Flipkart ଗ୍ରାହକଙ୍କ ପାଇଁ ଆଣିଲା ଋଣ ସୁବିଧା, ମାତ୍ର ୩୦ ସେକେଣ୍ଡରେ ପାଇବେ ୫ ଲକ୍ଷ ଯାଏ ଋଣ
Advertisement

Flipkart ଗ୍ରାହକଙ୍କ ପାଇଁ ଆଣିଲା ଋଣ ସୁବିଧା, ମାତ୍ର ୩୦ ସେକେଣ୍ଡରେ ପାଇବେ ୫ ଲକ୍ଷ ଯାଏ ଋଣ

Personal Loan From Flipkart: କେବଳ ଜିନିଷ କିଣିପାରିବେ ତାହା ନୁହେଁ, ଏଣିକି ଫ୍ଲିପକାର୍ଟରୁ ଆପଣ ଋଣ ମଧ୍ୟ ନେଇପାରିବେ ।

Flipkart ଗ୍ରାହକଙ୍କ ପାଇଁ ଆଣିଲା ଋଣ ସୁବିଧା, ମାତ୍ର ୩୦ ସେକେଣ୍ଡରେ ପାଇବେ ୫ ଲକ୍ଷ ଯାଏ ଋଣ

Personal Loan From Flipkart: ନୂଆଦିଲ୍ଲୀ ୱାଲମାର୍ଟ ମାଲିକାନା ଅନଲାଇନ୍ ରିଟେଲର ପ୍ଲାଟଫର୍ମ ଫ୍ଲିପକାର୍ଟ (Online retailer platform Flipkart) ଶୁକ୍ରବାର ଦିନ ଏହାର ପ୍ଲାଟଫର୍ମରେ ଆକ୍ସିସ୍ ବ୍ୟାଙ୍କ (Axis Bank)ରୁ ବ୍ୟକ୍ତିଗତ ଋଣ ସୁବିଧା ଆରମ୍ଭ କରିବାକୁ ଘୋଷଣା କରିଛି। ଫ୍ଲିପକାର୍ଟ ଏକ ବିବୃତ୍ତିରେ କହିଛି, ଆମ ସହ ସଂଯୋଗ ଥିବା ଗ୍ରାହକମାନେ ତିନି ବର୍ଷ ପର୍ଯ୍ୟନ୍ତ ଆକ୍ସିସ୍ ବ୍ୟାଙ୍କରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ (Personal loan) ପାଇପାରିବେ। ଫ୍ଲିପକାର୍ଟର ପ୍ଲାଟଫର୍ମରେ ପ୍ରାୟ ୪୫ କୋଟି ଲୋକ ପଞ୍ଜିକୃତ ହୋଇଛନ୍ତି।

ଫ୍ଲିପକାର୍ଟ ସିନିୟର ଭାଇସ ପ୍ରେସିଡେଣ୍ଟ (Flipkart Senior Vice President) (ଫାଇନାନ୍ସ ଟେକ୍ନୋଲୋଜି ଆଣ୍ଡ ପେମେଣ୍ଟସ ଗ୍ରୁପ୍) ଧୀରଜ ଆନେଜା କହିଛନ୍ତି, ଆମର ଇ-କମର୍ସ ପ୍ଲାଟଫର୍ମ (E-commerce platform) ପୂର୍ବରୁ ହିଁ ୱାଇ ନାଉ ପେ ଲେଟର (ବିଏନପିଏଲ), ମାସିକ କିସ୍ତି (ଇଏମଆଇ) ଓ କ୍ରେଡିଟ କାର୍ଡ (Credit card) ଭଳି ଆର୍ଥିକ ସୁବିଧା (Financial benefits) ପ୍ରଦାନ କରିସାରିଛି। 'ଡିଜିଟାଲ୍ ବିଜନେସ୍ ଆଣ୍ଡ ଟ୍ରାନ୍ସଫର୍ମେସନ୍' କହିଛି ଯେ ଏହି ସହଭାଗୀତା ମାଧ୍ୟମରେ ବ୍ୟାଙ୍କ ଗ୍ରାହକଙ୍କ ଏକ ବ୍ୟାପକ ବର୍ଗକୁ ଋଣ ସୁବିଧା ପ୍ରଦାନ କରିବ।

୩୦ ସେକେଣ୍ଡରେ ମିଳିବ ଋଣ 

ଏକ ବିବୃତ୍ତି ଅନୁଯାୟୀ, ଗ୍ରାହକମାନେ ଏହି ସହଭାଗୀତା ଅଧୀନରେ ୩୦ ସେକେଣ୍ଡ ମଧ୍ୟରେ ଋଣ ଅନୁମୋଦନ (Loan approval) ପାଇବେ । ଏହାକୁ ପରିଶୋଧ କରିବା ବେଳେ ଗ୍ରାହକମାନେ ସହଜ ସୁବିଧା ପାଇବେ,  ଯାହା ୬ ମାସରୁ ୩୬ ମାସ ପର୍ଯ୍ୟନ୍ତ ରହିବ ।  ବ୍ୟକ୍ତିଗତ ଋଣ ଓ କ୍ରେଡିଟ କାର୍ଡ ଭଳି ବିପଦପୂର୍ଣ୍ଣ ଋଣରେ ଅଧିକ ଅଭିବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) (ଆରବିଆଇ) ଚିନ୍ତା ପ୍ରକଟ କରିଛି। ବ୍ୟକ୍ତିଗତ ଋଣ ବ୍ୟବସାୟରେ ଫ୍ଲିପକାର୍ଟର ପ୍ରବେଶ ପରେ ଫୋନ୍ ପେ (Phone Pay) ସବୁଠୁ ବଡ ଆହ୍ବାନର ସମ୍ମୁଖୀନ ହେବ । ଫ୍ଲିପକାର୍ଟ ନିଜର ୪୫ କୋଟି ଗ୍ରାହକଙ୍କୁ ବ୍ୟକ୍ତିଗତ  ଋଣ ପ୍ରଦାନ କରିବା ଆରମ୍ଭ କରିଛି ।

ଫ୍ଲିପକାର୍ଟରୁ ଅଲଗା ହେଲା ଫୋନ୍ 

ଗତ ବର୍ଷ ଡିସେମ୍ବରରେ, ଫୋନ୍ ପେ ଫ୍ଲିପକାର୍ଟ ଗ୍ରୁପ୍ ଠାରୁ ଆନୁଷ୍ଠାନିକ ଭାବରେ ଅଲଗା ହୋଇଥିଲା ଓ ବର୍ତ୍ତମାନ ୱାଲମାର୍ଟ ଗ୍ରୁପ୍ ମଧ୍ୟରେ ଏକ ପୃଥକ ବ୍ୟବସାୟ (Separate business) ଭାବରେ ପ୍ରତିଷ୍ଠିତ ହୋଇଛି । ବିଭାଜନ ପରେ, ଇ-କମର୍ସ ବର୍ତ୍ତମାନର ଓ ପୂର୍ବତନ କର୍ମଚାରୀମାନଙ୍କୁ ସେମାନଙ୍କ ESOP ରେ ଫୋନ୍ ପେ ମୂଲ୍ୟ ପ୍ରତିବଦଳରେ  ୭୦୦ ମିଲିୟନ୍ ଡଲାର୍ ପ୍ରଦାନ କରିବ ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ଫ୍ଲିପକାର୍ଟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅନଲାଇନ ଡେଲିଭରୀ ମାଧ୍ୟମରେ ବେଶ୍ ଲୋକପ୍ରିୟ ହୋଇପାରିଛି । ସଠିକ୍ ସମୟରେ ଲୋକମାନଙ୍କୁ ଜିନିଷ ଡେଲିଭରି କରିବାରେ ଫ୍ଲିପକାର୍ଟ ଲୋକଙ୍କର ବିଶ୍ୱସ୍ତ । କେବଳ ସେତିକି ନୁହେଁ ପୂଜା ପର୍ବରେ ଆକର୍ଷଣୀୟ ଅଫର ଦେଇ ମଧ୍ୟ ଲୋକଙ୍କୁ ଶସ୍ତାରେ ଜିନିଷ ପାଇବାର ସୁବିଧା ଦେଇଥାଏ ଏହି ଡେଲିଭରି ଆପ୍ । ମାତ୍ର କିଛି କ୍ଷଣ ମଧ୍ୟରେ ଆପଣଙ୍କ ମନପସନ୍ଦର ଜିନିଷକୁ ବାଛି କିଣିବାର ସୁବିଧା ଦେବାରେ ଫ୍ଲିପକାର୍ଟ ସବୁଠୁ ଆଗରେ । ଏହି ଆପ କେବଳ ଲାପଟପ ନୁହେଁ ବରଂ ଲକ୍ଷ ଲକ୍ଷ ଲୋକଙ୍କ ଆଣ୍ଡ୍ରଏଡ ଓ ଆଇଓଏସ ଫୋନରେ ମଧ୍ୟ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଠିକ୍ ଲୋକେସନରେ ସଠିକ ସମୟରେ ଭଲ ଜିନିଷ ଲୋକଙ୍କୁ ମିଳିପାରୁଛି । ଦୂରରେ ରହି ମଧ୍ୟ ଲୋକମାନେ ନିଜ ଘର ପାଇଁ ସପିଂ କରିପାରୁଛନ୍ତି । ତେଣୁ ଏହି ଆପର ଚର୍ଚ୍ଚା ସବୁଠି ଅଧିକ ।

Also read- Gita Press Gorakhpur: ଏକ ସସ୍ଥା ନୁହେଁ.. ଜୀବନର ଆସ୍ଥା- ପ୍ରଧାନମନ୍ତ୍ରୀ ମୋଦୀ