OBC Professor Percentage: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେତେ ଅଛନ୍ତି ଓବିସି ପ୍ରଫେସର? ଜାଣନ୍ତୁ
Advertisement

OBC Professor Percentage: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେତେ ଅଛନ୍ତି ଓବିସି ପ୍ରଫେସର? ଜାଣନ୍ତୁ

Central University OBC Professor: ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶର ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪% ପ୍ରଫେସର ଏବଂ ୬% ସହଯୋଗୀ ପ୍ରଫେସର ଓବିସି ବର୍ଗରୁ ଆସୁଛନ୍ତି।

 

OBC Professor Percentage: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେତେ ଅଛନ୍ତି ଓବିସି ପ୍ରଫେସର? ଜାଣନ୍ତୁ

OBC Professor in Central University: ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ କେତେ ଅଛନ୍ତି ଓବିସି ପ୍ରଫେସର, ତାହାର ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ତଥ୍ୟ ଲୋକସଭାରେ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର। ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶର ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେବଳ ୪ ପ୍ରତିଶତ ପ୍ରଫେସର ଅନ୍ୟାନ୍ୟ ପଛୁଆ ବର୍ଗର ବୋଲି ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪% ପ୍ରଫେସର ଏବଂ ୬% ସହଯୋଗୀ ପ୍ରଫେସର ଓବିସି ବର୍ଗରୁ ଆସୁଛନ୍ତି।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ (Central University in India) ସଂରକ୍ଷିତ ବର୍ଗର ପ୍ରତିନିଧିତ୍ୱ (Reserved Category Representation in Central University) ଉପରେ ଆନ୍ଧ୍ର ପ୍ରଦେଶର ସଞ୍ଜୀବ କୁମାର ସିଙ୍ଗାରୀଙ୍କ ପକ୍ଷରୁ ପଚରା ଯାଇଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାର (Union Minister Subhas Sarkar) କହିଛନ୍ତି ଯେ ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କେବଳ ୫ ଜଣ କୁଳପତି ହେଉଛନ୍ତି ଓବିସି। ପ୍ରଫେସର (Professor in Central University) ଏବଂ ସହଯୋଗୀ ପ୍ରଫେସର (Associate Professor in Central University) ବର୍ଗରେ ଅନ୍ୟାନ୍ୟ ପଛୁଆ ବର୍ଗର (Other Backward Classes) ପ୍ରତିନିଧିତ୍ୱ ଅନୁସୂଚିତ ଜାତି (Scheduled Castes) ତୁଳନାରେ କମ୍ ବୋଲି ଜଣାପଡ଼ିଛି। ଅନ୍ୟପଟେ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୮୫% ପ୍ରଫେସର ଏବଂ ୮୨% ସହଯୋଗୀ ପ୍ରଫେସର ସାଧାରଣ ବର୍ଗର ବୋଲି ଜଣାପଡ଼ିଛି।

ଓବିସି ପଦବୀ ପୂରଣ ପାଇଁ ଜାତୀୟ ସ୍ତରରେ ଏକ ପୃଥକ ନିଯୁକ୍ତି ଅଭିଯାନ (OBC Professor Recruitment Drive) କରାଯିବା ଆବଶ୍ୟକ। ଏଭଳି ଅଭିଯାନ ଦେଶର ବିଭିନ୍ନ ସ୍ଥାନରୁ ଓବିସି ବର୍ଗର ଯୋଗ୍ୟ ଅଧ୍ୟାପକଙ୍କୁ (OBC Category Professor) ଆକର୍ଷିତ କରିବ ବୋଲି ମାଡ୍ରାସ ବିଶ୍ୱବିଦ୍ୟାଳୟର (Madras University) ପୂର୍ବତନ କୁଳପତି ପ୍ରଫେସର ଏସ୍ ପି ଥିୟାରାଜନ କହିଛନ୍ତି। କୁଳପତିଙ୍କ ନିଯୁକ୍ତି ପାଇଁ ଯୋଗ୍ୟ ଅଧ୍ୟାପକଙ୍କ ଏକ ଡାଟାବେସ୍ ତିଆରି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସହକାରୀ ପ୍ରଫେସର ପ୍ରବେଶ ସ୍ତରରେ ଓବିସି ବର୍ଗର ପ୍ରତିନିଧିତ୍ୱ ସାମାନ୍ୟ ଭଲ କାରଣ। କାରଣ ପ୍ରବେଶ ସ୍ତରରେ ୧୮% ଓବିସି ଏବଂ ୫୯% ସାଧାରଣ ବର୍ଗର ବୋଲି ଜଣାପଡ଼ିଛି। ହେଲେ ତଥାପି ଓବିସି ବର୍ଗ ପାଇଁ ୨୭% ସଂରକ୍ଷଣ ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଏପରିକି ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ କେବଳ ୧୨% ଓବିସି ବର୍ଗରୁ ଆସିଥିବା ବେଳେ, ୭୦% କର୍ମଚାରୀ ସାଧାରଣ ବର୍ଗର ବୋଲି ଜଣାପଡ଼ିଛି।

ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଅଦର ବ୍ୟାକୱାର୍ଡ କାଷ୍ଟ ଏମ୍ପ୍ଲୟୀ ୱେଲଫେୟାର ଆସୋସିଏସନ ସାଧାରଣ ସମ୍ପାଦକ ଜି.କରୁଣାନିଧି କହିଛନ୍ତି ଯେ, କ୍ରିମିଲେୟାର ନିୟମ ହେତୁ ଯୋଗ୍ୟ ଓବିସି ପ୍ରାର୍ଥୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆବେଦନ କରିପାରିବେ ନାହିଁ। ସରକାର ଆୟକର ସୀମାକୁ ବର୍ଷକୁ ୮ ଲକ୍ଷରୁ ୧୫ ଲକ୍ଷକୁ ବୃଦ୍ଧି କରିବା ଉଚିତ। ସ୍ୱଳ୍ପ ଆୟର ଛାଡ଼ ସରକାରୀ କର୍ମଚାରୀଙ୍କ ପୁଅ ଏବଂ ଝିଅଙ୍କୁ ଏହି ପଦବୀ ପାଇଁ ଆବେଦନ କରିବାକୁ ବାରଣ କରୁଛି। କ୍ରିମି ଲେୟାର ଧାରଣା ହଟାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।