ସତରେ କଣ ବିଜୁଳି ବିଲ୍ ଛାଡ ହେବ ? ଜାଣନ୍ତୁ ଭୁବନେଶ୍ବରରେ ପ୍ରଚାର ବେଳେ କଣ କହିଲେ ପାଣ୍ଡିଆନ
Advertisement
Article Detail0/zeeodisha/odisha2257973

ସତରେ କଣ ବିଜୁଳି ବିଲ୍ ଛାଡ ହେବ ? ଜାଣନ୍ତୁ ଭୁବନେଶ୍ବରରେ ପ୍ରଚାର ବେଳେ କଣ କହିଲେ ପାଣ୍ଡିଆନ

ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି । 

ସତରେ କଣ ବିଜୁଳି ବିଲ୍ ଛାଡ ହେବ ? ଜାଣନ୍ତୁ ଭୁବନେଶ୍ବରରେ ପ୍ରଚାର ବେଳେ କଣ କହିଲେ ପାଣ୍ଡିଆନ

ଭୁବନେଶ୍ୱର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରରେ ପ୍ରଚାର କରିଛନ୍ତି । ପ୍ରଚାରରେ ଅନେକ ପ୍ରକାର ପ୍ରତିଶୃତି ସହ ଲୋକଙ୍କ ପାଇଁ ବିଜେଡି କରୁଥିବା ସୁବିଧା ଉପରେ କହିଛନ୍ତି । ଆଜି ପ୍ରଚାର ସମୟରେ ବିଜେଡିର ହଜାର ହଜାର କର୍ମୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଚାର ସମୟରେ ପାଣ୍ଡିଆନ କହିଥିଲେ ଯେ, ବିଜୁ ଜନତା ଦଳ ଏକମାତ୍ର ରାଜନୈତିକ ଦଳ ଯିଏ ତାର ନିର୍ବାଚନ ଇସ୍ତାହାରରେ ମିଡିଲ କ୍ଲାସ ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି । ସମସ୍ତଙ୍କୁ BSKYରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ, ମିଡିଲ୍ କ୍ଲାସ ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍‌ ପାଇଁ ସୁଧ ହାର କମ୍‌ ରହିବ, ଏହା ମଧ୍ୟ କେଉଁଠି ନାହିଁ । ଶିକ୍ଷା ଋଣରେ ମଧ୍ୟ ସୁଧ ହାର କମ୍‌ ରହିବ । ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟରେ ମିଡିଲ୍ କ୍ଲାସ ମାନଙ୍କ ପାଇଁ ରହାତି ଦର ରହିବ । ପୁଅଙ୍କୁ ୧୨ ହଜାର ଓ ଝିଅଙ୍କୁ ୧୪ ହଜାର ଟଙ୍କାର ଛାତ୍ରବୃତ୍ତି ମିଳିବ । ମିଡିଲ କ୍ଲାସ ଲୋକଙ୍କ ମୁଣ୍ଡ ଉପରୁ ବୋଝ ହାଲକା କରିବା ପାଇଁ ଓ ସେମାନଙ୍କ ଖର୍ଚ୍ଚ କମାଇବା ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏସବୁ ପଦକ୍ଷେପ ନେଇଛନ୍ତି ।

ଏଥିସହିତ ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‌ ଛାଡ ହେବ । ବସ୍ତିବାସିନ୍ଦାଙ୍କ ପାଖକୁ ଆଉ ବିଜୁଳି ବିଲ୍‌ ଆସିବ ନାହିଁ । ମିଡିଲ କ୍ଲାସ, ଗରିବ, ଚାଷୀ, ଯୁବପୀଢିଙ୍କ ସାଥି ଆମ ମୁଖ୍ୟମନ୍ତ୍ରୀ । ତେଣୁ ସମସ୍ତଙ୍କୁ ଏକାଠି ନେଇ ନୂଆ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ୨୦୧୪ରେ କହିଥିଲା କ୍ଷମତାକୁ ଆସିଲେ ଡାଲି, ଖାଇବା ତେଲ, ପେଟ୍ରୋଲ ଡିଜେଲ ଦର କମାଇବେ, କିଛି କମିଲା କି? ରାଜଧାନୀର ସାଂସଦଙ୍କ କର୍ତ୍ତବ୍ୟ କଣ? ବୋଲି ପ୍ରଶ୍ନ କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ବଡ ବଡ ପ୍ରୋଜେକ୍ଟ ଆଣିବାର ଥିଲା, ରୋଜଗାର ବଢାଇବା ପାଇଁ ଯୋଜନା ଆଣିବାର ଥିଲା ହେଲେ କିଛି କଲେ ନାହିଁ । ବାଙ୍ଗାଲୋର ଓ ଭୋପାଳର ବିଜେପି ସାଂସଦ ସେମାନଙ୍କ କ୍ଷେତ୍ର ପାଇଁ ୪୦/୫୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ଆଣିଛନ୍ତି, ଆମ ସାଂସଦ କିଛି ଆଣିଲେନି । କ୍ୟାପିଟାଲ ରିଂ ରୋଡ ଆଣିବାର ଥିଲା କେନ୍ଦ୍ର ସରକାରଙ୍କ କାମ ଏଇଟା, ଖଣ୍ଡେ ଇଟା ବି ପଡିଲା ନାହିଁ । ଭୁବନେଶ୍ବରକୁ ପଛକୁ ନେଇଗଲେ ବୋଲି ନିଜ ବକ୍ତବ୍ୟରେ ପାଣ୍ଡିଆନ କହିଛନ୍ତି ।

ନିର୍ବାଚନ ଆଗରୁ ସାଂସଦ ମନ୍ଦିର ମନ୍ଦିର ବୁଲି ୱାଟର କୁଲର ବାଣ୍ଟୁଛନ୍ତି । ଭୁବନେଶ୍ବର ବାସିନ୍ଦାଙ୍କ କୌଣସି ଆଶା ପୂରଣ କଲେ ନାହିଁ । ଆମ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚକୋଟୀର ଚିନ୍ତାଧାରା ରହିଛି, କଳିଙ୍ଗ ଷ୍ଟାଡିଅମରେ ବିଶ୍ବ କପ୍‌ ହକୀ ପଡିଆ କରିଛନ୍ତି, ଭୁବନେଶ୍ବରକୁ ମେଟ୍ରୋ ଆଣୁଛନ୍ତି, ଅନ୍ୟାନ୍ୟ ଉନ୍ନତୀ କରୁଛନ୍ତି କହି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ଭିକେ ପାଣ୍ଡିଆନ ।

Also Read- ମାତ୍ର ୩୦୧ ଟଙ୍କା ଖର୍ଚ୍ଚ କରି ୧୦ଟି ଫୋନରେ ଚଲାନ୍ତୁ ହାଇସ୍ପିଡ୍ ଇଣ୍ଡରନେଟ୍