Accident News: ଅଧାରେ ରହିଲା ଜଗା ଦର୍ଶନ, ମଝି ରାସ୍ତାରେ ୩ ସାଙ୍ଗଙ୍କ ଉପରେ ଚଢିଗଲା ଗାଡ଼ି
Advertisement
Article Detail0/zeeodisha/odisha1693846

Accident News: ଅଧାରେ ରହିଲା ଜଗା ଦର୍ଶନ, ମଝି ରାସ୍ତାରେ ୩ ସାଙ୍ଗଙ୍କ ଉପରେ ଚଢିଗଲା ଗାଡ଼ି

Jajpur Accident News: ଅଧାରେ ରହିଲା ଜଗା ଦର୍ଶନ । କାଳିଆ ପାଖରେ ପହଁଞ୍ଚିବା ପୂର୍ବରୁ ଅଧା ବାଟରେ ଚାଲିଗଲା ଜୀବନ । ଯାଜପୁର (Jajpur) ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । 

ସୌ(ସୋସିଆଲ ମିଡିଆ)

Accident News: ଅଧାରେ ରହିଲା ବଡ଼ ଦେଉଳ (Puri Jagannath temple) ଯାଇ ଜଗା ଦର୍ଶନ । କାଳିଆ ପାଖରେ ପହଁଞ୍ଚିବା ପୂର୍ବରୁ ଅଧା ବାଟରେ ଚାଲିଗଲା ୩ ଜୀବନ । ଯାଜପୁର (Jajpur) ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଧର୍ମଶାଳା ଥାମା ମାନତିରା ଗ୍ରାମର  ଅଭିଷେକ ସର, ଜଗତପୁର ଅଞ୍ଚଳର  ଦେବାଷିଶ ନାୟକ ଓ ଧର୍ମଶାଳା ବ୍ଲକ ଚଡ଼େଇଧରାର ଅଞ୍ଚଳ ସାହୁ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ସାଙ୍ଗ ହୋଇ ଏକ ପଲସର ବାଇକ (Bike) ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ । ଭୋର ପ୍ରାୟ ୩ଟା ସମୟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଠିକ୍ ଏହି ସମୟରେ ଏକ ଅଜଣା ଗାଡ଼ି ଉପରରୁ ଚଢି ଯିବାରୁ ଘଟଣାସ୍ଥଳରେ ହିଁ ଆଖି ବୁଜି ଥିଲେ ତିନି ସାଙ୍ଗ । ତେବେ ଖବର ପାଇଁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ବିଷୟରେ କୌଣସି ସୂଚନା ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଗଜପତି ଜିଲ୍ଲା ପାରଲାଖେମୁଣ୍ତି ଉପକଣ୍ଠ ରାଣୀପେଣ୍ଠ ଛକ ନିକଟରେ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ ବଡ଼ବାରଡ଼ା ଗ୍ରାମର ଯଶମନ୍ତ ଗମାଙ୍କ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ତାମିଲନାଡୁ ନେଗେରକୋଲି (Nagercoil) ଅଞ୍ଚଳରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା (Road Accident In Tamil Nadu। ଏକ ମେଲୋଡି ପାର୍ଟିରୁ ୧୨ରୁ ଅଧିକ ଲୋକେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାରି କାର ଯୋଗେ ତାମିଲନାଡୁ ଫେରୁଥିଲେ । ନେଗେରକୋଲି ଅଞ୍ଚଳ ଲାୟମ୍ ଜଙ୍କସନ ନିକଟରେ ପହଞ୍ଚିବା ବେଳେ ଆଗରେ ଯାଉଥିବା ଏକ ବସକୁ ପଛ ପଟୁ ଧକ୍କା ଦେଇ କାରଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା (Four killed in Road Accident At Nagercoil) । ପୋଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା ।  ଏହି ଭୟଙ୍କର ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ । ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଜାରି ରଖିଛି ପୋଲିସ (Road Accident) ।

ସେହିପରି ନିକଟରେ ବଲାଙ୍ଗୀର ସୋନପୁର ୫୭ ନମ୍ବର ରାଜପଥ ଗଇଁତଲା ଛକରେ ଘଟିଥିଲା ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅଧ କିଲୋମିଟର ଯାଏଁ ବାଇକକୁ ଘୋଷଡି ନେଇଥିଲା ବସ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣାରେ ଏକ ପରିବାର ସାନ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଓ ବଡ଼ ଝିଅ ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ।  ସୂଚନା ମୁତାବକ, ଆଧାରକାର୍ଡ ଅପଡେଟ୍ ପାଇଁ ବାପା ଓ ଦୁଇ ଝିଅ ବାଇକ ଯୋଗେ ଯାଉଥିଲେ । ହଠାତ୍ ଦ୍ରୁତ ଗତିର ଆସୁଥିବା ଏକ ବସ ବାଇକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୪ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା । ତେବେ, କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି । 

ଏହା ବି ପଢନ୍ତୁ-Weather Update: ଆଗକୁ ଆହୁରୀ କଲବଲ କରିବ ତାତି, ସେପଟେ ଭୀଷଣ ରୂପ ନେଲା ବାତ୍ୟା “ମୋକା”