PF ଖାତାଧାରୀ ହୋଇଯାଆନ୍ତୁ ଆଲର୍ଟ! EPFO ଜାରି କଲା ଏହି ଚେତାବନୀ
Advertisement

PF ଖାତାଧାରୀ ହୋଇଯାଆନ୍ତୁ ଆଲର୍ଟ! EPFO ଜାରି କଲା ଏହି ଚେତାବନୀ

EPFO Alert: EPFO ନିଜରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ, EPFO ​​ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟକ୍ତିଗତ ବିବରଣୀ ପାଇଁ କେବେବି ପଚାରି ନଥାଏ, ଯେପରିକି - ଆଧାର ନମ୍ବର, ପାନ୍ ନମ୍ବର, UAN ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଏବଂ OTP । ଯଦି କେହି ଆପଣଙ୍କୁ କଲ କରନ୍ତି କିମ୍ବା ସୋସିଆଲ ମିଡିଆରେ ଏପରି ନମ୍ବର ମାଗନ୍ତି, ତେବେ ଆପଣ ସାବଧାନ ହେବା ଉଚିତ୍ ଓ ଏହିପରି ବିବରଣୀ କାହା ସହିତ ସେୟାର ନ କରିବା ଉଚିତ । 

PF ଖାତାଧାରୀ ହୋଇଯାଆନ୍ତୁ ଆଲର୍ଟ! EPFO ଜାରି କଲା ଏହି ଚେତାବନୀ

EPFO Alert: ଯଦି ଆପଣଙ୍କର ମଧ୍ୟ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ଆକାଉଣ୍ଟ୍ ଅଛି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଅଛି । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ବା ଇପିଏଫଓ ସମସ୍ତ ୟୁଜର୍ସଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି । ଆପଣ ଭୁଲରେ ମଧ୍ୟ ଏହି ନମ୍ବର ବା ଡକ୍ୟୁମେଣ୍ଟଗୁଡିକୁ କାହା ସହିତ ସେୟାର କରନ୍ତୁ ନାହିଁ । EPFO ନିଜର ସମସ୍ତ ଆକାଉଣ୍ଟ ଧାରକମାନଙ୍କୁ ସତର୍କ କରାଇ ଦେଇ କହିଛି ଯେ, ସେମାନଙ୍କର ବ୍ୟକ୍ତିଗତ ବିବରଣୀ ଓ ନିର୍ଦ୍ଦିଷ୍ଟ ନମ୍ବର କାହା ସହିତ ସେୟାର ନ କରିବା ଉଚିତ୍ । EPFO ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛି ।

ଇପିଏଫ୍ଓ କହିଛି ଯେ, EPFO ​​କେବେବି ନିଜର କୌଣସି ସଦସ୍ୟଙ୍କ ଠାରୁ ଆଧାର, ପାନ୍, ୟୁଏନ୍, ବ୍ୟାଙ୍କ ବିବରଣୀ ମାଗେ ନାହିଁ । ଯଦି କେହି ଫୋନ୍ କିମ୍ବା ସୋସିଆଲ୍ ମିଡିଆରେ ଏପରି ସୂଚନା ମାଗନ୍ତି, ତେବେ ସାବଧାନ ରୁହନ୍ତୁ । ଏହାକୁ ଆଦୌ ଲିକ୍ କରନ୍ତୁ ନାହିଁ । ଏପରି କି ଫର୍ଜି ଫୋନ୍ କଲରେ ଜବାବ ଦିଅନ୍ତୁ ନାହିଁ କିମ୍ବା ଏହିପରି କୌଣସି ମେସେଜର ରିପ୍ଲାଇ କରନ୍ତୁ ନାହିଁ । EPFO ନିଜରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ, EPFO ​​ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟକ୍ତିଗତ ବିବରଣୀ ପାଇଁ କେବେବି ପଚାରି ନଥାଏ, ଯେପରିକି - ଆଧାର ନମ୍ବର, ପାନ୍ ନମ୍ବର, UAN ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଏବଂ OTP । ଯଦି କେହି ଆପଣଙ୍କୁ କଲ କରନ୍ତି କିମ୍ବା ସୋସିଆଲ ମିଡିଆରେ ଏପରି ନମ୍ବର ମାଗନ୍ତି, ତେବେ ଆପଣ ସାବଧାନ ହେବା ଉଚିତ୍ ଓ ଏହିପରି ବିବରଣୀ କାହା ସହିତ ସେୟାର ନ କରିବା ଉଚିତ । 

ଫର୍ଜି ବା ଫେକ୍ କଲରୁ ରୁହନ୍ତୁ ସାବଧାନ

EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ​​ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"

ଏହା ବି ପଢ଼ନ୍ତୁ:-କିଏ ସେ ସୁଖଭିନ୍ଦର ସିଂ ସୁଖୁ, ଯିଏ ହେବେ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, EPFO ସମସ୍ତ ସମସ୍ତ PF ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ PF ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । EPFO ର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି PF ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା । ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି । ବର୍ତ୍ତମାନ ଖାତାଧାରୀମାନେ ଅନଲାଇନରେ କାହାକୁ ମଧ୍ୟ ନିଜର ନୋମିନୀ (Nomination) କରିପାରିବେ । ତଥାପି, ଇପିଏଫ୍ଓ ଖାତାଧାରୀମାନଙ୍କୁ ଇ-ନାମାଙ୍କନପତ୍ର (E-Nomination) ଦେବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ସମୟସୀମା ସ୍ଥିର କରାଯାଇଥିଲା । ଇପିଏଫ୍ଓ ମଧ୍ୟ ଏହି ସୁବିଧା ଦେଇଛି ଯେ ଆକାଉଣ୍ଟଧାରୀ ଯେତେଥର ଚାହିଁବେ ନୋମିନୀ ବଦଳାଇ ପାରିବେ ।