Exit Poll Result 2023: ସାମ୍ନାକୁ ଆସିଲା ୫ଟି ରାଜ୍ୟର ଏକଜିଟ୍ ପୋଲ୍ ଫଳାଫଳ, ଜାଣନ୍ତୁ କେଉଁ ରାଜ୍ୟରେ କିଏ କରିପାରେ ସରକାର
Advertisement
Article Detail0/zeeodisha/odisha1986652

Exit Poll Result 2023: ସାମ୍ନାକୁ ଆସିଲା ୫ଟି ରାଜ୍ୟର ଏକଜିଟ୍ ପୋଲ୍ ଫଳାଫଳ, ଜାଣନ୍ତୁ କେଉଁ ରାଜ୍ୟରେ କିଏ କରିପାରେ ସରକାର

Exit Polls Results 2023 Highlights: ୮ ଟି ପ୍ରମୁଖ ସମ୍ବାଦ ସଂଗଠନ ଓ ସର୍ଭେ ଏଜେନ୍ସି ଏହି ୫ଟି ରାଜ୍ୟରେ ଏକଜିଟ୍ ପୋଲ୍ ଜାରି କରିଛନ୍ତି । ଏହି ସବୁକୁ ମିଶାଇ ପୋଲର ସର୍ଭେ ଗଣନା କରାଯାଇଛି । ଏହି ଅନୁଯାୟୀ ରାଜସ୍ଥାନ-ମଧ୍ୟପ୍ରଦେଶରେ ବିଜେପି ସରକାର ଓ ଛତିଶଗଡ-ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରୁଥିବା ଜଣାପଡିଛି । 

 

Exit Polls Results 2023 Highlights

Exit Poll Result 2023: ପାଞ୍ଚଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ମତଦାନ ପ୍ରକ୍ରିୟା ଗୁରୁବାର ଦିନ ଅର୍ଥାତ୍ ୩୦ ନଭେମ୍ବରରେ ଶେଷ ହୋଇଛି । ଭୋଟ୍ ଗଣନା ୩ ଡିସେମ୍ବରରେ ହେବ । ୩ ଡିସେମ୍ବର 3 ରେ ଭୋଟ୍ ଗଣନା ପରେ ଏହା ସ୍ପଷ୍ଟ ହୋଇଯିବ ଯେ ଏହି ରାଜ୍ୟଗୁଡିକରେ କାହାର ସରକାର ଗଠନ ହେବାକୁ ଯାଉଛି ।

୮ ଟି ପ୍ରମୁଖ ସମ୍ବାଦ ସଂଗଠନ ଓ ସର୍ଭେ ଏଜେନ୍ସି ଏହି ୫ଟି ରାଜ୍ୟରେ ଏକଜିଟ୍ ପୋଲ୍ ଜାରି କରିଛନ୍ତି । ଏହି ସବୁକୁ ମିଶାଇ ପୋଲର ସର୍ଭେ ଗଣନା କରାଯାଇଛି । ଏହି ଅନୁଯାୟୀ ରାଜସ୍ଥାନ-ମଧ୍ୟପ୍ରଦେଶରେ ବିଜେପି ସରକାର ଓ ଛତିଶଗଡ-ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରୁଥିବା ଜଣାପଡିଛି । ମିଜୋରାମରେ ହଙ୍ଗ ଆସେମ୍ବ୍ଲିସରକାର କରିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ, ୫ଟି ରାଜ୍ୟ ମଧ୍ୟରୁ ୨ଟିରେ କଂଗ୍ରେସ ସରକାର ଓ ୨ ଟିରେ ବିଜେପି ସରକାର ଗଠନ କରୁଥିବା ଜଣାପଡିଛି ।

ରାଜସ୍ଥାନ: ୮ଟି ଏକଜିଟ୍ ପୋଲରେ ବିଜେପି ସରକାର ଗଠନ କରୁଥିବା ଦେଖାଯାଉଛି । ଗୋଟିଏ ସର୍ଭେରେ କଂଗ୍ରେସ ସରକାର ଗଠନ କରୁଥିବାବେଳେ ଦୁଇଟିରେ ଏହି ଦଳ ସରକାର ଗଠନ କରିବାକୁ ନିକଟତର ବୋଲି କୁହାଯାଉଛି । ସର୍ଭେରେ ବିଜେପି ୧୦୨ଟି, କଂଗ୍ରେସ ୮୬ ଓ ଅନ୍ୟାନ୍ୟ ଦଳ ୧୧ ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।

ମଧ୍ୟପ୍ରଦେଶ: ୮ଟି ଏକଜିଟ୍ ପୋଲ୍ ମଧ୍ୟରୁ ୪ ଟି ବିଜେପି କ୍ଷମତାକୁ ଫେରିବାର ପୂର୍ବାନୁମାନ କରୁଥିବାବେଳେ ୩ଟି ସର୍ଭେରେ କଂଗ୍ରେସ ସରକାର ଗଠନ ହେବାର ସମ୍ଭାବନା ଦେଖାଦେଇଛି ଓ ଗୋଟିଏ କଂଗ୍ରେସ କ୍ଷମତାର ନିକଟତର ହୋଇଛି । ସର୍ଭେରେ ବିଜେପି ୧୨୫ଟି ଆସନ, କଂଗ୍ରେସ ୧୦୦ ଓ ଅନ୍ୟାନ୍ୟ ଦଳ ୫ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।

ଛତିଶଗଡ଼: ସମସ୍ତ ୮ ଟି ସର୍ଭେ କଂଗ୍ରେସକୁ କ୍ଷମତାକୁ ଫେରୁଥିବା ଦର୍ଶାଇଛି । ଏଥିରେ ପାଞ୍ଚଟି ସର୍ଭେରେ ବିଜେପି କ୍ଷମତାଠାରୁ ୪ ରୁ ୬ଟି ଆସନ ଦୂରରେ ଥିବା ଜଣାପଡିଛି । ସର୍ଭେରେ ବିଜେପି ୩୯ଟି ଆସନ, କଂଗ୍ରେସ ୪୮ଟି ଓ ଅନ୍ୟ ଦଳ ୩ଟି ଆସନ ପାଇବ ବୋଲି ଆଶା କରାଯାଉଛି ।

ତେଲେଙ୍ଗାନା: ତେଲେଙ୍ଗାନା ନିର୍ବାଚନକୁ ନେଇ ୬ଟି ସର୍ଭେ ପ୍ରକାଶ ପାଇଛି । ଏଥିମଧ୍ୟରୁ ୫ଟି ସର୍ଭେ କଂଗ୍ରେସ ପ୍ରଥମ ଥର କ୍ଷମତାକୁ ଆସିବ ବୋଲି ପୂର୍ବାନୁମାନ କରୁଥିବାବେଳେ, ଗୋଟିଏ କ୍ଷମତାର ନିକଟତର ହୋଇପାରେ ବୋଲି କହିଛି । କୌଣସି ସର୍ଭେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) କ୍ଷମତାକୁ ଫେରୁଥିବା କହିନାହିଁ । ସର୍ଭେରେ ବିଆରଏସ ୪୪ଟି, କଂଗ୍ରେସ ୬୪, ବିଜେପି ୭ ଓ ଅନ୍ୟାନ୍ୟ ଦଳ ୭ଟି ଆସନ ପାଇବ ବୋଲି ଆଶା କରାଯାଉଛି ।

ମିଜୋରାମ: ପାଞ୍ଚଟି ଏକଜିଟ୍ ସର୍ଭେରେ ଗୋଟିଏ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ୍) ସରକାର ଗଠନ କରୁଥିବା ଦର୍ଶାଯାଇଛି । ଅବଶିଷ୍ଟ ୪ଟି ପୋଲରେ ହଙ୍ଗ୍ ଆସେମ୍ବଲି ସରକାର କରୁଥିବା ଅନୁମାନ କରିଛି । ସର୍ଭେରେ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) କୁ ୧୫ଟି ଆସନ, ଜେପିଏମ ୧୬, କଂଗ୍ରେସ ୭ ଓ ବିଜେପିକୁ ଗୋଟିଏ ମିଳିବ ବୋଲି ଆଶା କରାଯାଉଛି ।