Most Poisonous Snake: King Cobra ଠାରୁ ଅତି ଭୟଙ୍କର ଏହି ସାପ, ସିଧା ଆଖିକୁ କରିଥାଏ ଟାର୍ଗେଟ
Advertisement

Most Poisonous Snake: King Cobra ଠାରୁ ଅତି ଭୟଙ୍କର ଏହି ସାପ, ସିଧା ଆଖିକୁ କରିଥାଏ ଟାର୍ଗେଟ

Spitting Cobra: ଜୀବ ଜଗତରେ ଅହିରାଜ ଅପେକ୍ଷା ଏପରି ଏକ ବିଷାକ୍ତ ସାପ ରହିଛି, ଯିଏ କ୍ରମାଗତ ଭାବରେ ବିଷ ନିର୍ଗତ କରିଥାଏ। ଯିଏ ଥରେ କିମ୍ବା ଦୁଇଥର ନୁହେଁ ବରଂ ଲଗାତାର ୪୦ ଥର ସ୍ପ୍ରେ କରିପାରେ। 

Most Poisonous Snake:  King Cobra ଠାରୁ ଅତି ଭୟଙ୍କର ଏହି ସାପ, ସିଧା ଆଖିକୁ କରିଥାଏ ଟାର୍ଗେଟ

Dangerous Snake in the World: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ସାପ ଦେଖାଯାଇଥାଏ। ଏହି ସାପଙ୍କ ମଧ୍ୟରୁ କେତେକ ବିଷଧର ହୋଇଥିବା ବେଳେ ଆଉ କେତେକ ବିଷହୀନ ହୋଇଥାନ୍ତି। ହେଲେ ଜୀବ ଜଗତରେ ଦୃଶ୍ୟମାନ ହେଉଥିବା ଅଧିକାଂଶ ପ୍ରକାରର ସାପ ବିଷହୀନ ବୋଲି କୁହାଯାଏ। ଯେଉଁମାନେ ଭିନ୍ନ ଭିନ୍ନ ଆଚରଣ ପ୍ରଦର୍ଶନ କରିଥାନ୍ତି। କୁହାଯାଏ ଯେ ବିଶ୍ୱର ସବୁଠାରୁ ବିପଜ୍ଜନକ ସାପ ହେଉଛି ବ୍ଲାକ କୋବ୍ରା। କାରଣ ଏହି ସାପ କାମୁଡ଼ିବା ମାତ୍ରେ ଜଣେ ବ୍ୟକ୍ତିଙ୍କ ତୁରନ୍ତ ମୃତ୍ୟୁ ହୋଇଥାଏ। 

ହେଲେ କ'ଣ ଆପଣ ଜାଣିଛନ୍ତି ବ୍ଲାକ କୋବ୍ରା ଠାରୁ ଆହୁରି ଅଧିକ ସାପ ଜୀବ ଜଗତରେ ଅଛନ୍ତି। ଯିଏ କିଙ୍ଗ କୋବ୍ରା ଅପେକ୍ଷା ଅଧିକ ବିପଜ୍ଜନକ। ଏବେ ଆମେ ଆପଣଙ୍କୁ ଏପରି ଏକ କୋବ୍ରା ବିଷୟରେ କହିବାକୁ ଯାଉଛୁ। ଯିଏ କୌଣସି ଲୋକଙ୍କୁ କାମୁଡ଼େ ନାହିଁ ବରଂ ଯିଏ ଆଖିରୁ ସିଧାସଳଖ ବିଷ ନିର୍ଗତ କରିଥାଏ।

ପୃଥିବୀରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର କୋବ୍ରା ମଧ୍ୟରେ ଏହା ଏପରି ଏକ ସାପ, ଯିଏ ନିଜର ବିଷାକ୍ତ ଦାନ୍ତ ମାଧ୍ୟମରେ ବିଷ ଫୋପାଡ଼ି ଥାଏ। ଏହି ସାପର ନାମ ହେଉଛି ସ୍ପିଟିଂ କୋବ୍ରା। ଏଭଳି ବିଷାକ୍ତ ସାପ ମୁଖ୍ୟତଃ ଦକ୍ଷିଣ ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶରେ ଦେଖାଯାଇଥାଏ। ଆଫ୍ରିକା ମହାଦେଶରେ ଏପରି ସାତୋଟି ପ୍ରଜାତିର କୋବ୍ରା ଦେଖିବାକୁ ମିଳେ। ଯେଉଁ ସାପ ଆଖିରୁ ବିଷୟ ନିର୍ଗତ କରିଥାଏ। ଆଖିରୁ ବିଷ ନିର୍ଗତ କରୁଥିବା ସାପ ହେଉଛନ୍ତି ରେଡ୍ ସ୍ପିଟିଂ କୋବ୍ରା, ମୋଜାମ୍ବିକ୍ ସ୍ପିଟିଂ କୋବ୍ରା, ବ୍ଲାକ୍ ନେକ୍ ସ୍ପିଟିଂ କୋବ୍ରା ଏବଂ ଜବ୍ରା ସ୍ପିଟିଂ କୋବ୍ରା।

କିପରି ବିଷ ନିର୍ଗତ କରିଥାଏ କୋବ୍ରା?
ବିଷ ନିର୍ଗତ କରୁଥିବା କୋବ୍ରା ପ୍ରଥମେ ସେମାନଙ୍କ ବିଷ ଗ୍ରନ୍ଥିକୁ ସଙ୍କୁଚିତ କରିଥାନ୍ତି। ପରେ ବିଷକୁ ସେମାନଙ୍କ ବିଷ ଦାନ୍ତରେ ଏକାଠି କରି ରଖଥାନ୍ତି। ଯାହା ପରେ ସେମାନେ ସେମାନଙ୍କ ସାମ୍ନାରେ ଥିବା କୌଣସି ମଣିଷ କିମ୍ବା କୌଣସି ଜୀବ ଜନ୍ତୁଙ୍କ ଆଖି କିମ୍ବା ଶରୀର ଉପରେ ବିଷ ଛିଞ୍ଚିଥାଏ। ଏହି ସାପ ବିଷ ବାହାର କରିବାର ଗତି ଏତେ ଦ୍ରୁତ ଯେ ଆପଣ ୬-୭ ଫୁଟ ଦୂରରେ ଠିଆ ହୋଇଥିଲେ ମଧ୍ୟ ଆପଣ ଏହାର ବିଷ କବଳରୁ ରକ୍ଷା ପାଇପାରିବେ ନାହିଁ। ଏହି ସାପ ଏହାର ବିଷକୁ ଥରେ କିମ୍ବା ଦୁଇଥର ନୁହେଁ ବରଂ ଲଗାତାର ୪୦ ଥର ସ୍ପ୍ରେ କରିପାରେ। ବିଷ ନିର୍ଗତ କରୁଥିବା ସ୍ପିଟିଂ କୋବ୍ରା ସାପର ଲମ୍ବ ୩ ଫୁଟ ଠାରୁ ନେଇ ୯ ଫୁଟ ପର୍ଯ୍ୟନ୍ତ ହୋଇପାରେ।

ନିଜ ଲକ୍ଷ୍ୟକୁ ଶୀଘ୍ର ହରାଇ ନଥାଏ ସ୍ପିଟିଂ କୋବ୍ରା
ଅନେକ ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଏହା ଦାବି କରାଯାଇଛି ଯେ ଛେପ ଭଳି ବିଷ ନିର୍ଗତ କରୁଥିବା ସ୍ପିଟିଂ କୋବ୍ରା ସେମାନଙ୍କ ଲକ୍ଷ୍ୟକୁ ୧୦ ଥର ମଧ୍ୟରୁ ୨ ଥର ହରାଇଥାନ୍ତି। କିଙ୍ଗ କୋବ୍ରା ଅପେକ୍ଷା ସ୍ପିଟିଂ କୋବ୍ରା ଅନେକ ଗୁଣ ଅଧିକ ବିଷାକ୍ତ। ଏହାର ବିଷରେ ଅଧିକ ପରିମାଣରେ ସାଇଟୋଟକ୍ସିନ ନାମକ ଏକ ପଦାର୍ଥ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଯେଉଁଥିପାଇଁ ସେମାନେ ଅନ୍ୟ ସାପ ଅପେକ୍ଷା ଅଧିକ ବିପଜ୍ଜନକ। ଏହି କୋବ୍ରା ଜନ୍ମ ହେବା ଦିନଠାରୁ ବିଷାକ୍ତ ସ୍ପ୍ରେ କରିବା ଆରମ୍ଭ କରିଥାଏ।