IND Vs AUS: ବୁମ୍ରା-କନଷ୍ଟାସ୍ ମଧ୍ୟରେ ବଚସା, ପୂରା ଟିମ୍ ଇଣ୍ଡିଆ ଦେଖାଇଲା 'ଉଗ୍ର ରୂପ'; ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha2586132

IND Vs AUS: ବୁମ୍ରା-କନଷ୍ଟାସ୍ ମଧ୍ୟରେ ବଚସା, ପୂରା ଟିମ୍ ଇଣ୍ଡିଆ ଦେଖାଇଲା 'ଉଗ୍ର ରୂପ'; ଦେଖନ୍ତୁ ଭିଡିଓ

Jasprit Bumrah Vs Sam Konstas: ସିଡନୀ ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରୁଥିବା ଜସପ୍ରୀତ ବୁମ୍ରା ଏବଂ ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ସାମ କନଷ୍ଟାସଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢ଼ିଗଲା ଯେ ଅମ୍ପାୟାରମାନଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଲା। ସାନ କନଷ୍ଟାସ୍ ବୁମରା ଉପରେ ଆଖି ଦେଖାଉଥିଲେ ଏବଂ ଭାରତୀୟ ଅଧିନାୟକ ମଧ୍ୟ ଏକ କଡା ଜବାବ ଦେଇଥିଲେ।

 

Jasprit Bumrah Vs Sam Konstas

India vs Australia 5th Test: ବୋର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ୍ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ସିଡନୀ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ୧୮୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଯାହା ପରେ ଟିମ୍ ଇଣ୍ଡିଆ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୩ ଓଭର ବୋଲିଂ କରିବାର ସୁଯୋଗ ପାଇଥିଲା। ଏହି ୩ ଓଭର ସମୟରେ ହିଁ ପ୍ରଶଂସକମାନେ ଜାଣିବାକୁ ପାଇଲେ ଯେ ଦ୍ୱିତୀୟ ଦିନରେ ଏକ ଆଶ୍ଚର୍ଯ୍ୟଜନକ ଖେଳ ଦେଖିବାକୁ ମିଳିବ। ପ୍ରଥମ ଦିନରେ ଜସପ୍ରୀତ ବୁମ୍ରା ଏବଂ ସାମ୍ କନଷ୍ଟାସଙ୍କ ମଧ୍ୟରେ ପୁଣି ଏକ ତୀବ୍ର ଯୁକ୍ତିତର୍କ ହୋଇଥିଲା।

ୱିକେଟ୍ ନେବା ପରେ ବୁମ୍ରା-କୋହଲିଙ୍କ ରିଆକ୍ସନ ଭିଡିଓ ଭାଇରାଲ
ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ୩ ଓଭର ବୋଲିଂ କରିଥିଲା। ଏହି ତିନି ଓଭରରେ ଟିମ୍ ଇଣ୍ଡିଆ ମଧ୍ୟ ଗୋଟିଏ ୱିକେଟ୍ ପାଇଛି। ଅଳ୍ପ ସମୟ ମଧ୍ୟରେ ଜସପ୍ରୀତ ବୁମ୍ରା ଏବଂ ସାମ୍ କନଷ୍ଟାସ୍ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କହିରଖୁଛୁ ଯେ ବୁମ୍ରା ଶୀଘ୍ର ଓଭର ଶେଷ କରିବାକୁ ଚାହୁଁଥିଲେ କିନ୍ତୁ ଉସମାନ ଖାୱାଜା ଜାଣି ଶୁଣି ସମୟ ଅତିବାହିତ କରୁଥିଲେ। ଯାହାକୁ ନେଇ ବୁମ୍ରା ନିରାଶ ହୋଇ ଖାୱାଜା ଆଡକୁ କିଛି ଅଙ୍ଗଭଙ୍ଗୀ କରି କହିଥିଲେ। ନନ୍ ଷ୍ଟ୍ରାଇକରେ ଥିବା ସାମ୍ କନଷ୍ଟାସ୍ ଅନୁଭବ କଲେ ଯେ ବୁମ୍ରା ତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।

ଏହି ଯୁକ୍ତିତର୍କ ପରେ ଜସପ୍ରୀତ ବୁମ୍ରା ପରବର୍ତ୍ତୀ ବଲରେ ଉସମାନ ଖାୱାଜାଙ୍କୁ ଆଉଟ୍ କରିଥିଲେ। ଖାୱାଜାଙ୍କୁ ଆଉଟ୍ କରିବା ପରେ ଟିମ୍ ଇଣ୍ଡିଆ ଏକ 'ଉଗ୍ର ରୂପ'ରେ ସେଲିବ୍ରେସନ କରିଥିଲା। ଏହି ସମୟରେ ବୁମ୍ରା ଏବଂ କୋହଲି ମଧ୍ୟ ସାମ କନଷ୍ଟାସଙ୍କ ଆଡକୁ ଯାଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆର ଜୋରଦାର ଭାଇରାଲ ହେଉଛି।

ସିଡନୀ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହେବା ପରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ୍ ହରାଇ ୯ ରନ୍ ସଂଗ୍ରହ କରିଛି। ୨ ରନ୍ ସ୍କୋର କରିବା ପରେ ଉସମାନ ଖାୱାଜା ଆଉଟ୍ ହୋଇଥିଲେ ଏବଂ ସାମ୍ କନଷ୍ଟାସ୍ ୭ ରନ୍ ସ୍କୋର କରି ଅପରାଜିତ ରହିଛନ୍ତି।