ଆସୁଛି କୋରନାଠୁ ୧୦୦ଗୁଣା ବିପଜ୍ଜନକ ରୋଗ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ
Advertisement
Article Detail0/zeeodisha/odisha2189950

ଆସୁଛି କୋରନାଠୁ ୧୦୦ଗୁଣା ବିପଜ୍ଜନକ ରୋଗ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

Bird Flu: ବୈଜ୍ଞାନିକ ଡକ୍ଟର ସୁରେଶ କୁଚିପୁଡି ଏକ ଚେତାବନୀ ଦେଇ କହିଛନ୍ତି ଯେ, H5N1 ଜୀବାଣୁ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିପାରେ। ଡକ୍ଟର ସୁରେଶ କୁଚିପୁଡି ଦାବି କରିଛନ୍ତି ଯେ, ଏହି ଭୂତାଣୁ ବଡ଼ ମହାମାରୀ ସୃଷ୍ଟି କରିପାରେ।

ଆସୁଛି କୋରନାଠୁ ୧୦୦ଗୁଣା ବିପଜ୍ଜନକ ରୋଗ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

Bird Flu: ପିଟ୍ସବର୍ଗରେ ପକ୍ଷୀ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡକ୍ଟର ସୁରେଶ କୁଚିପୁଡି ଏକ ଚେତାବନୀ ଦେଇ କହିଛନ୍ତି ଯେ, H5N1 ଜୀବାଣୁ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିପାରେ। ଡକ୍ଟର ସୁରେଶ କୁଚିପୁଡି ଦାବି କରିଛନ୍ତି ଯେ, ଏହି ଭୂତାଣୁ ବଡ଼ ମହାମାରୀ ସୃଷ୍ଟି କରିପାରେ।

ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ଯେ, ବାର୍ଡ ଫ୍ଲୁ ସଂକ୍ରମଣ ଶୀଘ୍ର ମହାମାରୀର ରୂପ ନେଇପାରେ ଏବଂ ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ତଥା କୋଭିଡ୍ ୧୯ ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। ଏକ ମିଡିଆ ରିପୋର୍ଟରେ ଏ ବାବଦରେ ସୂଚନା ଦିଆଯାଇଛି। ଏହି ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, H5N1 ଜୀବାଣୁ ଏକ ଜଟିଳ ପରିସ୍ଥିତି ଆଡକୁ ଗତି କରୁଛି । ଏହା ସମଗ୍ର ବିଶ୍ୱରେ ମହାମାରୀ ସୃଷ୍ଟି କରିପାରେ ବୋଲି ଭୟ ରହିଛି।

ପିଟ୍ସବର୍ଗରେ ବାର୍ଡ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡକ୍ଟର ସୁରେଶ କୁଚିପୁଡି ସୂଚନା ଦେଇ କହିଛନ୍ତି ଯେ, H5N1 ଜୀବାଣୁ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି । ଡକ୍ଟର ସୁରେଶ କୁଚିପୁଡି ଦାବି କରିଛନ୍ତି ଯେ, ଏହି ଭୂତାଣୁ ଆଗକୁ ବିସ୍ତାର ହୋଇ ବଡ ମହାମାରୀ ସୃଷ୍ଟି କରିପାରେ। ଏଥିସହ ସେ କହିଛନ୍ତି ଯେ, ପୃଥିବୀର ଅନେକ ସ୍ଥାନରେ ବାର୍ଡ ଫ୍ଲୁ ସଂକ୍ରମଣ ଏବେ ବି ରହିଛି । ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀ ଏହା ଦ୍ୱାରା ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସମୟ ଆସିଛି ଆମେ ଏହା ବିରୁଦ୍ଧରେ ପ୍ରସ୍ତୁତ ହେବା ଆବଶ୍ୟକ । ନଚେତ ଆଗକୁ ଜଟିଳ ପରିସ୍ଥିତିର ଆଶଙ୍କା ରହିଛି ।

ମିଡିଆ ରିପୋର୍ଟରେ ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ, କରୋନା ମହାମାରୀ ଅପେକ୍ଷା ବାର୍ଡ ଫ୍ଲୁ ସଂକ୍ରମଣ ଅଧିକ ବିପଜ୍ଜନକ ହୋଇପାରେ। ବାର୍ଡ ଫ୍ଲୁ ମହାମାରୀ କୋରନା ମହାମାରୀଠାରୁ ୧୦୦ ଗୁଣ ଅଧିକ ବିପଜ୍ଜନକ ବୋଲି ସେ ଦାବି କରିଛନ୍ତି। ବାର୍ଡ ଫ୍ଲୁ ମହାମାରୀରେ ମୃତ୍ୟୁ ହାର କୋରନା ତୁଳନାରେ ଖୁବ୍ ଅଧିକ ହେବ । ଯଦି ଏହା ମଣିଷ ନିକଟରେ ପରିବର୍ତ୍ତନ ହେବା ଆରମ୍ଭ କରେ ତେବେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମାନ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ୨୦୦୩ ପରଠାରୁ H5N1 ଜୀବାଣୁ ସଂକ୍ରମିତ ପ୍ରତ୍ୟେକ ୧୦୦ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ, H5N1 ର ମୃତ୍ୟୁ ହାର ୫୦ ପ୍ରତିଶତରୁ ଅଧିକ ରହିଥିବା କୁହାଯାଉଛି । ଯଦି ଏହାକୁ କୋରନା ଜୀବାଣୁ ସହିତ ତୁଳନା କରାଯାଏ ତେବେ ମହାମାରୀ ଆରମ୍ଭରେ କେତେକ ସ୍ଥାନରେ ଏହାର ମୃତ୍ୟୁ ହାର ୨୦ ପ୍ରତିଶତ ଥିଲା, ଯାହା ପରେ ମାତ୍ର ୦.୧ ପ୍ରତିଶତକୁ ଖସି ଆସିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୮୮୭ ଟି ବାର୍ଡ ଫ୍ଲୁ ରୋଗ ହୋଇଥିବା ଜଣାଯାଇଛି । ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Also Read- Congress Manifesto: ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କାହା ଉପରେ ରହିବ ଫୋକସ୍...

Also Read- Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !