Odisha Daily News Live: ଫାଇନାଲ୍ ଟିକେଟ୍ ଲଢ଼େଇ କରୁଛନ୍ତି ହାଇଦ୍ରାବାଦ ଓ ରାଜସ୍ଥାନ, ପଢ଼ନ୍ତୁ ଦିନର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2261046

Odisha Daily News Live: ଫାଇନାଲ୍ ଟିକେଟ୍ ଲଢ଼େଇ କରୁଛନ୍ତି ହାଇଦ୍ରାବାଦ ଓ ରାଜସ୍ଥାନ, ପଢ଼ନ୍ତୁ ଦିନର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

SRH vs RR Qualifier 2
LIVE Blog

24 May 2024
21:46 PM

SRH vs RR Qualifier 2: ଆଇପିଏଲ୍ ୨୦୨୪ ର ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଟସ୍ ଜିତିବା ପରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଛି। ରାଜସ୍ଥାନ ରୟାଲ୍ସକୁ ବିଜୟୀ ହେବା ପାଇଁ ୧୭୯ ରନ୍ ଆବଶ୍ୟକ।

21:17 PM

Arvind Kejriwal News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସରକାରୀ ଗାଡି ଓ ଘର ବିନା ଜଣେ ମୁଖ୍ୟମନ୍ତ୍ରୀ କାମ କରିପାରିବେ ନାହିଁ। କାର ଏବଂ ଘର ନେବାକୁ ନେଇ ଟାର୍ଗେଟ ହେଉଥିବା ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ ଏପରି କେବେ କହି ନାହାଁନ୍ତି। AAP ମୁଖ୍ୟ କହିଛନ୍ତି ଯେ ତାଙ୍କ କଥାକୁ ବଢାଇ ଚଢ଼ାଇ କୁହାଯାଉଛି।

20:04 PM

Delhi Court Convicts Medha Patkar: ଦିଲ୍ଲୀର ଏକ କୋର୍ଟ ନର୍ମଦା ବାଚାଓ ଆନ୍ଦୋଳନ ନେତା ମେଧା ପାଟକରଙ୍କୁ ମାନାହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ଦିଲ୍ଲୀର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏଲଜି ଭି.କେ ସକ୍ସେନାଙ୍କ ସହ ଜଡିତ। ପ୍ରକୃତରେ V.K. ସକ୍ସେନା ହିଁ ମେଧା ପାଟକରଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ମହାନଗର ନିଗମ ମାଜିଷ୍ଟ୍ରେଟ ରାଘବ ଶର୍ମା ପାଟକରଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିପାଇଁ ମେଧା ପାଟକରଙ୍କୁ ଦୁଇ ବର୍ଷ ଜେଲ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ଭାବରେ ମିଳିପାରେ।

19:03 PM

IPL 2024, SRH vs RR Qualifier 2 Live : ରାଜସ୍ଥାନ ରୟାଲ୍ସ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

18:55 PM

Lok Sabha Election 2024: ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଶୁକ୍ରବାର ଦିନ କୁଶୀନଗରରେ ପହଞ୍ଚିଛନ୍ତି। ଏଠାରେ ନିର୍ବାଚନ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି କେନ୍ଦ୍ରରେ ବିଜେପି ସରକାର ଗଠନ ହୁଏ ତେବେ ବିଦ୍ୟୁତ୍ ବିଲ୍ ଶୂନ ହେବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ୍ ଯୋଜନା ଅଧୀନରେ ପ୍ରତ୍ୟେକ ବିଦ୍ୟୁତ୍ ସଂଯୋଗ ଧାରକଙ୍କ ଛାତ ଉପରେ ସୌର ପ୍ୟାନେଲ୍ ଲଗାଇ ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ ହେବ। ସରକାର ଆପଣଙ୍କଠାରୁ ବିଦ୍ୟୁତ୍ କିଣିବେ। ଏହା ପ୍ରତ୍ୟେକ ପରିବାରର ଆୟ ବୃଦ୍ଧି କରିବ।

16:54 PM

Swati Maliwal Assault Case: ଆମ୍ ଆଦମୀ ପାର୍ଟିର ସାଂସଦ ସ୍ୱାତୀ ମାଲିୱାଲଙ୍କ ମାମଲାରେ ନିମ୍ନ ଅଦାଲତ ବିଭବ କୁମାରଙ୍କୁ ମେ ୨୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

16:09 PM

Laila Khan Murder Case: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ୧୩ ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟାକ ମୃତ ଲୈଲା ଖାନଙ୍କ ସାବତ ପିତା। ପଢ଼ନ୍ତୁ ପୂରା ଖବର....

13:16 PM

Odisha Live Updates: ଖୁଡ଼ିକୁ ପଥରରେ ଛେଚି ହତ୍ୟା କଲା ପୁତୁରା
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୁଡିକୁ ଜଣେ ବ୍ୟକ୍ତି ପଥରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତର ଅସୁର ଖୋଲ ଗ୍ରାମରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପଦ୍ମା ମିର୍ଧା। ପୁତୁରା ରାଜେଶ ମିର୍ଧାକୁ ପୁଲିସ ଗିରଫ କରିଛି।

13:16 PM

Odisha Live Updates: କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ଆହତ
ଗଞ୍ଜାମର ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। କେମିକାଲ୍ ଫ୍ୟାକ୍ଟ୍ରିକୁ ସଂଯୋଗ କରୁଥିବା କ୍ଲୋରିକ୍ ଏସିଡ୍ ପାଇପ୍ ଫାଟି ଏହି ଅଘଟଣ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ MKCG ସ୍ଥାନାନ୍ତର କରାଯାଇଛି।

13:13 PM

Odisha Live Updates: ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ
ଜଙ୍ଗଲରେ ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବନ ବିଭାଗ କ୍ୟାମେରାରେ ଟ୍ରାପ୍ ହୋଇଛି ଏହି ବିରଳ ଦୃଶ୍ୟ। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ। ଏହା ସହ ୨ବାଘଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ମହାବଳ ସହ ଗୋଟିଏ କଳାବାଘ ଜଙ୍ଗଲରେ ବୁଲୁଛି। କାନ୍ଧରେ କାନ୍ଧ ମିଶାଇ ଦୁହେଁ ଶିମିଳିପାଳ ଅଭୟାରଣ୍ୟରେ ଘୂରି ବୁଲୁଛନ୍ତି।

13:12 PM

Odisha Live Updates: ରିଗିଂ ଆଶଙ୍କାରେ CAPF ପାଇଁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ
ଆସନ୍ତା କାଲି ହାଇ ପ୍ରୋଫାଇଲ ଭୁବନେଶ୍ୱରରେ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ମାତ୍ର ଏଥର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଏହା ପଛରେ ୨ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ସେଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି। ତେଣୁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ- CAPF ମୁତୟନ ଲାଗି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

13:10 PM

Odisha Live News Updates: ବାଧ୍ୟବାଧକତାରେ ମତଦାନ! ରଘୁନାଥପାଲି ନିର୍ବାଚନମଣ୍ଡଳୀର ସମୀକରଣ 
ମତଦାନ ସରିବା ପରେ କେଉଁ ଆସନରେ କିଏ ବାଜି ମାରିବ ସେନେଇ ଚର୍ଚ୍ଚା ଜୋର୍‌ ଧରିଲାଣି। ତେବେ ରଘୁନାଥପାଲି ନିର୍ବାଚନମଣ୍ଡଳୀକୁ ନେଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଯେଉଁଭଳି ଚର୍ଚ୍ଚା ଲାଗି ରହିଥିଲା, ମତଦାନ ପରେ ବି ସେହିଭଳି ଚର୍ଚ୍ଚା ଜାରି ରହିଛି। ଏହି ଆସନରେ କିଏ ବାଜିମାତ୍‌ କରିବ, ତାକୁ ନେଇ ଜନସାଧାରଣ ଭିନ୍ନଭିନ୍ନ ତର୍କ ଦେଉଛନ୍ତି। ତିନି ପ୍ରମୁଖ ଦଳ ନୂଆ ମୁହଁକୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଭୋଟର୍‌ଙ୍କ ପାଖରେ ନିଜ ପସନ୍ଦର ପ୍ରାର୍ଥୀ ବାଛିବା ପାଇଁ ଉପଯୁକ୍ତ ବିକଳ୍ପର ଅଭାବ ଥିବାରୁ, ଏହା ଏକପ୍ରକାର ବାଧ୍ୟବାଧ୍ୟକତାର ମତଦାନ ପାଲଟିଛି।

12:07 PM

Odisha LIve News Updates: ଦୁର୍ଘଟଣା ଘଟାଇଥିବା ୧୭ ବର୍ଷୀୟ ନାବାଳକ ପୂରା ଜ୍ଞାତ ଅବସ୍ଥାରେ ଥିଲେ: ପୁଲିସ୍‌
ପୁଣେ ପୋର୍ସେ କାର୍‌ ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷର ବାଳକ ଦୁର୍ଘଟଣା ଘଟାଇବା ପୂର୍ବରୁ ମଦ୍ୟପାନ କରିଥିଲେ ଓ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଏହି ଦୁର୍ଘଟଣା କରିଛନ୍ତି ବୋଲି ପୂର୍ବରୁ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ୍‌ ଏବେ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପୁଲିସ୍‌ ତଦନ୍ତ କରିବା ପରେ ପ୍ରକାଶ କରିଛି ଯେ ଦୁର୍ଘଟଣା ଘଟାଇବା ବେଳେ ନାବାଳକ ଜଣକ ପୂରା ଜ୍ଞାତ ଅବସ୍ଥାରେ ଥିଲେ। ପୂର୍ବରୁ ପୋର୍ସେ କାର୍‌ର ଡ୍ରାଇଭର୍‌ ତାଙ୍କ ବୟାନ ଦେଇ କହିଥିଲେ ଯେ ନାବାଳକ ଜଣକ ମଦ୍ୟପାନ କରିଥିଲେ। ତା ସତ୍ତ୍ବେ ବି ତାଙ୍କ ବାପା କହିଥିଲେ କି ତାଙ୍କୁ ଗାଡ଼ି ଚଳାଇବାକୁ ଦିଅ।

10:16 AM

ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜନ୍ମତିଥି। ସେ ବିଜୁ ପଟ୍ଟନାୟକଙ୍କ ସମସାମୟିକ ତଥା ତାଙ୍କ ବନ୍ଧୁ ଭାବେ ପରିଚିତ।   ୧୯୨୦ ମସିହା ଆଜିର ଦିନରେ ତାଙ୍କର ଜନ୍ମ ହୋଇଥିଲା। ସର୍ବଭାରତୀୟ ଛାତ୍ର ସଂଘ ( ଏଆଇଏସ୍‍ଏଫ୍‍)ର ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବେ ସେ ଓଡ଼ିଶାରେ ଜଣାଶୁଣା ଥିଲେ। ଯୁବା ବୟସରେ ସେ ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ସଭାପତି ଦାୟିତ୍ୱ ତୁଲାଇଥିଲେ। ୧୯୮୯ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୧୯୭୭ରୁ ୧୯୮୦ ଯାଏ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କର ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ ଓଡ଼ିଶାର ସମସାୟିକ ରାଜନୀତିର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥାଏ।

fallback

10:09 AM

ମୋ ବସ୍‍କୁ ଧରିଲା ପୁଲିସ: ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ କ୍ରୁଟ୍‍ର ଏବା ମୋ’ ବସ୍‍ ନାଁରେ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର-କଟକ ପୁଲିସ କମିଶନରେଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ଏକ ନୀଳ ରଙ୍ଗର ବ୍ୟାଟେରୀ ଚାଳିତ ବସ୍‍ ଏବଂ ଏହାର ନମ୍ବର ହେଉଛି OD 33 AJ 2808। ୨୧ ତାରିଖ ଦିନ ସନ୍ଧ୍ୟା ୮ଟା ୩୫ ମିନିଟ ସମୟରେ ବେହେରାସାହି ଟ୍ରାଫିକ୍‍ ପୋଷ୍ଟ ନାଲି ଆଲୁମଅ ଦେଇଥିବା ବେଳେ ବସ୍‍ଟି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

https://twitter.com/DCP_TRAFFIC/status/1793690171873075300

10:07 AM

୨୫ରେ ବର୍ଷା, ୨୬ରେ ଅବପାତ: ରାଜ୍ୟର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି। ଏହା ଭୀଷଣ ବାତ୍ୟାରେ ଆସନ୍ତା କାଲି ପରିଣତ ହେବ। ଏହା ପରେ ବାଂଲାଦେଶର ଖେପୁପରା ଅଞ୍ଚଳରେ ସ୍ଥଳଭାଗ ଛୁଇଁ ଦୁର୍ବଳ ହେବ।

ପାଣିପାଗ ବିଭାଗର ସୂଚନା ଅନୁସାରେ ସୃଷ୍ଟ ଅବପାତ  ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ୨୫ ତାରିଖ ସନ୍ଧ୍ୟା ବେଳକୁ ସାଂଘାତିକ ରୂପ ନେବା ଆଶଙ୍କା କରାଯାଇଛି।

୨୬ ତାରିଖ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହିଦିନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଦେଇ ଏହା ସ୍ଥଳଭାଗ ଛୁଇବ। ଖେପୁପରା ଓ ସାଗରଦ୍ୱୀପ ମଧ୍ୟବର୍ତ୍ତୀ ସ୍ଥାନରେ ମାଡ ହୋଇ ଏହା ଦୁର୍ବଳ ହେବ। ଏହାର ପ୍ରଭାବରେ  ସମ୍ପୃକ୍ତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି।

ଓଡ଼ିଶାରେ ଏହି ବାତ୍ୟାର କୌଣସି ବିଶଷ ପ୍ରଭାବ ପଡ଼ବ ନାହିଁ। ତେବେ ଆସନ୍ତା କାଲି ବାତ୍ୟାର କେନ୍ଦ୍ରସ୍ଥଳ ବଙ୍ଗାବସାଗରରେ ଥିବା ବେଳେ ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ଏପରିକି ବର୍ଷା ୧୬ ସେଣ୍ଟିମିଟର ହେବା ଆଶଙ୍କା ରହିଛି। ଉପକୂଳ ଅଞ୍ଚଳରେ ମଧ୍ୟ ବର୍ଷା ପୟଭାବ ପଡ଼ିପାରେ।

ଏବେ ଭୁବନେଶ୍ୱ ଏବଂ ଉପକୂଳ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ରହିଛି। ହାଲୁକା ପବନ ପ୍ରବାହିତ ହେଉଛି।

09:45 AM

Matric Result Updates: ୨୬ରେ ମ୍ୟାଟ୍ରିକ୍‍ ଫଳ

ଭୁବନେଶ୍ୱର: ଆସନ୍ତା ରବିବାର, ୨୬ତାରିଖରେ ପ୍ରକାଶ ପାଇବ ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ୧୦ଶ୍ରେଶୀ ପରୀକ୍ଷାଫଳ। ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦିନ ୧୦ଟା ୩୦ ମିନିଟ୍‍ ସମୟରେ  ବୋର୍ଡ କାର୍ଯ୍ୟାଳୟରେ ଫଳ ପୁସ୍ତିକା ଲୋକର୍ପଣ ହେବ। ଏହାପରେ ୧୧ଟା ୩୦ରେ ଇଣ୍ଟରନେଟ୍‍ରେ ଉପଲବ୍ଧ ହେବ ପରୀକ୍ଷାଫଳ । ଅପରାହ୍ଣରେ ପରୀକ୍ଷାର୍ଥୀ ନିଜର ଡିଜିଲ୍‍ ସାର୍ଟିଫିକେଟ୍‍ ଇଣ୍ଟରନେଟରୁ ଡାଉନଲୋଡ୍‍ କରିପାରିବେ। ପରୀକ୍ଷାଫଳ ପାଇଁ www.bse.odisha.ac.in  କୁ ଲଗ୍‍ ଇନ କରାଯାଇପାରିବ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନେ ଏସ୍‍ଏମଏସ୍‍ ଜରିଆରେ ମଧ୍ୟ ଫଳାଫଳ ଜାଣିପାରିବେ। ଏଥିଲାଗି ରୋଲ ନମ୍ବର ସହ ୫୬୭୬୭୫୦ କୁ ଏସ୍‍ଏମ୍‍ଏସ୍‍ କରିବାକୁ ହେବ।

08:30 AM

Odisha LIve Updates: ବିରୋଧି ମେଣ୍ଟରେ ସାମିଲ ହେବ ବିଜେଡି!
ଦୀର୍ଘ ବର୍ଷ ହେଲା ରାଜନୀତିରେ ଉଭୟ କଂଗ୍ରସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିବା ତଥା କେନ୍ଦ୍ରର ସରକାରଙ୍କୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇ ଆସିଥିବା ବିଜୁ ଜନତା ଦଳ ୨୦୨୪ ପରେ ନିଜର ଆଭିମୁଖ୍ୟ ବଦଳାଇବ କି? ବାରମ୍ବାର ବିଜେଡିର ନେତୃତ୍ୱ, ସଂଗଠନ, ଶାସନ, ନୀତି ବିରୁଦ୍ଧରେ କେନ୍ଦ୍ରୀୟ ନେତାଙ୍କ ଅଚାନକ ସମାଲୋଚନା ବିଜେଡିର ସମଦୂରତା ରାନୀତିକୁ ପାଣିଚିଆ କରିବ କି? ଏପରି ପ୍ରଶ୍ନ ଏବେ ରାଜନୀତିକ ମହଲରେ ଉଙ୍କି ମାରୁଛି। ଏପରିକି ବିଜେଡିର ଆଭିମୁଖ୍ୟକୁ ବିଭିନ୍ନ ଜାତୀୟ ତଥା ଆଞ୍ଚଳିକ ଦଳ ସମର୍ଥନ କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଳଷାଚନା କରିବା ଦ୍ୱାରା ଏହି ଆଶଙ୍କା ସ୍ପଷ୍ଟ ହେଉଛି।  ପଢନ୍ତୁ ପୂରା ରିପୋର୍ଟ...

08:13 AM

Odisha News Live Updates: ସିଗନାଲ ଭାଙ୍ଗିଲା ମୋ ବସ
ସମୟ ରାତି ପ୍ରାୟ ସାଢ଼େ ୮। ଛକରେ ଟ୍ରାଫିକ୍‌ ପୁଲିସ ଥିଲା। ରେଡ୍‌ ଲାଇଟ୍‌ ଜଳୁଥିଲା। ତେଣୁ ଟ୍ରାଫିକ୍‌ ଛକରେ ବହୁ ଗାଡ଼ି ଗ୍ରିନ୍‌ ଲାଇଟ୍‌କୁ ଅପେକ୍ଷା କରିଥିଲେ। ଏତିକିବେଳେ ମୋ’ ବସ୍‌ଟି ଧସେଇ ପଶିଲା ଟ୍ରାଫିକ୍‌ ଛକରେ। ଛକର ଗୋଟିଏ ପଟୁ ଯାନବାହାନ ଚଳାଚଳ ଚାଲିଥିଲା। କିନ୍ତୁ ମୋ’ ବସ୍‌ ଚାଳକର ସେଆଡ଼କୁ ନିଘା ନଥିଲା। ମୋ’ ବସ୍‌ଟି ଟ୍ରାଫିକ୍‌ ନିୟମ ଭାଙ୍ଗି ଦ୍ରୁତଗତିରେ ପଶିଯିବାରୁ ଭୟରେ ଅନ୍ୟ ଗାଡ଼ିଗୁଡ଼ିକ ଏଣେତେଣେ ପଶିଯାଇଥିଲେ। ସୌଭାଗ୍ୟକୁ ଦୁର୍ଘଟଣା ଘଟିନଥିଲା। ମୋ’ ବସ୍‌ଟି ସେଠାରୁ ଫେରାର୍ ହୋଇଯାଇଥିଲା। ଗତକାଲି ରାତିରେ ନୂଆପଲ୍ଲୀ ବେହେରାସାହି ଟ୍ରାଫିକ୍‌ ଛକରେ ଜଣେ ମୋ’ବସ୍‌ ଚାଳକର ଏଭଳି ଉନ୍ମତ୍ତକାଣ୍ଡ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରାଫିକ୍‌ ଥାନା ୨ ପୁଲିସ ଚାଳକକୁ ଗିରଫ କରିଛି। ସେ ହେଲା ସପନ ସ୍ବାଇଁ।

08:12 AM

Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୪ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

08:10 AM