ପଞ୍ଚଭୂତରେ ବିଲୀନ ସୂର୍ଯ୍ୟ ନାରାୟଣ ପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର
Advertisement
Article Detail0/zeeodisha/odisha1854096

ପଞ୍ଚଭୂତରେ ବିଲୀନ ସୂର୍ଯ୍ୟ ନାରାୟଣ ପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର

Surya Narayan Patra Creamented: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅନ୍ତିମ ସଂସ୍କାର ଦିଗପହଣ୍ଡିଠାରେ କରାଯାଇଛି । ବାପାଙ୍କୁ ମୁଖାଗ୍ନି ଦେଲେ ବଡ଼ ପୁଅ

ପଞ୍ଚଭୂତରେ ବିଲୀନ ସୂର୍ଯ୍ୟ ନାରାୟଣ ପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର

Surya Narayan Patra Creamented: ବ୍ରହ୍ମପୁର: ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ସଭିଙ୍କ ପ୍ରିୟ ନେତା । ଦିଗପହଣ୍ଡି ସ୍ଥିତ ଶ୍ମସାନରେ ଆଜି ଶୋକାକୁଳ ପରିବେଶ ମଧ୍ୟରେ ସମସ୍ତେ ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ସହିତ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସୂର୍ଯ୍ୟ ପାତ୍ରଙ୍କ  ବଡ଼ପୁଅ ବିପ୍ଲବ କୁମାର ପାତ୍ର ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ।

ଅନ୍ତିମ ବିଦାୟ ଯାତ୍ରାରେ ସୂର୍ଯ୍ୟ ପାତ୍ରଙ୍କ ପରିବାର ସଦସ୍ୟ ବନ୍ଧୁବାନ୍ଧବଙ୍କ ସହିତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଅନ୍ତିମ ସଂସ୍କାର ପୂର୍ବରୁ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରାର୍ଥିବ ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଛତ୍ରପୁରର ଡିଆରଡିଏ (DRDA) ଛକରେ ବିଧାୟକ ସୁବାଷ ଚନ୍ଦ୍ର ବେହାରଙ୍କ ସମେତ ଅନେକ ନେତା ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଅନ୍ତିମ ବିଦାୟ ଦେଇଥିଲେ ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ୭ଟା ୩୧ ମିନିଟ ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୫ ବର୍ଷ ବୟସରେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା । ସୂର୍ଯ୍ୟଙ୍କ ବିୟୋଗ ପରେ ବିଜେଡି ସମେତ ସମସ୍ତ ଦଳର ଅନେକ ବରିଷ୍ଠ ନେତା ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ରାଜନୈତିକ ଦଳର ସମସ୍ତ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଅନେକ ରାଜନେତା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଭୁବନେଶ୍ୱରରୁ ମରଶରୀର ବାହାରି ବ୍ରହ୍ମପୁର ଅଭିମୁଖେ ଯାଇଥିଲା । ରାସ୍ତାର ଅନେକ ସ୍ଥାନରେ ଲୋକମାନେ ଶେଷ ଦର୍ଶନ କରିଥିଲେ । ବ୍ରହ୍ମପୁରରେ ସୂର୍ଯ୍ୟଙ୍କ ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକେ ଶେଷ ଦର୍ଶନ ପାଇଁ ଭିଡ ଜମାଇଥିଲେ । ସବୁ ମହଲରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମରଶରୀରକୁ ଅନ୍ତିମ ସଂସ୍କାର କରାଯାଇଥିଲା ।

ଛାତ୍ର ଜୀବନରୁ ରାଜନୀତିରେ ରୁଚି ରଖିଥିବା ସୂର୍ଯ୍ୟ ପାତ୍ର ପ୍ରଥମେ ଜନତା ଦଳରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟ କରିଥିଲେ । ପରେ ବିଜେଡିର ଜଣେ ତୁଙ୍ଗ ନେତା ଭାବରେ ସମଗ୍ର ରାଜ୍ୟରେ ବେଶ୍ ଜଣାଶୁଣା ଥିଲେ। ରାଜ୍ୟ ରାଜନୀତିରେ ଜଣେ ଟାଣୁଆ ନେତା ଭାବରେ ପରିଚୟ ହାସଲ କରିବାରେ ତାଙ୍କର ସ୍ୱତନ୍ତ୍ର ଅବଦାନ ରହିଥିଲା । ୨୦୦୯ ମସିହାରୁ ସେ ଲଗାତାର ଭାବରେ ଦିଗପହଣ୍ଡିରୁ ନିର୍ବାଚିତ ହୋଇ ଆସିଛନ୍ତି। ତା ପୂର୍ବରୁ ମୋହନା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କେବଳ ସେତିକି ନୁହେଁ ଅନେକ ଥର ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ଦାୟିତ୍ୱ ତୁଳାଇଥିଲେ । ଲୋକଙ୍କ ନିକଟତର ହେବାକୁ ତାଙ୍କର ସବୁବେଳେ ଚେଷ୍ଟା ରହିଥିଲା । ସେ ଏପରି ଜଣେ ନେତା ଥିଲେ ଯାହାଙ୍କର କୌଣସି ଶତୃ ନଥିଲେ । ବିରୋଧୀ ଦଳର ସମସ୍ତ ନେତା ମଧ୍ୟ ତାଙ୍କର ପ୍ରିୟ ଥିଲେ । ବିଧାନସଭାରେ କୌଣସି ବିଷୟରେ ଅସୁବିଧା ହେଲେ ସେ ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ କରୁଥିଲେ । ଅନେକ ନେତା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି । କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ରାଜ୍ୟବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲେ ସ୍ୱର୍ଗତ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ର ।

Also Read- ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ହେଲେ ପ୍ରିୟବ୍ରତ ମାଝି

Also Read- Portable Fridge: ପାଣିକୁ ଥଣ୍ଡା କରିବା ପାଇଁ କିଣନ୍ତୁ ଏହି ଉପକରଣ, ଦାମ୍ ଜାଣିଲେ ହେବେ ଖୁସି