Delivery Boy: ଜନ୍ମଦିନରେ ଗ୍ରାହକଙ୍କୁ ଉପହାର:...
Advertisement
Article Detail0/zeeodisha/odisha1760888

Delivery Boy: ଜନ୍ମଦିନରେ ଗ୍ରାହକଙ୍କୁ ଉପହାର:...

ନିଜ ଜନ୍ମଦିନକୁ ଖାସ୍ କରିବା ପାଇଁ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କର ଇଚ୍ଛା ଥାଏ । କେହି କେହି ଏକାଧିକ କେକ୍ କାଟି ବନ୍ଧୁ ବାନ୍ଧବଙ୍କ ଗହଣରେ ଜନ୍ମଦିନ ପାଳନ (Birthday Celebration) କରୁଥିବା ସମୟରେ କିଛି ବ୍ୟକ୍ତି ଠାକୁରଙ୍କ ଆଶୀର୍ବାଦ ଏବଂ ଦାନ ଦକ୍ଷୀଣା ସହ ଜନ୍ମଦିନକୁ କରନ୍ତି ଖାସ୍ (Special) । କିନ୍ତୁ ଆମ ସମାଜରେ ଏପରି କିଛି

Delivery Boy: ଜନ୍ମଦିନରେ ଗ୍ରାହକଙ୍କୁ ଉପହାର:...

Delivery Boy Birthday: ନିଜ ଜନ୍ମଦିନକୁ ଖାସ୍ କରିବା ପାଇଁ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କର ଇଚ୍ଛା ଥାଏ । କେହି କେହି ଏକାଧିକ କେକ୍ କାଟି ବନ୍ଧୁ ବାନ୍ଧବଙ୍କ ଗହଣରେ ଜନ୍ମଦିନ ପାଳନ (Birthday Celebration) କରୁଥିବା ସମୟରେ କିଛି ବ୍ୟକ୍ତି ଠାକୁରଙ୍କ ଆଶୀର୍ବାଦ ଏବଂ ଦାନ ଦକ୍ଷୀଣା ସହ ଜନ୍ମଦିନକୁ କରନ୍ତି ଖାସ୍ (Special) । କିନ୍ତୁ ଆମ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଜନ୍ମଦିନକୁ ବଡ଼ ଆକାରରେ ପାଳନ କରିବାକୁ ଇଚ୍ଛା ରଖିଥିଲେ ମଧ୍ୟ ପାଖରେ ସମ୍ୱଳ କମ ଥାଏ । ସଂଘର୍ଷ କରି ଜୀବନ ଜିଉଁଥିଲେ ମଧ୍ୟ ସେମାନେ ଅଭାବ ଭିତରେ ବି ନିଆରା ଶୈଳୀରେ ଜନ୍ମଦିନ ପାଳନ କରନ୍ତି । ଆଜି ଆପଣଙ୍କୁ ଜଣାଇବୁ ସେପରି ଏକ ଘଟଣା ବିଷୟରେ । ଯେଉଁଥିରେ ଜନ୍ମଦିନ ପାଳନ କରିବା ପାଇଁ ଜଣେ ଡେଲିଭରୀ ବୟ ଏକ ଭିନ୍ନ ଉପାୟ ଚିନ୍ତା କରିଥିଲେ ।

ଫୁଡ୍ କିମ୍ୱା ଅନ୍ୟାନ୍ୟ ସାମଗ୍ରୀକୁ ହୋମ୍ ଡେଲିଭରୀ କରୁଥିବା ଡେଲିଭରୀ ବୟଙ୍କ ମଧ୍ୟରୁ ଅନେକ ଜଣ ଗରିବ ଶ୍ରେଣୀ (Poor class)ର । ତେବେ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ସେମାନଙ୍କର ମଧ୍ୟ ଜନ୍ମଦିନ ପାଳନ ପାଇଁ ଇଚ୍ଛା ଥାଏ । ଠିକ୍ ସେମିତି ଜୋମାଟୋ (Zomato)ର ଜଣେ ଡେଲିଭରୀ ବୟ ନିଜର ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ଅଚିହ୍ନା ଗ୍ରାହକଙ୍କୁ କିଛି ଉପହାର (Gifts) ଦେବାକୁ ଭାବିଥିଲେ । ପ୍ରଥମେ ନିଜକୁ ଗୋଟିଏ ସୁନ୍ଦର ସାର୍ଟ ଗିଫ୍ଟ କରିବା ସହ ଗୁରୁଜନଙ୍କ ଆଶୀର୍ବାଦ ନେଇ ଜନ୍ମଦିନରେ ମଧ୍ୟ କର୍ମ କରିବାକୁ ବାହାରିଯାଇଥିଲେ ଡେଲିଭରୀ ବୟ କରଣ ଆପଟେ । ଜନ୍ମ ଦିନ ହୋଇଥିବାରୁ ସେଦିନ ତାଙ୍କ ମନରେ ଥାଏ ଭିନ୍ନ ଏକ ଜୋସ୍ । ନିଜର କର୍ମସ୍ଥଳରେ ପହଞ୍ଚିବା ପୂର୍ବରୁ ବାଟରୁ କିଛି ଚକୋଲେଟ୍ (Chocolate) କିଣିଲେ କରଣ । ପରେ ସିଧା ପହଞ୍ଚିଗଲେ ଲକ୍ଷସ୍ଥଳରେ । ନିଜର ସହଯୋଗୀଙ୍କ ସମେତ ସାଙ୍ଗସାଥୀଙ୍କୁ ଚକୋଲେଟ୍ ଦେଇଥିଲେ ଉପହାର । ପରେ ଆରମ୍ଭ କରିଥିଲେ ନିଜର ଦୈନନ୍ଦିନ କର୍ମ । ଅନଲାଇନରେ ଫୁଡ୍ ଡେଲିଭରୀ (Online Food Delivery) ପାଇଁ ଆସୁଥିବା ଅର୍ଡର ଗୁଡିକୁ କନଫର୍ମ (Confirm) କରୁଥିଲେ କରଣ । ତା ପରେ ରେଷ୍ଟୁରାଣ୍ଟରୁ ଖାଦ୍ୟ ଧରି ପହଞ୍ଚିଯାଉଥିଲେ ଗ୍ରାହକ (Customer)ଙ୍କ ଘର ସାମ୍ନାରେ । ଗ୍ରାହକ ଯେତେବେଳେ କରଣଙ୍କ ହାତରୁ ନିଜର ମଗେଇଥିବା ଫୁଡ୍ (Food) ନେଉଥିଲେ ସେତେବେଳେ କରଣ ଫୁଡ୍ ବକ୍ସ ଦେବା ସହିତ ଗ୍ରାହକଙ୍କୁ ବଢାଇଦେଉଥିଲେ ଚକୋଲେଟ୍ (Chocolate)  । ଗ୍ରାହକ ପ୍ରଶ୍ନ କରିଥିଲେ ମୁଁ କେବଳ ଫୁଡ୍ ମଗେଇଥିଲି ଚକୋଲେଟ୍ ନୁହେଁ । ପରେ କରଣ କହୁଥିଲେ ଆଜି ମୋର ଜନ୍ମଦିନ ସେଥିପାଇଁ ଏହା ମୋ ପକ୍ଷରୁ ଟ୍ରିଟ୍ । ଏହି କଥାରେ ଗ୍ରାହକ ଖୁସି ହୋଇ ଜନ୍ମଦିନର ଶୁଭେଚ୍ଛା (Birthday Wishes) ଜଣାଉଥିଲେ କରଣଙ୍କୁ । 

କରଣ ସାରା ଦିନ ଏପରି ଚକୋଲେଟ୍ ବାଣ୍ଟି ଚାଲୁଥିଲେ ଗ୍ରାହକମାନଙ୍କୁ । ଅଜଣା ଅଚିହ୍ନା ଗ୍ରାହକଙ୍କୁ ଚକୋଲେଟ୍ ଦେବାରେ ଯେଉଁ ଖୁସି ଅନୁଭବ କରୁଥିଲେ ତାହା ଥିଲା ଖୁବ୍ ନିଆରା । ଏହା ଜାଣିବା ପରେ କିଛି ବ୍ୟକ୍ତି ମତ ଦେଇଥିଲେ ଯେ, ଜନ୍ମଦିନ କାହାପାଇଁ କଣ ତାହା ଅଲଗା କଥା କିନ୍ତୁ ଯେଉଁଥିରେ ପ୍ରକୃତ ଖୁସି ମିଳେ ତାହାର ଅନୁଭୁତି ଖୁବ୍ ଭିନ୍ନ । ତେବେ ଲୋକମାନେ ମଧ୍ୟ ସେଦିନ କରଣଙ୍କୁ ଫୁଲ୍ ରେଟିଂ (Full rating) ଦେବା ସହ ପ୍ରଶଂସା କରିଥିଲେ । ଏଥିସହ ଜୋମାଟୋ (Zomato)କୁ ଅନୁରୋଧ କରିଥିଲେ ଯେ, କରଣଙ୍କର ଜନ୍ମଦିନ ପାଳନ କରିବା ସହ ତାଙ୍କୁ କମ୍ପାନୀ ପକ୍ଷରୁ କିଛି ଗିଫ୍ଟ୍ (Gift) ଦିଆଯାଉ ।

Also read- ସାପ ନେଲା ପ୍ରତିଶୋଧ ! ପ୍ରଥମ ଥର କାମୁଡ଼ିଲା ବଞ୍ଚିଗଲେ, ଦ୍ବିତୀୟ ଥରରେ ମୃତ୍ୟୁ