Guru Margi 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ବିବାହ, ସନ୍ତାନ, ଜ୍ଞାନ, ସୁଖ ଓ ପ୍ରଗତିର କାରକ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ଫେବୃଆରୀ ୪ ତାରିଖ ଦିନ ଅପରାହ୍ନ ୧ଟା ୪୬ ମିନିଟ୍ ସମୟରେ ମିଥୁନ ରାଶିରେ ପ୍ରବେଶ କରିବେ। ବୃହସ୍ପତିଙ୍କ ଏହି ଶୁଭ ଚଳନ କିଛି ରାଶି ପାଇଁ ବେଶ୍ ଶୁଭଫଳ ପ୍ରଦାନ କରିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ, ବ୍ୟକ୍ତି ଜୀବନରେ ସମସ୍ତ ସୁଖ , ସମୃଦ୍ଧି ପ୍ରାପ୍ତ କରିବା ସହିତ ଧନୀ ହୋଇଥାଏ। ତେବେ,ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଶୁଭ ଚଳନ କେଉଁ ସବୁ ରାଶିକୁ ମାଲାମାଲ୍ କରୁଛି....
ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
କର୍କଟ: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟୀରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବ। ଯେଉଁମାନେ କୌଣସି ସଂସ୍ଥାରେ ବା ସେୟାର ମାର୍କେଟ୍ ରେ ପୁଂଜି ବିନିଯୋଗ କରିବା ପାଇଁ ଚାହୁଁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରିପାରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ।
କୁମ୍ଭ: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶିର ଭାଗ୍ୟ ଚମକାଇବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ ବିଦେଶ ଯିବାକୁ ମନ ବଳାଇଛନ୍ତି। ସେମାନଙ୍କ ସ୍ବପ୍ନ ସାକାର ହେବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ ଆଶା ଠାରୁ ଅଧିକ ଲାଭ ପାଇବେ। ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ସେୟାର ମାର୍କେଟ୍ ରୁ ଲାଭ ପାଇବେ। ସମାଜରେ ମାନ, ସମ୍ମାନ, ପ୍ରତିଷ୍ଠା ବଢିବ। ପ୍ରେମ ସମ୍ପର୍କରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ट्रेन्डिंग फोटोज़