Character Certificate for Journalist: ମୋଦିଙ୍କ ବୈଠକ ପାଇଁ ସାମ୍ବାଦିକଙ୍କୁ ମାଗିଲେ 'ଚରିତ୍ର ପ୍ରମାଣ ପତ୍ର'
Advertisement

Character Certificate for Journalist: ମୋଦିଙ୍କ ବୈଠକ ପାଇଁ ସାମ୍ବାଦିକଙ୍କୁ ମାଗିଲେ 'ଚରିତ୍ର ପ୍ରମାଣ ପତ୍ର'

ଡିଆରଡିଓଙ୍କ ଏହି ନିର୍ଦ୍ଦେଶନାମା ପରେ ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି। ସାମ୍ବାଦିକମାନେ ଘୋର ନିନ୍ଦା କରିବା ସହିତ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିବାଦ ତେଜିବା ପରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ଫେରାଇ ନେଇଥିବା ଜଣାପଡ଼ିଛି। 

Character Certificate for Journalist: ମୋଦିଙ୍କ ବୈଠକ ପାଇଁ ସାମ୍ବାଦିକଙ୍କୁ ମାଗିଲେ 'ଚରିତ୍ର ପ୍ରମାଣ ପତ୍ର'

Character Certificate for Journalist: ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ମୋଦିଙ୍କ ରାଲିକୁ ନେଇ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟରେ ମୋଦିଙ୍କ ରାଲି ପୂର୍ବରୁ ଯୋଗଦେବାକୁ ଥିବା ସାମ୍ବାଦିକଙ୍କୁ ଚରିତ୍ର ପ୍ରମାଣ ପତ୍ର ମାଗି ରାଜ୍ୟ ସରକାର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ସେପଟେ ବିଲାସପୁରରେ ମୋଦିଙ୍କ ରାଲି ପୂର୍ବରୁ ବେଶ ହଙ୍ଗାମା ଦେଖିବାକୁ ମିଳିଛି। ଏହି ଖବର ପ୍ରଚାର ହେବା ପରେ ବିଳାସପୁର ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଏକ ଆଦେଶ ଜାରି କରିଛନ୍ତି। ଆସନ୍ତାକାଲି ହେବାକୁ ଥିବା ଏମ୍ସର ଓ କିରତପୁର-ମନାଲୀ ଚାରି ଥାକିଆ ରାସ୍ତାର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ବିଳାସପୁର ଓ କୁଲ୍ଲୁ ଗସ୍ତରେ ଆସୁଛନ୍ତି। 

ଏହି ଆଦେଶରେ ସାମ୍ବାଦିକମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ କହିଥିଲେ କି ସାମ୍ବାଦିକ, ଫଟୋଗ୍ରାଫର, ଭିଡ଼ିଓଗ୍ରାଫରଙ୍କ ପାଇଁ ଚରିତ୍ର ପ୍ରମାଣ ପତ୍ର ତଥା କ୍ୟାରେକ୍ଟର ସାର୍ଟିଫିକେଟ ଜରୁରୀ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ। ସାର୍ଟିଫିକେଟକୁ ଆଜି ସୁଦ୍ଧା କାର୍ଯ୍ୟାଳୟରେ ଦାଖଲ କରିବାକୁ କହିଥିଲେ। ସରକାରଙ୍କ ଦ୍ୱାରା ପରିଚାଳିତ ଦୁରଦର୍ଶନ କେନ୍ଦ୍ର ଏବଂ ଏଆର ଟିମ୍ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାଁନ୍ତି। ସାର୍ଟିଫିକେଟ ଦାଖଲ ପରେ କେଉଁ ସାମ୍ବାଦିକଙ୍କୁ ଅନୁମତି ମିଳିବ ସେ ନେଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। କଂଗ୍ରେସ ଏହା ଉପରେ ଦୃଢ ପ୍ରତିକ୍ରିୟା ଦେଇ କହିଛି ଯେ ଚରିତ୍ରହୀନ ବିଜେପି ନେତାମାନେ ହିମାଚଳର ଚରିତ୍ରବାନ ସାମ୍ବାଦିକଙ୍କ ଚରିତ୍ର ପ୍ରମାଣପତ୍ର ଦାବି କରୁଛନ୍ତି।

ସେପଟେ ଡିଆରଡିଓଙ୍କ ଏହି ନିର୍ଦ୍ଦେଶନାମା ପରେ ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି। ସାମ୍ବାଦିକମାନେ ଘୋର ନିନ୍ଦା କରିବା ସହିତ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସମାଲୋଚନାର ଶୀକାର ହେବା ପରେ ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶନାମାକୁ ଫେରାଇ ନେଇଥିବା ଜଣାପଡ଼ିଛି। ଡିଜିପି ସଞ୍ଜୟ କୁଣ୍ଡୁ ଏ ବିଷୟରେ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ରାଲିର କଭରେଜ ପାଇଁ ସାମ୍ବାଦିକମାନେ ସ୍ୱାଗତଯୋଗ୍ୟ।

ସାମ୍ବାଦିକମାନଙ୍କୁ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ ବୋଲି ସେ ସୂଚନା ଦେଇଥିଲେ। ଯଦିଓ ସେ ଡିଆରଡିଓର ନିର୍ଦ୍ଦେଶନାମାକୁ ନେଇ ସେ ସେଭଳି କୌଣସି ସୂଚନା ପ୍ରଦାନ କରିନାହାନ୍ତି। ତେବେ ଡିଜିପିଙ୍କ ଏହି ନିର୍ଦ୍ଦେଶ ପରେ ଡିଆରଡିଓ ତାଙ୍କର ନିର୍ଦ୍ଦେଶନାମାକୁ ଫେରାଇ ନେଇଛନ୍ତି। 

ଏହାକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ଜୋର ଧରିଛି। ସାମ୍ବାଦିକମାନଙ୍କ ଚରିତ୍ର ପ୍ରମାଣ ପତ୍ର ମାଗିବା କୁ ନେଇ ବିଜେପି ଉପରେ ବର୍ଷିଛି କଂଗ୍ରେସ। ଅଖିଳ ଭାରତୀୟ କଂଗ୍ରେସ ପ୍ରବକ୍ତା ଏବଂ ହିମାଚଳ ମିଡ଼ିଆ ପ୍ରଭାରୀ ଅଳକା ଲାମ୍ବା କହିଛନ୍ତି କି ଚରିତ୍ରହୀନ ଭାଜପା ନେତା ହିମାଚଳର ଚରିତ୍ରବାନ ସାମ୍ବାଦିକଙ୍କ କ୍ୟାରେକ୍ଟର ସାର୍ଟିଫିକେଟ ମାଗିଛନ୍ତି। 

ଜବାବରେ କଂଗ୍ରେସ ମଧ୍ୟ ବିଜେପି କଂଗ୍ରେସ ଉପରେ ବର୍ଷିଛି। ବିଜେପି ପ୍ରଦେଶ ଅଧ୍ୟକ୍ଷ ସୁରେଶ କଶ୍ୟପ ଟ୍ୱିଟ କରି କହିଛନ୍ତି କି ଅଳକା ଲାମ୍ବା ସ୍ପଷ୍ଟ କରନ୍ତୁ କି ସେ କହିବାକୁ କଣ ଚାହୁଁଛନ୍ତି। ହିମାଚଳ ଆସିବା ପରେ ସେ ଲଗାତାର ମର୍ଯ୍ୟାଦାହୀନ ମନ୍ତବ୍ୟ ଦେଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତି କଂଗ୍ରେସର କୁଭାବନା ଆଉ ଲୁଚି ରହିନାହିଁ। କିନ୍ତୁ ଶ୍ରୀମତି ଲାମ୍ବାଙ୍କ ଏଭଳି ଭାଷା ପ୍ରୟୋଗ କରିବା ନିଶ୍ଚିତ ପକ୍ଷେ ନିନ୍ଦନୀୟ ବୋଲି ସେ କହିଥିଲେ। 

ଅଧିକ ପଢନ୍ତୁ: ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର