Gold Rate: ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୭୧୫ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୨୫ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୯୪ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୭୧୫ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୨୫ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୯୪ ଟଙ୍କା ରହିଥିବା ଦେଖିବାକୁ ମିଳିଛି।
Trending Photos
Gold Rate: ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କାଲି ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ଗ୍ରାମ ପିଛା ୭୫ ଟଙ୍କା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୁନା ଦର ଏବେ ହୁ ହୁ ବଢ଼ି ଚାଲିଥିବା ବେଳେ ଆଉ କିଛି ଦିନରେ ୧୦ ଗ୍ରାମ ପିଛା ୬୭ ହଜାର ଉପରେ ରହିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୭,୧୫୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୭୫୦ ଟଙ୍କା ବୃଦ୍ଧି ଘଟିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୩,୨୫୦।
ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୭୧୫ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୨୫ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୯୪ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୭୧୫ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୨୫ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୯୪ ଟଙ୍କା ରହିଥିବା ଦେଖିବାକୁ ମିଳିଛି।
ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୬,୭୮୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୯୭ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୫୫୪ ଟଙ୍କା ରହିଛି। ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୬,୭୩୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୫୦୬ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୬,୭୧୫ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୨୫ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୪୯୪ ଟଙ୍କା ରହିଛି ।