International Olympic Committee: ଋଷିଆ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି
Advertisement
Article Detail0/zeeodisha/odisha1912630

International Olympic Committee: ଋଷିଆ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି

Russian Olympic Committee:  ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଆୟୋଜିତ ହେବା ପୂର୍ବରୁ  ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଦ୍ୱାରା ନିଲମ୍ବିତ ହୋଇଛି ଋଷୀୟ ଅଲିମ୍ପିକ୍ କମିଟି। 

 International Olympic Committee: ଋଷିଆ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି

IOC Suspended ROC: ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଦ୍ୱାରା ନିଲମ୍ବିତ ହୋଇଛି ଋଷୀୟ ଅଲିମ୍ପିକ୍ କମିଟି। ପୂର୍ବ ୟୁକ୍ରେନ ଅଧିନସ୍ଥ ଚାରୋଟି ଅଞ୍ଚଳର କ୍ରୀଡା ସଂସ୍ଥାକୁ ସାମିଲ କରି ଋଷିଆ ଅଲିମ୍ପିକ୍ ଚାର୍ଟର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଆଇଓସି ମୁଖପାତ୍ର ମାର୍କ ଆଡାମସ୍ କହିଛନ୍ତି ଯେ ଅକ୍ଟୋବର ୫ ତାରିଖରେ ଋଷିଆ ଅଲିମ୍ପିକ୍ କମିଟି ଦ୍ୱାରା ନିଆଯାଇଥିବା ଏପରି ପଦକ୍ଷେପ ୟୁକ୍ରେନ ଅଲିମ୍ପିକ୍ କମିଟି ଆଞ୍ଚଳିକ ଅଖଣ୍ଡତାକୁ ଉଲ୍ଲଂଘନ କରିଛି।

ଆଇଓସି ମୁଖପାତ୍ର ମାର୍କ ଆଡାମସ୍ (IOC Spokesman Mark Adams) କହିଛନ୍ତି ଯେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି କାର୍ଯ୍ୟନିର୍ବାହୀ ବୋର୍ଡ (International Olympic Committee Executive Board) ତୁରନ୍ତ ପ୍ରଭାବ ସହିତ ଋଷୀୟ ଅଲିମ୍ପିକ୍ କମିଟି (Russian Olympic Committee) କୁ ନିଲମ୍ବିତ କରିଛି। ନିଲମ୍ବିତ ହେବା ପରେ ମଧ୍ୟ ଋଷୀୟ ଖେଳାଳୀ ଆସନ୍ତା ବର୍ଷ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ଠାରେ ଅଲିମ୍ପିକ୍ସ (2024 Paris Olympic) ମୁକାବିଲାରେ ଅଂଶଗ୍ରହଣ କରିପାରିବେ।

ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ (luhansk Peoples Republic), ଡୋନେଟସ୍କ୍ ପିପୁଲ୍ସ ରିପବ୍ଲିକ୍ (Donetsk People's Republic), ଖେରାସନ ଏବଂ ଜାପୋରିଝିଆ ଅଞ୍ଚଳର (Kherson and Zaporizhia Region of Ukraine) ଆଞ୍ଚଳିକ ଅଲିମ୍ପିକ୍ ପରିଷଦକୁ (Regional Olympic Council of Ukraine) ସ୍ୱୀକୃତି ଦେଇ ଋଷିଆ ଅଲମ୍ପିକ କମିଟି, ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଚାର୍ଟର (International Olympic Committee Charter) ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି। ଏହି ଅଞ୍ଚଳ ପୂର୍ବରୁ ୟୁକ୍ରେନ ଅଧିନରେ ରହିଥିଲା। ହେଲେ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଋଷିଆ, ଏହି ୟୁକ୍ରେନ ଏହି ଅଞ୍ଚଳକୁ ଦଖଲ କରି ନୂତନ ସ୍ୱୀକୃତି ଦେଇଥିଲା। ଏପରିକି ଏହି ଅଞ୍ଚଳକୁ ସ୍ୱାଧୀନ ବୋଲି ଘୋଷଣା କରିଥିଲା। ଏହି ଘଟଣାରେ ବର୍ତ୍ତମାନ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି, ଋଷିଆ ଅଲମ୍ପିକ କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

ଅଲିମ୍ପିକ୍ ଠାରୁ ଦୂରେଇ ଯିବା ଲାଗି ଘୋଷଣା କରିଥିଲା ୟୁକ୍ରେନ  
ଆପଣଙ୍କୁ କହି ରଖୁଛୁ ଯେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ (Ukraine Prime Minister Denys Shmyhal) କିଛି ସମୟ ପୂର୍ବରୁ ଘୋଷଣା କରିଥିଲେ ଯେ ଯଦି ଋଷିଆ ଏବଂ ବେଲାଋଷ ଖେଳାଳୀଙ୍କୁ (Russia and Belarus Olympics Athletes) ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଏ, ତାହେଲେ ୟୁକ୍ରେନ ଅଲମ୍ପିକ କମିଟି (Ukrainian Olympic Committee) ଆଗାମୀ ଅଲିମ୍ପିକ୍ ମୁକାବିଲାରୁ ଦୂରେଇ ଯିବ। ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣ ସମ୍ପର୍କରେ ଦର୍ଶାଇ ଋଷୀୟ ଅଲିମ୍ପିକ୍ କମିଟି କୁ ନିଲମ୍ବିତ କରିବାକୁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପାଖରେ ଦାବି ରଖିଥିଲେ।