HRTC Bus Accident: ବସ୍ ଦୁର୍ଘଟଣାରେ ୪ ମୃତ, ଅନେକ ଆହତ
Advertisement
Article Detail0/zeeodisha/odisha2302728

HRTC Bus Accident: ବସ୍ ଦୁର୍ଘଟଣାରେ ୪ ମୃତ, ଅନେକ ଆହତ

Shimla Accident News: ବସଟି ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ଆଖି ପିଛୁଳାକେ ଏପରି ହେବ ବୋଲି ଯାତ୍ରୀମାନେ କେବେ ବି ଭାବିନଥିଲେ । କେହି ବସରୁ ବାହାରିବାକୁ ସମୟ ମଧ୍ୟ ପାଇନଥିଲେ ।

HRTC Bus Accident: ବସ୍ ଦୁର୍ଘଟଣାରେ ୪ ମୃତ, ଅନେକ ଆହତ

Shimla Accident News: ହିମାଚଳ ପ୍ରଦେଶର ଶିମଲାରେ HRTC ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍ ଦୁର୍ଘଟଣାରେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରେକ୍ ଫେଲ୍ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ମୁତାବକ, ପୂର୍ବରୁ ମଧ୍ୟ ଏହି ବସଟି ବ୍ରେକଫେଲ୍ ହୋଇଥିଲା କିନ୍ତୁ ଡ୍ରାଇଭରଙ୍କ ଉଚିତ ପଦକ୍ଷପ କାରଣରୁ ବସଟି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲା । ମିଳିଥିବା ଖବର ମୁତାବକ ବସଟି ପ୍ରାୟ ୧୦ ବର୍ଷରୁ ଅଧିକ ପୁରୁଣା । ପ୍ରତକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସକାଳ ୬ଟାରେ ବସଟି କୁଡୁରୁ ଗିଲଟାଡି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କଣ୍ଡକ୍ଟର ଏବଂ ଅନ୍ୟ ଜଣେ ଡ୍ରାଇଭର ପଛରେ ବସିଥିଲେ। ଜଣେ ଯୁବତୀ ଜଣେ ମହିଳାଙ୍କ ପାଖରେ ବସିଥିଲେ। ଦୁଇ ନେପାଳୀ ଶ୍ରମିକ ମଧ୍ୟ ତାଙ୍କ ପଛରେ ଥିବା ସିଟରେ ବସିଥିଲେ। ସମସ୍ତେ ଯାତ୍ରାକୁ ଉପଭୋଗ କରୁଥିଲେ । କିନ୍ତୁ ବସଟି ପ୍ରାୟ ଚାରି କିଲୋମିଟର ଦୂର ଅତିକ୍ରମ କରିବା ପରେ ରାସ୍ତାରେ ଏକ ତୀକ୍ଷ୍ଣ ମୋଡ଼ ଆସିଥିଲା । ସେହି ସମୟରେ ଏକ କାର ସାମ୍ନାପଟରୁ ଆସୁଥିଲା । କାରଟିକୁ ରାସ୍ତା ଦେବାକୁ ଯାଇ ଡ୍ରାଇଭର ଜଣକ ବସ୍ କୁ ରାସ୍ତା କଡକୁ ଆଣିଥିଲେ । କିନ୍ତୁ ନିୟନ୍ତ୍ରଣ ହରାଇବା ଫଳରେ ଦୁର୍ଘଟଣା ଘଟିଥିଲା । ବସଟି ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ଆଖି ପିଛୁଳାକେ ଏପରି ହେବ ବୋଲି ଯାତ୍ରୀମାନେ କେବେ ବି ଭାବିନଥିଲେ । କେହି ବସରୁ ବାହାରିବାକୁ ସମୟ ମଧ୍ୟ ପାଇନଥିଲେ ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏବଂ ଆମ୍ୱୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୨ଶହ ଫୁଟ୍ ତଳକୁ ଖସିବା ଫଳରେ ବସଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Also Read- Lucky Zodiac Sign: ୨୨ ଜୁନରେ ବ୍ରହ୍ମା ଯୋଗର ଶୁଭ ମିଶ୍ରଣ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ବୀରମହାରାଜପୁର ଆରଆଇ ଓ ଏଆରଆଇ ଭିଜିଲାନ୍ସ ଦ୍ୱାରା ଗିରଫ