ରାଜ୍ୟ ପାଇଁ ଗୌରବ: ‘ଜାଗରଣ ଫିଲ୍ମ ଫେଷ୍ଟିଭାଲ’ରେ ପ୍ରଦର୍ଶିତ ହେବ ହିମାଂଶୁ ଖଟୁଆଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ
Advertisement
Article Detail0/zeeodisha/odisha1806282

ରାଜ୍ୟ ପାଇଁ ଗୌରବ: ‘ଜାଗରଣ ଫିଲ୍ମ ଫେଷ୍ଟିଭାଲ’ରେ ପ୍ରଦର୍ଶିତ ହେବ ହିମାଂଶୁ ଖଟୁଆଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ

Odia documentary film: ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ.." ('The Sea and Seven Villages') ଏବେ ଆଉ ଏକ ସଫଳତା ହାସଲ କରିଛି । 

ସୌ(ସୋସିଆଲ ମିଡିଆ)

The Sea and Seven Villages: ଡକ୍ୟୁମେଣ୍ଟାରୀ ଫିଲ୍ମ "ଦ ସି ଆଣ୍ଡ ସେଭନ ଭିଲେଜେସ.." ('The Sea and Seven Villages')କୁ ମିଳିଛି ଆଉ ଏକ ସଫଳତା । ପୁଣି ଓଡ଼ିଶା ପାଇଁ ଗୌରବ ଆଣିଲା ଡକ୍ୟୁମେଣ୍ଟାରୀ ଫିଲ୍ମ "ଦ ସି ଆଣ୍ଡ ସେଭନ ଭିଲେଜେସ.." । ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ (Himanshu khatua) ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ.." ('The Sea and Seven Villages') ଏବେ ଆଉ ଏକ ସଫଳତା ହାସଲ କରିଛି । ବିଶ୍ୱର ଦୀର୍ଘତମ ଭ୍ରାମ୍ୟମାଣ ଚଳଚ୍ଚିତ୍ର ମହୋତ୍ସବ ‘ଜାଗରଣ ଫିଲ୍ମ ଫେଷ୍ଟିଭାଲ’ରେ (Jagran film festival 2023) ପ୍ରଦର୍ଶିତ ହେବା ନେଇ ହିମାଂଶୁ ଖଟୁଆଙ୍କ ଏହି ସିନେମାଟି ମନୋନୀତ ହେଇଛି ।

ସୂଚନା ଥାଉ କି, ଏହି ଚଳଚ୍ଚିତ୍ର ମହୋତ୍ସବ ଲାଗି ସାରା ବିଶ୍ୱର ୭୨ ଦେଶରୁ ପ୍ରାୟ ୭୦୦୦ ଟି ସିନେମା ଆସିଥିଲା । ଯେଉଁଥିରୁ ଅଳ୍ପ କେତୋଟି ହାତ ଗଣତି ଶ୍ରେଷ୍ଠ ସିନେମାକୁ ଏହି ମହୋତ୍ସବରେ ପ୍ରଦର୍ଶନ କରିବା ପାଇଁ ଜାତୀୟ ସ୍ତରର ଜୁରୀ ବା ଜଜ୍ ମାନଙ୍କ ଦ୍ବାରା ସ୍ଥିର କରାଯାଇଥିଲା । ତେବେ ଏହି ତାଲିକାରେ ଓଡିଶା ଚଳଚ୍ଚିତ୍ର  "ଦ ସି ଆଣ୍ଡ ସେଭନ ଭିଲେଜେସ.." ('The Sea and Seven Villages') କୁ ସ୍ଥାନ ପାଇଛି । ପ୍ରକାଶ ଥାଉ କି, ସାରା ବିଶ୍ୱରେ ଭଲ ସିନେମାକୁ ପ୍ରୋତ୍ସାହନ ଦେବା ତଥା ସିନେମାର କଳାତ୍ମକ ଦୃଷ୍ଟିକୋଣକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ଜାଗରଣ ପ୍ରକାଶନ ଗ୍ରୁପ ଦ୍ୱାରା "ଜାଗରଣ ଭ୍ରାମ୍ୟମାଣ ଫିଲ୍ମ ମହୋତ୍ସବ" ର (Jagaran traveling film festival 2023) ଆୟୋଜନ କରାଯାଇଥାଏ । ୧୦୦ ଦିନ ଧରି ଚାଲିବାକୁ ଥିବା ଏହି ଚଳଚ୍ଚିତ୍ରଟି ମହୋତ୍ସବ ଦେଶର ୧୧ ରାଜ୍ୟର ୧୮ଟି ମେଟ୍ରୋ ସିଟିରେ ଆୟୋଜନ କରାଯିବ । ଏଠାରେ ଚଳଚ୍ଚିତ୍ର, ୱେବ ସିରିଜ ସହ ବିଭିନ୍ନ ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରାଯିବ ।

ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ଜଳବାୟୁ ପରିବର୍ତ୍ତନ ଓ ବିସ୍ଥାପନକୁ ନେଇ ଗତିଶୀଳ । କିଟ୍ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ (Achyuta Samanta) ନିବେଦିତ ତଥା କାଦମ୍ବିନୀ ମିଡିଆ ପକ୍ଷରୁ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜନା ଦେଇଛନ୍ତି ଡକ୍ଟର ଇତି ସାମନ୍ତ (Iti Samanta) । ଏହି ଚଳଚ୍ଚିତ୍ରଟି ମହୋତ୍ସବ ଜାଗରଣ ଫିଲ୍ମ ଫେଷ୍ଟିବାଲରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ପୂର୍ବରୁ ଏହା ଆନ୍ତର୍ଜାତୀୟ କେରଳ ଚଳଚ୍ଚିତ୍ର ମହୋତ୍ସବରେ (International film festival of kerala 2023) ପ୍ରଦର୍ଶିତ ହେବା ନେଇ ମନୋନୀତ ହୋଇଥିଲା । ତେବେ ଏହା ଓଡ଼ିଆ ସିନେମା ଜଗତ ସହ ସମଗ୍ର ରାଜ୍ୟ ପାଇଁ ଏକ ଗୌରବର କଥା ଅଟେ ।

କେତୋଟି କ୍ୟାଟାଗୋରୀରେ ଦିଆଯିବ ଆୱାର୍ଡ଼

ଚଳିତ ବର୍ଷ ଜାଗରଣ ଚଳଚ୍ଚିତ୍ର ମହୋତ୍ସବରେ ୬ଟି ବର୍ଗରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ପୁରସ୍କାର ମଧ୍ୟ ଦିଆଯିବ। କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଏକ ଆନ୍ତର୍ଜାତୀୟ ପ୍ରତିଯୋଗିତା ବିଭାଗ 'ଇଣ୍ଡିଆନ୍ ଶୋ କେସ୍'(Indian Showcase), ଭାରତୀୟ ଚଳଚ୍ଚିତ୍ର ପାଇଁ ପ୍ରତିଯୋଗିତାମୂଳକ ବିଭାଗ 'ବିଶ୍ୱ ପାନୋରାମା' (world panorama), ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପାଇଁ ପ୍ରତିଯୋଗୀ ବିଭାଗ ଓ ଜାଗରଣ ଡକସ୍ ଡକ୍ୟୁମେଣ୍ଟାରୀ ପାଇଁ ପ୍ରତିଯୋଗୀତା ନଥିବା ବିଭାଗ (non-competitive section)ରେ ଆୱାର୍ଡ଼ ଦିଆଯିବ । ଚଳିତ ବର୍ଷ ଉତ୍ସବରେ OTT ଭାବେ ଏକ ନୂତନ କ୍ୟାଟାଗୋରୀ ଯୋଡ଼ାଯାଇଛି । ଏହି ବର୍ଗରେ OTTରେ ଉପଲବ୍ଧ ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ ଓ ୱେବ୍ ସିରିଜ୍ ଅନ୍ତର୍ଭୁକ୍ତ ହେବ ।

କେବେ ଓ କେଉଁଠାରେ ଆୟୋଜିତ ହେବ ଜାଗରଣ ଫିଲ୍ମ ଫେଷ୍ଟିଭା

ଏହି ଚଳଚ୍ଚିତ୍ର ମହୋତ୍ସବ ୩ ଅଗଷ୍ଟରୁ ଦିଲ୍ଲୀରେ ଆରମ୍ଭ ହେବ । ଏହା ପରେ କାନପୁର, ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀ, ଗୋରଖପୁର, ବରେଲି, ଦେହରାଡୁନ୍, ହିସାର, ଗୁରୁଗ୍ରାମ, ଲୁଧିଆନା, ପାଟନା, ଦରଭଙ୍ଗା, ରାଞ୍ଚି, ରାୟପୁର, ଇନ୍ଦୋର ଓ ସିଲିଗୁରୀରେ ଆୟୋଜିତ ହେବ। ଚଳଚ୍ଚିତ୍ର ମହୋତ୍ସବ ୧୪ ଅକ୍ଟୋବର ୨୦୨୩ରେ ମୁମ୍ବାଇରେ ଶେଷ ହେବ।

‘ଜାଗରଣ ମହୋତ୍ସବ’ର ପୂର୍ବ ସଂସ୍କରଣ ପ୍ରାୟ ୨୦ କୋଟି ଲୋକଙ୍କ ନିକଟରେ ପହଞ୍ଚିଥିଲା। ତେବେ ପୁଣି ଥରେ ଏହି ମହୋତ୍ସବ ଆୟୋଜନ ହେବାକୁ ଯାଉଛି । ଚଳିତ ବର୍ଷ ବିଶ୍ବର ଏହି ସର୍ବବୃହତ ଚଳଚ୍ଚିତ୍ର ମହୋତ୍ସବ ୧୧ଟି ରାଜ୍ୟର ୧୮ଟି ସହରରେ ଅନୁଷ୍ଠିତ ହେବ ।