Indigo Flight: ଯାତ୍ରା ବେଳେ ଟିସୁ ପେପର ଧରି ବିଞ୍ଚିହେଲେ ଯାତ୍ରୀ, କଂଗ୍ରେସ ନେତା କହିଲେ ଯନ୍ତ୍ରଣାଦାୟକ ଯାତ୍ରାର କାହାଣୀ
Advertisement

Indigo Flight: ଯାତ୍ରା ବେଳେ ଟିସୁ ପେପର ଧରି ବିଞ୍ଚିହେଲେ ଯାତ୍ରୀ, କଂଗ୍ରେସ ନେତା କହିଲେ ଯନ୍ତ୍ରଣାଦାୟକ ଯାତ୍ରାର କାହାଣୀ

Indigo Flight News: ପୁଣି ଥରେ ବୈଷୟିକ ସମସ୍ୟା ପାଇଁ ଚର୍ଚ୍ଚାକୁ ଆସିଛି ଇଣ୍ଡିଗୋ ଏୟାର ଲାଇନ୍ସ ବିମାନ। ଚଣ୍ଡିଗଡ଼ ଠାରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଦେଖିବାକୁ ମିଳିଛି ଏଭଳି ଘଟଣା। 
 

 

 

Indigo Flight: ଯାତ୍ରା ବେଳେ ଟିସୁ ପେପର ଧରି ବିଞ୍ଚିହେଲେ ଯାତ୍ରୀ, କଂଗ୍ରେସ ନେତା କହିଲେ ଯନ୍ତ୍ରଣାଦାୟକ ଯାତ୍ରାର କାହାଣୀ

Technical Problem in Indigo Flight: ଅଗଷ୍ଟ ୫ ତାରିଖ ଶନିବାର ବିମାନ ଯାତ୍ରା କରିବା ବେଳେ ଟିସୁ ପେପର ଧରି ବିଞ୍ଚି ହୋଇଛନ୍ତି ଯାତ୍ରୀ। ଚଣ୍ଡିଗଡ଼ ଠାରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଯନ୍ତ୍ରଣାଦାୟକ ଯାତ୍ରା ବେଳେ ନିଜର ଅନୁଭୂତି କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂହ ରାଜା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଶନିବାର ନିଜର ବିମାନ ଯାତ୍ରାକୁ ସବୁଠାରୁ ଭୟଭୀତ ଅନୁଭୂତି ବୋଲି ବର୍ଣ୍ଣନା କରିଛନ୍ତି। ପଞ୍ଜାବ କଂଗ୍ରେସ କମିଟି ସଭାପତି (Punjab Congress Committee President) ଅମରିନ୍ଦର ସିଂହ ରାଜା (Amrinder Singh Raja Warring)। ଏନେଇ ସେ କହିଛନ୍ତି ଯେ ଚଣ୍ଡିଗଡ଼ ଠାରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ (Chandigarh Jaipur Indigo Flight) ଏସି କାମ କରୁ ନ ଥିଲା। ଯେଉଁଥିପାଇଁ ୯୦ ମିନିଟ ଅବଧି ବିଶିଷ୍ଟ ଏହି ଯାତ୍ରା ଯାତ୍ରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା। କଂଗ୍ରେସ ନେତା ଜଣଙ୍କ ବିମାନ ଭିତରୁ ଏକ ଭିଡିଓ (Indigo Flight Video) ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଯାତ୍ରୀ ଟିସୁ ପେପର ସହାୟତାରେ ଝାଳ ପୋଛୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆ ଦ୍ୱାର ସେୟାର ହୋଇଥିବା ଭିଡିଓ ହେଉଛି ଇଣ୍ଡିଗୋ ଫ୍ଲାଇଟ୍ ସହ ଜଡ଼ିତ (Indigo Flight 6E7261)। ଅମରିନ୍ଦର ସିଂ ରାଜା କହିଛନ୍ତି ଯେ ପ୍ରଥମେ ବିମାନ ଯାତ୍ରୀଙ୍କୁ ମୁଣ୍ଡ ଫଟା ଖରାରେ ୧୦-୧୦ ମିନିଟ୍ ପର୍ଯ୍ୟନ୍ତ ଛିଡା କରାଯାଇଥିଲା। ପରେ ଏସି ବିନା ବିମାନ ଏହାର ଉଡ଼ାଣ ଭରିଥିଲା।

ଯାତ୍ରା ବେଳେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଯାତ୍ରୀ
କଂଗ୍ରେସ ନେତା ଜଣଙ୍କ କହିଛନ୍ତି ଯେ ଏହି ବିମାନ ଉଡ଼ାଣ ଭରିବା ଠାରୁ ଆରମ୍ଭ କରି ଅବତରଣ କରିବା ପର୍ଯ୍ୟନ୍ତ ଏହାର ଏସି କାମ କରିନଥିଲା। ଯାହା ଦ୍ୱାରା ଯାତ୍ରୀ ଯାତ୍ରା କରିବା ସମୟରେ ଅସୁବିଧାର ସାମ୍ନା କରିଥିଲେ। ହେଲେ ଏହି ପ୍ରସଙ୍ଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି କେହି ଭାବି ନଥିଲେ। ଅନ୍ୟପଟେ ଇଣ୍ଡିଗୋ ଫ୍ଲାଇଟ ଏୟାରହଷ୍ଟେସ (Indigo Flight Air Hostess) ଯାତ୍ରୀଙ୍କୁ ଝାଳ ପୋଛିବା ପାଇଁ ଟିସୁ ପେପର ବାଣ୍ଟିବାରେ (indigo flight air hostess distribute napkin to passenger) ଲାଗି ପଡ଼ିଥିଲେ। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ (Indigo Flight Viral Video) ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଯାତ୍ରୀ ଟିସୁ ପେପର ଧରି ବିଞ୍ଚି ହେଉଥିବାର ନଜର ଆସୁଛନ୍ତି। ଅମରିନ୍ଦର ସିଂ ରାଜା ଏହି ଭିଡିଓ ଟ୍ୱିଟ କରିବା ସହ ଏହାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (Airports Authority of India) ଉଦ୍ଦେଶ୍ୟରେ ଟ୍ୟାଗ କରିଛନ୍ତି। ଏହି ଘଟଣାରେ ସେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସାମ୍ନାକୁ ଆସିଲା ଇଣ୍ଡିଗୋ ବିମାନ ସହ ଜଡ଼ିତ ତୃତୀୟ ବୈଷୟିକ ସମସ୍ୟା
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଏହା ହେଉଛି ଇଣ୍ଡିଗୋ ବିମାନ ସହ ଜଡ଼ିତ ତୃତୀୟ ବୈଷୟିକ ମାମଲା (Technical Problem in Indigo Flight)। ଶୁକ୍ରବାର ଦିଲ୍ଲୀ ଅଭିମୁଖେ ଯାତ୍ରା (Delhi Patna Indigo Flight) କରୁଥିବା ଏକ ଇଣ୍ଡିଗୋ ବିମାନ ପାଟନା ଠାରେ ଜରୁରୀ ଅବତରଣ କରିଥିଲା। ଇଞ୍ଜିନ ବିଫଳତା ହେତୁ ବିମାନ ଉଡ଼ାଣ ଭରିବାର ୩ ମିନିଟ ପରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ବିମାନ ସକାଳ ୯:୧୧ ସମୟରେ ପାଟନା ବନ୍ଦରରେ (Indigo Flight Emergency Landing at Patna Airport) ଅବତରଣ କରିଥିଲା। ଦିଲ୍ଲୀ ଠାରୁ ରାଞ୍ଚି ଫେରୁଥିବା ଅନ୍ୟ ଏକ ବିମାନରେ (Delhi Ranchi Indigo Flight) ମଧ୍ୟ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଏହି ବିମାନ ଉଡ଼ାଣ ଭରିବାର ଅଧ ଘଣ୍ଟା ପରେ ପାଇଲଟ ଏହା ଘୋଷଣା କରି କହିଥିଲେ ଯେ ବିମାନକୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଫେରାଇ ନିଆଯାଉଛି।