Himachal Pradesh Road Accident: ବର୍ଷା କାରଣରୁ ଧସିଲା ରାସ୍ତା; ନଦୀରେ କାର ଖସିପଡିବାରୁ ୩ ମୃତ
Advertisement
Article Detail0/zeeodisha/odisha1785429

Himachal Pradesh Road Accident: ବର୍ଷା କାରଣରୁ ଧସିଲା ରାସ୍ତା; ନଦୀରେ କାର ଖସିପଡିବାରୁ ୩ ମୃତ

Himachal Rain News Today: ବର୍ଷା କାରଣରୁ ହିମାଚଳ ପ୍ରଦେଶରେ ସୃଷ୍ଟି ହୋଇଛି ଜଳ ପ୍ରଳୟ। ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ରାସ୍ତା ଧସିଯିବା ଫଳରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।

 

Himachal Pradesh Road Accident: ବର୍ଷା କାରଣରୁ ଧସିଲା ରାସ୍ତା; ନଦୀରେ କାର ଖସିପଡିବାରୁ ୩ ମୃତ

Himachal Pradesh Rain News: ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ତାଣ୍ଡବ ମଚାଇଛି ବର୍ଷା। ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ରାସ୍ତା ଧସିଯିବା ଫଳରେ ଦୁର୍ଘଟଣା ଘଟୁଥିବାର ଖବର ସାମ୍ନାକୁ ଆସିଛି। ସଦ୍ୟ ଏକ କାର ନଦୀରେ ଖସି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ରାମପୁର ଠାରେ ଘଟିଛି ଏଭଳି ଘଟଣା।

ରାମପୁର ଶରଣ ଢଙ୍କ (Sharan Dhank Rampur) ଠାରେ ଏକ ରାସ୍ତା ବର୍ଷା କାରଣରୁ ଧସି ଯାଇଥିଲା। ଯାହା ଏଠାରେ ଯାଉଥିବା ଏକ କାର ୧୦୦ ମିଟର ତଳକୁ ଖସିପଡିଥିଲା। ରାଜ୍ୟ ପୋଲିସ (Himachal Pradesh Police) ଏବଂ ଅଗ୍ନିଶମ ବାହିନୀ ଟିମ୍ (Himachal Pradesh Fire Brigade Team) ନଦୀକୁ ଓହ୍ଲାଇ ମୃତଦେହକୁ ବାହାର କରିଥିଲେ। ବର୍ଷା ପରେ ସମଗ୍ର ରାସ୍ତା ଏବେ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ହିମାଚଳ ପ୍ରଦେଶ ପୋଲିସ ଏଡିଜିପି ସତୱନ୍ତ ଅଟୱାଲ କହିଛନ୍ତି ଯେ ନାନଖଡି-ନୀରାଥା ରାସ୍ତା (Nankhari Nirath Road Himachal Pradesh) ଧସିଯିବା ପରେ ଏହା ସମ୍ପୂର୍ଣ ଭାବରେ ବନ୍ଦ ହୋଇଯାଇଛି। 

ଶିମଲା ପୋଲିସ (Shimla Police) ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ସକାଳେ ନୀରାଥା-ନାନଖଡୀ-ପଣ୍ଡାଧର ଲିଙ୍କ ରାସ୍ତାରେ (Nankhari-Nirath-Pandadhar Link Road) ଶରଣ ଢାଙ୍କ ଠାରେ ରାସ୍ତା ଧସିଯିବା କାରଣରୁ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଗାଡ଼ିରେ ବୀର ସିଂହ (୪୦), ପିତା- ସ୍ୱର୍ଗତ ପ୍ରତାପ ସିଂହ, ଗ୍ରାମ ବାନୋଲା, ବଡାଚ (ନାନଖଡୀ), ହିମ୍ମତ୍ ସିଂହ (୨୮) ପିତା ସ୍ୱର୍ଗତ ସବୀର ଦାସ ଗ୍ରାମ ବାନୋଲା, ବଡାଚ (ନାନଖଡୀ), ରତନ (୫୦) ପିତା- ଶ୍ରୀ ହରି ସିଂହ, ଗ୍ରାମ ଦାନେବଟା ଯାତ୍ରା କରୁଥିଲେ। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତଦେହକୁ ଏନଡିଆରଏଫ, ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗର ସହାୟତାରେ ନଦୀରୁ ବାହାର କରାଯାଇଥିଲା। 

ବିଗତ ୧ ମାସ ମଧ୍ୟରେ ରାମପୁର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ତୃତୀୟ ଥର ପାଇଁ ଏପରି ଦୁର୍ଘଟଣା ଘଟିଛି। ଗତ ୩୦ ଦିନ ମଧ୍ୟରେ ଏଠାରେ ପ୍ରାୟ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ୧୨ ଜୁଲାଇରେ ରାମପୁର ନିକଟ ନୋଗଲି ଠାରେ ଏକ କାର ରାସ୍ତା ଧସିଯିବା ପରେ ସତଲେଜ ନଦୀରେ ଖସିପଡିଥିଲା। ଗାଡ଼ିରେ ଥିବା ସମସ୍ତ ୪ ଜଣ ଲୋକ ନିଖୋଜ ହୋଇଯାଇଥିଲେ। ଅନ୍ୟପକ୍ଷରେ, ରାମପୁର ନିରମଣ୍ଡ ଠାରେ ମଧ୍ୟ ବିବାହ ପରେ ଭଉଣୀକୁ ବିଦା କରିବା ପରେ ଫେରୁଥିବା ଭାଇଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ବର୍ଷା ପରେ ସୁଧୁରି ନାହିଁ ହିମାଚଳ ପ୍ରଦେଶ ସ୍ଥିତି 
ହିମାଚଳ ପ୍ରଦେଶରେ ୩ ଦିନିଆ ଜଳ ପ୍ରଳୟ ପରେ ରାଜ୍ୟର ସ୍ଥିତି ଏ ପର୍ଯ୍ୟନ୍ତ ସୁଧୁରି ପାରି ନାହିଁ। ଲଗାତାର ଖୋଲିବା ପରେ ଚଣ୍ଡିଗଡ଼-ମନାଲି ରାଜପଥ (Chandigarh Manali Highway) ବନ୍ଦ ରହିଛି। ଲେହ-ମନାଲି ରାଜପଥ (Leh-Manali highway) ମଧ୍ୟ ସମ୍ପୂର୍ଣ୍ଣ ଖୋଲା ଯାଇନାହିଁ। ରାମପୁରକୁ କୁଲୁ ସହିତ ସଂଯୋଗ କରୁଥିବା ଲୁହରି-ଔଟ ରାଜପଥ (Luhri-Aut Highway) ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି। ରାଜ୍ୟରେ ୫ ନମ୍ବର ଜାତୀୟ ରାଜପଥ ସହ ମୋଟ ୬୪୭ ରାସ୍ତା ବନ୍ଦ ରହିଛି। ଅନେକ ଅଞ୍ଚଳରେ ଅନ୍ଧକାର ଅଛି। ପ୍ରାୟ ୧୧୧୫ ଟ୍ରାନ୍ସଫର୍ମର ଅଚଳ ହୋଇପଡ଼ିଛି। ଯାହାର ମରମତି ପାଇଁ ପ୍ରୟାସ ଚାଲିଛି। ୨୫ ଦିନ ମଧ୍ୟରେ ରାଜ୍ୟରେ ୪ ହଜାର କୋଟିରୁ ଅଧିକ କ୍ଷତି ହୋଇସାରିଛି।