Bedroom Decoration: ଏପରି ସଜାନ୍ତୁ ଆପଣଙ୍କ ବେଡରୁମ, ଧନଧାନ୍ୟରେ ଭରିଯିବ ଘର
Advertisement

Bedroom Decoration: ଏପରି ସଜାନ୍ତୁ ଆପଣଙ୍କ ବେଡରୁମ, ଧନଧାନ୍ୟରେ ଭରିଯିବ ଘର

ବାସ୍ତୁ ହିସାବରେ ସଜାନ୍ତୁ ଆପଣଙ୍କ ଶୋଇବା ଘରକୁ। ପ୍ରତିଟି ଦିଗ ଉପରେ ରଖନ୍ତୁ ନଜର। ଏଭଳି କଲେ ଭଗବାନ ଆପଣଙ୍କୁ ଉପରେ ଖୁସି ହୁଅନ୍ତି। ଆଉ ଧନଧାନ୍ୟରେ ଭରି ଦିଅନ୍ତୁ ଆପଣଙ୍କ ଘରେ।

Bedroom Decoration: ଏପରି ସଜାନ୍ତୁ ଆପଣଙ୍କ ବେଡରୁମ, ଧନଧାନ୍ୟରେ ଭରିଯିବ ଘର

ଭୁବନେଶ୍ୱର: ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ତ୍ବର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।

ଉତ୍ତରପୂର୍ବ ଦିଗ: ଯଦି ଏହି ଦିଗରେ ଶୟନ କକ୍ଷ ଥାଏ ତେବେ ସଦାସର୍ବଦା ଆପଣ ଚିନ୍ତିତ ରୁହନ୍ତି। ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି। ଅଧିକାଂଶ ସମୟରେ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ। ଅଧିକ ଦିନ ଧରି ଯଦି ଏହି ଶୟନ କକ୍ଷକୁ ବ୍ୟବହାର କରାଯାଏ ତେବେ ମାନସିକ ରୋଗରେ ପିଡୀତ ହେବାର ସମ୍ଭାବନା ରହିଥାଏ। ତେଣୁ ଏହି ଦିଗରେ ଥିବା ଶୟନ କକ୍ଷର ବ୍ୟବହାର କରନ୍ତୁ ନାହିଁ।

ପୂର୍ବ-ଉତ୍ତର-ପୂର୍ବ ଦିଗ: ଏହି ଦିଗରେ ଶୟନ କକ୍ଷ ଆପଣଙ୍କୁ ଆନ୍ତରିକ ସୁଖ ଦେଇଥାଏ ଏବଂ ଜୀବନର ଉଦ୍ଦେଶ୍ୟକୁ ସଫଳ କରିଥାଏ । ଆପଣ ସଦାସର୍ବଦା ନୂତନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିଥାନ୍ତି । ଏହି ଦିଗରେ ଥିବା ଶୟନ କକ୍ଷ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଅତ୍ୟଧିକ ଭଲ ଅଟେ ।

ପୂର୍ବ ଦିଗ: ଏହି ଦିଗରେ ଯଦି ଶୟନ କକ୍ଷ ଥାଏ ତେବେ ଆପଣଙ୍କର ସମ୍ପର୍କ ସମାଜ ସହିତ ଅତ୍ୟଧିକ ଉନ୍ନତ ହୋଇଥାଏ । ଆପଣ ସମାଜର ଅଧିକାଂଶ କାର୍ଯ୍ୟରେ ଭାଗିଦାର ହୋଇଥାନ୍ତି । ଯଦି ଆପଣ ଜଣେ ରାଜନୈତିକ ନେତା କିମ୍ବା ଗୁରୁ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ ।

ପୂର୍ବ-ଦକ୍ଷିଣ-ପୂର୍ବ ଦିଗ: ଏହି ଦିଗରେ ଶୟନ କକ୍ଷ ଥିଲେ ଆପଣଙ୍କ ମନରେ ସଦାସର୍ବଦା ଉଦ୍ବେଗ ବା ଉତ୍କଣ୍ଠା ଲାଗିରହେ । ଆପଣ ଛୋଟ ଛୋଟ କଥାକୁ ଏତେ ତର୍ଜମା କରନ୍ତି ଯେ ତାର ଫଳ କିଛି ମିଳିନଥାଏ ଓ କୈାଣସି ନିଷ୍ପତ୍ତିରେ ପହଞ୍ଚି ପାରିନଥାନ୍ତି । ଆପଣ ଭୈାତିକ ସୁଖକୁ ସହଜରେ ଆପଣାର କରିପାରନ୍ତି ନାହିଁ । ନିକଟତମ ସମ୍ପର୍କୀୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହେନାହିଁ । ଏହି ଶୟନ କକ୍ଷ ଦଶ ବର୍ଷରୁ ଛୋଟ ସନ୍ତାନଙ୍କ ପାଇଁ  ଶୁଭ ଅଟେ । କାରଣ ହେଲା ଯେ ସେମାନଙ୍କର ବିଶ୍ଳେଷଣ କରିବାର ଦକ୍ଷତା ବୃଦ୍ଧି ପାଇଥାଏ।

ଦକ୍ଷିଣ-ପୂର୍ବ ଦିଗ: ଏହି ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ।

ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ: ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ଆନ୍ତରିକ ଆତ୍ମ ବିଶ୍ୱାସକୁ ବୃଦ୍ଧି କରାଇଥାଏ ଓ ଆପଣଙ୍କର ଶାରୀରିକ ଶକ୍ତିକୁ ବୃଦ୍ଧି କରାଇଥାଏ।

ଦକ୍ଷିଣ ଦିଗ: ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ମନରେ ଶାନ୍ତି ଆଣଥାଏ । ଆପଣ ଆମୋଦ ପ୍ରମୋଦ ଓ ମନୋରଞ୍ଜନରେ ରହିଥାନ୍ତି । ଯେଉଁମାନଙ୍କୁ ନିଦ ହୋଇନଥାଏ ସେମାନେ ଏହି ଦିଗରେ ଥିବା ଶୟନ କକ୍ଷ ବ୍ୟବହାର କରିବା ଉଚିତ୍ ଅଟେ।

ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ: ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସଦାସର୍ବଦା ରୋଗରେ ପିଡୀତ କରାଇଥାଏ। ଆପଣଙ୍କର ଶକ୍ତିକୁ କମ୍ କରିଥାଏ।

ଦକ୍ଷିଣ-ପଶ୍ଚିମ ଦିଗ: ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କର ଦକ୍ଷତାକୁ ବୃଦ୍ଧି କରାଇଥାଏ । ଆପଣଙ୍କ ସହିତ ଅନ୍ୟମାନଙ୍କର ସମ୍ପର୍କରେ ନିବିଡତା ଆଣିଥାଏ । ଯେଉଁମାନେ କଲେଜ ଛାତ୍ର ଅଟନ୍ତି ସେମାନେ ଏହି ଶୟନ କକ୍ଷକୁ ବ୍ୟବହାର କଲେ ତାଙ୍କର ପଢ଼ିବାରେ ଏବଂ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ପାଇଥାଏ।

ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗ: ଏହି ଦିଗରେ ଥିବା ଶୟନ କକ୍ଷ ସ୍କୁଲ୍ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପରୀକ୍ଷାରେ ଭଲ ନମ୍ବର୍ ରଖିଥାନ୍ତି । ଉଚ୍ଚ ଶିକ୍ଷା ପାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣ ବ୍ୟବସାୟୀ କିମ୍ବା ଷ୍ଟକ୍ ମାର୍କେଟ୍ରେ ନିବେଶ କରୁଥାଆନ୍ତି ତେବେ ଏହି ଶୟନ କକ୍ଷ ଆପଣଙ୍କର ପାଇଁ ଲାଭପ୍ରଦ ଅଟେ ।

ପଶ୍ଚିମ ଦିଗ: ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଓ ଲାଭ ଦେଇଥାଏ ।

ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ: ଏହି ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ । ଯଦି ଆପଣଙ୍କର କାନ୍ଦିବା ପାଇଁ ଇଛା ହେଉଅଛି ତେବେ ଏହି ଶୟନ ଉତ୍ତମ ଅଟେ ।

ଉତ୍ତର-ପଶ୍ଚିମ ଦିଗ: ଯଦି ଆପଣ କୈାଣସି ଗୁରୁତ୍ୱପୁର୍ଣ୍ଣ ମିଟିଂ ରେ ଭାଗ ନେବାକୁ ଚାହୁଁଛନ୍ତି ଓ ସେଥିରେ ଜୟଯୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସାହାଯ୍ୟ କରିଥାଏ । ଆପଣ ସମସ୍ତ ପ୍ରକାରର ସାହାଯ୍ୟ  ବ୍ୟାଙ୍କ୍ ଓ ସରକାରଙ୍କ ଠାରୁ ସାହାଯ୍ୟ ପାଇପାରିବେ ।

ଉତ୍ତର-ଉତ୍ତର ପଶ୍ଚିମ ଦିଗ: ନୂତନ ବିବାହିତ ବ୍ୟକ୍ତିଙ୍କ ପାଇଁ ଏହି ଦିଗରେ ଥିବା ଶୟନ କକ୍ଷ ଅତ୍ୟଧିକ ଲାଭପ୍ରଦ ହୋଇଥାଏ। ଯେଉଁ ସନ୍ତାନମାନଙ୍କର ବିବାହ ବୟସ ହୋଇନଥାଏ ସେମାନେ ଏହି ଶୟନ କକ୍ଷ ବ୍ୟବହାର କରିବା ଉଚିତ୍ ନୁହେଁ।

ଉତ୍ତର ଦିଗ: ଯଦି ଆପଣ ଅଳସୁଆ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ। ଯଦି ଆପଣଙ୍କର ସନ୍ତାନମାନେ ବିଶୃଙ୍ଖଳିତ ଅଟନ୍ତି ତେବେ ଏହି ଏହି ଶୟନ କକ୍ଷକୁ ବ୍ୟବହାର କରିପାରିବେ । ଯଦି ଆପଣ ଆପଣଙ୍କ କ୍ୟାରିଅର ଉନ୍ନତି ଏବଂ ଧନ ଉପାର୍ଜନ କରିବାକୁ ଚାହାଁନ୍ତି ତେବେ ଏହି ଦିଗର ଶୟନ କକ୍ଷ ଆପଣଙ୍କ ପାଇଁ ଉତ୍ତମ ଅଟେ।

ଉତ୍ତର-ଉତ୍ତର ପୂର୍ବ ଦିଗ: ରୋଗୀମାନେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କଲେ ଶୀଘ୍ର ସ୍ୱାସ୍ଥ୍ୟଲାଭ କରିଥାନ୍ତି। ଔଷଧ ଏହି କକ୍ଷରେ ରଖିଲେ ତାହା ଚମତ୍କାର ରୂପରେ କାମ କରିଥାଏ।