ଲଲିତ ମୋଦିଙ୍କ ୯ ବର୍ଷ ପୁରୁଣା ଟ୍ୱିଟ୍ ଭାଇରାଲ; ସୁସ୍ମିତା ସେନଙ୍କୁ ଟ୍ୟାଗ କରି କହିଥଲେ ଏହି କଥା
Advertisement
Article Detail0/zeeodisha/odisha1258500

ଲଲିତ ମୋଦିଙ୍କ ୯ ବର୍ଷ ପୁରୁଣା ଟ୍ୱିଟ୍ ଭାଇରାଲ; ସୁସ୍ମିତା ସେନଙ୍କୁ ଟ୍ୟାଗ କରି କହିଥଲେ ଏହି କଥା

IPL founder Lalit Modi: ଯେତେବେଳେ ବି କୌଣସି ବଡ ନାମ ଚର୍ଚ୍ଚାକୁ, ପ୍ରଶଂସକମାନେ ସେମାନଙ୍କର ପୁରୁଣା ପୋଷ୍ଟଗୁଡିକ ଖୋଜିବା ଆରମ୍ଭ କରି ଦିଅନ୍ତି । ଏଭଳି ପରିସ୍ଥିତିରେ ଲଲିତ ମୋଦିଙ୍କ ୯ ବର୍ଷ ପୁରୁଣା ଟ୍ୱିଟ ଭାଇରାଲ ହେବା ପରେ ପ୍ରଶଂସକମାନେ ବହୁତ କଟାକ୍ଷ କରୁଛନ୍ତି ।

ସୌ: ସୋସିଆଲ ମିଡିଆ

Lalit Modi Sushmita Sen Affair : ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି (Lalit Modi) ଗୁରୁବାର ଦିନ ଏକ ଟ୍ୱିଟ୍ କରି ଚହଳ ସୃଷ୍ଟି କରିଛନ୍ତି । ସେ ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କୁ (Sushmita Sen) ଡେଟ୍ କରୁଛନ୍ତି ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରି କିଛି ଫଟୋ ସେୟାର କରିଛନ୍ତି । ଯଦିଓ ତାଙ୍କର ଏକ ପୋଷ୍ଟର କିଛି ଫଟୋ ଦେଖିବାପରେ ଉଭୟଙ୍କ ବିବାହ ହୋଇ ସାରିଛି ବୋଲି ଚର୍ଚ୍ଚା ହୋଇଥିଲା, କିନ୍ତୁ ପରେ ଲଲିତ ମୋଦି ଅନ୍ୟ ଏକ ଟ୍ୱିଟ୍ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ ସେ ବର୍ତ୍ତମାନ ଡେଟ୍ କରୁଛନ୍ତି ।

ଯେତେବେଳେ ବି କୌଣସି ବଡ ନାମ ଚର୍ଚ୍ଚାକୁ ଆସେ, ସେତବେଳେ ପ୍ରଶଂସକମାନେ ସେମାନଙ୍କର ପୁରୁଣା ପୋଷ୍ଟଗୁଡିକ ଖୋଜିବା ଆରମ୍ଭ କରି ଦିଅନ୍ତି । ଏଭଳି ପରିସ୍ଥିତିରେ ଲଲିତ ମୋଦିଙ୍କ ୯ ବର୍ଷ ପୁରୁଣା ଟ୍ୱିଟ ଭାଇରାଲ ହେବା ପରେ ପ୍ରଶଂସକମାନେ ତାଙ୍କୁ ନେଇ ବହୁତ କଟାକ୍ଷ କରୁଛନ୍ତି । ଏହି ୯ ବର୍ଷ ପୁରୁଣା ଟ୍ୱିଟରେ ଲଲିତ ମୋଦି ଟ୍ୱିଟରରେ ସୁସ୍ମିତା ସେନଙ୍କୁ ଟ୍ୟାଗ କରିଥିଲେ ଓ ତାଙ୍କ ଏସଏମଏସକୁ ଉତ୍ତର ଦେବାକୁ ଲେଖିଥିଲେ । ସେ ଏହି ଟ୍ୱିଟ୍ ୨୭ ଏପ୍ରିଲ ୨୦୧୩ ରେ କରିଛନ୍ତି ।

fallback

ଲଲିତ ମୋଦିଙ୍କ ପୋଷ୍ଟ
ବାସ୍ତବରେ, ସର୍ବପ୍ରଥମେ ଲଲିତ ମୋଦି କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସୁସ୍ମିତା ସେନଙ୍କ ସହ ନଜର ଆସିଛନ୍ତି । ଫଟୋ ସହିତ ଲଲିତ ମୋଦି କ୍ୟାପସନରେ ଲେଖିଛନ୍ତି, "ପରିବାର ସହିତ ମାଲଦ୍ୱୀପ ଓ ସାରଡିନିୟାର ଏକ ଗ୍ଳୋବାଲ ଟୁରରୁ ଏବେ ଫେରିଛି ଓ ମୋର ବେଟର ହାଫ ସୁସ୍ମିତା ସେନ୍ । ଶେଷରେ ଜୀବନର ଏକ ନୂତନ ଆରମ୍ଭ । ଓଭର ଦି ମୁନ ।" ନିଜ କ୍ୟାପସନରେ ଲଲିତ ମୋଦି ମଧ୍ୟ ଅନେକ ହାର୍ଟ ଇମୋଜି ବ୍ୟବହାର କରିଛନ୍ତି ।

fallback

ଲଲିତ ମୋଦିଙ୍କ ଦ୍ୱିତୀୟ ପୋଷ୍ଟ
ଲଲିତ ମୋଦିଙ୍କ ପ୍ରଥମ ପୋଷ୍ଟ ପରେ ହିଁ ସୋସିଆଲ ମିଡିଆ ୟୁଜର୍ସ ଓ ସେଲିବ୍ରେଟମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ, ଲଲିତ ମୋଦିଙ୍କ କ୍ୟାପସନରେ "ମେରି ବେଟର ହାଫ'ରୁ ଲୋକମାନେ ବୁଝିନେଇଥିଲେ ଯେ ସେମାନେ ବିବାହ କରିଛନ୍ତି । ଏଭଳି ପରିସ୍ଥିତିରେ ଲଲିତ ମୋଦି କିଛି ସମୟ ପରେ ଦ୍ୱିତୀୟ ଟ୍ୱିଟ୍ କରି ଲେଖିଛନ୍ତି, "ସ୍ପଷ୍ଟ କରିଦେଉଛି ଯେ ଆମର ବିବାହ ହୋଇନାହିଁ, ଆମେ ପରସ୍ପରକୁ ଡେଟ୍ କରୁଛୁ । କିନ୍ତୁ ବିବାହ ମଧ୍ୟ ଖୁବ ଶୀଘ୍ର ଦିନେ ହେବ ।'

fallback

ଏହା ବି ପଢ଼ନ୍ତୁ: ମୁଁ କହିବି, ମୋତେ ନିଲମ୍ବନ କର ...ସଂସଦରେ ବ୍ୟାନ ଶବ୍ଦାବଳୀକୁ ନେଇ ପ୍ରତିକ୍ରିୟା ଦେଲେ TMC ସାଂସଦ