Indian Railways: ଶେଷ ହେବ ୱେଟିଂ ଲିଷ୍ଟ ସମସ୍ୟା; ଜାଣନ୍ତୁ କ'ଣ ରହିଛି ରେଳବାଇର ଯୋଜନା
Advertisement
Article Detail0/zeeodisha/odisha1986415

Indian Railways: ଶେଷ ହେବ ୱେଟିଂ ଲିଷ୍ଟ ସମସ୍ୟା; ଜାଣନ୍ତୁ କ'ଣ ରହିଛି ରେଳବାଇର ଯୋଜନା

Railway Minister Ashwini Vaishnaw: ୱେଟିଂ ଲିଷ୍ଟ ସମସ୍ୟାର ସମାଧାନ କରିବାକୁ ମେଗା ପ୍ଲାନ ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ। ଏ ସମ୍ପର୍କରେ ରେଳମନ୍ତ୍ରୀଙ୍କ ବିବୃତ୍ତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Indian Railways: ଶେଷ ହେବ ୱେଟିଂ ଲିଷ୍ଟ ସମସ୍ୟା; ଜାଣନ୍ତୁ କ'ଣ ରହିଛି ରେଳବାଇର ଯୋଜନା

Indian Railways mega plan for solve waiting list problem: ଯଦି ଆପଣ ଟ୍ରେନ ଯୋଗେ ଯାତ୍ରା କରୁଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ କେବେ ନା କେବେ ୱେଟିଂ ଲିଷ୍ଟ ସମସ୍ୟା ସାମ୍ନା କରିଥିବେ। କେବଳ ରେଳଯାତ୍ରୀ ନୁହେଁ ବରଂ ଭାରତୀୟ ରେଳବାଇ ପାଇଁ ମଧ୍ୟ ୱେଟିଂ ଲିଷ୍ଟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ହେଲେ ବର୍ତ୍ତମାନ ୱେଟିଂ ଲିଷ୍ଟ ସମସ୍ୟାର ସମାଧାନ ରେଳବାଇ ପାଇଥିବାର କୁହାଯାଉଛି। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯେଉଁ ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଯିବା ପରେ ରେଳବାଇ ସହ ଜଡି଼ତ ଅନେକ ସମସ୍ୟାର ସମାଧାନ ହୋଇଯିବ। ଯେଉଁ ଯୋଜନାରେ ରେଳ ଯାତ୍ରା କରିବା ସମୟରେ ଯାତ୍ରୀ ସାମ୍ନା କରୁଥିବା ୱେଟିଂ ଲିଷ୍ଟ ସମସ୍ୟାର ସମାଧାନ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ରେଳବାଇର ଯୋଜନା ବିଷୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଣାଇଛନ୍ତି।

ଆସନ୍ତା ୨୦୨୯ ପର୍ଯ୍ୟନ୍ତ ଶେଷ ହୋଇଯିବ ୱେଟିଂ ଲିଷ୍ଟ  
ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇର ଯୋଜନା ବିଷୟରେ ଜଣାଇଛନ୍ତି। ଏନେଇ ରେଳମନ୍ତ୍ରୀ କହିଛନ୍ତି ଯେ ଯାତ୍ରୀଙ୍କ ସୁବିଧା ପାଇଁ ଖୁବ ଶୀଘ୍ର ଅନେକ ଯୋଜନା ଶେଷ କରାଯିବ। ଦେଶରେ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ, ଦୁର୍ଘଟଣାକୁ ରୋକିବା ପାଇଁ କବଚ ସୁରକ୍ଷା ପ୍ରଣାଳୀ ଏବଂ ଟ୍ରେନ୍ ସଂଖ୍ୟା ବୃଦ୍ଧି ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ଜଣାଇଥିଲେ। ଆସନ୍ତା ୨୦୨୯ ପର୍ଯ୍ୟନ୍ତ ୱେଟିଂ ଲିଷ୍ଟ ସମସ୍ୟା ଶେଷ ହୋଇଯିବା ନେଇ କହିଛନ୍ତି।  

ଭାରତୀୟ ରେଳବାଇର ମେଗାପ୍ଲାନ୍
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିବୃତ୍ତି କିଛି ଦିନ ପୂର୍ବରୁ ସୂତ୍ରରୁ ଆସିଥିବା ଖବରକୁ ମଧ୍ୟ ନିଶ୍ଚିତ କରିଥିଲା। ​​ଯେଉଁଥିରେ କୁହାଯାଇଥିଲା ଯେ ୱେଟିଂ ଲିଷ୍ଟ ସମସ୍ୟାର ସମାଧାନ ପାଇଁ ବାରତୀୟ ରେଳବାଇ ବହୁ ପରିମାଣରେ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଟ୍ରେନ ଟିକେଟ ୱେଟିଂ ଲିଷ୍ଟ ତାଲିକାକୁ ହଟାଇବା ପାଇଁ ଆସନ୍ତା ୬ ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ଏହାର ନେଟୱାର୍କ ମଧ୍ୟରେ ଆହୁରି ୩୦୦୦ ଯାତ୍ରୀବାହୀ ଟ୍ରେନ୍ ଯୋଡିବାକୁ ଯୋଜନା କରୁଛି। ବୁଧବାର ରେଳ ମନ୍ତ୍ରୀଙ୍କ ବିବୃତ୍ତିରେ ଟ୍ରେନ୍ ସଂଖ୍ୟା ଉଲ୍ଲେଖ କରାଯାଇ ନାହିଁ। ଯଦିଓ ସେ ନିଶ୍ଚିତ ଭାବରେ ଆସନ୍ତା ୨୦୨୯ ପର୍ଯ୍ୟନ୍ତ ୱେଟିଂ ଲିଷ୍ଟ ତାଲିକା ହଟାଇବା ବିଷୟରେ କହିଥିଲେ।

କବଚ ସୁରକ୍ଷା ପ୍ରଣାଳୀ ଉପରେ ଜାରି ରହିଛି କାମ 
ଏହା ବ୍ୟତୀତ ରେଳମନ୍ତ୍ରୀ କହିଛନ୍ତି ଯେ ବୁଲେଟ୍ ଟ୍ରେନ୍ ସେବା ଆସନ୍ତା ୨୦୨୬ ବର୍ଷରୁ ଆରମ୍ଭ ହେବ। ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଦିଲ୍ଲୀ-କୋଲକାତା ଏବଂ ଦିଲ୍ଲୀ-ମୁମ୍ବାଇ ମାର୍ଗରେ କବଚ ସୁରକ୍ଷା ପ୍ରଣାଳୀ ସ୍ଥାପନ କାର୍ଯ୍ୟ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଶେଷ ହୋଇଯିବ। ଗଜରାଜ ଟେକ୍ନୋଲୋଜି ରେଳ ଧାରଣାରେ ଆସୁଥିବା ହାତୀଙ୍କ ଜୀବନ ରକ୍ଷା କରିବ। ଏନେଇ ହାତୀ ଜନବହୁଳ ୮ ରାଜ୍ୟରେ 700 କିଲୋମିଟର ରେଳ ଟ୍ରାକ୍ ମଧ୍ୟରେ ଗଜରାଜ ଟେକ୍ନୋଲୋଜି ସ୍ଥାପନ କରାଯାଉଛି।

ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଆସିଯିବ ସ୍ଲିପର ବନ୍ଦେ ଭାରତ ଟ୍ରେନ
ରେଳମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ଦେଶରେ ୫୨୪୩ କିଲୋମିଟର ଲମ୍ବା ରେଳ ଟ୍ରାକ୍ ବିଛା ଯାଇଥିଲା। ଚଳିତ ବର୍ଷ ୫୫୦୦ କିଲୋମିଟର ଠାରୁ ୬ ହଜାର କିଲୋମିଟର ପର୍ଯ୍ୟନ୍ତ ଟ୍ରାକ୍ ନିର୍ମାଣ ହେବ। ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଗତ ୨୦୧୬ ବର୍ଷରେ ପ୍ରଥମ ଥର ପାଇଁ କବଚ ବ୍ୟବସ୍ଥାକୁ ଅନୁମୋଦନ କରାଯାଇଥିଲା। ଏହା ପରେ କବଚ ସୁରକ୍ଷା ପ୍ରଣାଳୀର ଏକ ନୂତନ ସଂସ୍କରଣ ଆରମ୍ଭ କରାଯାଇଥିଲା। ଯାହାର ସ୍ଥାପନ ଗତ ବର୍ଷରୁ ଆରମ୍ଭ ହୋଇଥିଲା। ଏହା ସହିତ ସେ କହିଛନ୍ତି ଯେ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ ଆସିବା ନେଇ ଜଣାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।