Gold Silver Price: ୧୩୦୦ ଟଙ୍କା ଶସ୍ତା ହେଲା ସୁନା, ରୂପା ମଧ୍ୟ ୫୬୦୦ ଟଙ୍କା ହ୍ରାସ ପାଇଲା, ଜାଣନ୍ତୁ କ'ଣ ରହିଛି ଆଜିର ଦର?
Advertisement
Article Detail0/zeeodisha/odisha1820586

Gold Silver Price: ୧୩୦୦ ଟଙ୍କା ଶସ୍ତା ହେଲା ସୁନା, ରୂପା ମଧ୍ୟ ୫୬୦୦ ଟଙ୍କା ହ୍ରାସ ପାଇଲା, ଜାଣନ୍ତୁ କ'ଣ ରହିଛି ଆଜିର ଦର?

Gold Silver Rate: ଅଗଷ୍ଟ ମାସରେ ସୁନା ସହିତ ରୂପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି । ଯେଉଁଠାରେ ସୁନା ମୂଲ୍ୟ ୧୩୦୦ ରୁ ଅଧିକ ହ୍ରାସ ପାଇଛି । ଅନ୍ୟପକ୍ଷରେ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଏଭଳି ପରିସ୍ଥିତିରେ ଆପଣଙ୍କର ଜାଣିବା ଅତ୍ୟନ୍ତ ଜରୁରୀ ଯେ ଉଭୟଙ୍କ ମୂଲ୍ୟ କେତେ ରହିଛି ।

ସୌ: ସୋସିଆଲ ମିଡିଆ

Gold Silver Price: ସୁନା ଓ ରୂପାକୁ କେବଳ ଅଳଙ୍କାର ଆକାରରେ କିଣାଯାଏ ନାହିଁ ବରଂ ବର୍ତ୍ତମାନ ଲୋକମାନେ ଏଥିରେ ଟ୍ରେଡିଂ କରିବା ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ମଧ୍ୟରେ ସୁନା ଓ ରୂପା ମୂଲ୍ୟ କେତେ ହ୍ରାସ ପାଉଛି ଓ କେତେ ବୃଦ୍ଧି ପାଇଛି ଜାଣିବା ପାଇଁ ଅନେକ କୌତୁହଳ ବଢିଛି । କିଣିବାକୁ ଚାହୁଁଥିବା ବ୍ୟବସାୟୀମାନେ ଚାହିଁଥାନ୍ତି ଯେ ସୁନା ମୂଲ୍ୟ ହ୍ରାସ ହେଉ ଓ ଯେଉଁମାନେ ବିକ୍ରି କରିବାକୁ ଚାହୁଁଛନ୍ତି ସେମାନେ ସୁନା ମୂଲ୍ୟ ବୃଦ୍ଧି ହେବାକୁ ଚାହାଁନ୍ତି । ରୂପା ଦରରେ ମଧ୍ୟ ସମାନ ପରିସ୍ଥିତି ରହିଛି । ଯଦି ଆମେ ଅଗଷ୍ଟ ମାସର ଦର ବିଷୟରେ ଆଲୋଚନା କରିବା, ତେବେ ଉଭୟ ସୁନା ଓ ରୂପା ମୂଲ୍ୟରେ ବହୁତ ହ୍ରାସ ଘଟିଛି । ଯେଉଁଠାରେ ସୁନା ମୂଲ୍ୟ ୧୩୦୦ ଟଙ୍କାରୁ ଅଧିକ ଶସ୍ତା ହୋଇଛି ଓ ରୂପା ମୂଲ୍ୟରେ ୫୬୦୦ ରୁ ଅଧିକ ହ୍ରାସ ଘଟିଛି । ଏଭଳି ପରିସ୍ଥିତିରେ ଆପଣଙ୍କୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ ସର୍ବଶେଷରେ ସୁନା ଓ ରୂପା ମୂଲ୍ୟ କେତେ ଟଙ୍କାକୁ ଖସି ଆସିଛି ।

ବୌଦେଶିକ ବଜାରରେ କ'ଣ ରହିଛି ଦାମ୍?
ପ୍ରଥମେ, ବୌଦେଶିକ ବଜାରରେ ସୁନା ଓ ରୂପା ମୂଲ୍ୟ ଜାଣିବା ଅତ୍ୟନ୍ତ ଜରୁରୀ, କାରଣ ଏହି ଆଧାରରେ ଭାରତରେ ସୁନା-ରୂପା ମୂଲ୍ୟ ସ୍ଥିର ହୋଇଥାଏ । କମେକ୍ସରେ ସୁନା ଫ୍ୟୁଚର ୧୯୫୦ ଡଲାର ଅଛି ଅର୍ଥାତ୍ ୧୯୪୯.୧୦ ଡଲାରରେ କାରବାର କରୁଛି । ସମପରି ଗୋଲ୍ଡ ସ୍ପଟର ମୂଲ୍ୟ ୪.୬୭ ଡଲାର ପ୍ରତି ଔନ୍ସ ବୃଦ୍ଧି ପାଇ ୧,୬୭୧୭,୧୫ ଡଲାରରେ କାରବାର କରୁଛି । ସିଲଭର ଫ୍ୟୁଚର କମିକ୍ସ ବଜାରରେ ୨୨.୭୯ ଡଲାରରେ ପ୍ରତି ଔନ୍ସ ପିଛା କାରବାର କରୁଛି । ଅନ୍ୟପକ୍ଷରେ, ସିଲଭର ସ୍ପଟ୍ ମୂଲ୍ୟ ୦.୨୨ ପ୍ରତିଶତ ବୃଦ୍ଧି ସହିତ ଔନ୍ସ ପିଛା ୨୨.୭୫ ଡଲାରରେ କାରବାର କରୁଛି ।

ଘରୋଇ ବଜାରରେ ୧୩୦୦ ଟଙ୍କା ଶସ୍ତା ହୋଇଛି ସୁନା 
ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଫ୍ୟୁଚର ମୂଲ୍ୟରେ ୩୯ ଟଙ୍କା ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ଅଗଷ୍ଟ ମାସରେ ସୁନା ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ବର୍ତ୍ତମାନ, ଯଥା ଆଜି ୧୨:୦୭ ରେ, ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮୮୯୨ ଟଙ୍କା କାରବାର କରୁଛି । କହି ରଖୁଛୁ ଯେ ଆଜି ସୁନା ୫୮୮୦୦ ରେ ବିକ୍ରି ଅରମ୍ଭ ହୋଇ ୫୮୯୦୦ ଦରରେ  ରେ ପହଞ୍ଚିଛି । ଯଦି ଆମେ ଜୁଲାଇ ବିଷୟରେ କଥା ହେବା, ତେବେ ସୁନା ମୂଲ୍ୟରେ ଦଶ ଗ୍ରାମ ପ୍ରତି ୧୩୪୨ ଟଙ୍କା ହ୍ରାସ ଘଟିଥିବାର ଦେଖାଯାଇଛି । ଆକଳନ ବିଷୟରେ କହିବାକୁ ଗଲେ, ଜୁଲାଇ ୩୧ ରେ ସୁନା ମୂଲ୍ୟ ୬୦୦୮୨ ଟଙ୍କା ଥିଲା । ଆଜି ସୁନା କାରବାର ଅଧିବେଶନରେ ସୁନା ମୂଲ୍ୟ ୫୮୭୪୦ ଟଙ୍କାକୁ ଖସି ଆସିଛି ।

ଘରୋଇ ବଜାର ଅନୁଯାୟୀ କେତେ ରୂପା ଶସ୍ତା ହୋଇଛି?
ଯଦି ଆମେ ଘରୋଇ ବଜାର MCX ରେ ରୂପା ବିଷୟରେ କଥା ହେବା, ତେବେ ଅଗଷ୍ଟ ମାସରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ରୂପା ୭୯ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୦୦୬୦ ଟଙ୍କା କାରବାର କରୁଛି । ବାଣିଜ୍ୟ ଅଧିବେଶନରେ ରୂପା ମୂଲ୍ୟ ମଧ୍ୟ ୭୦ ହଜାର ଟଙ୍କା ତଳକୁ ଖସିଯାଇଥିଲା । ପରିସଂଖ୍ୟାନ ବିଷୟରେ କହିବାକୁ ଗଲେ ସିଲଭର ଆଜି ୭୦୦୫୦ ଟଙ୍କାରେ ବିକ୍ରି ଆରମ୍ଭ ହୋଇଥିଲା । ଗୋଟିଏ ଦିନ ପୂର୍ବରୁ ରୂପା ମୂଲ୍ୟ ୬୯୯୮୧ ଟଙ୍କା ବନ୍ଦ ହୋଇଯାଇଥିଲା । କହିରଖୁଛୁ ଯେ ଜୁଲାଇ ୩୧ ରେ ରୂପା ୭୫୪୨୭ ଟଙ୍କା ବନ୍ଦ ହୋଇଥିଲା । ଯେତେବେଳେ କି ବାଣିଜ୍ୟ ଅଧିବେଶନରେ ଏହା କିଲୋଗ୍ରାମ ୬୯୮୨୫ ଟଙ୍କାକୁ ଖସି ଆସିଥିଲା ​​। ଏହାର ଅର୍ଥ ହେଉଛି ଅଗଷ୍ଟ ମାସରେ ଏହା ୫,୬୦୨ ଟଙ୍କା ଶସ୍ତା ହୋଇଛି ।