନତି କରିଛନ୍ତି ରାଜ୍ୟ ସରକାର, ବିଧାନସଭାର ବଜେଟ୍ ଅଧିବେଶନରେ ରାଜ୍ୟପାଳ ରଖିଥିବା ଅଭିଭାଷଣ ପୂରା ଖବର ପଢନ୍ତୁ ଏହି ଲିଙ୍କରେ....

12:56 PM

Assembly Budget Session 2024: ବିଧାନସଭାରେ ପରିକ୍ରମା ପ୍ରକଳ୍ପକୁ ଭୁରି ଭୁରି ପ୍ରଂଶାସ କଲେ ରାଜ୍ୟପାଳ...ଅଧିକ ପଢନ୍ତୁ...

12:45 PM

Governor Raghubar Das Address The House: ବିଗତ ୫ ବର୍ଷରେ ମୋଟ ୪୬, ୯୮୬ ପ୍ରାର୍ଥୀଙ୍କୁ ସରକାରୀ ଚାକିରି । ଅଭିଭାଷଣରେ ସରକାରୀ ନିଯୁକ୍ତି ସଂଖ୍ୟା କହିଲେ ରାଜ୍ୟପାଳ । ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ୧୫, ୦୯୬ ନିଯୁକ୍ତି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଜରିଆରେ ୧୨, ୯୮୮ ନିଯୁକ୍ତି । ଓଡ଼ିଶା ସବୋଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ୧୮ ହଜାର ୯୦୨ ନିଯୁକ୍ତି । 

12:38 PM

Governor Raghubar Das Address The House: ରାଜ୍ୟରେ ମୁଣ୍ଡପିଛା ଆୟ ବଢିଥିବା କହିଲେ ରାଜ୍ୟପାଳ । ଆକଳନ ଅନୁଯାୟୀ, ୨୦୨୨-୨୩ ରେ ମୁଣ୍ଡପିଛା ଆୟ ୧.୫୧ ଲକ୍ଷ , ସେହିପରି ୨୦୨୧-୨୨ ରେ ମୁଣ୍ଡପିଛା ଆୟ ରହିଥିଲା ୧.୨୯ ଲକ୍ଷ । ବେକାରୀ ଅଭିବୃଦ୍ଧି ହାର କମିଥିବା କହିଲେ ରାଜ୍ୟପାଳ । 

 

12:29 PM

Governor Raghubar Das Address The House:୨୦୨୨-୨୩ରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧.୩୬ ମେଟ୍ରିକ ଟନରେ ପହଞ୍ଚିଛି । ଯାହା ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ ଟନ୍ ଥିଲା । ଆଧୁନିକ କୃଷି ପଦ୍ଧତି ଦ୍ୱାରା କୃଷିକ୍ଷେତ୍ରକୁ ବିକଶିତ କରୁଛନ୍ତି ରାଜ୍ୟ ସରକାର । ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍ୱ ମଧ୍ୟ ଓଡ଼ିଶା କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ଉଭା ହୋଇଛି । ମିଲେଟ ମିଶନ ଆରମ୍ଭ କରି ଓଡ଼ିଶା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ୧୦ ନଭେମ୍ବରକୁ ମିଲେଟ ଦିବସ ଭାବେ ପାଳନ କରୁଥିବା ଦେଶର ପ୍ରଥମ ରାଜ୍ୟ ପାଲଟିଛି ଓଡ଼ିଶା । କୃଷକଙ୍କୁ ଆର୍ଥିକ ସହାୟତା ଦେବାକୁ କାଳିଆ ଯୋଜନା ଜାରି ରଖିଛନ୍ତି ରାଜ୍ୟ ସରକାର ।

12:27 PM

Governor Raghubar Das Address The House: ନିକଟରେ ମୋ ସରକାର ସେମିକଣ୍ଡକ୍ଟର ଡିଜାଇନ୍ ୟୁନିଟ୍ ଏବଂ ସପ୍ଲାଏ ଚେନ୍ ୟୁନିଟ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ସହିତ ଦେଶର ଚତୁର୍ଥ ରାଜ୍ୟ ଭାବେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ ଉତ୍ସର୍ଗୀକୃତ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଏବଂ ଫାବଲେସ୍ ନୀତି, ୨୦୨୩ ପ୍ରଣୟନ କରିଛନ୍ତି । ଏକ ଅନୁକୂଳ ସେମିକଣ୍ଡକ୍ଟର ଇକୋ –ସିଷ୍ଟମର ବିକାଶ ପାଇଁ ମୋ ସରକାର ଖୁବ୍‌ଶୀଘ୍ର ଓ-ଚିପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ରାଜ୍ୟପାଳ । 

12:27 PM

Governor Raghubar Das Address The House: ୨୦୧୮-୧୯ ରେ ଏହା ୪୦୦୦ କୋଟି ଟଙ୍କା ରହିଥିରବାବେଳେ ୨୦୨୩-୨୪ ସୁଦ୍ଧା ଏହା ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆଇଟି କ୍ଷେତ୍ରରେ ନିୟୋଜିତ ଲୋକଙ୍କ ସଂଖ୍ୟା ୨୦୧୮-୧୯ ରେ ୨୦,୦୦୦ ଥିଲାବେଳେ ୨୦୨୨-୨୩ ରେ ୪୦୦୦୦ କୁ ବୃଦ୍ଧି ପାଇଛି । ରାଜ୍ୟରେ ପୁଞ୍ଜିନିବେଶ ପ୍ରବାହକୁ ପ୍ରୋତ୍ସାହିତ କରିବା ପାଇଁ ମୋ ସରକାର ଇଲେକଟ୍ରୋନିକ୍‌ ନୀତି, ଆଇଟି ନୀତି, ବିପିଓ ନୀତି ଏବଂ ଡାଟା ସେଣ୍ଟର ନୀତି ପ୍ରଣୟନ କରିଛନ୍ତି ।

12:26 PM

Governor Raghubar Das Address The House:ଭୁବନେଶ୍ୱରରେ ପ୍ରମୁଖ ଆଇଟି, ଇଲେକ୍‌ଟ୍ରୋନିକ୍ସ କମ୍ପାନି ଏବଂ ବୃତିଗତ ସେବା ସଂସ୍ଥା ସେମାନଙ୍କ କେନ୍ଦ୍ର ଖୋଲିଛନ୍ତି । ଆଇବିଏମ୍, ଡେଲଏଟ୍, ଇଏଣ୍ଡୱାଇ, ସିନୋପସିସ୍, ପିଡବ୍ଲ୍ୟୁସି, ହାପିଏଷ୍ଟ ମାଇଣ୍ଡସ୍, କନସେଣ୍ଡ୍ରିକ୍ସ ଭଳି ନାମୀଦାମୀ କମ୍ପାନି ଅନ୍ତର୍ଭୁକ୍ତ । ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଆଇଟି ରପ୍ତାନି ୮୭.୫% ବୃଦ୍ଧି ପାଇଛି । 

12:21 PM

Governor Raghubar Das Address The House: ରାଜ୍ୟରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଛି। ସରକାରଙ୍କ ଯୋଜନା ଓ ଉନ୍ନତା ମାନର ସ୍ୱାସ୍ଥ୍ୟସେବା କାରଣରୁ ଶିଶୁମୃତ୍ୟୁ ହାର କମିଛି। ଏହା ସହ ଶିଶୁ ମୃତ୍ୟହାର ହ୍ରାସରେ ଓଡ଼ିଶା ଦେଶରେ ପ୍ରଥମ । 

12:18 PM

Governor Raghubar Das Address The House: ୩୦ ଜିଲ୍ଲାରେ ୬୭୯୮ ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍ । 

12:16 PM

Governor Raghubar Das Address The House: ରାଜ୍ୟପାଳଙ୍କ ଭାଷଣରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ । ୨୦୨୭ ସୁଦ୍ଧା ଓଡ଼ିଶାରେ ଶେଷ ହେବ ମେଟ୍ରୋ ରେଳ ପ୍ରକଳ୍ପ । ୬୨୫୬ କୋଟି ଟଙ୍କା ବ୍ୟୟରେ ହେବ ମେଟ୍ରୋ ରେଳ ପ୍ରକଳ୍ପ । 

12:14 PM

Governor Raghubar Das Address The House: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ମାଓ ବିରୋଧୀ ଅଭିଯାନରେ ପୋଲିସକୁ ସଫଳତା ମିଳିଛି। ମୁଖ୍ୟସ୍ରୋତକୁ ଫେରିଛନ୍ତି ମାଓବାଦୀ, ମାଓ ହିଂସା କମିଛି । 

12:11 PM

Governor Raghubar Das Address The House: ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ଲକ୍ଷ ଯାଏଁ ଋଣ ମିଳୁଛି। ଆନ୍ତଃ-ଜାତି ବିବାହକୁ ସ୍ୱୀକୃତି ପାଇଁ ଦମ୍ପତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ ମିଳୁଛି। ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି।

12:07 PM

Governor Raghubar Das Address The House: ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି। କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି। 

12:06 PM

Governor Raghubar Das Address The House: ନ୍ୟୁୟର୍କ, ଟୋକିଓ ଓ ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ଚାଲିଛି । ଡ୍ରିଙ୍କ ଫ୍ରମ ଟ୍ୟାପରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ଦ୍ୱିତୀୟ ସହର । ୨୪ ସହରାଞ୍ଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ୍ ଟ୍ୟାପ ସୁବିଧା ପାଉଛନ୍ତି । 

12:02 PM

Governor Raghubar Das Address The House: ରାଜ୍ୟର ୧୦ ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି। ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତିମୁକ୍ତ ହେବ। 

12:00 PM

Governor Raghubar Das Address The House:  ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ 'ମୋ ଘର' ଆରମ୍ଭ ହୋଇଛି। 'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଇଛି। 

11:59 AM

Governor Raghubar Das Address The House:  ରାଜ୍ୟର ୪୦ ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି। ୨୦୧୪-୧୫ ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି। ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି। 

11:57 AM

Governor Raghubar Das Address The House:   ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କ ଠାରୁ ୭୯.୧୬ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି। 

11:54 AM

Governor Raghubar Das Address The House:  ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ପ୍ରଦାନ କରାଯାଉଛି। ଅନ୍ତୋଦୟ ଅନ୍ନ ଯୋଜନାରେ  ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାରକୁ ରାଜ୍ୟ ସରକାର ଚାଉଳ ପ୍ରଦାନ କରୁଛନ୍ତି । 

11:52 AM

Governor Raghubar Das Address The House: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି। ୭୫୦ କୋଟି ଟଙ୍କାରେ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି।  

11:50 AM

Governor Raghubar Das Address The House: ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି। ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି। 

11:38 AM

Governor Raghubar Das Address The House: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଅଧିନରେ ମୋ ସରକାର ବରିଷ୍ଠ ନାଗରିକକୁ ଦେଶର ଧାମ ବୁଲାଇବାରେ ଅନେକ ସହାୟକ ହୋଇଛନ୍ତି । ଏହି ଆଧାରରେ  ୧୩ ହଜାର ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି । 

11:36 AM

Governor Raghubar Das Address The House: ମୋ ସରକାର ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଓ ସ୍ମାରକ ସ୍ଥଳର ଉନ୍ନତିକରଣ କରିଛନ୍ତି ତାହା ପ୍ରଂଶସାଯୋଗ୍ୟ । 

11:29 AM

Governor Raghubar Das Address The House: ୪୩.୮୮ ଲକ୍ଷ କ୍ଷୁଦ୍ର ଚାଷୀ  ଓ ୧୮.୯୩ ଲକ୍ଷ ଭୂମିହନ ଚାଷୀଙ୍କୁ କାଳିଆ ଯୋଜନା ରେ ସହାୟତା ମିଳିଛି।

 

11:27 AM

Governor Raghubar Das Address The House: ମାଣ୍ଡିଆକୁ ବିଶ୍ୱ ଦରବାର ସ୍ତରରେ ପହଞ୍ଚାଇବାକୁ ମୋ ସରକାର ଆରମ୍ଭ କରିଛନ୍ତି ମିଶନ ମିଲେଟ୍ । ୨୦୨୨-୨୩ ରେ ୬.୦୩ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି। ୧୧୩.୭୬ ରାସନ କାର୍ଡ ଧାରୀଙ୍କୁ ୪ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ଦିଆଯାଇଛି। 

11:23 AM

Governor Raghubar Das Address The House: ୨୦୧୮ ରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଏବେ ଚର୍ଚ୍ଚାରେ ରହିଛି। ଏହି ଯୋଜନାରେ କ୍ଷୁଦ୍ରଚାଷୀ ଉପକୃତ ହୋଇଛନ୍ତି । ରାଜ୍ୟର ପାଖାପାଖି ୪୩.୮୮ ଲକ୍ଷ ଚାଷୀ ଏହି ଯୋଜନାର ଲାଭ ଉଠାଉଛନ୍ତି ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ।

11:21 AM

Governor Raghubar Das Address The House: ମାଣ୍ଡିଆକୁ ବିଶ୍ୱ ଦରବାର ସ୍ତରରେ ପହଞ୍ଚାଇବାକୁ ମୋ ସରକାର ଆରମ୍ଭ କରିଛନ୍ତି ମିଶନ ମିଲେଟ୍ । ଯାହା ଅନ୍ୟ ରାଜ୍ୟ ଠାରୁ ଅଗ୍ରଣୀ ଭାବେ ଓଡ଼ିଶା ଏହି ପ୍ରକ୍ରିୟାରେ ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି। 

11:20 AM

Governor Raghubar Das Address The House:  ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ରାଜ୍ୟ ପ୍ରତିଟି ପ୍ରତିକୂଳ ସ୍ଥିତିରେ ଅଣ୍ଟା ସଳଖି ଛିଡ଼ା ହୋଇଛି। ଏହାସହ ଚାଉଳ ଓ ଫସଲ ଉତ୍ପାଦନରେ ବୃଦ୍ଧି ହୋଇଛି ବୋଲି କହିଛନ୍ତି ରାଜ୍ୟପାଳ । 

11:18 AM

 Governor Raghubar Das Address The House:  ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅନେକ ଯୋଜନା ର ପ୍ରଶଂସା କରିବା ସହ ଏହି ଯୋଜନା ମଧ୍ୟରେ ଯୁବପୀଢୀ, ମହିଳା ଓ ଚାଷୀ ଉପକୃତ ହେଉଛନ୍ତି ବୋଲି ଅଭିଭାଷଣ ରେ କହିଛନ୍ତି ରାଜ୍ୟପାଳ । 

11:17 AM

Governor Raghubar Das Address The House: 5T ସରକାର ଓ ମୋ ସରକାରର ଅନେକ ଯୋଜନା ର ଲାଭ ଉଠାଉଛନ୍ତି ରାଜ୍ୟ ବାସୀ । ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିବା ସହ ଯୁବପୀଢୀଙ୍କୁ ଦକ୍ଷତା, ମହିଳା ସଶକ୍ତିକରଣ ଦୃଢ ହେବା ନେଇ କହିଛନ୍ତି ରାଜ୍ୟପାଳ । 

11:17 AM

Governor Raghubar Das Address The House: ଯୁବପୀଢିଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ଦିଗରେ ମୋ ସରକାର ନୂଆ ଓ- କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। 

11:15 AM

Governor Raghubar Das Address The House: ଓଡ଼ିଆ ଭାଷାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ କରିଛନ୍ତି ଯାହା ପ୍ରଂଶସନୀୟ ପଦକ୍ଷେପ । 

11:12 AM

Governor Raghubar Das Address The House: ସମ୍ବଲପୁରରେ ମା ସମଲେଇ ପରିକ୍ରମା ପ୍ରକଳ୍ପ ଯୋଜନା ସ୍ୱଇଚ୍ଛାରେ ଜମି ପ୍ରଦାନ କରିଥିବା ଲୋକଙ୍କୁ ଥଇଥାନ କରିବା ସହ ରାଜ୍ୟସରକାର ଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । 

11:10 AM

Governor Raghubar Das Address The House: ମୋ ସରକାର ସମ୍ବଲପୁରରେ ମା ସମଲେଇ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ରାଜ୍ୟବାସୀଙ୍କ ଆସ୍ଥା ଓ ଭାବାବେଗକୁ ଦୃଷ୍ଟିରେ ରଖି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। 

11:08 AM

Governor Raghubar Das Address The House: ସାରା ରାଜ୍ୟରୁ ଜଗନ୍ନାଥ ପ୍ରେମୀଙ୍କୁ ଏକଜୁଟ୍ କରିବା ଅର୍ଥାତ୍ ମହାପ୍ରଭୁଙ୍କ ଆଶିଷ ଜ୍ଞାତ କରିବାକୁ ଜଗନ୍ନାଥ ଏକ୍ସପ୍ରେସ ପରି ଲଗଜରିଅସ ବସ୍ ର ଯୋଜନା କରିଛନ୍ତି ମୋ ସରକାର । ଏହାଦ୍ୱାରା ରାଜ୍ୟ ବାସୀ ସୁରୁଖୁରୁରେ ପରିକ୍ରମା ପ୍ରକଳ୍ପ ବୁଲିବା ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । 

 

11:06 AM

Governor Raghubar Das Address The House: ଅଭିଭାଷଣ ପ୍ରାରମ୍ଭରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ପ୍ରଂଶସା କଲେ ରାଜ୍ୟପାଳ । ପରିକ୍ରମା ପ୍ରକଳ୍ପ ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଉତ୍ସର୍ଗ ବୋଲି କହିଲେ ରାଜ୍ୟପାଳ । 

11:04 AM

Governor Raghubar Das Address: ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ ରଘୁବର ଦାସ । ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ସହ ଇହଧାମ ତ୍ୟାଗ କରିଥିବା ସଦସ୍ୟ ଓ ପୋଲିସ କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଲେ ରାଜ୍ୟପାଳ । 

11:01 AM

Governor Raghubar Das: ଆରମ୍ଭ ହେଉଛି ନବୀନଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା ଅଧିବେଶନ । ବିଧାନସଭାରେ ପହଞ୍ଚିଲେ ରାଜ୍ୟପାଳ ରଘୁବର ଦାସ। ଗାର୍ଡ ଅଫ ଅନର ପ୍ରଦାନ କରିବା ପରେ ପରମ୍ପରା ଅନୁଯାୟୀ ରାଜ୍ୟପାଳଙ୍କୁ ପାଛୋଟି ନେଲେ ବାଚସ୍ପତି । 

 

10:51 AM

fallback

Budget Session: ମୋଟ ୭ଟି କାର୍ଯ୍ୟଦିବସ ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ  ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ  । ୮ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ ଓ ୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।

10:47 AM

Budget Session: ମୋଟ ୭ଟି କାର୍ଯ୍ୟଦିବସ ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ  ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ  । ୮ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ ଓ ୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।

10:35 AM

Assembly Budget Session LIVE: ଆଜିଠୁ ଆରମ୍ଭ ହେଉଛି ନବୀନଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ ବେଶ୍ ସରଗରମ ରହିପାରେ ଗୃହ ।