Gold-Silver Price: ଲଗାତର ଦ୍ୱିତୀୟ ଦିନ ଖସିଲା ସୁନା-ରୁପା ଦର, ସୁନା ୪,୫୦୦ ଟଙ୍କା ତ ରୁପା ୧୪,୫୩୦ ଟଙ୍କା ମିଳୁଛି ଶସ୍ତା!
Advertisement
Article Detail0/zeeodisha/odisha1602884

Gold-Silver Price: ଲଗାତର ଦ୍ୱିତୀୟ ଦିନ ଖସିଲା ସୁନା-ରୁପା ଦର, ସୁନା ୪,୫୦୦ ଟଙ୍କା ତ ରୁପା ୧୪,୫୩୦ ଟଙ୍କା ମିଳୁଛି ଶସ୍ତା!

Gold-Silver Price: ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।

Gold-Silver Price: ଲଗାତର ଦ୍ୱିତୀୟ ଦିନ ଖସିଲା ସୁନା-ରୁପା ଦର, ସୁନା ୪,୫୦୦ ଟଙ୍କା ତ ରୁପା ୧୪,୫୩୦ ଟଙ୍କା ମିଳୁଛି ଶସ୍ତା!

Today Gold-Silver Price: ଆଜି ମାର୍ଚ୍ଚ ୯ (ଗୁରୁବାର) ରେ ଦେଶରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଘଟିଛି । ଯାହାର ପ୍ରଭାବ ଆଜି ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତକାଲି (ବୁଧବାର) ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୨୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି (ଗୁରୁବାର) ୨୪ କ୍ୟାରେଟ ୧୦ ସୁନା ଦରରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୫,୫୩୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୫,୬୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୦,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୧,୦୦୦ ଟଙ୍କା ଥିଲା । 
 
ଆଜି ଦେଶରେ ରୁପା ମୂଲ୍ୟ (Silver Price) ମଧ୍ୟ ଖସିଛି । ଗତକାଲି (ଗୁରୁବାର) ଅର୍ଥାତ ମାର୍ଚ୍ଚ ୮ରେ ରୁପା ଦରରେ ୧୪୫୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୪୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୫୫୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୫୪୫ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ୬,୫୫୦ ଟଙ୍କା ଥିଲା ।

ଅଲଟାଇମ୍ ହାଇରୁ ସୁନା ପ୍ରାୟ ୪,୫୦୦ ଟଙ୍କା ଓ ରୁପା ୧୪,୫୩୦ ଟଙ୍କା ମିଳୁଛି ଶସ୍ତା 

ଅଗଷ୍ଟ ୨୦୨୦ ମାସରେ  ସୁନା (Gold Price) ସର୍ବକାଳୀନ ଉଚ୍ଚ ରେଟରେ ପହଞ୍ଚିଥିଲା ।​ ୧୦ ଅଗଷ୍ଟ ୨୦୨୦ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୫,୪୦୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା ।​ ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୪,୫୦୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୧୪,୫୩୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।

ଅଧିକ ପଢ଼ନ୍ତୁ:-ଆମେରିକା କଲା ସିକ୍ରେଟ ମିଟିଂ, ପୁଣି ଥରେ ଆଫଗାନିସ୍ତାନରେ ହେବ କ୍ଷମତା ପରିବର୍ତ୍ତନ! ପାକିସ୍ତାନ ପାଇଁ ଖୁସି ଖବର

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ନେଇ ଆସିଲା ବଡ଼ ଅପଡେଟ୍, କର୍ମଚାରୀଙ୍କ ପାଇଁ ସରକାର ନେଲେ ଏହି ବଡ଼ ପଦକ୍ଷେପ

ଅଧିକ ପଢ଼ନ୍ତୁ:-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ବମ୍ପର ନିଯୁକ୍ତି ପାଇଁ ପଞ୍ଜୀକରଣ ଆରମ୍ଭ, ଦରମା ୬୭,୭୦୦ ଟଙ୍କା ପ୍ରତି ମାସ; ଏପରି କରନ୍ତୁ ଆବେଦନ

ଗହଣା ବଜାରର ଗଣିତକୁ ବୁଝନ୍ତୁ 

ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ ।