ପୁଣି ବିବାହ କରିବେ ଏ. ଆମିର ଖାନ
Advertisement
Article Detail0/zeeodisha/odisha1243588

ପୁଣି ବିବାହ କରିବେ ଏ. ଆମିର ଖାନ

ଦିନେ ୨୦୧୫-୧୬ ବ୍ୟାଚର ଟପ୍ପର ଆଇଏଏସ ଟିନା ଦାବିଙ୍କୁ କିଏ ବା ନଜଣନ୍ତି। ଟିନାଙ୍କ ବିବାହକୁ ନେଇ ଦିନେ ଜାତୀୟ ସ୍ତରରେ ଚର୍ଚ୍ଚା ହେଉଥିଲା। ସେ ୨୦୧୮ରେ ଆଇଏଏସ ଅଫିସର ଅଥହର ଆମିର ଖାନଙ୍କୁ ପ୍ରେମ ବିବାହ କରିଥିଲେ। ବର୍ଷେ ତଳେ ଉଭୟଙ୍କ ଛାଡପତ୍ର ହୋଇଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଆଇଏଏସ ଅଫିସର ଅଥହର ଆମିର ଖାନ। ପୂର୍ବ ପତ୍ନୀ ଟିନା ଡାବିଙ୍କ ବିବାହର ମାସକ ପରେ ସେ ଦ୍ୱିତୀୟ ଥର ବିବାହ କରିବେ ବୋଲି ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଆଇଏଏସ ଆମିର ଖାନ ନିଜ ଶୁଭେଚ୍ଛୁଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଏଥର ସେ ଜଣେ ଡାକ୍ତରଙ୍କୁ ବିବାହ କରୁଥିବା ସୂଚନା ମିଳିଛି। 

ଦିନେ ୨୦୧୫-୧୬ ବ୍ୟାଚର ଟପ୍ପର ଆଇଏଏସ ଟିନା ଦାବିଙ୍କୁ କିଏ ବା ନଜଣନ୍ତି। ଟିନାଙ୍କ ବିବାହକୁ ନେଇ ଦିନେ ଜାତୀୟ ସ୍ତରରେ ଚର୍ଚ୍ଚା ହେଉଥିଲା। ସେ ୨୦୧୮ରେ ଆଇଏଏସ ଅଫିସର ଅଥହର ଆମିର ଖାନଙ୍କୁ ପ୍ରେମ ବିବାହ କରିଥିଲେ। ବର୍ଷେ ତଳେ ଉଭୟଙ୍କ ଛାଡପତ୍ର ହୋଇଛି। ଆମିରଙ୍କ ଠାରୁ ଅଲଗା ହେଲା ପରେ ଟିନା କିଛି ମାସ ପୂର୍ବେ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବହ କରିଛନ୍ତି। ଆଉ ଟିନାଙ୍କ ବିବାହ ପରେ ଆମିର ମଧ୍ୟ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Also Read: BSE Odisha 10th Result 2022 Update: ବୁଧବାର ବାହାରିବ ପରୀକ୍ଷାଫଳ

ଆଇଏଏସ ଅଫିସର ଅଥହର ଆମିର ଖାନ ଏଥର ଜଣେ ଡାକ୍ତରଙ୍କୁ ବିବାହ କରିବେ। ଶ୍ରୀନଗରର ଡାକ୍ତର ମହରୀନ କାଜିଙ୍କ ସହ ଆମିରଙ୍କ ନିର୍ବନ୍ଧ ସରିଛି। ରବିବାର ଆମିର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହାର ସୂଚନା ଦେଇଛନ୍ତି। ଆମିର ବର୍ତ୍ତମାନ ଶ୍ରୀନଗରର ମୁନିସିପାଲ କମିଶନର ଭାବେ କାର୍ଯ୍ୟରତ। ସେ ଦୀର୍ଘ ସମୟ ହେବ କାଜିଙ୍କୁ ଡେଟ୍ କରୁଥିଲେ। କାଜି ବ୍ରିଟେନରେ ଉଚ୍ଚଶିକ୍ଷା ସମାପ୍ତ କରିବା ପୂର୍ବରୁ ଦିଲ୍ଲୀରେ ପଢୁଥିଲେ। ଏବେ ସେ ଦିଲ୍ଲୀର ରାଜୀବ ଗାନ୍ଧୀ କ୍ୟାନ୍ସର ସଂସ୍ଥା ଏବଂ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। 

fallback

 ଅଥହର ଆମିର ଖାନ ଓ ମହରୀନ କାଜି ଖୁବଶୀଘ୍ର ବିବାହ କରିବେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିବାହ ତାରିଖ ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ଏବେ ଆମିର ନିଜ ସମ୍ପ୍ରଦାୟରେ ବିବାହ କରୁଛନ୍ତି। ତେଣୁ ଆଗାମୀ ଦିନରେ ଏହାକୁ ନେଇ କୌଣସି ପାରିବାରିକ ସମସ୍ୟା ଦେଖାଦେବ ନାହିଁ। ଟିନା ଦ୍ୱିତୀୟ ବିବାହ କରି ଖୁସିରେ ଅଛନ୍ତି, ଆମିର ମଧ୍ୟ ନିଜ ନୂଆ ପାର୍ଟନର ସହ ଖୁସିରେ ରୁହନ୍ତୁ ବୋଲି ଶୁଭେଚ୍ଛୁମାନେ ସୋସିଆଲ ମିଡିଆରେ ମତବ୍ୟକ୍ତ କରିଛନ୍ତି।