1.JPC For ONOE: ସମ୍ବିଧାନର ୧୨୯ତମ ସଂଶୋଧନ ବିଧେୟକ ତଥା ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ ସଂସଦର ଯୁଗ୍ମ ସଂସଦୀୟ କମିଟି ବିଚାର କରିବେ। ଏଥିଲାଗି ସଂସଦ ପକ୍ଷରୁ ସମ୍ପୃକ୍ତ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇଛି। ଏଥିରେ ୩୧ ଜଣ ସଦସ୍ୟ ରହିଛନ୍ତି। ବିଜେପି ସାଂସଦ ପିପି ଚୌଧୁରୀଙ୍କ ନେତୃତ୍ୱରେ ଏହି କମିଟି କାର୍ଯ୍ୟ କରିବେ। ଏହି ପ୍ରସ୍ତାବ ପ୍ରତି ଅଧିକ ସଂଖ୍ୟାରେ ସପକ୍ଷ ମତ ସୃଷ୍ଟି କରିବା ସମ୍ପୃକ୍ତ କମିଟର ମୁଖ୍ୟ ଉଦ୍ଦେଶ୍ୟ। ୯୦ ଦିନ ଭିତରେ ଏହି କମିଟି ରିପୋର୍ଟ ଦେବାକୁ କୁହାଯାଇଛି। ଆବଶ୍ୟକ ହେଲେ ଏହାର ଅବଧି ବଢ଼ିପାରେ। ଓଡ଼ିଶାରୁ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ପ୍ରମୁଖ ଏହି କମିଠିର ସଦସ୍ୟ ରହିଛନ୍ତି। କଂଗ୍ରେସ ର ନବ ନିର୍ବାଚତ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ସଦସ୍ୟ ଭାବେ ଗ୍ରହଣ କରାଯାଇଛି।
2. Mansarovar Yatra from India: ୫ ବର୍ଷ ପରେ ଭାରତ-ଚୀନ ଭିତରେ ସମ୍ପର୍କ ସୁଧାର ଆଡ଼କୁ ଗତି କରିଛି। ଏକ ୬ ସୂତ୍ରୀ ରାଜିନାମାରେ ଦୁଇ ଦେଶ ରାଜି ହୋଇଛନ୍ତି। ଏହାଦ୍ୱାରା ନିୟନ୍ତ୍ରଣ ରେଖା ନିକଟରେ ସ୍ଥାୟୀ ଭାବେ ଶାନ୍ତି ପ୍ରତିଷ୍ଠା ଲାଗି ଦୁଇ ଦେଶ ଘୋଷଣା କରିଛନ୍ତି। ଚୀନ ବିଦେଶମନ୍ତ୍ରୀ ଓ୍ୱାଙ୍ଗୀ ଏବଂ ଉପ ରାଷ୍ଟ୍ରପତି ହାନ୍ ଝେଙ୍ଗ୍ ଙ୍କ ସହ ଭାରତର ସୁରକ୍ଷା ପରାମର୍ଶଦାତା ଏହି ବୈଠକରେ ଯୋଗ ଦେଇଥିଲେ। ଏହି ୬ ସୂତ୍ରୀ ରାଜିନାମାରେ କୈଳାସ ମାନୋସରବର ଦେଇ ଯାତ୍ରା ପାଇଁ ବାଟ ଫିଟିଛି।
3. Goa Liberation Day: ଆଜି ଗୋଆ ମୁକ୍ତି ଦିବସ। ୧୯୬୧ ମସିହା ଆଜିର ଦିନରେ ପର୍ତ୍ତୁଗୀଜ ଉପନିବେଶରୁ ଗୋଆକୁ ମୁକ୍ତ କରାଇ ଭାରତର ଅଙ୍ଗ ଭାବେ ପରିଚୟ ପ୍ରଦାନ କରାଯାଇଥିଲା। ଏଥିଲାଗି ଗୋଆ ଲୋକେ ଏହାକୁ ମୁକ୍ତି ଦିବସ ଭାବେ ପାଳନ କରନ୍ତି। ଭାରତୀୟ ସେନାର ‘ଅପରେସନ୍ ବିଜୟ’ ଦ୍ୱାରା ଏହି ଦେଶ ମୁକ୍ତ ହୋଇଥିଲା।
4. Sahitya Akademy Award: ସାହିତ୍ୟ ସର୍ଜନାକୁ ସମ୍ମାନ ଦେବାକୁ ଯାଇ କେନ୍ଦ୍ର ସାହିତ୍ୟ ଏକାଡେମୀ ଏହାର ବାର୍ଷିକ ପୁରସ୍କାର ଘୋଷଣା କରିଛି। ଏଥିରେ ଦୁଇଜଣ ଓଡ଼ିଆଙ୍କ ନାଁ ସାମିଲ୍ ହୋଇଛି। ଓଡ଼ିଆ ସାହିତ୍ୟରେ ଶ୍ରେଷ୍ଠ କୃତୀ ଲାଗି ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ପୁରସ୍କୃତ କରାଯିବ। ସେହିପରି ସାନ୍ତାଳି ଭାଷା ପାଇଁ ମହେଶ୍ୱର ସୋରେନ୍ଙ୍କୁ ପୁରସ୍କୃତ କରାଯିବ।
5. Aswin Announces Retirement: ଭାରତୀୟ କ୍ରିକେଟ ଦଳେ ଯାଦୁକର ସ୍ପିନର ଭାବେ ପରିଚିତ ରବିଚନ୍ଦ୍ରନ ଅଶ୍ୱିନ୍ ଅବସର ଘୋଷଣା କରିଛନ୍ତି। ବ୍ରସ୍ବନ୍ଠାରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଅଶ୍ୱିନ୍ ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ସେ ସମସ୍ତ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେବେ। କିନ୍ତୁ କ୍ଲବ୍ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି।
6. Mumbai Boat Tragedy: ମୁମ୍ବାଇ ହାର୍ବୋରଠାରେ ଏକ ଯାତ୍ରୀବାହୀ ଡଙ୍ଗା ‘‘ନୀଳ କମମଳ’କୁ ଭାରତୀୟ ନୌସେନାର ଏକ ସ୍ପୀଡ୍ ବୋଟ୍ ଧକ୍କା ଦେବାରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ନପୌସେନା କର୍ମଚାରୀ ଓ ଜାହାଜ ନିର୍ମାତାଙ୍କ ରକ୍ଷଣାବେକ୍ଷଣ କମ୍ପାନୀ ସଦସ୍ୟ ସାମିଲ ରହିଛନ୍ତି। ଅନ୍ୟ ଜଣେ କମ୍ପାନୀ ସଦସ୍ୟ ଓ ନୌସେନା କର୍ମଚାରୀଙ୍କ ସମେତ ୯୯ ଜଣଙ୍କୁ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ସ୍ପୀଡ୍ ବୋଟରେ କିଛି ଯାତ୍ରିକ ତ୍ରୁଟି ଯୋଗୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
7. Rain Alert till 21: ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ମେଘୁଆ ପାଗ ରହିବ। ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏହା ପ୍ରଭାବରେ ରାତି ବେଳର ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
8. Cancer Vaccine: ଋଷ ବିଶ୍ୱର ପ୍ରଥମ କ୍ୟାନ୍ସର ବିରୋଧୀ ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ୨୦୨୫ ମସିହାରୁ ସମସ୍ତ ନାଗରିକଙ୍କୁ ୫ ବର୍ଷ ଯାଏ ଏହି ଟିକା ମାଗଣା ଦେବା ପାଇଁ ମଧ୍ୟ ଋଷ ସ୍ଥିର କରିଛି। ତେବେ ଏହା କେଉଁ ପ୍ରକାରର କ୍ୟାନ୍ସର ପାଇଁ ଉପଯୋଗୀ ତାହା ଜଣାପଡ଼ି ନାହିଁ।
9. Ambedkar Roar: ସଂସଦର ଉଭୟ ଗୃହରେ ଆମ୍ବେଦକରଙ୍କୁ ନେଇ ଚଳଚଞ୍ଚଳ ହୋଇଛି। ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବା ଦ୍ୱାରା ଗୃହ କାର୍ଯ୍ୟ ବାଧା ପାଇଛି। ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ହେଲେ କଂଗ୍ରେସର ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ଏହି ଦଳର ଗୁମର ଖୋଲିଛନ୍ତି।
10. BJD Agitation: ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ଆସନ୍ତା ୬ ତାରିଖରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ। ସମଗ୍ର ଦେଶରେ ଦରଦାମ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ରହିଥିବା ଅଭିଯୋଗ କରି ବିଜେଡି ଏହି ନିଷ୍ପତ୍ତି ନେଇଛି।