5G Internet Speed: ୫ଜି ଦୁନିଆରେ ଭାରତ ମାରିଲା ଲମ୍ବା ଡିଆଁ, ପଛରେ ପଡ଼ିଗଲେ ବ୍ରିଟେନ-ଜାପାନ-ବ୍ରାଜିଲ
Advertisement
Article Detail0/zeeodisha/odisha1899076

5G Internet Speed: ୫ଜି ଦୁନିଆରେ ଭାରତ ମାରିଲା ଲମ୍ବା ଡିଆଁ, ପଛରେ ପଡ଼ିଗଲେ ବ୍ରିଟେନ-ଜାପାନ-ବ୍ରାଜିଲ

Ookla Speedtest Global Index: ୫ଜି ଇଣ୍ଟରନେଟ ସେବା ଭାରତ ଏକ ବିଶ୍ୱ ସ୍ତରୀୟ ସଫଳତା ହାସଲ କରିଛି। ଏହି କ୍ଷେତ୍ରରେ ଜାପାନ, ବ୍ରିଟେନ, ବ୍ରାଜିଲ, ମେକ୍ସିକୋ, ତୁର୍କୀ, ଦକ୍ଷିଣ ଆଫ୍ରିକା ଭଳି ଦେଶ ପଛରେ ପଡ଼ି ଯାଇଛନ୍ତି।

 

5G Internet Speed: ୫ଜି ଦୁନିଆରେ ଭାରତ ମାରିଲା ଲମ୍ବା ଡିଆଁ, ପଛରେ ପଡ଼ିଗଲେ ବ୍ରିଟେନ-ଜାପାନ-ବ୍ରାଜିଲ

India Mobile Speed Ranking: ଭାରତ ବର୍ଷରେ ୫ଜି ସେବା ଆରମ୍ଭ ହେବା ପର ଠାରୁ ମୋବାଇଲ୍ ଡାଉନଲୋଡ୍ ସ୍ପୀଡ ଏକ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। "Speedtest Global Index" ତାଲିକାରେ  ଭାରତ ୭୨ ତମ ସ୍ଥାନରୁ ୪୭ ତମ ସ୍ଥାନକୁ ଉନ୍ନୀତ ହୋଇଛି। ବର୍ତ୍ତମାନ ଜାପାନ, ବ୍ରିଟେନ ଏବଂ ବ୍ରାଜିଲ ଭଳି ଦେଶ ଠାରୁ ଆଗରେ ରହିଛି ଭାରତ। ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍ ଇଣ୍ଟରନେଟ୍ ନେଟୱାର୍କ ଗତି ବିଷୟରେ ସୂଚନା ପ୍ରଦାନ କରୁଥିବା Ookla ପକ୍ଷରୁ ଏହି ତଥ୍ୟ ଉପସ୍ଥାପନ କରଯାଇଛି।

ଦେଶରେ ୫ଜି ଇଣ୍ଟରନେଟ ସେବା ଆରମ୍ଭ ହେବା (5G Internet Service in India) ପରଠାରୁ ମୋବାଇଲ୍ ସ୍ପୀଡ (Mobile Speed in India) ୩.୫୯ ଗୁଣା ବୃଦ୍ଧି ପାଇଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ହାରାହାରି ଡାଉନଲୋଡ୍ ସ୍ପୀଡ୍ (Average Download Speed in India 2022 September) ୧୩.୮୭ Mbps (Megabytes per second) ରହିଥିଲା। ଯାହା ଚଳିତ ବର୍ଷ ଅଗଷ୍ଟ ମାସରେ (Average Download Speed in India 2023 August) ବୃଦ୍ଧି ପାଇ ୫୦.୨୧ Mbps ହୋଇଛି। 

ଭାରତ ଭଳି ଏକ ବିଶାଳ ଇଣ୍ଟରନେଟ୍ ବ୍ୟବହାରକାରୀ ଦେଶରେ (Internet Users in India) ମୋବାଇଲ୍ ସ୍ପୀଡ ବଢିଥିବା ନେଇ ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍ ଇଣ୍ଟରନେଟ୍ ନେଟୱାର୍କ ଗତି ବିଷୟରେ ସୂଚନା ପ୍ରଦାନ କରୁଥିବା Ookla ପକ୍ଷରୁ କୁହାଯାଇଛି। ଏନେଇ ପ୍ରକାଶିତ ରିପୋର୍ଟ ଅନୁସାରେ ମୋବାଇଲ୍ ସ୍ପୀଡ ମାମଲାରେ ଏପରି ଉଲ୍ଲେଖନୀୟ ଉନ୍ନତି ସହିତ ଭାରତ କେବଳ ବାଂଲାଦେଶ କିମ୍ବା ଶ୍ରୀଲଙ୍କା ଅଥବା ପାକିସ୍ଥାନ ପରି ପଡୋଶୀ ଦେଶଙ୍କ ଠାରୁ ଆଗରେ ରହିନାହିଁ। ବରଂ ଜି-୨୦ ଗୋଷ୍ଠୀରେ ସାମିଲ ବିଶ୍ୱର କେତେକ ପ୍ରମୁଖ ଅର୍ଥ ବ୍ୟବସ୍ଥା ଯଥା ମେକ୍ସିକୋ (୯୦ ତମ ସ୍ଥାନ), ତୁର୍କୀ (୬୮ ତମ ସ୍ଥାନ), ବ୍ରିଟେନ (୬୨ ତମ ସ୍ଥାନ), ଜାପାନ (୫୮ ତମ ସ୍ଥାନ), ବ୍ରାଜିଲ (୫୦ ତମ ସ୍ଥାନ), ଦକ୍ଷିଣ ଆଫ୍ରିକା (୪୮ ତମ ସ୍ଥାନ) ଭଳି ଦେଶ ଠାରୁ ମଧ୍ୟ ଆଗରେ ରହିଛି। 

ଦେଶରେ ୫ଜି ସେବା ଆରମ୍ଭ ହୋଇଯିବା ସହ ସମସ୍ତ ଟେଲିକମ୍ ସର୍କଲ (Telecom Circles in India) ଅଧିନରେ ସାମଗ୍ରିକ ଉପଭୋକ୍ତାଙ୍କ ଅଭିଜ୍ଞତାରେ ଉନ୍ନତ ହୋଇଥିବାର ପରିଲକ୍ଷିତ ହୋଇଛି। ଏହି ଅବଧି ମଧ୍ୟରେ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା (Telecom Operators in India) ସେମାନଙ୍କର ଭିତ୍ତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରିଛନ୍ତି। Ookla Report ଅନୁଯାୟୀ ମୋବାଇଲ୍ ସ୍ପୀଡ କ୍ଷେତ୍ରରେ ଏହି ଉନ୍ନତି ହେତୁ ଭାରତ "Speedtest Global Index" ତାଲିକାରେ ୧୧୯ ତମ ସ୍ଥାନରୁ ଏକ ଲମ୍ବା ଡିଆଁ ମାରି ୪୭ ତମ ସ୍ଥାନକୁ ଉନ୍ନୀତ ହୋଇଛି।

Ookla Report ମାଧ୍ୟମରେ ଆହୁରି କୁହାଯାଇଛି ଯେ ୫ଜି କେବଳ ଦ୍ରୁତ ଇଣ୍ଟରନେଟ୍ ସେବାର ବେଗ ବଢାଇନାହିଁ ବରଂ ଗ୍ରାହକଙ୍କୁ ଅଧିକ ସନ୍ତୁଷ୍ଟ କରିଛି। ଏହାକୁ "ନେଟ୍ ପ୍ରମୋଟର୍ ସ୍କୋର" (Net Promoter Score) ଦ୍ୱାରା ସୂଚିତ କରାଯାଇଛି। ଯାହା ଦର୍ଶାଉଛି ଭାରତ ଏକ ଭଳି ବିଶାଳ ଇଣ୍ଟରନେଟ୍ ବ୍ୟବହାରକାରୀ ଦେଶରେ ଲୋକେ ସେମାନଙ୍କ ନେଟୱାର୍କ ପରିଚାଳକଙ୍କୁ ୪ଜି ବ୍ୟବହାରକାରୀଙ୍କ ଅପେକ୍ଷା ଅଧିକ ସକରାତ୍ମକ ମୂଲ୍ୟାୟନ କରିଛନ୍ତି।