Indian Railways Guidelines: ଏସି କୋଚ ଯାତ୍ରୀଙ୍କୁ ନେଇ ଚିନ୍ତାରେ ରେଳବାଇ, ଜାରି ହେଲା ନୂତନ ଗାଇଡଲାଇନ!
Advertisement
Article Detail0/zeeodisha/odisha1689021

Indian Railways Guidelines: ଏସି କୋଚ ଯାତ୍ରୀଙ୍କୁ ନେଇ ଚିନ୍ତାରେ ରେଳବାଇ, ଜାରି ହେଲା ନୂତନ ଗାଇଡଲାଇନ!

Indian Railways: ଏସି କୋଚ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନେଇ ଚିନ୍ତାରେ ପଡ଼ିଯାଇଛି ରେଳବାଇ। ସେମାନଙ୍କ ଦ୍ୱାରା କରାଯାଉଥିବା କାରନାମାକୁ ରୋକିବା ପାଇଁ ଜାରି ନୂତନ ଗାଇଡଲାଇନ ଜାରି କରିଛି ରେଳବାଇ।  

Indian Railways Guidelines: ଏସି କୋଚ ଯାତ୍ରୀଙ୍କୁ ନେଇ ଚିନ୍ତାରେ ରେଳବାଇ, ଜାରି ହେଲା ନୂତନ ଗାଇଡଲାଇନ!

Indian Railway Warns its Passenger: ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦୈନିକ କୋଟି କୋଟି ଭାରତୀୟ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ରେଳଯାତ୍ରା କରିଥାନ୍ତି। ହେଲେ ପ୍ରାୟତଃ ଦେଖାଯାଏ ଯେ ଅନେକ ଯାତ୍ରୀ ରେଳଯାତ୍ରା କରିବା ବେଳେ ସେମାନଙ୍କୁ ମିଳୁଥିବ ଚାଦର, ତଉଲିଆ ଏବଂ ତକିଆ ଗାଏବ କରି ଦେଇଥାନ୍ତି। ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା ବେଡସିଟ୍ ଏବଂ ଟାୱେଲ ନିଜ ଘରକୁ ନେଇଯାଇଥାନ୍ତି ଯାତ୍ରୀ। ହେଲେ ବର୍ତ୍ତମାନ ଠାରୁ ଯଦି କୌଣସି ଯାତ୍ରୀ ଏଭଳି କାମ କରନ୍ତି ତାହେଲେ ତାଙ୍କୁ ରେଳବାଇ ପକ୍ଷରୁ ଦଣ୍ଡିତ କରାଯିବ। ରେଳବାଇ ଏନେଇ ଏକ ଗାଇଡଲାଇନ ଜାରି କରିଛି। ଏସି କୋଚ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ଚାଦର ଏବଂ ତଉଲିଆ ସୁବିଧା ଯୋଗାଇ ଦିଆଯାଇଥାଏ। ହେଲେ ରେଳଯାତ୍ରୀ ଏଭଳି କାରନାମାକୁ ନେଇ ଅତ୍ୟନ୍ତ ବିରକ୍ତ ହୋଇଉଠିଛି ରେଳବାଇ।

ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛି ରେଳବାଇ
ରେଳଯାତ୍ରୀ ଏଭଳି କାରନାମା ହେତୁ ରେଳବାଇ ଚଳିତ ବର୍ଷ ଲକ୍ଷ ଲକ୍ଷ ଟଙ୍କା ହରାଇଛି। ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ବେଡସିଟ୍, କମ୍ବଳ ବ୍ୟତୀତ ଯାତ୍ରୀ ଚାମଚ, କେଟିଲ୍, ଟଏଲେଟ୍ ଟ୍ୟାପ୍ ଆଦି ଉପକରଣ ଚୋରି କରି ନେଇଯାଉଛନ୍ତି। ବିଭିନ୍ନ ଉପକରଣକୁ ଚୋରି ହେବା କାରଣରୁ ରେଳବାଇକୁ ବହୁ କ୍ଷତି ସହିବାକୁ ପଡୁଛି।

କେଉଁ ମାର୍ଗରେ ହେଉଛି ସବୁଠାରୁ ଅଧିକ ଚୋରି? 
ଛତିଶଗଡର ବିଲାସପୁର ମାର୍ଗରେ ରେଳଯାତ୍ରା କରୁଥିବା ଯାତ୍ରୀ ବିଭିନ୍ନ ରେଳ ସାମଗ୍ରୀ ଚୋରି କରୁଛନ୍ତି। ବିଲାସପୁର ଏବଂ ଦୁର୍ଗ ମଧ୍ୟରେ ଚାଲୁଥିବା ଦୂରଗାମୀ ଟ୍ରେନ ଭିତରୁ କମ୍ବଳ, ବେଡସିଟ୍, ତକିଆ କଭର, ଫେସ୍ ଟାୱେଲ କ୍ରମାଗତ ଭାବରେ ଚୋରି ହୋଇଥିବାର ଖବର ଆସିଛି।

୪ ମାସରେ ଚୋରି ହୋଇଛି ୫୫ ଲକ୍ଷ ଟଙ୍କାର ସାମଗ୍ରୀ 
ଏ ସମ୍ପର୍କରେ ଜଣାଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ବିଗତ ୪ ମାସ ମଧ୍ୟରେ ବିଲାସପୁର ମାର୍ଗରେ ଚାଲୁଥିବା ବିଭିନ୍ନ ଟ୍ରେନ ମଧ୍ୟରୁ ପ୍ରାୟ ୫୫ ଲକ୍ଷ ଟଙ୍କା ସାମଗ୍ରୀ ଚୋରି ହୋଇଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଚାରି ମାସ ମଧ୍ୟରେ ପ୍ରାୟ ୫୫ ଲକ୍ଷ ୯୭ ହଜାର ୪୦୬ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଥିବାର ଜଣାପଡ଼ିଛି।

କେତେ ପରିମାଣର ସାମଗ୍ରୀ ହୋଇଛି ଚୋରି 
ବିଗତ ୪ ମାସ ମଧ୍ୟରେ ୧୨ ହଜାର ୮୮୬ ଫେସ୍ ଟାୱେଲ୍ ଚୋରି ହୋଇଯାଇଛି। ଯାହାର ମୂଲ୍ୟ ହେଉଛି ୫ ଲକ୍ଷ ୫୯ ହଜାର ୩୮୧ ଟଙ୍କା। ଏହା ସହିତ ଏସି ବଗି ଯୋଗେ ଯାତ୍ରା କରୁଥିବା ଯାତ୍ରୀ ୪ ମାସ ମଧ୍ୟରେ ୧୮ ହଜାର ୨୦୮ ବେଡସିଟ୍ ଚୋରି କରିନେଇଛନ୍ତି। ଏହାର ମୂଲ୍ୟ ହେଉଛି ପାଖାପାଖି ୨୮ ଲକ୍ଷ ୧୬ ହଜାର ୨୩୧ ଟଙ୍କା। ଏହା ବ୍ୟତୀତ ୧୯ ବଜାର ୭୬୭ ତକିଆ କଭର ଚୋରି ହୋଇଯାଇଛି। ଯାହାର ଆାନୁମାନିକ ମୂଲ୍ୟ ହେଉଛି ପ୍ରାୟ ୧୦ ଲକ୍ଷ ୧୪ ହଜାର ୮୩୭ ଟଙ୍କା। ସେହିପରି ୨୭୯୬ କମ୍ବଳ ଚୋରି ହୋଇଯାଇଛି। ଯାହାର ମୂଲ୍ୟ ହେଉଛି ୧୧ ଲକ୍ଷ ୭୧ ହଜାର ୯୯୯ ଟଙ୍କା। ସେହିପରି ୩୧୨ ତକିଆ ଚୋରି ହୋଇଯାଇଛି। ଯାହାର ମୂଲ୍ୟ ହେଉଛି ୩୪ ହଜାର ୯୫୬ ଟଙ୍କା।

୫ ବର୍ଷର ଜେଲ ଦଣ୍ଡ ସହିତ ଆଦାୟ କରାଯାଇପାରେ ଜରିମାନା 
ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଯାତ୍ରା କରିବା ବେଳେ କୌଣସି ରେଳବାଇ ସାମଗ୍ରୀ ଚୋରୀ କରିବା ଆଇନଗତ ରୂପରେ ଭୁଲ। ରେଳବାଇ ସମ୍ପତ୍ତି ଅଧିନିୟମ ୧୯୬୬ ଅନୁଯାୟୀ ଏପରି ଯାତ୍ରୀଙ୍କ ବିରୋଧରେ ରେଳବାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ମାମଲାରେ ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହିତ ସେମାନଙ୍କୁ ଦଣ୍ଡିତ କରାଯିବ। ଏଥିରେ ଆପଣଙ୍କୁ ସର୍ବାଧିକ ୫ ବର୍ଷର ଜେଲଦଣ୍ଡ ସହିତ ଏବଂ ରେଳବାଇ ଦ୍ୱାରା ଜରିମାନା ମଧ୍ୟ ଆଦାୟ କରାଯିବ।