Odisha News: ରାଉରକେଲା ଇସ୍ଫାତ କାରଖାନାରେ ବିସ୍ଫୋରଣ, ୫ ଗୁରୁତର
Advertisement
Article Detail0/zeeodisha/odisha2450172

Odisha News: ରାଉରକେଲା ଇସ୍ଫାତ କାରଖାନାରେ ବିସ୍ଫୋରଣ, ୫ ଗୁରୁତର

ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଇସ୍ପାତ କମ୍ପାନୀ ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ ଆଜି ସକାଳେ ଏକ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ କର୍ମଚାରୀଗୁରୁତର ଭାବେ  ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ଜେନେରାଲ୍‍ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଛି। 

Odisha News: ରାଉରକେଲା ଇସ୍ଫାତ କାରଖାନାରେ ବିସ୍ଫୋରଣ, ୫ ଗୁରୁତର
ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଇସ୍ପାତ କମ୍ପାନୀ ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ ଆଜି ସକାଳେ ଏକ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ କର୍ମଚାରୀଗୁରୁତର ଭାବେ  ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ଜେନେରାଲ୍‍ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି।
 
ମିଳିଥିବା ସୂଚନା ଅନୁସାରେ ପ୍ଲାଣ୍ଟ ଭିତରେ ଥିବା ଏସ୍‍ଏମ୍‍ଏସ୍‍୧ ୟୁନିଟ ଯାହା ଷ୍ଟିଲ ତରଳାଇବା ଲାଗି ବ୍ୟବହୃହ ହୋଇଥାଏ ସେଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଦ୍ୱାରା ତରଳ ଲୁହା ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କ ଉପରକୁ ଛିଟିକି ପଡ଼ିଥିଲା। ଏହାଦ୍ୱାରା ୪ ଜଣ ପ୍ଲାଣ୍ଟର ନିୟମିତ କର୍ମଚାରୀ ଓ ଜଣେ ଠିକା କର୍ମଚାରୀ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଆର୍‍ଜିଏଚ୍‍କୁ ନିଆଯାଇଛି। 
ଅଭିଯୋଗ ଅନୁସାରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଶ୍ରମିକ ଆହତ ହୋଇଥିଲେ। ଯଦି ସୁରକ୍ଷା ଏବଂ ପ୍ରତିହତ ବ୍ୟବସ୍ଥା ଠିକ୍‍ ଥାଆନ୍ତା ତେବେ ଏହି ପ୍ରକୋପକୁ କମା ଯାଇପାରିଥାଆନ୍ତା।