ଆଇନକାନୁନକୁ ପୋଡ଼ି ଖାଇଲାଣି ଅବକାରୀ ବିଭାଗ, ତାତିଲେଣି ଲୋକେ
Advertisement

ଆଇନକାନୁନକୁ ପୋଡ଼ି ଖାଇଲାଣି ଅବକାରୀ ବିଭାଗ, ତାତିଲେଣି ଲୋକେ

ସବୁ ନିୟକୁ ପୁଂ କରି ମଦ ବାର ଖୋଲିବା ପାଇଁ ଅନୁମତି ଦେଇଛି ଅବକାରୀ ବିଭାଗ । ଯାଜପୁର ସିଂହପୁର ରାସ୍ତାର ଆକୁଲିଆ ନିକଟରେ ଖୋଲାଯାଇଛି ମଦ ଦୋକାନ। ଏଠାରେ ବାର ଖୋଲିବା ପାଇଁ ଅବକାରୀ ବିଭାଗ ସବୁ ନିୟମକୁ ଉଲଙ୍ଘନ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ । 

ଆଇନକାନୁନକୁ ପୋଡ଼ି ଖାଇଲାଣି ଅବକାରୀ ବିଭାଗ, ତାତିଲେଣି ଲୋକେ

ଯାଜପୁର: ଜନଗହଳିପୂର୍ଣ୍ଣ ରାସ୍ତା କଡରେ ମଦ ବାର ଖୋଲିବାକୁ ସବୁ ନିୟମକୁ ଜଳାଞ୍ଜଳି ଦେଇଛି ଅବକାରୀ ବିଭାଗ । ଯେଉଁ ରାସ୍ତା ଦେଇ ପ୍ରତିଦିନ ଶହଶହ ଛାତ୍ର ଛାତ୍ରୀ ସ୍କୁଲ ଓ କଲେଜ ଯାଉଛନ୍ତି ସେହି ରାସ୍ତା କଡରେ ମଦ ବାର ଖୋଲିବା ପାଇଁ କାହିଁକି ଅବକାରୀ ବିଭାଗ ତତ୍ପର ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମଦ ବାର ଖୋଲିବା ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ମତାମତ ନେବାର ନିୟମ ଥିଲେ ମଧ୍ୟ ଜାଲ କାଗଜପତ୍ର ଦାଖଲ ଦେଇ ଅବକାରୀ ବିଭାଗ ମଦ ବାର ଖୋଲିବା ପାଇଁ ତତ୍ପର ହୋଇ ପଡିଛି । ଏହାର ପ୍ରତିବାଦ କରି ବିଂଝାରପୁର ଅଂଚଳର ସଚେତନ ନାଗରିକ ଙ୍କ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେପଟେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲାପାଳ ।

ସବୁ ନିୟକୁ ପୁଂ କରି ମଦ ବାର ଖୋଲିବା ପାଇଁ ଅନୁମତି ଦେଇଛି ଅବକାରୀ ବିଭାଗ । ଯାଜପୁର ସିଂହପୁର ରାସ୍ତାର ଆକୁଲିଆ ନିକଟରେ ଖୋଲାଯାଇଛି ମଦ ଦୋକାନ। ଏଠାରେ ବାର ଖୋଲିବା ପାଇଁ ଅବକାରୀ ବିଭାଗ ସବୁ ନିୟମକୁ ଉଲଙ୍ଘନ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ । ଅଭିଯୋଗ ମୁତାବକ ଯେଉଁ ସ୍ଥାନରେ ଏହି ବାର ଖୋଲିବା ପାଇଁ ଅନୁମତି ମିଳିଛି ସେହି ଯାଗା ଆଜି ପର୍ଯ୍ୟନ୍ତ ଘରବାଡିରେ ପରିବର୍ତନ ହୋଇନାହିଁ । ମଦ ଦୋକାନ ବା ବାର ର ପାଶ୍ୱର୍ବର୍ତି ଅଞ୍ଚଳରେ ଶିକ୍ଷାନୁଷ୍ଠାନ କିମ୍ବା ଧର୍ମାନୁଷ୍ଠାନ ରହିବା ଅନୁଚିତ । କିନ୍ତୁ ଏଠାରେ ହନୁମାନ ମନ୍ଦୀର ସହିତ ଏକାଧିକ ସ୍କୁଲ ଓ କଲେଜ ଥିବା ସତ୍ୱେ କିପରି ଅବକାରୀ ବିଭାଗ ଏଠାରେ ବାର ଖୋଲିବାକୁ ଅନୁମତି ଦେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିସହିତ ଏହି ଅଂଚଳ ଏକ ଦୁର୍ଘଟଣା ପ୍ରବଣ ଅଂଚଳ ଭାବେ ଜଣାଶୁଣା ହୋଇଥିଲେ ହେଁ ବାର ଖୋଲିବା ପାଇଁ କାହିଁକି ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

କେବଳ ଏତିକି ନୁହେଁ ମଦ ବାର ଖୋଲିବା ପାଇଁ ସ୍ଥାନୀୟ ସରପଂଚ ,ତହସିଲ,ବ୍ଳକ ପ୍ରଶାସନ ଠାରୁ ନୋ ଅବଜେକସନ ସାର୍ଟିପିଂକେଟ ନେବା କଥା । କିନ୍ତୁ ଏହା ନ କରି ବାର ମାଲିକ ବିଶ୍ୱଜିତ ନନ୍ଦ କେତେକ କାଗଜପତ୍ର ଜାଲ କରି ଅବକାରୀ ବିଭାଗକୁ ଦେଇ ଲାଇସେନ୍ସ ହାତେଇ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅବକାରୀ ବିଭାଗ କିଭଳି ଜାଲ କାଗଜପତ୍ରରେ ଏଭଳି ଲାଇସେନ୍ସ ଦେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ ସ୍ଥାନୀୟ ଗ୍ରାମବାସୀ ବୁଦ୍ଧିଜିବି ଯାଜପୁର ଜିଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜିଲାପାଳ ଅଭିଯୋଗ ଶୁଣିବା ପରେ ଘଟଣାର ତଦନ୍ତ କରିବା ପାଇଁ ଅବକାରୀ ଅଧିକ୍ଷକଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି । 

କେବଳ ଏହି ବାର ପାଇଁ ନୁହେଁ ମଦ ଦୋକାନ ପାଇଁ ଅବକାରୀ ବିଭାଗ ଲାଇସେନ୍ସ ଦେବା ବେଳେ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗ ହେଉଛି । ଏଥିସହିତ ବିଂଝାରପୁର ଅଂଚଳରେ ଚାଲୁଥିବା ବ୍ୟାପକ ଚୋରା ମଦ କାରବାରକୁ ସଂପୁର୍ଣ୍ଣ ଆଖିବୁଜିଦେଇଥିବା ଅଭିଯୋଗ ହୋଇଛି । ଏ ଦିଗରେ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।