Indian railway: ଭୁଲରେ ବି କରନ୍ତୁନି ଏଭଳି କାର୍ଯ୍ୟ, ନହେଲେ ହୋଇପାରେ ଏକ ବର୍ଷ ପାଇଁ ଜେଲ
Advertisement

Indian railway: ଭୁଲରେ ବି କରନ୍ତୁନି ଏଭଳି କାର୍ଯ୍ୟ, ନହେଲେ ହୋଇପାରେ ଏକ ବର୍ଷ ପାଇଁ ଜେଲ

ରେଳବାଇର ଅଧିନିୟମ ଧାରା ୧୪୧ ଅନୁଯାୟୀ ଯଦି କୌଣସି ଯାତ୍ରୀ ବିନା କୌଣସି କାରଣରେ କିମ୍ବା ପର୍ଯ୍ୟାପ୍ତ କାରଣ ବିନା ଆଲାରାମ ଚେନ ଟାଣନ୍ତି ତେବେ ତାଙ୍କୁ ୧ ହଜାର ଟଙ୍କା ଜୋରିମନା ଓ ବର୍ଷେ ପର୍ଯ୍ୟନ୍ତ ଜେଲ ହେବାର ସମ୍ଭାବନା ରହିଛି। 

Indian railway: ଭୁଲରେ ବି କରନ୍ତୁନି ଏଭଳି କାର୍ଯ୍ୟ, ନହେଲେ ହୋଇପାରେ ଏକ ବର୍ଷ ପାଇଁ ଜେଲ

Indian railway:  ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ (Indian Railway) ଦେଶର ଲାଇଫ୍ ଲାଇନ୍ କୁହାଯାଏ। ଦେଶର ଜନସଂଖ୍ୟାର ଏକ ବଡ଼ ଅଂଶ ଟ୍ରେନ୍ (Indian Railway) ଦ୍ୱାରା ପ୍ରତିଦିନ ଯାତ୍ରା କରେ। ଟ୍ରେନ୍କୁ ସୁଖଦ ଆରାମଦାୟକ ଏବଂ ନିରାପଦ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଏ।

ଚେନ ଟାଣିଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଅନେକ ଯାତ୍ରୀ ଏହାକୁ ଅପବ୍ୟବହାର କରନ୍ତି ଏବଂ  ବିନା କୌଣସି କାରଣରୁ ଗଡ଼ୁଥିବା ଟ୍ରେନରେ ଚେନ ଆଲାରାମ ଚେନ ଟାଣି ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି। ଅନାବଶ୍ୟକ ଭାବରେ ଏହାକୁ ଟାଣିବା ଦ୍ୱାରା ଟ୍ରେନ ଚଳାଚଳରେ ବାଧା ସୃଷ୍ଚି ହୋଇଥାଏ। ଫଳରେ ଟ୍ରେନର ସମୟସୀମା ଉପରେ ପ୍ରଭାବ ପକାଇଥାଏ। ଅନ୍ୟପଟେ କୌଣସି କାରଣ ବିନା ଚେନ ଟାଣିବା ପାଇଁ ରେଳବାଇ ପୋଲିସଙ୍କ ଦ୍ୱାରା କଠୋର କାର୍ଯ୍ୟ ଆପଣଙ୍କ ବିରୁଦ୍ଧରେ ନିଆଯାଇପାରେ। ଲୋକଙ୍କୁ ଏହି ଦିଗରେ ସଚେତନ କରିବା ପାଇଁ ରେଳବାଇ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଉଛି।

ରେଳବାଇର ଅଧିନିୟମ ଧାରା ୧୪୧ ଅନୁଯାୟୀ ଯଦି କୌଣସି ଯାତ୍ରୀ ବିନା କୌଣସି କାରଣରେ କିମ୍ବା ପର୍ଯ୍ୟାପ୍ତ କାରଣ ବିନା ଆଲାରାମ ଚେନ ଟାଣନ୍ତି ତେବେ ତାଙ୍କୁ ୧ ହଜାର ଟଙ୍କା ଜୋରିମନା ଓ ବର୍ଷେ ପର୍ଯ୍ୟନ୍ତ ଜେଲ ହେବାର ସମ୍ଭାବନା ରହିଛି। 

ଉତ୍ତର ରେଳ ଡିଭିଜନ ପକ୍ଷରୁ ଚଳାଯାଉଛି ଅଭିଯାନ
ଉତ୍ତର ରେଳବାଇ ମଣ୍ଡଳର ପ୍ରବନ୍ଧକଙ୍କ ନିର୍ଦ୍ଦେଶାନୁସାରେ, ରେଳବାଇ ସୁରକ୍ଷା ବଳର ଅଧିକାରୀମାନେ ସେହି ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଯେଉଁମାନେ ଅନଧିକୃତଭାବେ ଟ୍ରେନର ଚେନ ଟାଣି ଗାଡ଼ି ଚଳାଚଳରେ ବାଧା ସୃଷ୍ଚି କରୁଛନ୍ତି। ଗତ ଜାନୁଆରୀ ମାସରେ ଦିଲ୍ଲୀ ଜୋନର ରେଳବାଇ ପୋଲିସ ଅଧିକାରୀ ୫୧୦ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସମସ୍ତ ମାମଲା ରେଲଓ୍ୱ ଅଧିନିୟମ ଧାରା ୧୪୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟାୟାଳୟ ତରଫରୁ ୨୪୨ ଜଣ ବ୍ୟକ୍ତିଙ୍କ ଉପରେ ପାଖାପାଖି ୧୪୦୨୦୦ ଟଙ୍କା ଜୋରିମନା ଲଗାଇଛି। 

ଏହିକ୍ରମରେ ରେଳବାଇ ପୋଲିସ ପକ୍ଷରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ପ୍ରାୟ ୨୭୩ଟି ମାମଲା ରୁଜୁ କରାଯାଇଛି। ଏଥିରେ ୮୦ ଜଣଙ୍କ ଉପରେ ନ୍ୟାୟାଳୟଙ୍କ ଉପରେ ୪୭୩୦୦ ଟଙ୍କା ଜୋରିମନା ଲଗାଯାଇଛି। ଦିଲ୍ଲୀ ମଣ୍ଡଳର ପ୍ରବନ୍ଧକ ଡିମ୍ପି ଗର୍ଗ କହିଛନ୍ତି କି ଏହି ଅଭିଯାନକୁ ଆହୁରି ବଢାଇ ଦିଆଯିବ। ଏପରି କରିବା ଦ୍ୱାରା ଲୋକମାନେ ସଚେତନ ହେବ। ସମାନଢଙ୍ଗରେ ଟ୍ରେନ ଗୁଡ଼ିକର ଯାତାୟତର ସମୟ ମଧ୍ୟ ଠିକ ରହିବ। ଫଳରେ ଗନ୍ତବ୍ୟସ୍ଥଳରେ ଠିକ ସମୟରେ ଟ୍ରେନ ଗୁଡ଼ିକ ପହଞ୍ଚିପାରିବ। 

Also Read: Varun Aaron: ଟିମ୍ ଇଣ୍ଡିଆରେ ଏଣିକି କେବେବି ନଜରକୁ ଆସିବେ ନାହିଁ ଏହି ଘାତକ ଖେଳାଳି! ଶେଷ ହୋଇଗଲା କ୍ୟାରିୟର୍

Also Read: ଦୁନିଆର ସବୁଠାରୁ ଅଳସୁଆ କ୍ରିକେଟର କିଏ? ରେକର୍ଡ୍ସ ଶୁଣି ହସିବାକୁ ଲାଗିବେ ଆପଣ!

Also Read: IND vs AUS 3rd Test: ବର୍ଡର-ଗାଭାସ୍କର ସିରିଜ ମଝିରେ ହିଁ ପରିବର୍ତ୍ତନ ହେବ ଦଳର ଅଧିନାୟକ! ଏହି ଖେଳାଳିଙ୍କୁ ମିଳିବ କମାଣ