Sanidev: ଶନିବାର ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନହେଲେ ଆସିପାରେ ବଡ଼ ବିପଦ
Advertisement

Sanidev: ଶନିବାର ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନହେଲେ ଆସିପାରେ ବଡ଼ ବିପଦ

ଶନିବାର ଦିନ ଭୁଲରେ ମଧ୍ୟ ମଦ୍ୟପାନ କରିବା ଉଚିତ ନୁହେଁ। କୁଣ୍ଡଳୀରେ ଯଦି ଶନିଙ୍କ ପ୍ରଭାବ ଭଲ ମଧ୍ୟ ଥାଏ ତାହେଲେ ସୁଦ୍ଧା ଶନିବାର ମଦ୍ୟପାନ ଅନୁଚିତ। ଏହା ଦ୍ୱାରା ଶନି ଭଗବାନ ରାଗିଯାଇଥାନ୍ତି।

Sanidev: ଶନିବାର ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନହେଲେ ଆସିପାରେ ବଡ଼ ବିପଦ

Sanidev: ଶନିବାର ଶନିଦେବଙ୍କ ଦିନ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ଏହି ଦିନ ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ କଳା ରାଶି, ସୋରିଷ ତେଲ କିମ୍ବା ରାଶି ତେଲ ଆଦି ମନ୍ଦିରରେ ଅର୍ପଣ କରାଯାଇଥାଏ। ହିନ୍ଦୁମାନେ ଶନି ଭଗବାନଙ୍କୁ ନ୍ୟାୟର ଭଗବାନ ବୋଲି ବିଶ୍ୱାସ କରନ୍ତି। ବିଶ୍ୱାସ ରହିଛି ଯେଉଁମାନଙ୍କ କୁଣ୍ଡଳୀରେ ଶନି ଦୋଷ ରହିଛି ସେମାନଙ୍କୁ ଶନିବାର ଶନି ଭଗବାନଙ୍କ ପୂଜା କରିବା ଉଚିତ। ଆହୁରି ମଧ୍ୟ ଏମିତି କିଛି ଜିନିଷ ରହିଛି ଯାହା ଭୁଲରେ ମଧ୍ୟ ଶନିବାର ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ କ୍ଷତିର ସାମ୍ନା କରିବାକୁ ପଡ଼ିପାରେ। 

ଶନିବାର ଦିନ ସାଧା କ୍ଷୀର କିମ୍ବା ଦହି ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ। ଏଥିରେ ଅଳ୍ପ ହଳଦୀ କିମ୍ବା ଗୁଡା ମିଶାଇ ଖାଇବା ଉଚିତ। ଆମ୍ବ ଆଚାର ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ। ଆମ୍ବ ଆଚାର କଞ୍ଚା ଏବଂ ଖଟା ଆମ୍ବରୁ ତିଆରି ହୋଇଥାଏ।  ନିଦେବଙ୍କୁ ଖଟା ଏବଂ କଷା ଜିନିଷ ଜମା ବି ପସନ୍ଦ ନୁହେଁ। ତେଣୁ ଶନିବାର ଖଟା କିମ୍ବା କଷା ଜିନିଷ ଆଦୌ ଖାଇବେ ନାହିଁ।

ଶନିବାର ଦିନ ରୋଷେଇବେଳେ ନାଲି ଲଙ୍କା ଗୁଣ୍ଡ କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିବେ ନାହିଁ। ଉଭୟ ଶୁଖିଲା ଲଙ୍କା ଏବଂ ଲଙ୍କା ଗୁଣ୍ଡ ଶନିଦେବଙ୍କୁ ଅସନ୍ତୁଷ୍ଟ କରିଥାଏ।

ଶନିବାର ଦିନ ଭୁଲରେ ମଧ୍ୟ ମଦ୍ୟପାନ କରିବା ଉଚିତ ନୁହେଁ। କୁଣ୍ଡଳୀରେ ଯଦି ଶନିଙ୍କ ପ୍ରଭାବ ଭଲ ମଧ୍ୟ ଥାଏ ତାହେଲେ ସୁଦ୍ଧା ଶନିବାର ମଦ୍ୟପାନ ଅନୁଚିତ। ଏହା ଦ୍ୱାରା ଶନି ଭଗବାନ ରାଗିଯାଇଥାନ୍ତି।

ସେପଟେ ରବିବାର ଠାରୁ ଅକ୍ଟୋବର ୨୩ ଅର୍ଥାତ୍ ରବିବାର ସକାଳ ୪:୧୯ ମିନିଟରେ ଶନି ଦେବ ନିଜ ରାଶି ମକର ରାଶିରେ ମାର୍ଗି ହୋଇଯାଇଛନ୍ତି । ଅର୍ଥାତ ଯେଉଁଠାରେ ପୂର୍ବରୁ ସେ ବକ୍ରୀ ଅବସ୍ଥାରେ ଚାଲୁଥିଲେ । ବର୍ତ୍ତମାନ ସେ ସିଧା ଚାଲ୍ ଚାଲିବା ଆରମ୍ଭ କରିଛନ୍ତି । ତାଙ୍କର ଏହି ପରିବର୍ତ୍ତନ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । କିଛି ରାଶି ଉପରେ ଶୁଭ ତ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବ । ଯଦି ଶନି ଦେବ କୌଣସି ରାଶି ପ୍ରତି କୃପା ଦୃଷ୍ଟି ରଖନ୍ତି । ତେବେ ସେ ଜୀବନରେ ବହୁତ ଅଗ୍ରଗତି କରନ୍ତି । ସବୁ ସ୍ଥାନରୁ ଶୁଭ ଫଳାଫଳ ଆସିବା ଆରମ୍ଭ କରେ ଓ ବହୁ ଧନ ହାସଲ ହୁଏ । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଶନି ଦେବଙ୍କ ମାର୍ଗି ହେବାରୁ କେଉଁ ସବୁ ରାଶି ଉପରେ ଭଲ ପ୍ରଭାବ ପକାଇବ ।

ବୃଷ ରାଶି: ଶନି ଦେବ ମାର୍ଗି ହେବାର ପ୍ରଭାବ ବୃଷ ରାଶି ଉପରେ ଭଲ ପଡ଼ିବ । ଏହି ରାଶିର ବ୍ୟକ୍ତି ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବିବାହିତ ଜୀବନ ସୁଖମୟ ହେବ । ନୂତନ ନିଯୁକ୍ତି ସୁଯୋଗ ପ୍ରାପ୍ତ ହେବ । ଧନ ଲାଭ ଯୋଗୁଁ ଆୟରେ ବୃଦ୍ଧି ଘଟିବ । ପରିବାରରେ ସମ୍ମାନ ବୃଦ୍ଧି ପାଇବ । ଏଥି ସହିତ ଚାକିରିରେ ପଦୋନ୍ନତିର ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି ।

କର୍କଟ ରାଶି: ଶନି ଦେବଙ୍କ ମାର୍ଗି ହେବାରୁ କର୍କଟ ରାଶିର ଲୋକମାନେ ଶୁଭ ଫଳାଫଳ ପାଇବେ । ଏହା ଦ୍ୱାରା ଏହି ରାଶିର ଲୋକ ମାନଙ୍କ ମନ ପ୍ରସନ୍ନ ରହିବ । ଘରେ ଧାର୍ମିକ କାର୍ଯ୍ୟ ସଂପନ୍ନ ହେବ । ଏହି ରାଶିର ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ଅଛି ଓ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଦେଖିବାକୁ ମିଳିବ । ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ପାଇବେ ।

ସିଂହ ରାଶି: ଶନି ଦେବଙ୍କ ମାର୍ଗି ହେବାରୁ ସିଂହ ରାଶିର ଲୋକମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବ । ସିଂହ ରାଶିର ଲୋକମାନେ ଗାଡ଼ି ଓ ଘରର ସୁଖ ପାଇପାରନ୍ତି । ଯଦି ଆପଣ ଦୀର୍ଘ ସମୟ ଧରି ଏହା ପାଇଁ ଯୋଜନା କରୁଛନ୍ତି, ତେବେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଏକ ଅନୁକୂଳ ସମୟ । ଆପଣ ବାପାମା'ଙ୍କଠାରୁ ଆର୍ଥିକ ସହାୟତା ପାଇବେ । ଏହି ରାଶିର ଲୋକମାନଙ୍କୁ ସନ୍ତାନ ସୁଖର ଲାଭ ମିଳିପାରେ । ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଭଲ ସମୟ ମଧ୍ୟ ଅଛି ।

ତୁଳା ରାଶି: ଏହି ରାଶିର ଲୋକମାନଙ୍କୁ କାର୍ଯ୍ୟାଳୟ କିମ୍ବା କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ । ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି । ବନ୍ଧୁମାନଙ୍କ ସାଥ୍ ମିଳିବ ଓ ଆୟ ବୃଦ୍ଧି ପାଇବ । ଯାହା ଦ୍ୱାରା ଋଣରୁ ମୁକ୍ତି ପାଇବେ । 

ମକର ରାଶି : ଶନି ଦେବଙ୍କ ମାର୍ଗି ହେବାରୁ ମକର ରାଶିର ଲୋକମାନେ ଚାକିରିରେ ଟ୍ରାନ୍ସଫର ହେବାର ସମ୍ଭାବନା ଅଛି । ପାରିବାରିକ ଜୀବନ ମଧୁର ରହିବ । ସନ୍ତାନ ପକ୍ଷରୁ ଭଲ ଖବର ମିଳିପାରେ । ସମ୍ପତ୍ତିରେ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି । କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ମିଳିବ । ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ ।

ମୀନ ରାଶି: ଶନି ଦେବଙ୍କ ମାର୍ଗି ହେବାରୁ ମୀନ ରାଶିର ଲୋକମାନେ ଶୁଭ ଫଳାଫଳ ପାଇବେ । ଏହି ରାଶିର ଲୋକଙ୍କ ପାଇଁ ଆୟର ନୂତନ ଉତ୍ସ ଖୋଲିବ । ଚାକିରିରେ ପଦୋନ୍ନତି ହୋଇପାରେ । ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବ, ଯେଉଁ କାରଣରୁ ଆର୍ଥିକ ସମସ୍ୟା ଦୂର ହେବ ଓ ଧନ ଲାଭ ହେବ । ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ।