Japan Bullet Trains: ୧୭ ମିନିଟ ପାଇଁ ଅଟକିଗଲା ବୁଲେଟ ଟ୍ରେନ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
Advertisement

Japan Bullet Trains: ୧୭ ମିନିଟ ପାଇଁ ଅଟକିଗଲା ବୁଲେଟ ଟ୍ରେନ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Shinkansen Bullet Train Japan: ଗୋଟିଏ ନୁହେଁ ବରଂ ୧୭ ମିନିଟ ପାଇଁ  ଅଟକି ଯାଇଛି ବିଶ୍ୱପ୍ରସିଦ୍ଧ ଜାପାନୀ ବୁଲେଟ ଟ୍ରେନ।

Japan Bullet Trains: ୧୭ ମିନିଟ ପାଇଁ ଅଟକିଗଲା ବୁଲେଟ ଟ୍ରେନ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Shinkansen Bullet Train Japan: ବିଶ୍ୱ ପ୍ରସିଦ୍ଧ ଜାପାନ ବୁଲେଟ୍ ଟ୍ରେନ୍ ଏହାର ଦ୍ରୁତ ଗତି ଏବଂ ସମୟାନୁବର୍ତ୍ତିତା ପାଇଁ ଜଣାଶୁଣା। ଏହି ଦେଶର ବୁଲେଟ ଟ୍ରେନ ସେବାରେ କିଛି ମିନିଟ ସମୟର ବିଳମ୍ବ ମଧ୍ୟ ଅତ୍ୟନ୍ତ ବିରଳ ଘଟଣା ଭାବେ ବିବେଚନା କରାଯାଏ। ହେଲେ ଏବେ ଗୋଟିଏ ମିନିଟ ନୁହେଁ ବରଂ ୧୭ ମିନିଟ ପାଇଁ ମିନିଟ ପାଇଁ ଅଟକିଯାଇଛି ଜାପାନୀ ବୁଲେଟ୍ ଟ୍ରେନ୍। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଗୋଟିଏ ସାପ କାରଣରୁ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ପ୍ରାୟ ୧୭ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା।

ନ୍ୟୁଜ ଏଜେନ୍ସି  ଆସୋସିଏଟେଡ ଫ୍ରାନ୍ସ ପ୍ରେସ ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର (ଅପ୍ରେଲ ୧୬) ସନ୍ଧ୍ୟାରେ ଜଣେ ଯାତ୍ରୀ ନାଗୋୟା-ଟୋକିଓ ମଧ୍ୟରେ ଚଳାଚଳ କରୁଥିବା ବୁଲେଟ ଟ୍ରେନ ମଧ୍ୟରେ ଏକ ୬୦ ସେଣ୍ଟିମିଟର (ପ୍ରାୟ ୧୬ ଇଞ୍ଚ) ଲମ୍ବାର ସାପ ଲୁଚି ରହିଥିବାର ଦେଖିବାକୁ ପାଇଥିଲେ। ବୁଲେଟ ଟ୍ରେନ ଭିତରେ ସାପ ଦେଖିବା ପରେ ଯାତ୍ରୀ ଜଣଙ୍କ ତୁରନ୍ତ ଏ ସମ୍ପର୍କରେ ସୁରକ୍ଷା ବିଭାଗକୁ ଅବଗତ କରାଇଥିଲେ। ଏହି ଘଟଣା ପାଇଁ ଟ୍ରେନ୍ ୧୭ ମିନିଟ୍ ପାଇଁ ଅଟକି ରହିଥିଲା।

ମଧ୍ୟ ଜାପାନ ରେଳ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ ଟ୍ରେନ ଭିତରୁ ମିଳିଥିବା ସାପ ବିଷାକ୍ତ ନା ନାହଁ ତାହା ଜଣାପଡ଼ିନାହିଁ। ସାପ କିପରି ଟ୍ରେନ ଭିତରେ ପହଞ୍ଚିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଯଦିଓ ଟ୍ରେନ ଭିତରକୁ ସାପ ପଶି ଆସିବା କାରଣରୁ ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ। ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ଛୋଟ କୁକୁର, ବିଲେଇ ଏବଂ ପାରା ସମେତ ଅନ୍ୟ ପ୍ରାଣୀଙ୍କୁ ଆଣିପାରିବେ। ହେଲେ ସେମାନେ ନିଜ ସହ ସାପ ଆଣିପାରିବେ ନାହିଁ। 

Also Read: Japan Earthquake 2024: ଭୂକମ୍ପ ପ୍ରଭାବରୁ ବର୍ତ୍ତିପାରିଲା ନାହିଁ ବୁଲେଟ୍ ଟ୍ରେନ୍; ୧୧ ଘଣ୍ଟା ପାଇଁ ଫସି ରହିଲେ ୧୪୦୦ ଯାତ୍ରୀ

 

ମୁଖପାତ୍ର ଆହୁରି କହିଛନ୍ତି ଯେ ଏହା କଳ୍ପନା କରିବା କଷ୍ଟକର ଯେ ବଣୁଆ ସାପ କୌଣସି ପ୍ରକାରେ ଷ୍ଟେସନ ଠାରେ ଟ୍ରେନ ଭିତରକୁ ପଶିଆସିଛି। ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ଭିତରକୁ ସାପ ଆଣିବା ବିରୋଧରେ ନିୟମ ଅଛି। ହେଲେ ତଥାପି ଆମେ ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ କରୁନାହୁଁ। ଯେଉଁ ଟ୍ରେନ୍ ଭିତରୁ ସାପ ମିଳିଥିଲା ତାହା ଓସାକା ଅଭିମୁକେ ଯାତ୍ରା କରୁଥିଲା। ଏହି ଯାତ୍ରା ପାଇଁ କମ୍ପାନୀ ଏକ ଭିନ୍ନ ଟ୍ରେନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଯାତ୍ରାକୁ ପ୍ରାୟ ୧୭ ମିନିଟ୍ ବିଳମ୍ବ କରିଥିଲା।

ଗତ ୨୦୧୮ ବର୍ଷରେ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ଯାତ୍ରା କରିବା ସମୟରେ ଏକ ସାଂଘାତିକ ଛୁରାମାଡ଼ ଘଟଣାର ସାକ୍ଷୀ ହୋଇଥିଲା। ଯାହା ପରେ ବୁଲେଟ୍ ଟ୍ରେନ୍ ଭିତରେ ୟୁନିଫର୍ମଧାରୀ ସୁରକ୍ଷା କର୍ମୀଙ୍କ ଦ୍ୱାରା ପାଟ୍ରୋଲିଂ ବୃଦ୍ଧି କରାଯାଇଥିଲା। ଏହି ଘଟଣା ଜାପାନ ଭଳି ଭଳି ଏକ ବିକଶିତ ଦେଶକୁ ଚକିତ କରିଦେଇଥିଲା। ଜାପାନ ରେଳବାଇ କହିବା ଅନୁଯାୟୀ ୧୯୬୪ ମସିହାରେ ଆରମ୍ଭ ହୋଇଥିବା ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ କେବେ  କୌ ଣସି ଦୁର୍ଘଟଣାର ସାମ୍ନା କରିନାହିଁ।