SBIର ଏହି ଯୋଜନାରେ ଟଙ୍କା ହେବ ଡବଲ
Advertisement

SBIର ଏହି ଯୋଜନାରେ ଟଙ୍କା ହେବ ଡବଲ

State Bank of India FD: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଅନେକ ଯୋଜନା ଅନ୍ତର୍ଭୁକ୍ତ କରିଛି । ବର୍ତ୍ତମାନ ସମୟରେ ବିନିଯୋଗ ପାଇଁ ଫିକ୍ସଡ୍ ଡିପୋଜିଟ୍ ହେଉଛି ସର୍ବୋତ୍ତମ ବିକଳ୍ପ । ଏଥିରେ ଆପଣ କୌଣସି ରିସ୍କ ନ ନେଇ ଆପଣଙ୍କ ଟଙ୍କାକୁ ସହଜରେ ଦୁଇଗୁଣ କରିପାରିବେ ।

SBIର ଏହି ଯୋଜନାରେ ଟଙ୍କା ହେବ ଡବଲ

State Bank of India FD: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଅନେକ ପ୍ରକାରର ଯୋଜନା କରିଛି । ଏହି ସମୟରେ ବିନିଯୋଗ ପାଇଁ ଫିକ୍ସଡ୍ ଡିପୋଜିଟ୍ (Fixed Deposit) ହେଉଛି ସର୍ବୋତ୍ତମ ବିକଳ୍ପ । ଏଥିରେ ଆପଣ କୌଣସି ରିସ୍କ ନ ନେଇ ଆପଣଙ୍କ ଟଙ୍କା ଦୁଇ ଗୁଣ କରିପାରିବେ । ଏସବିଆଇରୁ ଗ୍ରାହକମାନେ ବିଭିନ୍ନ କାର୍ଯ୍ୟକାଳର ସ୍ଥିର ଜମା କରିବାର ବିକଳ୍ପ ପାଆନ୍ତି । ବ୍ୟାଙ୍କରୁ ଗ୍ରାହକମାନେ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ FD ସୁବିଧା ପାଇଥାନ୍ତି ।

ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ବିଭିନ୍ନ ପରିପକ୍ୱତା ଅବଧି ପାଇଁ SBI FD ସୁବିଧା ଯୋଗାଉଛି । ବ୍ୟାଙ୍କ ୩ ପ୍ରତିଶତରୁ ୬.୫ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଟଙ୍କା ଜିମା ଓ ସମୟ ଅନୁଯାୟୀ ସୁଧ ଦେଉଛି । ଏହା ବ୍ୟତୀତ ସିନିୟର ସିଟିଜେନ୍ସ ବ୍ୟାଙ୍କ ୩.୫ ପ୍ରତିଶତରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ସୁବିଧା ପ୍ରଦାନ କରୁଛି।

ଟଙ୍କା ଦ୍ୱିଗୁଣିତ ଯୋଜନା: ଧରାଯାଉ ଯଦି ଆପଣ ୧୦ ବର୍ଷ ପରିପକ୍ୱତା ପାଇଁ SBI ରେ ୧ ଲକ୍ଷ ଟଙ୍କା ଜମା କରୁଛନ୍ତି ତେବେ ଆପଣଙ୍କର ଟଙ୍କା ଦ୍ୱିଗୁଣିତ ହେବ । ଏସବିଆଇ ଏଫଡି କାଲକୁଲେଟର ଅନୁଯାୟୀ ନିବେଶକମାନେ ୬.୫ ପ୍ରତିଶତ ସୁଧ ହାରରେ ୯୦,୫୫୫ ଲକ୍ଷ ଟଙ୍କା ପାଇବେ। ନିବେଶକମାନେ ୧୦ ବର୍ଷ ପରେ ପରିପକ୍ୱତା ଉପରେ ୯୦,୫୫୫ ଟଙ୍କା ପାଇବେ ।

ବରିଷ୍ଠ ନାଗରିକଙ୍କ ପାଇଁ: ବରିଷ୍ଠ ନାଗରିକମାନେ ୭.୫ ପ୍ରତିଶତ ହାରରେ ସୁଧ ପାଉଛନ୍ତି। ଯଦି ଜଣେ ବରିଷ୍ଠ ନାଗରିକ ୧୦ ବର୍ଷର ପରିପକ୍ୱତା ପାଇଁ FD କରନ୍ତି, ତେବେ ତାଙ୍କ ଟଙ୍କା ଦ୍ୱିଗୁଣିତ ହେବ । ଯଦି ଆପଣ ୧୦ ବର୍ଷର FD ରେ ୧ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣ ପରିପକ୍ୱତା ଉପରେ ୨,୧୦,୨୩୪ ଟଙ୍କା ପାଇବେ । ଏଥିରେ ସୁଧରୁ ୧,୧୦,୨୩୪ ଟଙ୍କା ସ୍ଥିର ଆୟ ରହିବ ।

Also Read- Assembly Elections 2023: ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ ଆରମ୍ଭ

Also Read- jio financial services: ମୁକେଶ ଅମ୍ୱାନୀଙ୍କ ନୂଆ କମ୍ପାନୀ ସମ୍ଭାଳିବେ ଇଶା