Goggle AI: ଘରୁ ବାହାରିବା ମାତ୍ରେ ଟ୍ରାଫିକ୍ ଜାମ୍ ରେ ଫସି ଯାଉଛନ୍ତି ଆପଣ? ଗୁଗୁଲ ଏଆଇ କରିବ ସମାଧନ
Advertisement
Article Detail0/zeeodisha/odisha1924251

Goggle AI: ଘରୁ ବାହାରିବା ମାତ୍ରେ ଟ୍ରାଫିକ୍ ଜାମ୍ ରେ ଫସି ଯାଉଛନ୍ତି ଆପଣ? ଗୁଗୁଲ ଏଆଇ କରିବ ସମାଧନ

Google AI Technology: ଆପଣ ଘରୁ ବାହାରିବା ମାତ୍ରେ ଯଦି ଟ୍ରାଫିକ୍ ଜାମ କାରଣରୁ ଫସି ଯାଉଛନ୍ତି କି? ବର୍ତ୍ତମାନ ଆପଣଙ୍କୁ ଟେନସନ ନେବାର ଆବଶ୍ୟକତା ନାହିଁ। କାରଣ ଗୁଗୁଲ ଏହି ସମସ୍ୟାର ସମାଧାନ ପାଇଛି। ଗୁଗୁଲ ଏହା ପୂର୍ବରୁ ଦେଶର ଅନେକ ସହରରେ ଏହାର ପରୀକ୍ଷଣ କରିସାରିଛି।

 

Goggle AI: ଘରୁ ବାହାରିବା ମାତ୍ରେ ଟ୍ରାଫିକ୍ ଜାମ୍ ରେ ଫସି ଯାଉଛନ୍ତି ଆପଣ? ଗୁଗୁଲ ଏଆଇ କରିବ ସମାଧନ

Google AI might help prevent traffic jams: ଦେଶର ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ କୋଲକାତା ଭଳି ମହାନଗର ସମେତ ଅନେକ ସହରରେ ଟ୍ରାଫିକ ଜାମ୍ ସମସ୍ୟା ଏକ ସାଧାରଣ କଥା। ସହରରେ ରହୁଥିବା ଲୋକଙ୍କ ପାଇଁ ଟ୍ରାଫିକ ଜାମ୍ ହେଉଛି ସବୁଠାରୁ ବଡ ସମସ୍ୟା। କେବଳ ସେତିକି ନୁହେଁ ଟ୍ରାଫିକ ଜାମ୍ କାରଣରୁ ମଧ୍ୟ ପରିବେଶ କ୍ଷତିଗ୍ରସ୍ତ ହୋଇଥାଏ। ହେଲେ ଟ୍ରାଫିକ ଜାମ୍ ପାଇଁ ବର୍ତ୍ତମାନ ଆଉ ଆପଣଙ୍କୁ ଟେନସନ ନେବାର କୌଣସି ଆବଶ୍ୟକତା ନାହିଁ। କାରଣ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଏହି ସମସ୍ୟାର ସମାଧାନ ପାଇସାରିଛି। ଗୁଗୁଲ ଏହା ପୂର୍ବରୁ ଦେଶର ଅନେକ ସହରରେ ଏହାର ପରୀକ୍ଷଣ କରୁଛି।

ଭାଇରାଲ୍ ହେଉଛି ଟ୍ୱିଟ
ଜିଆଓମି ପୂର୍ବତନ ପ୍ରଡକ୍ଟ ମ୍ୟାନେଜର ସୁଦୀପ ସାହୁଙ୍କ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୁହାଯାଇଛି ଯେ ବେଙ୍ଗାଲୁରୁ, କୋଲକାତା ଏବଂ ହାଇଦ୍ରାବାଦ ଭଳି ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଗୁଗୁଲ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ନୂଆ ଟେକ୍ନୋଲୋଜି ପରୀକ୍ଷା କରୁଛି। ତାଙ୍କ କହିବା ଅନୁଯାୟୀ ଗୁଗୁଲ୍ ଏଆଇ (Google AI) ବେଙ୍ଗାଲୁରୁ ସହରରରେ ନୂଆ ଟ୍ରାଫିକ୍ ଲାଇଟ୍ ସ୍ଥାପନ କରିଛି। ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Artificial Intelligence) ବ୍ୟବହାର କରି ଟ୍ରାଫିକ୍ ପରିଚାଳନା ଭଲ ଭାବରେ କରିଥାଏ। ଏହି ଟେକ୍ନୋଲୋଜି ରାସ୍ତାରେ ଗାଡ଼ିର ଅବସ୍ଥିତି, ଗତି ଏବଂ ଦିଗ ଉପରେ ଆଧାର କରି ପ୍ରକୃତ ସମୟରେ ଟ୍ରାଫିକ୍ ସ୍ଥିତିକୁ ବିଶ୍ଳେଷଣ କରିଥାଏ। ଏହି ସୂଚନା ବ୍ୟବହାର କରି ଟ୍ରାଫିକ୍ ଲାଇଟ୍ ଅଧିକ ଦକ୍ଷତାର ସହିତ ପରିଚାଳିତ ହୋଇପାରିବ। ଯାହାଦ୍ୱାରା ଟ୍ରାଫିକ୍ ଜାମ୍ କମିଯିବ।

ବିଭିନ୍ନ ସହରରେ ନିର୍ଗମନ ହ୍ରାସ କରିବା ପାଇଁ ପ୍ରୋଜେକ୍ଟ ଗ୍ରୀନ୍ ଲାଇଟ୍ ଗୁଗଲ୍ ଏଆଇ ବ୍ୟବହାର କରାଯିବ। ଗୁଗୁଲ୍ ମ୍ୟାପ୍ ମାଧ୍ୟମରେ ଏହାକୁ ବ୍ୟବହାର କରାଯିବ। ବିଭିନ୍ନ ଉପଭୋକ୍ତା ମଧ୍ୟ ମ୍ୟାନେଜର ସୁଦୀପ ସାହୁଙ୍କ ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇଛନ୍ତି। ଏନେଇ ସେମାନେ କହିଛନ୍ତି ବେଙ୍ଗାଲୁରୁ ସହରରେ ଏହି ଟେକ୍ନୋଲୋଜି ବ୍ୟବହାର କରିବା ପାଇଁ ସେମାନେ ବହୁତ ଉତ୍ସାହିତ ଅଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ବେଙ୍ଗାଲୁରୁ ସହରରେ ଅନେକ ପ୍ରକାରର ଟ୍ରାଫିକ୍ ସମସ୍ୟା ରହିଛି।

ପ୍ରୋଜେକ୍ଟ ଗ୍ରୀନ୍ ଲାଇଟ୍ ସମ୍ପର୍କରେ ଘୋଷଣା କଲା ଗୁଗୁଲ
ଅକ୍ଟୋବର ୧୦ ତାରିଖରେ, ଗୁଗୁଲ ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ପ୍ରୋଜେକ୍ଟ ଗ୍ରୀନ୍ ଲାଇଟ୍ (Google Project Green Light) ସମ୍ପର୍କରେ ଘୋଷଣା କରିଛି। ଯାହା ଏକ ନୂତନ ପ୍ରଯୁକ୍ତିବିଦ୍ୟା ଯାହା ସହରରେ ଟ୍ରାଫିକ୍ ଜାମ୍ ତଥା ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରିପାରିବ। ଏହି ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ ଏହି ମଡେଲ୍ ବ୍ୟବହାର କରି ସେମାନେ ଛକ  ଭଳି ସ୍ଥାନରେ ସମନ୍ୱୟ ରକ୍ଷା କରିବାର ସୁଯୋଗ ଚିହ୍ନଟ କରିପାରିବେ। ଯାହା ଏପର୍ଯ୍ୟନ୍ତ ହୋଇନାହିଁ। ଉଦାହରଣ ସ୍ୱରୂପ, ଗୁଗୁଲ୍ ଏଆଇ ଏକ ଛକକୁ ଚିହ୍ନିଟ କରିପାରେ। ଯେଉଁଠାରେ ଟ୍ରାଫିକ୍ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବାକୁ ଅଧିକ ସମୟ ନେଇଥାଏ। ଗୁଗୁଲ୍ ଏଆଇ ସେହି ଛକ ପାଇଁ ଏକ ନୂତନ ଟ୍ରାଫିକ୍ ଲାଇଟ୍ ସୂଚୀ ପ୍ରସ୍ତୁତ କରିପାରିବ। ଯାହା ଟ୍ରାଫିକ୍ ପରିଚାଳନାକୁ ଅଧିକ ଦକ୍ଷତାର ସହ କରିପାରିବ।