National News in Odia: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି, ସୁଇସାଇଡ଼ ନୋଟ ପଢି କାନ୍ଦି ପକାଇଲା ପୋଲିସ
Advertisement
Article Detail0/zeeodisha/odisha1635415

National News in Odia: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି, ସୁଇସାଇଡ଼ ନୋଟ ପଢି କାନ୍ଦି ପକାଇଲା ପୋଲିସ

National News in Odia: ହରିୟାଣାରୁ ଏପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଚରଖି ଦାଦରିରେ ରହୁଥିବା ଜଣେ ବୃଦ୍ଧ ଦମ୍ପତି ଖାଇବାକୁ ନ ପାଇ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଅଞ୍ଚଳରେ ଆଲୋଡ଼ନ ସୃଷ୍ଚି କରିଛି ।

ସୌ(ସୋସିଆଲ ମିଡିଆ)

National News in Odia: ସାଧାରଣତଃ ବାପା ଓ ମାଆ ବେଶ ଯତ୍ନର ସହ ନିଜର ସନ୍ତାନ ମାନଙ୍କର ଲାଳନ ପାଳନ କରିଥାଆନ୍ତି। ସବୁ ଅଳି ଅଝଟ ସହି ମାଆ ବାପା ନିଜର ସନ୍ତାନ ସନ୍ତତିଙ୍କୁ ପାଳି ପୋଷି ବଡ଼ କରିଥାଆନ୍ତି । ନିଜର ନିସ୍ବାର୍ଥ ଭଲ ପାଇବା ଢାଳି ଦୁନିଆରେ ବଞ୍ଚବା ଶିଖାଇଥାଆନ୍ତି । ହେଲେ ଅନେକ ସମୟରେ ମୁଣ୍ତକ ହାତ ପାଇବା ପରେ ସେହି ସନ୍ତାନ ସନ୍ତତି ମାନେ ନିଜ ଜନ୍ମଦାତାଙ୍କୁ ହତାଦର କରୁଥିବାର ବହୁ ଘଟଣା ସାମ୍ନାକୁ ଆସିଥାଏ । ନିକଟରେ ହରିୟାଣାରୁ ଏପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଚରଖି ଦାଦରିରେ ରହୁଥିବା ଜଣେ ବୃଦ୍ଧ ଦମ୍ପତି ଖାଇବାକୁ ନ ପାଇ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଅଞ୍ଚଳରେ ଆଲୋଡ଼ନ ସୃଷ୍ଚି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ଏହି ବୃଦ୍ଧ ଦମ୍ପତିଙ୍କ ପୁଅ ଜଣେ କୋଟିପତି ହୋଇଥିବା ବେଳେ ନାତି ଜଣେ ଆଇଏଏସ୍ ଅଧିକାରୀ ଅଟନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ପୁଅ ଓ ନାତି ଏତେ ବଡ଼ ପଦବୀରେ ରହିଥିଲେ ମଧ୍ଯ ଏହି ବୃଦ୍ଧ ଦମ୍ପତି ଖାଇବାକୁ ପାଉନଥିଲେ । ସେପଟେ ବୋହୂର ଅକଥନୀୟ ଅତ୍ୟାଚାର ସହିନପାରି ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ ଏହି ବୃଦ୍ଧ ଓ ବୃଦ୍ଧା । ମୃତକଙ୍କ ନାମ ଜଗଦୀଶଚନ୍ଦ୍ର ଆର୍ଯ୍ୟ ଓ ଭାଗଲି ଦେବୀ ବୋଲି ଜଣାପଡିଛି। ଜଗଦୀଶଙ୍କୁ ୭୮ ବର୍ଷ ବୟସ ହୋଇଥିବାବେଳେ ଭାଗଲି ଦେବୀଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୁହେଁ ଗୋପୀ ଗାଁର ବାସିନ୍ଦା ହୋଇଥିଲେ ମଧ୍ଯ ସେମାନେ ପୁଅ ସହିତ ବଦଡ଼ାରେ ରହୁଥିଲେ । ଜଗଦୀଚନ୍ଦ୍ର ଆର୍ଯ୍ୟଙ୍କ ନାତି ବିବେକ ଆର୍ଯ୍ୟ ଜଣେ ଆଇଏଏସ୍ ଅଧିକାରୀ ଓ ପୁଅର କୋଟି କୋଟି କୋଟି ସମ୍ପତ୍ତି ମାଲିକ ଥିଲେ। କିନ୍ତୁ ଏପଟେ ଦୁଇ ଓଳି ଖାଇବାକୁ ପାଇବାକୁ ପାଉନଥିଲେ ବୃଦ୍ଧ ଦମ୍ପତି । ବୃଦ୍ଧ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ଼ ନୋଟ ଲେଖିଥିଲେ ଯାହାକୁ ପଢି କାନ୍ଦି ପକାଇଥିଲେ ପୋଲିସ ।

ଏହି ସୁଇସାଇଡ଼ ନୋଟରେ ବୃଦ୍ଧ ଜଣଙ୍କ ଲେଖିଥିଲେ ଯେ, 'ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ । ମୁଁ ଆପଣଙ୍କୁ ମୋର ଦୁଃଖ କାହାଣୀ ଶୁଣାଉଛି ।  ମୋର ପୁଅ ପାଖରେ ବାଢ଼ଡ଼ାରେ ୩୦ କୋଟି ମୂଲ୍ୟର ସମ୍ପତ୍ତି ଅଛି, କିନ୍ତୁ ମୋତେ ଦେବା ପାଇଁ ତା ପାଖରେ ଦୁଇ ଖଣ୍ତ ରୁଟି ନାହିଁ । ମୁଁ ମୋର ସାନ ପୁଅ ସହିତ ରହୁଥିଲି । ଛଅ ବର୍ଷ ପୂର୍ବେ ତାହାର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପରେ ତା ପତ୍ନୀ ଆମକୁ କିଛି ଦିନ ତା ସହିତ ରଖିଥିଲା କିନ୍ତୁ ପରେ ସେ ଆମ ଦ୍ବାରା ଭୁଲ କାମ କରିବା ଆରମ୍ଭ କରିଥିଲେ । ଯେତେବେଳେ ମୁଁ ଏହାକୁ ବିରୋଧ କଲି, ସେ ମୋତେ ମାର ପିଟ କରିଥିଲେ। ତା’ପରେ ମୋ ପୁତୁରା ମୋତେ ସାଙ୍ଗରେ ନେଇଯାଇଥିଲେ’।

Also Read-Mosquito coil: ମଶା ଧୂପ ଧୂଆଁରେ ଶୋଇଗଲେ ଗୋଟିଏ ପରିବାରର ୬ ସଦସ୍ୟ, ତିନି ଜଣଙ୍କ ଅବସ୍ଥା ଗୁରୁତର

ବୃଦ୍ଧା ଜଣଙ୍କ ତାଙ୍କ ଆତ୍ମହତ୍ୟା ନୋଟରେ ଦାୟୀ ନିଜ ପୁଅ, ଦୁଇ ବୋହୂ ଓ ପୁତୁରାକୁ ଦାୟୀ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଏହି ଚାରି ଜଣ ତାଙ୍କ ମୋ ଉପରେ ଯେଉଁ ଅତ୍ୟାଚାର କରିଥିଲେ, କୌଣସି ସନ୍ତାନ ଏଭଳି ଅତ୍ୟାଚାର ତାଙ୍କ ପିତା ମାତାଙ୍କ ଉପରେ ନ କରନ୍ତୁ । ମୋତେ ଶୁଣୁଥିବା ଲୋକମାନଙ୍କୁ ଅନୁରୋଧ କରୁଛି ଯେ, ଏହି ଅତ୍ୟାଚାର ପିତା ମାତାଙ୍କ ଉପରେ କରାଯିବା ଉଚିତ୍ ନୁହେଁ । ସରକାର ଓ ସମାଜ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍। ସେତେବେଳେ ମୋ ଆତ୍ମାକୁ ​​ଶାନ୍ତି ମିଳିବ’। ତେବେ ଏହି ସୁଇସାଇଡ଼ ନୋଟ ଜବତ କରିବା ସହ ପୋଲିସ ବୃଦ୍ଧ ପୁଅ, ଦୁଅ ବୋହୂ ଓ ପୁତୁରା ଉପରେ ମାମଲା ରୁଜୁ କରିଛି । ବୃଦ୍ଧ ସ୍ୱାମୀ ଓ ସ୍ତ୍ରୀ ପୁଅ ବିରେନ୍ଦ୍ରଙ୍କ ସହ ରହୁଥିଲେ। ବିରେନ୍ଦ୍ରଙ୍କ ପୁଅ ବିବେକ ଆର୍ଯ୍ୟ 2021 ବ୍ୟାଚର IAS ଅଧିକାରୀ ଅଟନ୍ତି । ଏହି ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।