Fixed Deposit: ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା
Advertisement

Fixed Deposit: ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

Fixed Deposit:  ଅଧିକାଂଶ ଲୋକ ଟଙ୍କା ନିବେଶ କରିବା ପାଇଁ ବ୍ୟାଙ୍କ ଏଫଡି ର ସାହାଯ୍ୟ ନିଅନ୍ତି, କାରଣ ବିଶ୍ୱାସ କରାଯାଏ ଯେ ଏଠାରେ ଟଙ୍କା ସୁରକ୍ଷିତ ରହିଥାଏ ଓ ଶୀଘ୍ର ଟଙ୍କା ଦ୍ୱିଗୁଣିତ ହୁଏ । ଏଥି ସହିତ କେହି କେହି ଡାକଘର ଉପରେ ଅଧିକ ବିଶ୍ୱାସ କରନ୍ତି ଏବଂ ପୋଷ୍ଟ ଅଫିସ କିସାନ ବିକାଶ ପାତ୍ରରେ ଟଙ୍କା ନିବେଶ କରନ୍ତି, କାରଣ ଏଥିରେ ମଧ୍ୟ ଅଧିକ ସୁଧ ମିଳିଥାଏ ।

Fixed Deposit: ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

Fixed Deposit: ସମସ୍ତେ ନିଜ ଟଙ୍କାକୁ ଏପରି ଜାଗାରେ ବିନିଯୋଗ (Money Invest) କରିବାକୁ ଚାହାଁନ୍ତି, ଯେଉଁଠାରେ ସେମାନଙ୍କର ଟଙ୍କା ଯଥା ଶୀଘ୍ର ଡବଲ ହୋଇଯିବ । ଅଧିକାଂଶ ଲୋକ ଟଙ୍କା ନିବେଶ କରିବା ପାଇଁ ବ୍ୟାଙ୍କ ଏଫଡି (Bank FD) ର ସାହାଯ୍ୟ ନିଅନ୍ତି, କାରଣ ବିଶ୍ୱାସ କରାଯାଏ ଯେ ଏଠାରେ ଟଙ୍କା ସୁରକ୍ଷିତ ରହିଥାଏ ଓ ଶୀଘ୍ର ଟଙ୍କା ଦ୍ୱିଗୁଣିତ ହୁଏ । ଏଥି ସହିତ କେହି କେହି ଡାକଘର (Post Office) ଉପରେ ଅଧିକ ବିଶ୍ୱାସ କରନ୍ତି ଏବଂ ପୋଷ୍ଟ ଅଫିସ କିସାନ ବିକାଶ ପାତ୍ର (Kisan Vikas Patra) ରେ ଟଙ୍କା ନିବେଶ କରନ୍ତି, କାରଣ ଏଥିରେ ମଧ୍ୟ ଅଧିକ ସୁଧ ମିଳିଥାଏ ।

ଯଦି ଆପଣଙ୍କୁ ମଧ୍ୟ ଟଙ୍କା ବିନିଯୋଗ କରିବାର ଅଛି ଓ ଆପଣଙ୍କ ମନରେ ମଧ୍ୟ ଏକ ପ୍ରଶ୍ନ ଅଛି ଯେ ଆପଣ କେଉଁଠାରେ ଟଙ୍କା ବିନିଯୋଗ କରିବେ, ତେବେ ଆଜି ଆମେ ଆପଣଙ୍କ ଟେନସନକୁ ଦୂର କରିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ କହୁବୁ ଯେ ଡାକଘରେ ଟଙ୍କା ବିନିଯୋଗ କରିବା ଆପଣଙ୍କ ପାଇଁ ଭଲ ହେବ ନା ଆପଣଙ୍କୁ କେବଳ ବ୍ୟାଙ୍କ ଏଫଡି ଉପରେ ନିର୍ଭର କରିବାକୁ ପଡିବ । ଏହାସହ ଏହା ମଧ୍ୟ ଜାଣିବା ଯେ କେମିତି ନିବେଶ କରିଲେ ଆପଣଙ୍କର ଟଙ୍କା ଶୀଘ୍ର ଦୁଇଗୁଣ ହେବ?

କିସାନ ବିକାଶ ପତ୍ରରେ ସର୍ବାଧିକ ସୁଧ ଦେଉଥିବା ନିବେଶ ମଧ୍ୟରେ ଗଣାଯାଏ ଏବଂ ବର୍ତ୍ତମାନ ଅନେକ ଲୋକ ଏଥିରେ ବିନିଯୋଗ କରୁଛନ୍ତି । କିସାନ ବିକାଶ ପତ୍ର (KVP) ରେ ବିନିଯୋଗ ଉପରେ ୬.୯% ସୁଧ ଦେଇଥାଏ, ଯାହା ବ୍ୟାଙ୍କରେ ଏଫଡି ଉପରେ ମିଳିଥିବା ସୁଧଠାରୁ ବହୁତ ଅଧିକ । ବିଶେଷ କଥା ହେଉଛି ଆପଣ ଏଥିରେ ୧୦୦୦ ଟଙ୍କା ସହିତ ବିନିଯୋଗ ଆରମ୍ଭ କରିପାରିବେ ଓ ସର୍ବାଧିକ ଭାବରେ ଆପଣ ଆପଣଙ୍କର ବଜେଟ୍ ଅନୁଯାୟୀ ବିନିଯୋଗ କରିପାରିବେ । ୧୮ ବର୍ଷରୁ ଅଧିକ ବ୍ୟକ୍ତି ଏଥିରେ ବିନିଯୋଗ କରିପାରିବେ । ଆହୁରି ମଧ୍ୟ, ଅଢେଇ ବର୍ଷ ପରେ ଆପଣ ଏଥିରେ ଟଙ୍କା ଉଠାଇ ପାରିବେ ।

ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ଫିକ୍ସଡ ଡିପୋଜିଟ (SBI Fixed Deposit) ଉପରେ ସର୍ବାଧିକ ୫.୪୦ ପ୍ରତିଶତ ସୁଧ ଦେଇଥାଏ । ଉଭୟର ସୁଧ ହାରରେ ବହୁତ ପାର୍ଥକ୍ୟ ଅଛି । ଆପଣ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ SBI ରେ FD କରିପାରିବେ । ବର୍ଷ ଉପରେ ନିର୍ଭର କରି ବ୍ୟାଙ୍କ ଏହା ଉପରେ ୨.୯ରୁ ୫.୪ ପ୍ରତିଶତ ସୁଧ ଦେଇଥାଏ । କିନ୍ତୁ ୫ ବର୍ଷ ପାଇଁ ବିନିଯୋଗ କରିବା ପରେ ସର୍ବାଧିକ ସୁଧ ଦେଇଥାଏ । ଏଥିରେ ମଧ୍ୟ ଆୟକର ଅଧିନିୟମ ୧୯୬୧ର ଧାରା 80C ଅନୁଯାୟୀ ଟିକସ ଛାଡର ଲାଭ ଉପଲବ୍ଧ ରହିଛି ।

ଏହା ବି ପଢ଼ନ୍ତୁ:-ବାହାଘର ପାଇଁ ଚାପ ପକାଇଲେ ବୋଲି ଗର୍ଲଫ୍ରେଣ୍ଡକୁ ଭୁବନେଶ୍ୱରରୁ ନେଇଗଲା ସୁରତ, ୪୯ ଥର ଛୁରୀ ଭୁଷି କଲା ହତ୍ୟା

ଏହା ବି ପଢ଼ନ୍ତୁ:-ମୋରୋକ୍କୋର ସ୍ୱପ୍ନ ଭାଙ୍ଗିଲା ଫ୍ରାନ୍ସ, ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ; ଆର୍ଜେଣ୍ଟିନା ସହ ହେବ ଟକ୍କର

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ, ତଥାପି ସେମାନଙ୍କ ଛାତିରେ କାହିଁକି ଥାଏ ନିପ୍ପେଲ୍ସ? ଜାଣନ୍ତୁ ଏହାର କାରଣ

KVP ରେ ବିନିଯୋଗ ଉପରେ ସର୍ବାଧିକ ସୁଧ ୬.୯୦ ପ୍ରତିଶତ ଓ SBI FD ଉପରେ ସର୍ବାଧିକ ସୁଧ ୫.୪୦ ପ୍ରତିଶତ ମିଳୁଛି । ଯଦି ରୁଲ ଅଫ 72 ଅନୁଯାୟୀ, ଯଦି ଆପଣ KVP ରେ ଟଙ୍କା ବିନିଯୋଗ କରନ୍ତି, ତେବେ ଟଙ୍କା ଦ୍ୱିଗୁଣିତ ହେବାକୁ ପ୍ରାୟ ୧୦ ବର୍ଷ ୪ ମାସ ଲାଗିବ । ଏଥି ସହିତ 72ର ନିୟମ ଅନୁଯାୟୀ, ଯଦି ଆପଣ SBI Fixed Deposit ରେ ଟଙ୍କା ବିନିଯୋଗ କରନ୍ତି, ତେବେ ଟଙ୍କା ଦ୍ୱିଗୁଣିତ ହେବା ପାଇଁ ୧୩ ବର୍ଷ ୪ ମାସ ଲାଗିବ ।