Chandrayaan-3 Landing: ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଲା "ଚନ୍ଦ୍ରାୟନ-୩", ସ୍ୱାଭାବିକ ଅବତରଣ ହେଲା ସଫଳ
Advertisement
Article Detail0/zeeodisha/odisha1838293

Chandrayaan-3 Landing: ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଲା "ଚନ୍ଦ୍ରାୟନ-୩", ସ୍ୱାଭାବିକ ଅବତରଣ ହେଲା ସଫଳ

Chandrayaan-3 Landing at Moon South Pole:  ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିଛି ଚନ୍ଦ୍ରାୟନ-୩। ଏହି ଅଭିଯାନକୁ ସଫଳତାର କାର୍ଯ୍ୟ କରି ଭାରତ ବିଶ୍ୱରେ ଏକ ନୂଆ ରେକର୍ଡ କରିଛି।

 

 Chandrayaan-3 Landing: ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଲା "ଚନ୍ଦ୍ରାୟନ-୩", ସ୍ୱାଭାବିକ ଅବତରଣ ହେଲା ସଫଳ

Chandrayaan-3 Landing at Moon Surface: ଅଗଷ୍ଟ ୨୩ ତାରିଖ ଗୁରବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିସାରିଛି ଚନ୍ଦ୍ରାୟନ-୩। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରାୟନ-୩ ମହାକାଶ ଯାନ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୩ କାର୍ଯ୍ୟକାରୀ କରି ଭାରତ ବିଶ୍ୱରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଇସ୍ରୋ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୩ ହେଉଛି ପ୍ରଥମ ଚନ୍ଦ୍ର ଅଭିଯାନ ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି। 

ଅନେକ ସମସ୍ୟାର ସାମ୍ନା କରି ଚନ୍ଦ୍ରାୟନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ୱାଭାବିକ ଅବତରଣ (Chandrayaan 3 Successful Landing at Moon South Pole) କରିବାରେ ସଫଳ ହୋଇଛି। ପ୍ରାୟ ୪୦ ଦିନର ଯାତ୍ରା ସମାପ୍ତ କରିବା ପରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି ଇସ୍ରୋ (ISRO) ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରାୟନ-୩ (Chandrayaan-3) ମହାକାଶ ଯାନ। ଯେତେବେଳେ ଚନ୍ଦ୍ରାୟନ-୩ ଚନ୍ଦ୍ର ପୃଷ୍ଠରେ (Chandrayaan-3 Landing on Moon Surface) ସଫଳତାର ସହ ଅବତରଣ କରିଥିଲା ସେତେବେଳେ ସମଗ୍ର ଦେଶ ଗର୍ବିତ ମୁହୂର୍ତ୍ତରେ ଆନନ୍ଦିତ ହୋଇଉଠିଥିଲା।

ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ (Indian Space Research Organisation) ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଏହି ଐତିହାସିକ ମୁହୂର୍ତ୍ତ ଅବସରରେ ସମଗ୍ର ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି। ଚନ୍ଦ୍ରାୟନ-୩ ସ୍ୱାଭାବିକ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ସମଗ୍ର ବିଶ୍ୱର ନଜର ଏହି ଐତିହାସିକ ମୁହୂର୍ତ୍ତ ଉପରେ ରହିଥିଲା।

ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ (Satish Dhawan Space Centre) ଜୁଲାଇ ୧୪ ତାରିଖରେ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରାୟନ-୩। ଏହି ମହାକାଶ ଯାନ ପ୍ରାୟ ୪୦ ଦିନର ଯାତ୍ରା ଶେଷ କରିବା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ (South Pole) ସଫଳତାର ସହ ଅବତରଣ କରିଛି। ବିକ୍ରମ ଲ୍ୟାଣ୍ଡର (Vikram Lander) ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୦୬:୦୪ ସମୟରେ ସ୍ୱାଭାବିକ ଅବତରଣ କରିଥିଲେ।

ଚନ୍ଦ୍ରାୟନ-୩ ମିଶନ (Chandrayaan-3 Mission) ହେଉଛି ୨୦୧୯ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୨ ଅଭିଯାନର (Chandrayaan-2 Mission) ଏକ ଅନୁସରଣ। ଯେତେବେଳେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମୟରେ ଖସିପଡିଥିଲା। ଚନ୍ଦ୍ରାୟନ-୩ ଅବତରଣ ସଫଳ ହେବା ପରେ ଭାରତ ମହକାଶ ଗବେଷଣା କ୍ଷେତ୍ରରେ ବିଶ୍ୱରେ ଏକ ନୂଆ ରେକର୍ଡ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ସଂଘ ଏବଂ ଚୀନ୍ ଆଦି ଦେଶ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିଥିଲେ।

ଚନ୍ଦ୍ରାୟନ-୩ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ସମଗ୍ର ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କେବେ କୁହାଯାଉଥିଲା ଯେ ଜହ୍ନମାମୁ ଆମ ଠାରୁ ବହୁତ ଦୂରରେ ଅଛନ୍ତି। ହେଲେ ଏବେ ଏପରି ଏକ ସମୟ ଆସିବା ଯେତେବେଳେ ଛୋଟ ପିଲା କହିବେ ଚନ୍ଦ୍ର ଏବେ ମାତ୍ର ଗୋଟିଏ ପର୍ଯ୍ୟଟନ ଭଳି ହେବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ସଫଳ ଚନ୍ଦ୍ର ଅଭିଯାନ ମିଶନ କେବଳ ଭାରତ ନୁହେଁ ବରଂ ଏହା ସଫଳତା ସମସ୍ତ ମାନବିକତାର। ଚନ୍ଦ୍ରୟାନ-୩ ଅଭିଯାନ ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଭାରତ।

ପୂର୍ବରୁ ବିଶ୍ୱର କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ନାହାଁନ୍ତି। ଭାରତୀୟ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ବଳରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ପୃଥିବୀ ପୃଷ୍ଠରେ ସଂକଳ୍ପ ନେଇଥିଲୁ ଏବଂ ଚନ୍ଦ୍ର ପୃଷ୍ଠରେ ଏହାକୁ କାର୍ଯ୍ୟକାରୀ କରିଥିଲୁ। ଭାରତ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିସାରିଛି। ଯେତେବେଳେ ଆମେ ଏପରି ଐତିହାସିକ ମୂହୁର୍ତ୍ତ ଦେଖୁ ସେତେବେଳେ ଆମେ ଆମକୁ ବହୁତ ଗର୍ବିତ ଅନୁଭବ କରିଥାଉ। ଏହା ହେଉଛି ନୂତନ ଭାରତର ସାମର୍ଥ୍ୟ।

ଚନ୍ଦ୍ରାୟନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିବା ସମ୍ପର୍କରେ ସର୍ବପ୍ରଥମେ ଇସ୍ରୋ ମୁଖ୍ୟ ଡକ୍ଟର ଏସ ସୋମନାଥ (ISRO Chief S.Somanath) ଜଣାଇଥିଲେ। ଏନେଇ ଇସ୍ରୋ ମୁଖ୍ୟ କହିଥିଲେ ଭାରତ ଏବେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସାରିଛି। ଅନ୍ୟପଟେ ଚନ୍ଦ୍ରାୟନ-୩ ପ୍ରକଳ୍ପ ନିର୍ଦ୍ଦେଶକ ପି ଭେରାମୁଥୁଭେଲ (Chandrayaan-3 Project Director P.Veeramuthuvel) କହିଛନ୍ତି ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ହୋଇଛୁ। ଅନ୍ୟପଟେ ଇସ୍ରୋ ପୂର୍ବତନ ମୁଖ୍ୟ କେ.ଶିବନ୍ (Former ISRO Chairman K Sivan) ତୃତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟଣ-୩ ସଫଳ ଅବତରଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଆମେ ପ୍ରକୃତରେ ଉତ୍ସାହିତ। ଦୀର୍ଘ ସମୟ ଧରି ଆମେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛୁ। ମୁଁ ବହୁତ ଖୁସି ବୋଲି କହିଛନ୍ତି ପୂର୍ବତନ ଇସ୍ରୋ ମୁଖ୍ୟ।