Farmer Protest: ହିଂସାତ୍ମକ ପାଲଟିଛି ହକ୍ ର ଲଢ଼େଇ! ଜଣେ ଯୁବ ଚାଷୀଙ୍କ ସହ ପ୍ରାଣ ହାରିଛନ୍ତି ୩ ପୋଲିସ୍
Advertisement
Article Detail0/zeeodisha/odisha2122139

Farmer Protest: ହିଂସାତ୍ମକ ପାଲଟିଛି ହକ୍ ର ଲଢ଼େଇ! ଜଣେ ଯୁବ ଚାଷୀଙ୍କ ସହ ପ୍ରାଣ ହାରିଛନ୍ତି ୩ ପୋଲିସ୍

Farmer Protest: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଗ୍ୟାରେଣ୍ଟି ଆଇନ ଦାବିରେ ଚାଷୀ ସଂଗଠନ ତରଫରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପଞ୍ଜାବବ-ହରିୟାଣା ସୀମାର ଶମ୍ଭୁ ଓ ଖନୌରୀ ରଣକ୍ଷେତ୍ର ପାଲଟିଛି। ସୀମାରେ ଏକାଠି ହୋଇଥିବା ହଜାର ହଜାର କୃଷକ(Farmer) ଟ୍ରାକ୍ଟର ଓ ବୁଲ୍‌ଡୋଜର ବ୍ୟବହାର କରି ବ୍ୟାରିକେଡ ହଟାଇବାକୁ ପ୍ରୟାସ କରିବାରୁ ଆନ୍ଦୋଳନ ହିଂସା କାଣ୍ଡର ରୂପ ନେଇଛି। 

Farmer Protest: ହିଂସାତ୍ମକ ପାଲଟିଛି ହକ୍ ର ଲଢ଼େଇ! ଜଣେ ଯୁବ ଚାଷୀଙ୍କ ସହ ପ୍ରାଣ ହାରିଛନ୍ତି ୩ ପୋଲିସ୍

Farmer Protest: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଗ୍ୟାରେଣ୍ଟି ଆଇନ ଦାବିରେ ଚାଷୀ ସଂଗଠନ ତରଫରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପଞ୍ଜାବବ-ହରିୟାଣା ସୀମାର ଶମ୍ଭୁ ଓ ଖନୌରୀ ରଣକ୍ଷେତ୍ର ପାଲଟିଛି। ସୀମାରେ ଏକାଠି ହୋଇଥିବା ହଜାର ହଜାର କୃଷକ(Farmer) ଟ୍ରାକ୍ଟର ଓ ବୁଲ୍‌ଡୋଜର ବ୍ୟବହାର କରି ବ୍ୟାରିକେଡ ହଟାଇବାକୁ ପ୍ରୟାସ କରିବାରୁ ଆନ୍ଦୋଳନ ହିଂସା କାଣ୍ଡର ରୂପ ନେଇଛି। ଆନ୍ଦୋଳନ ସ୍ଥଳରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲୁହବୁହା ଗ୍ୟାସ ପ୍ରୟୋଗ କରି ବିଫଳ ହେବା ପରେ ଆନ୍ଦୋଳନରତ କୃଷକଙ୍କ ଉପରକୁ ରବର ବୁଲେଟ୍‌ ମାଡ଼ କରିଥିଲା। ପଞ୍ଜାବରୁ ଦିଲ୍ଲୀ ଅଭିଯାନରେ ବାହାରିଥିବା ଚାଷୀଙ୍କୁ ରୋକିବା ପାଇଁ ସୀମାରେ ଅଲଗା ପ୍ରକାରର ସୁରକ୍ଷା ବ‌ନ୍ଦୋବସ୍ତ କରାଯାଇଛି।

 ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପକ୍ଷରୁ କୃଷକଙ୍କ ଉପରକୁ ରବର ବୁଲେଟ ମାଡ଼ କରିବା ବେଳେ ଜଣେ ୨୪ ବର୍ଷୀୟ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥି ସହ ମୋଟ ୨୫ ଜଣ ଆାହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ଅନ୍ୟମାନଙ୍କୁ ଶମ୍ଭୁସ୍ଥିତ ଅସ୍ଥାୟୀ ଚିକିତ୍ସା ଶିବିରରେ ପ୍ରାଥମିକ ଚିକିତ୍ସା କରାଯାଇଛି।

ସେପଟେ ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ବେଳେ ଏଯାଏଁ ୩ ଜଣ ପୁଲିସ କର୍ମୀ ପ୍ରାଣ ହରାଇଥିବା ଜଣା ପଡ଼ିଛି। ପୂର୍ବରୁ ଜଣେ ଏସ୍‌ଆଇ(SI) ଏବଂ ଏଏସ୍‌ଆଇଙ୍କ(ASI) ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସବ୍‌ ଇନ୍ସପେକ୍ଟର(Sub Inspector)ଙ୍କ ମୃତ୍ୟୁ ହୋଇଛି । ସୀମାରେ ନିୟୋଜିତ ହରିୟାଣା(Hariyana) ପୁଲିସର ସବ୍‌-ଇନ୍ସପେକ୍ଟର ବିଜୟ କୁମାରଙ୍କ ସ୍ବାସ୍ଥ୍ୟ ଆଜି ଅଚାନକ ଖରାପ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ବିଜୟଙ୍କ ବୟସ ୪୦ ବର୍ଷ ଏବଂ ସେ ହରିୟାଣାର ନୁହ(NUh)ଥାନାରେ ନିଯୁକ୍ତି ପାଇଥିଲେ। ଏହାର ପୂର୍ବରୁ ହରିୟାଣ ପୁଲିସର ଜଣେ ସବ୍‌ଇନ୍ସପେକ୍ଟର ହୀରାଲାଲ(Heera Laal) ମଧ୍ୟ ଅଚାନକ ସ୍ବାସ୍ଥ୍ୟ ଖରାପ ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଘଟଣାରେ ୨୦ ତାରିଖରେ ଶମ୍ଭୁ ସୀମାରେ ନିୟୋଜିତ ଥିବା ଏଏସ୍‌ଆଇ କୌଶଳ କୁମାରଙ୍କର ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିଲା।